ବ୍ରହ୍ମପୁର

ଓଡ଼ିଶାର ଏକ ସହର ଓ ନଗର ନିଗମ
(Berhampurରୁ ଲେଉଟି ଆସିଛି)

ବ୍ରହ୍ମପୁର ଗଞ୍ଜାମ ଜିଲ୍ଲାଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ବଙ୍ଗୋପ ସାଗର କୂଳରେ ଥିବା ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା “ଓଡ଼ିଶାର ରେଶମ ସହର” ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଭୁବନେଶ୍ୱର ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୧୧ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୩,୫୫,୮୨୩ ଥିଲା । ଭୁବନେଶ୍ୱର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ୨୦୦୯ରେ ଗଠିତ ହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଗୋଟିଏ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଏବଂ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି ।

ବ୍ରହ୍ମପୁର
ରେଶମ ସହର
ମହାନଗର ନିଗମ
ବ୍ରହ୍ମପୁର ରେଳଷ୍ଟେସନ
ବ୍ରହ୍ମପୁର ରେଳଷ୍ଟେସନ
ଦେଶଭାରତ
ରାଜ୍ୟଓଡ଼ିଶା
ଜିଲ୍ଲାଗଞ୍ଜାମ
Government
 • ନଗରପାଳସଂଘମିତ୍ରା ଦଳେଇ
Population
 (୨୦୧୧)
 • Total୩,୫୫,୮୨୩
 • Rank୧୨୬ (ଭାରତରେ)
ଭାଷା
 • ସରକାରୀଓଡ଼ିଆ
Time zoneUTC+୫:୩୦ (ଭାରତୀୟ ମାନକ ସମୟ)
ଡାକ କୋଡ଼
୭୬୦ ୦୦୧- ୭୬୦ ୦୧୦
ଦୂରଭାଷ କୋଡ଼୦୬୮୦
ଯାନବାହାନ ପଞ୍ଚୀକରଣOD-07 , OR-07(୨୦୧୩ ପର୍ଯ୍ୟନ୍ତ)

ଇତିହାସ

ସମ୍ପାଦନା

ରାଜ୍ୟର ସର୍ବପୁରାତନ ପୌର ପରିଷଦ ବ୍ରହ୍ମପୁର,[] ୧୮୬୭ରେ ପ୍ରତିଷ୍ଠା ହେଇଥିଲା ।[] ୧୪୨ ବର୍ଷ ପରେ ୨୦୦୯ ପ୍ରାରମ୍ଭରେ ଏହା ଓଡ଼ିଶାର ତୃତୀୟ ମହାନଗର ନିଗମର ମାନ୍ୟତା ପାଇଥିଲା ।[]

ଜନସଂଖ୍ୟା ଓ ସାକ୍ଷରତା

ସମ୍ପାଦନା

୨୦୧୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ବ୍ରହ୍ମପୁର ସହରର ମୋଟ ଜନସଂଖ୍ୟା ୩,୫୫,୮୨୩ ।[] ସେଥି ମଧ୍ୟରୁ ୧,୮୫,୫୮୪ (୫୨.୧୫ %) ଜଣ ପୁରୁଷ ହୋଇଥିବା ବେଳେ ୧,୭୦,୨୩୯ (୪୭.୮୫%) ଜଣ ନାରୀ ଅଟନ୍ତି । ବ୍ରହ୍ମପୁରର ସାକ୍ଷରତା ହାର ୯୦.୦୪% । ଏହା ଜାତୀୟ ହାର ୭୪.୦୪%ଠାରୁ ଅଧିକ । ପୁରୁଷ ସାକ୍ଷରତା ହାର ୯୩.୮୩% ଥିବା ବେଳେ ନାରୀ ସାକ୍ଷରତା ହାର ୮୫.୯୨% ରହିଛିି । ୮.୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[]

କଳା ଓ ଚଳଣି

ସମ୍ପାଦନା

ବ୍ରହ୍ମପୁର ବହୁ ପୁରୁଣା ଓ ଗୁରୁତ୍ୱପୂର୍ଣ୍ଣ ବିଶିଷ୍ଟ ସହର ଯାହାକି ଆନ୍ଧ୍ରପ୍ରଦେଶ ଓ କଟକର ମଝି ସ୍ଥାନରେ ଅବସ୍ଥିତ । ବହୁ ପୁରାତନ ଦକ୍ଷିଣ ଭାଗ ବିଶିଷ୍ଟ ଏହି ସହରଟି ଓଡ଼ିଆ ପରମ୍ପରା ବିଶିଷ୍ଟ ଓଡ଼ିଶାର ଖ୍ୟାତନାମା ସହର । ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହର ବ୍ୟବସାୟର ପେଣ୍ଠସ୍ଥଳୀ । ଅନ୍ନପୂର୍ଣ୍ଣା ମାର୍କେଟ, ବଡ଼ ବଜାର, ସାନ ବଜାର, ଭାପୁର ବଜାର, ହନୁମାନ ବଜାର, ସାଇ କମ୍ପ୍ଲେକ୍ସ୍, ଗଣେଶ ମାର୍କେଟ୍ ପ୍ରଭୃତି ସହରର ପ୍ରମୁଖ ବ୍ୟବସାୟ ସ୍ଥଳୀ । ଏଠାରେ ରେଶମ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର"।

ଅନୁଷ୍ଠାନ

ସମ୍ପାଦନା

ଓଡ଼ିଆ ସାହିତ୍ୟ

ସମ୍ପାଦନା
  • ଉତ୍କଳ ଆଶ୍ରମ:

ଶେରଗଡ଼ ଜମିଦାରଙ୍କଠାରୁ ଦାନସୂତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । []

  • କଳିଙ୍ଗ ସାହିତ୍ୟ ସମାଜ []

ଏହା ସହରର ପୁରାତନ ଓ ସମୃଦ୍ଧ ସାହିତ୍ୟାନୁଷ୍ଠାନ। ଦୀର୍ଘ ବର୍ଷ ଧରି ଏହା ସାହିତ୍ୟର ବିକାଶପାଇଁ ଏହା ବିଭିନ୍ନ ସଭା, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିଥାଏ।

  • ଜାତୀୟ ସଙ୍ଗୀତ କଳାକେନ୍ଦ୍ର

ଏହା ୧୯୫୪ ମସିହାରୁ କାର୍ଯ୍ୟରତ। ସାହିତ୍ୟସନ୍ଧ୍ୟା, କବିତା ଆସର, ପ୍ରତିଭାପୂଜା ପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ।

  • ପଟେଲ ସାହିତ୍ୟ ସଂସଦ
  • ନବୀନ ସାହିତ୍ୟ ସଂସଦ
  • ନବୀନ ସାହିତ୍ୟ ପତ୍ରିକା ପ୍ରକାଶନ
  • ଫଲ୍‌ଗୁ ସାହିତ୍ୟ ସଂସଦ
  • ନେତାଜୀ ସାରସ୍ୱତ ମଞ୍ଚ
  • ନାଟ୍ୟଧାରା
  • ବ୍ରହ୍ମପୁର ସାହିତ୍ୟ ଘର
  • ବ୍ରହ୍ମପୁର ସାହିତ୍ୟ ପରିଷଦ
  • ମଞ୍ଚଜ୍ୟୋତି
  • ଶିଳାପଦ୍ମ

ଶିକ୍ଷାନୁଷ୍ଠାନ

ସମ୍ପାଦନା


ଜଣାଶୁଣା ବ୍ୟକ୍ତିତ୍ୱ

ସମ୍ପାଦନା

ବ୍ରହ୍ମପୁରର ଅସିତ କୁମାର ସ୍ୱାଇଁ ଆଣ୍ଟାର୍କଟିକାସ୍ଥିତ ଦକ୍ଷିଣମେରୁରେ ପହଞ୍ଚିବାରେ ପ୍ରଥମ ଓଡ଼ିଆ[]

  1. "Berhampur: First Municipality of state becomes third Municipal Corporation". Archived from the original on 14 September 2016. Retrieved 31 August 2016.
  2. W. Francis (2002). Gazetteer of South India. Mittal Publications. pp. 220–. GGKEY:4Y158YFPNGZ.
  3. "Berhampur becomes a corporation". The Hindu. Retrieved 31 August 2016.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  5. Mohanty, Hrusikesh (2012). "Heritage tag demand for Utkal Ashram - Times Of India". indiatimes.com. Retrieved 20 December 2012. The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders.[permanent dead link]
  6. ସମ୍ବାଦ ବ୍ରହ୍ମପୁର ସଂସ୍କରଣ 1.1.2006
  7. "The Hindu : Other States / Orissa News : Cashing in on climate clues from the icy continent". hindu.com. 2007. Retrieved 10 August 2012. Asit Kumar Swain member of the Antarctica division of the Geological Survey of India (GSI). He is the first Oriya geologist to work in Antarctica