କୋରାପୁଟ ଜିଲ୍ଲା

ଓଡ଼ିଶାର ଜିଲ୍ଲା, ଭାରତ
(Koraput districtରୁ ଲେଉଟି ଆସିଛି)
କୋରାପୁଟ
ଜିଲ୍ଲା
From Top; Left to Right: ଦେଓମାଳି, ଗୁପ୍ତେଶ୍ୱର, ଡୁମଡୁମା ଝରଣା, Tribes of Koraput and Rail Tracks in Koraput.
ଓଡ଼ିଶାରେ ଅବସ୍ଥାନ
ଓଡ଼ିଶାରେ ଅବସ୍ଥାନ
ଦେଶଭାରତ
ରାଜ୍ୟଓଡ଼ିଶା
ଲୋକ ସଭାକୋରାପୁଟ, ନବରଙ୍ଗପୁର
ଭାଷାଓଡ଼ିଆ, ଇଂରାଜୀ
ବିଧାନ ସଭା୫ଟି ଆସନ
 
  • ୧. ଲକ୍ଷ୍ମୀପୁର (୧୪୧ )
    ୨. କୋଟପାଡ଼ (୧୪୨)
    ୩. ଜୟପୁର (୧୪୩)
    ୪. କୋରାପୁଟ (୧୪୪)
    ୫. ପଟ୍ଟାଙ୍ଗି (୧୪୫)
Area
 • ଜିଲ୍ଲା8379 km2 (3,235 sq mi)
Population
 (୨୦୧୧)
 • ଜିଲ୍ଲା୧୩୭୬୯୩୪
 • Density156/km2 (400/sq mi)
 • Urban
୨୨୫୪୦୬
 • Rural
୧୧୫୧୫୨୮
 • ୬ ବର୍ଷରୁ କମ ଶିଶୁ
୨୧୫୫୧୮
Time zoneIST (+୫.୩୦)
ଡାକ କୋଡ଼
୭୬୪ ୦୨୦
ଯାନବାହାନ ପଞ୍ଚୀକରଣOD-10
ଜିଲ୍ଲାପାଳଭି କୀର୍ତ୍ତି ଭାସନ []
WebsiteOfficial website

ଓଡ଼ିଶାର ଦକ୍ଷିଣ ଭାଗରେ ଅବସ୍ଥିତ କୋରାପୁଟ ଜିଲ୍ଲାର ଆୟତନ ୮,୩୭୯ ବର୍ଗ କିମି । କୋରାପୁଟ ଜିଲ୍ଲା ୧୭°୪'ଉ.ରୁ ୨୦°୭'ଉତ୍ତର ଅକ୍ଷାଂଶ ଓ ୮୧°୨୪'ପୂରୁ ୮୪°୨'ପୂର୍ବ ଦ୍ରାଘିମାମଧ୍ୟରେ ଅବସ୍ଥିତ |

ଅବସ୍ଥିତି

ସମ୍ପାଦନା

କୋରାପୁଟ ଜିଲ୍ଲାର

ଜନସଂଖ୍ୟା

ସମ୍ପାଦନା

୨୦୧୧ ଜନଗଣନା[] ଅନୁସାରେ, କୋରାପୁଟ ଜିଲ୍ଲାର ମୋଟ ଲୋକସଂଖ୍ୟା ୧୩,୭୬,୯୩୪ । ଏଥିମଧ୍ୟରୁ ଗ୍ରାମାଞ୍ଚଳରେ ୧୧,୫୧,୫୨୮ ଓ ସହରାଞ୍ଚଳରେ ୨,୨୫,୪୦୬ ଲୋକ ବାସ କରନ୍ତି []

  • ପୁରୁଷ: ୬,୭୭,୮୬୪
  • ମହିଳା: ୬,୯୯,୦୭୦
  • ଛ ବର୍ଷରୁ କମ: ୨,୧୫,୫୧୮
  • ସାକ୍ଷରତା ହାର ୪୯.୮୭%
    • ପୁରୁଷ: ୬୧.୨୯%
    • ମହିଳା: ୩୮.୯୨%
  • ଉପଖଣ୍ଡ (ସବ୍ ଡିଭିଜନ): (୨ଟି): କୋରାପୁଟ ଓ ଜୟପୁର
  • ତହସିଲ: (୧୪): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର, ବୋରିଗୁମା, କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର
  • ବ୍ଳକ: ୧୪ଟି[]:
  • କୋରାପୁଟ ଉପଖଣ୍ଡର (୯): କୋରାପୁଟ, ଦଶମନ୍ତପୁର, ନନ୍ଦପୁର, ନାରାୟଣପାଟଣା, ପଟ୍ଟାଙ୍ଗି, ବନ୍ଧୁଗାଁ, ସେମିଳିଗୁଡା, ଲମତାପୁଟ ଓ ଲକ୍ଷ୍ମୀପୁର
  • ଜୟପୁର ଉପଖଣ୍ଡର (୫): କୁନ୍ଦ୍ରା, କୋଟପାଡ଼, ବୈପାରିଗୁଡା, ଜୟପୁର ଓ ବୋରିଗୁମା
  • ଗ୍ରାମ ପଞ୍ଚାୟତ: ୨୨୬
  • ଗ୍ରାମ: ୧,୯୯୭
  • ସହର: ୫
    • ପୌରପାଳିକା (୩):କୋରାପୁଟ, ଜୟପୁର ଓ ସୁନାବେଡା
    • ବିଜ୍ଞାପିତ ଅଞ୍ଚଳ ପରିଷଦ:୧:

ଦର୍ଶନୀୟ ସ୍ଥାନ

ସମ୍ପାଦନା

କୋରାପୁଟ ଜିଲ୍ଲାରେ ଅନେକ ଦର୍ଶନୀୟ ସ୍ଥାନ ରହିଛି । ଓଡ଼ିଶାରେ ପର୍ଯ୍ୟଟନ ସ୍ଥଳୀ ଭାବେ ଚିହ୍ନିତ କରାଯାଇଥିବା ୩୨୦ଟି ସ୍ଥାନ ଭିତରେ ୧୩ଟି ସ୍ଥାନ କୋରାପୁଟ ଜିଲ୍ଲାରେ ଅବସ୍ଥିତ । ସେ ଗୁଡ଼ିକ ହେଲା :-

ଉପରୋକ୍ତ ପର୍ଯ୍ୟଟନ ସ୍ଥଳୀ ଭିନ୍ନ ନିମ୍ନସ୍ଥ ସ୍ଥାନ ଗୁଡ଼ିକ ମଧ୍ୟ ଅନେକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ।

  • ଉପର କୋଲାବ ଜୈବ ଉଦ୍ୟାନ
  • ଡୁଡୁମା ଜଳପ୍ରପାତ
  • ବାରିଣୀପୁଟ
  • ଜୟପୁର : କୋରାପୁଟ ଜିଲ୍ଲାର ମୁଖ୍ୟ ବାଣିଜ୍ୟସ୍ଥଳୀ, ଜୟ ପୁର ରାଜାଙ୍କର ରାଜଧାନୀ ଓ ରାଜପ୍ରାସାଦ । ଏହି ସହରରେ ରଥଯାତ୍ରା ଓ ଦଶହରା ମହା ସମାରୋହରେ ପାଳିତ ହୋଇଥାଏ ।
  • ବୀରଖମ୍ବ : ବନଦେବୀ ମନ୍ଦିର ପାଇଁ ଜଣାଶୁଣା ।
  • ରାମଗିରି : ଭଗବାନ ଶ୍ରୀରାମଚନ୍ଦ୍ର ବନବାସ ସମୟରେ ଦକ୍ଷିଣକୁ ଗଲାବେଳେ ଏଠାରେ ଅବସ୍ଥାନ କରିଥିଲେ ।
  • ଅନକାଡ଼େଲି : ମାଛକୁଣ୍ଡ ଜଳପ୍ରପାତର ନିକଟବର୍ତ୍ତୀ ଗ୍ରାମ। ଏଠାରେ ପ୍ରତ୍ୟେକ ଗୁରୁବାର ଦିନ ଏକ ସାପ୍ତାହିକ ହାଟ ହୋଇଥାଏ । ସ୍ଥାନୀୟ ବଣ୍ଡା ଜନଜାତିର ଲୋକମାନେ ଏଠାକୁ ଆସୁଥିବାରୁ ଏହା ବହୁ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।
  • ବାଦୁଡ଼ି ପାହାଡ଼ : ଶାବେରୀ ନଦୀକୂଳରେ ଅବସ୍ଥିତ ଅନେକ ଗୁମ୍ଫାଯୁକ୍ତ ପାହାଡ଼ ।
  • ମାଳିଗୁଡ଼ା : ଉଦ୍ୟାନ ଓ ପନିପରିବା ଚାଷ ପାଇଁ ପ୍ରସିଦ୍ଧ, ଏହା ଏକ ଚିରସ୍ରୋତା ଝରଣା କୁଳରେ ଅବସ୍ଥିତ ।
  • କୋଲା : କୋଲାବ ନଦୀ ଉପରେ ବହୁମୁଖୀ ନଦୀବନ୍ଧ ଯୋଜନାରେ ୪ଟି ଟର୍ବାଇନରୁ ୩୨୦ ମେଗାୱାଟ ବିଜୁଳିଶକ୍ତି ଉତ୍ପାଦନ କରୁଥିବା ପାୱାର ହାଉସ । ଏହି ନଦୀବନ୍ଧ ଯୋଜନାଦ୍ୱାରା ୨୨ ହଜାର ୨୬୬ ହେକ୍ଟର ଜମି ଜଳ ସେଚିତ ହୋଇପାରୁଛି। ଏଠାକାର ପ୍ରମୋଦ ଉଦ୍ୟାନ ପର୍ଯ୍ୟଟକମାନଙ୍କର ଧ୍ୟାନର କେନ୍ଦ୍ରବିନ୍ଦୁ ।
  • ନାରାୟଣପାଟଣା: ଜୟପୁର ରାଜାଙ୍କର ପୁରୁଣା ଗଡ଼ ଓ ବର୍ତ୍ତମାନର ବ୍ଲକ ସଦର ମହକୁମା । ନୀଲାବାଡ଼ୀ, ଅଗ୍ନିଗଙ୍ଗାମା ଓ ପୁତ୍ୟାଲୁମା ଏ ଅଞ୍ଚଳର ଆରାଧ୍ୟଦେବୀ।
  • ରାଇସିଲ୍ : ଏଠାକାର ମୁଖ୍ୟ ପର୍ବ ହେଉଛି ନୀଲାବାଡ଼ି ଯାତ୍ରା ଓ ଅଁଳାନବମୀ। ଏହା ଲକ୍ଷ୍ମୀପୁର ନିକଟସ୍ଥ ଏକ ପାହାଡ଼। ଏଠାରେ ଚିରସ୍ରୋତା ଝରଣାଟିଏ ରହିଛି ଓ ଏଠାକାର ପ୍ରାକୃତିକ ପରିବେଶ ଅତ୍ୟନ୍ତ ମନୋରମ। ଏହା ଏକ ବଣଭୋଜି ସ୍ଥଳୀ।
  • ଡୁମୁରିପୁଟ : ଜାତୀୟ ରାଜପଥ ନିକଟସ୍ଥ ଏକ ଗାଁ । ଶ୍ରୀରାମ ମନ୍ଦିର ଓ ୭୨ଫୁଟ ଉଚ୍ଚତା ବିଶିଷ୍ଟ ହନୁମାନ ମୂର୍ତ୍ତୀ ପାଇଁ ଏହା ପ୍ରସିଦ୍ଧ । ଏଠାକାର ମୁଖ୍ୟପର୍ବ ହେଲା ରାମ ନବମୀ
  • ଦାମନଯୋଡ଼ି: ଏହା ଏସିଆ ମହାଦେଶର ଏକ ବୃହତ୍ତମ ବକ୍ସାଇଟ ଖଣିମାନଙ୍କ ଭିତରୁ ଅନ୍ୟତମ । ଏହା ପଞ୍ଚପଟମଲ୍ଲୀ ପାହାଡ଼ ଉପରେ ଅବସ୍ଥିତ । କଣ୍ଟାବାଉଁଶାଣୀ ଓ ଶ୍ରୀ ଜଗନ୍ନାଥ ମନ୍ଦିର ଏଠାରେ ରହିଛି।
  • ପେଦାପାଡ଼ୁ : ପଟାଙ୍ଗି ନିକଟସ୍ତ ପେଦାପାଡ଼ୁ ମାଟି ମଧ୍ୟରେ ଏକ ସୁରମ୍ୟ ଗୁମ୍ଫାରେ ଅବସ୍ଥିତ। ଶିଡ଼ିଦେଇ ଏହା ଭିତରକୁ ଯିବାପାଇଁ ହୋଇଥାଏ। ୨୦୦୯ ମସିହାର ପରବର ଶୁଭ ଉଦ୍ଘାଟନ ଏଇଠାରୁ ହୋଇଥିଲା।
  • ରାଣୀଡୁଡୁମା : ନନ୍ଦପୁର ବ୍ଲକ ଅନ୍ତର୍ଗତ କୁଟୁଣିମାଳ ପାହାଡ଼ ନିକଟସ୍ଥ ଏକ ଛୋଟ ଜଳପ୍ରପାତ। ଏହାର ସୁରମ୍ୟ ଶୋଭାପାଇଁ ଏହା ପର୍ଯ୍ୟଟକମାନଙ୍କର ଏକ ଅଭୁଲା ଆକର୍ଷଣ।
  • ଭୈରବସିଂହପୁର : ବୋରିଗୁମାବ୍ଲକ ଅନ୍ତର୍ଗତ ଏହି ସ୍ଥାନ ଏକ ଜୈନପୀଠ ଥିଲା। ଏବେ ଋଷଭନାଥଙ୍କ ମୂର୍ତ୍ତୀକୁ ଭୈରବନାଥ ରୂପେ ସ୍ଥାନୀୟ ଲୋକେ ପୂଜା କରି ଆସୁଛନ୍ତି।

ଓଡ଼ିଶାର ଅନ୍ୟ ଜିଲ୍ଲାମାନଙ୍କ ପରି ଏହି ଜିଲ୍ଲାରେ ଅନେକ ପର୍ବପର୍ବାଣି ପାଳନ କରାଯାଏ । ତା ସାଙ୍କକୁ ଏହି ଜିଲ୍ଲାର ବିଶେଷ ଓ ମୁଖ୍ୟ ଲୋକ ମହୋତ୍ସବ ହେଲା ‘ପରବ’। ଏହା ଏକ ରାଜ୍ୟସ୍ତରୀୟ ମହୋତ୍ସବ ଓ ଏହା ନଭେମ୍ବର ୧୬ ତାରିଖରୁ ୧୮ ତାରିଖ ଭିତରେ ଅନୁଷ୍ଠିତ ହୋଇଥାଏ । ଏହା ସହିତ ନଭେମ୍ବର ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ପଲ୍ଲିଶ୍ରୀମେଳା ଜିଲ୍ଲା ମହକୁମା କୋରାପୁଟଠାରେ ପାଳିତ ହୋଇଥାଏ । ଆହୁରି ମଧ୍ୟ ୨୦୧୮ ମସିହାଠାରୁ ପ୍ରତିବର୍ଷ ଭୁବନେଶ୍ବରର ଓଡ଼ିଆ ମିଡିଆ ପକ୍ଷରୁ କୋରାପୁଟରେ ଏକ ଜାତୀୟ ସମାରୋହ କୋରାପୁଟ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଥାଏ।[]

ଲୋକନୃତ୍ୟ

ସମ୍ପାଦନା

ରାଜ୍ୟସ୍ତରୀୟ ମହୋତ୍ସବ ‘ପରବ’ ପାଳନ ଅବସରରେ କୋରାପୁଟର ଅନେକ ଲୋକନୃତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରେ । ଏହି ନୃତ୍ୟଗୁଡ଼ିକ ଭିତରେ କେତୋଟି ମୁଖ୍ୟ ନୃତ୍ୟ ହେଲେ :

  • ଡେମସା
  • ରିଞ୍ଜଡ଼ି
  • ଦଣ୍ଡାହଳିଆ ବା କାଠିନାଚ
  • ନରପା
  • ଦୁରୁଆ
  • ପରଜା
  • ଗଦବା
  1. କୋରାପୁଟ ଜିଲ୍ଲାର ସରକାରୀ ପୃଷ୍ଠା
  2. Census 2011: Odisha: Provisional Population Totals
  3. Census 2011: Odisha: Rural Urban Distribution
  4. କୋରାପୁଟ ଜିଲ୍ଲାର ସରକାରୀ ପୃଷ୍ଠା
  5. "ଆର୍କାଇଭ୍ କପି". Archived from the original on 2019-10-25. Retrieved 2019-10-25. {{cite web}}: Cite has empty unknown parameter: |1= (help)

ଅଧିକ ତଥ୍ୟ

ସମ୍ପାଦନା