ଅବସ୍ଥିତି ସମ୍ପାଦନା

ନନ୍ଦପୁର ବ୍ଲକର ବାଲ୍​ଦା ଗ୍ରାମ ପଞ୍ଚାୟତରେ ନାଗେଶ୍ୱରମାଳୀ ପର୍ବତ ଅବସ୍ଥିତ। ନନ୍ଦପୁରରୁ ଆରକୁବୋରା ଯିବା ରାସ୍ତାରେ ପ୍ରାୟ ୧୬ କିଲୋମିଟର ଦୂରତାରେ ବାଲ୍​ଦା ଅବସ୍ଥିତ।

ବିଶେଷତା ସମ୍ପାଦନା

ଆକର୍ଷଣ ସମ୍ପାଦନା

ନାଗେଶ୍ୱରମାଳୀ ପର୍ବତର ଶିଖରଦେଶଟି ୫ କିଲୋ ମିଟର ପରିବ୍ୟାପ୍ତ। ଏହାର ଦକ୍ଷିଣ ଦିଗରେ ଦୁଇଟି ଗୁମ୍ଫା ରହିଛି। ନାଗେଶ୍ୱରୀ ଦେବୀଙ୍କୁ ଡଙ୍ଗର ଦେବୀ ରୂପେ ସ୍ଥାନୀୟ ଲୋକେ ପୂଜାର୍ଚ୍ଚନା କରିଥାନ୍ତି। ଏଠାରେ ଚୈତ୍ର ପୂର୍ଣ୍ଣିମାରେ ଡଙ୍ଗର ଉତ୍ସବ ମହା ସମାରୋହରେ ପାଳିତ ହୁଏ, ଯେଉଁଠି ଆନ୍ଧ୍ରପ୍ରଦେଶ ଓ ଆଖ ପାଖ ଅଞ୍ଚଳରୁ ଅନେକ ଲୋକ ଯୋଗ ଦେଇଥାନ୍ତି।

ଯୋଗାଯୋଗ ସମ୍ପାଦନା

ପ୍ରତିଦିନ କୋରାପୁଟରୁ ବାଲ୍​ଦା ଦେଇ ପାଡ଼ୁଆ ପର୍ଯ୍ୟନ୍ତ ବସ ସେବା ରହିଛି। ଜାଗାଟି ଜଙ୍ଗଲମୟ ହୋଇଥିବାରୁ ସାଙ୍ଗରେ ପଥପ୍ରଦର୍ଶକ (ଗାଇଡ୍) ନେଇ ଯିବା ଆବଶ୍ୟକ।

ଆଧାର ସମ୍ପାଦନା

  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦