ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା ଅନ୍ତର୍ଗତ ଦେଓମାଳୀ ପର୍ବତ ଓଡ଼ିଶାର ଉଚ୍ଚତମ ଗିରିଶୃଙ୍ଗ । [୨] ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ ।[୩] ଏହା କୋରାପୁଟ ଜିଲ୍ଲାର ପଟାଙ୍ଗି ବ୍ଲକ ଅନ୍ତର୍ଗତ କଟିଆ ଗ୍ରାମ ପଞ୍ଚାୟତର ଦୁଧାରି ଗ୍ରାମ ନିକଟରେ ଅବସ୍ଥିତ । କୋରାପୁଟଠାରୁ ଏହାର ଦୂରତା ୩୫ କିଲୋ ମିଟର ।[୪]

ଦେଓମାଳୀ ପର୍ବତ
Elevation୧,୬୭୨ m (୫,୪୮୬ ft)[୧]
Location
ଦେଓମାଳୀ is located in Odisha
ଦେଓମାଳୀ
ଦେଓମାଳୀ
ଦେଓମାଳୀ ପର୍ବତର ଅବସ୍ଥାନ
Locationକୋରାପୁଟ ଜିଲ୍ଲା, ଓଡ଼ିଶା
Rangeଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳା, ପୂର୍ବଘାଟ ପର୍ବତମାଳା
Coordinates18°40′32″N 82°58′54″E / 18.67556°N 82.98167°E / 18.67556; 82.98167

ଆକର୍ଷଣ ସମ୍ପାଦନା

ଏହା ବର୍ଷର ବାରମାସ ପର୍ଯ୍ୟଟକମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ ବି ‘ପରବ’ ପାଳନ ଅବସରରେ ନଭେମ୍ବର ୧୩ ତାରିଖ ଦିନ ଏଠାକୁ ପର୍ଯ୍ୟଟକମାନେ ବିଶେଷ ସଂଖ୍ୟାରେ ଆସିଥାନ୍ତି ଓ ପାହାଡ଼ ଚଢିଥାନ୍ତି। ପର୍ଯ୍ୟଟକମାନଙ୍କ ପାଇଁ ଏଠାରେ ଛଅଟି ଶିଖର ଦୃଶ୍ୟ (view point) ନିର୍ମାଣ କରା ଯାଇଛି। ଏଠାରୁ ଦେଓମାଳୀ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ୍ୟ। ଏଠାରେ ରହିବାପାଇଁ କୌଣସି ବ୍ୟବସ୍ଥା ନାହିଁ। ବଣଭୋଜି, ପାହାଡ଼ ଚଢା ଓ ପରିବାର ସହିତ ଭ୍ରମଣ ପାଇଁ ଏ ସ୍ଥାନଟି ଉପଯୋଗୀ। ନିଜର ଯାନ ବାହନ ନେଇ ଏଠାକୁ ସିଧା ଯାଇହୁଏ। ଏଠାକୁ ଯିବାପାଇଁ ସେମିଳିଗୁଡ଼ା, ସୁନାବେଡ଼ା, କୋରାପୁଟ ଅଥବା କୁନ୍ଦୁଲି ହାଟରୁ କମାଣ୍ଡର ଗାଡ଼ି ମିଳିଥାଏ । ଦେଓମାଳି ଉପତ୍ୟକାକୁ ଯିବାପାଇଁ ଦେଓମାଳି ଛକରୁ ୬ କି.ମି. ଚାଲି ଚାଲି ଯିବାକୁ ହୋଇଥାଏ।

ଆଧାର ସମ୍ପାଦନା

  1. "BRIEF NOTE ON KORAPUT FOREST DIVISION". NIC, Koraput. Retrieved 21 April 2014.
  2. "Deomali - The highest peak in Odisha, India". Koraput Web. Retrieved 21 April 2014.[permanent dead link]
  3. "Deomali - The highest peak in Odisha, India". Koraput Express. Retrieved 21 April 2014.[permanent dead link]
  4. Barik, Bibhuti. "Deomali hills: Sneak peak into serenity". The Telegraph. Retrieved 21 April 2014.
  • ଉତ୍କଳ ପ୍ରସଂଗ ସେପ୍ଟେମ୍ବର ୨୦୧୦