ଜୟନ୍ତ ମହାପାତ୍ର

ଓଡ଼ିଆ କବି

ଜୟନ୍ତ ମହାପାତ୍ର (୨୨ ଅକ୍ଟୋବର ୧୯୨୮ – ୨୭ ଅଗଷ୍ଟ ୨୦୨୩)[୧] ଓଡ଼ିଶାରେ ଜନ୍ମିତ ଜଣେ କବି ଥିଲେ । ସେ ଉଭୟ ଓଡ଼ିଆ ଏବଂ ଇଂରାଜୀରେ କବିତା ଲେଖୁଥିଲେ ।[୨][୩] ଇଂରାଜୀ କବିତା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ କବି । ଆଧୁନିକ ଭାରତୀୟ ଇଂରାଜୀ ସାହିତ୍ୟରେ କ୍ଲାସିକ ଭାବରେ ବିବେଚନା କରାଯାଉଥିବା ଇଣ୍ଡିଆନ ସମର ଏବଂ ହଙ୍ଗର ଆଦି କବିତାର ସେ କବି । ୨୦୦୯ ମସିହାରେ ତାଙ୍କୁ ଭାରତର ଚତୁର୍ଥ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଥିଲା ।[୪][୫] ଭାରତରେ ବଢୁଥିବା ଅସହିଷ୍ଣୁତା ବିରୋଧରେ ପ୍ରତିବାଦ କରିବା ପାଇଁ ସେ ୨୦୧୫ରେ ଏହି ପୁରସ୍କାର ଫେରାଇ ଦେଇଥିଲେ ।[୬] ତାଙ୍କର ମୋଟ ୨୭ଟି ଇଂରାଜୀ ଓ ୯ଟି ଓଡ଼ିଆ କବିତା ସଙ୍କଳନ ସହ ଏକ ଗପ ବହି ଏବଂ ଆତ୍ମଜୀବନୀ ପାହିନି ରାତି ପ୍ରକାଶିତ ହୋଇଛି ।

ପଦ୍ମଶ୍ରୀ

ଜୟନ୍ତ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ(1928-10-22)୨୨ ଅକ୍ଟୋବର ୧୯୨୮
କଟକ
ମୃତ୍ୟୁ୨୭ ଅଗଷ୍ଟ ୨୦୨୩(2023-08-27) (ବୟସ ୯୪)
କଟକ
ବୃତ୍ତିପଦାର୍ଥ ବିଜ୍ଞାନ ଅଧ୍ୟାପକ, ସାହିତ୍ୟିକ
ଭାଷାଓଡ଼ିଆ, ଇଂରାଜୀ
ପୁରସ୍କାରପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀସ୍ୱପ୍ନା ମହାପାତ୍ର
ସନ୍ତାନମୋହନ ମହାପାତ୍ର

ଦସ୍ତଖତSignature of Jayanta Mahapatra in Odia

୨୦୨୩ ମସିହା ଅଗଷ୍ଟ ୨୭ ତାରିଖରେ ୯୫ ବର୍ଷ ବୟସରେ କଟକରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁର କିଛି ଦିନ ଆଗରୁ ସେ କଟକ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ନିମୋନିଆ ପାଇଁ ଚିକିତ୍ସିତ ହେଉଥିଲେ ।[୭]

ଜୀବନୀ ଓ ଶିକ୍ଷା ସମ୍ପାଦନା

ଜୟନ୍ତ ମହାପାତ୍ର ୧୯୨୮ ମସିହା ଅକ୍ଟୋବର ମାସ ୨୨ତାରିଖ କଟକଠାରେ ଏକ ନିମ୍ନ ମଧ୍ୟବିତ୍ତ ଓଡ଼ିଆ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୮] ତାଙ୍କ ପିତାଙ୍କ ନାମ ଥିଲା ନେମୁଏଲ ମହାପାତ୍ର ଓ ମାତାଙ୍କ ନାମ ସୁଧାଂଶୁବାଳା ଦାଶ ।[୯] ତାଙ୍କ ବାପା ନେମୁଏଲ କାଠଯୋଡି ହଷ୍ଟେଲରେ ସୁପରିଟେଣ୍ଡେଣ୍ଟ ଥିଲେ ଓ ପରେ ସ୍କୁଲ ଇନ୍‌ସପେକ୍ଟର ହୋଇଥିଲେ । ସେ କଟକର ଷ୍ଟିୱାର୍ଟ ସ୍କୁଲରେ ପାଠପଢ଼ା ଆରମ୍ଭ କରି ପରେ ରେଭେନ୍‌ସା ମହାବିଦ୍ୟାଳୟପାଟଣା ବିଶ୍ବବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକୋତ୍ତର ହାସଲ କରିଥିଲେ । ସେ ସ୍ୱପ୍ନା ମହାପାତ୍ରଙ୍କୁ ବିବାହ କରିଥିଲେ ଓ ଦମ୍ପତ୍ତିଙ୍କ ଏକମାତ୍ର ସନ୍ତାନ ଥିଲେ । ତାଙ୍କ ପୁଅର ନାମ ଥିଲା ମୋହନ ମହାପାତ୍ର ।[୧୦] ୨୦୦୮ ମସିହାରେ ଜ୍ୟୋତ୍ସ୍ନା ମହାପାତ୍ରଙ୍କର କ୍ୟାନସର ରୋଗରେ ଓ ପୁଅ ମୋହନଙ୍କର ତା'ର ଏକ ଦଶନ୍ଧି ପରେ ଦେହାନ୍ତ ହୋଇଯାଇଥିଲା ।[୭] ଜେ ସରୋଜିନୀ ୫୦ ବର୍ଷ ଧରି ତାଙ୍କର ତତ୍ତ୍ୱାବଧାରିକା ଥିଲେ । ୨୦୨୨ ଡିସେମ୍ବରରେ ସରୋଜିନୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅ ଜେ ଆଇଜାକ ଓ ବୋହୁ ଜେ ସନ୍ଧ୍ୟା ତତ୍ତ୍ୱବଧାନ ଦାୟିତ୍ୱ ନେଇଥିଲେ ।[୧୧]

ବୃତ୍ତି ସମ୍ପାଦନା

ଉଚ୍ଚଶିକ୍ଷା ପରେ ରେଭେନ୍‌ସା କଲେଜରେ ସେ ପଦାର୍ଥ ବିଜ୍ଞାନ ଡେ‌ମନଷ୍ଟ୍ରେଟର ଭାବେ ଚାକିରି କରିଥିଲେ । ୧୯୪୯ ମସିହାରେ ସେ ରାଜ୍ୟର ଫକୀରମୋହନ କଲେଜ, ବାଲେଶ୍ୱର, ଗଙ୍ଗାଧର ମେହେର କଲେଜ, ସମ୍ବଲପୁର, ବି.ଜେ.ବି କଲେଜ, ଭୁବନେଶ୍ୱର ଏବଂ ରେଭେନ୍ସା କଲେଜ, କଟକ ଆଦି ସରକାରୀ କଲେଜରେ ପଦାର୍ଥ ବିଜ୍ଞାନ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରି ୧୯୮୬ରେ ଅବସର ଗ୍ରହଣ କରିଥିଲେ ।[୧୨]

ସାହିତ୍ୟ ରଚନା ସମ୍ପାଦନା

୧୯୫୩ ମସିହାରେ ୩୮ ବର୍ଷ ବୟସରେ ସେ କବିତା ରଚନା କରିବା ଆରମ୍ଭ କଲେ ଏବଂ ୪୦ ବର୍ଷ ହେବା ପୂର୍ବରୁ ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା । ଓଡ଼ିଆରେ ତାଙ୍କର ପ୍ରଥମ କବିତା ସଂକଳନ ସ୍ୱୟଂବର ଏବଂ କବିତାସମୂହ ୧୯୭୧ରେ ଏବଂ ପରେ ଇଂରାଜୀରେ କ୍ଲୋଜ ଦି ସ୍କାଇ, ଟେନ ବାଇ ଟେନ ଆଦି କବିତା ପ୍ରକାଶ ପାଇଥିଲା । ତାଙ୍କର କବିତା ଗୁଚ୍ଛ ମଧ୍ୟରୁ ଏ ରେନ ଅଫ ରାଇଟ୍ସ, ଲାଇଫ ସାଇନସ ଏବଂ ଏ ୱାଇଟନେସ ଅଫ ବୋନ ଆଦି ପ୍ରକାଶିତ ହୋଇଥିଲା । ତାଙ୍କ କବିତା ସଂକଳନ ଦି ଲଙ୍ଗ ପଏମ ରିଲେସନସିପ ପାଠକମାନଙ୍କ ସବୁଠୁ ଅଧିକ ଆଦୃତି ଲାଭ କରିଥିଲା । ଏହି କବିତା ସଂକଳନ ପାଇଁ ସେ ୧୯୮୧ ମସିହାରେ ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ । ସେତେବେଳେ ସେ ପ୍ରଥମ ଭାରତୀୟ କବି ଭାବେ ଏହି ସଫଳତା ଅର୍ଜନ କରିଥିଲେ ।[୪] ସେ ୧୬ଟି କବିତା ସଂକଳନ ରଚନା କରିଥିଲେ ।[୧୩] ତାଙ୍କର ଅନ୍ୟାନ୍ୟ କବିତା ସଂକଳନ ମଧ୍ୟରେ ଶେଡ଼ୋ ସ୍ପେସ, ବେଆର ଫେସ ଏବଂ ରେଣ୍ଡୋମ ଡିସେଣ୍ଟ ଇତ୍ୟାଦି ଅନ୍ୟତମ । କବିତା ସହ ସେ ଅନେକ ପ୍ରବନ୍ଧ ମଧ୍ୟ ରଚନା କରିଥିଲେ । କିଛି କ୍ଷୁଦ୍ର ଗଳ୍ପ ଗୁଡ଼ିକୁ ନେଇ ସେ ଗ୍ରୀନ ଗାର୍ଡେନର ନାମକ ଏକ କ୍ଷୁଦ୍ରଗଳ୍ପ ସଂକଳନ ପ୍ରକାଶ କରିଥିଲେ । ସାହିତ୍ୟିକ ଦେବାନନ୍ଦ ଦାସଙ୍କ ସହ ମିଶି ସେ କଟକରୁ ପ୍ରକାଶିତ ସାହିତ୍ୟ ପତ୍ତିକା ଚନ୍ଦ୍ରଭାଗା ପତ୍ରିକା ଆରମ୍ଭ କରିଥିଲେ । ୨୦୨୨ ମସିହାରେ ଯାଏ ସେ ଏହାର ୧୯ତମ ସଂସ୍କରଣ ପ୍ରକାଶ ପାଇବା ପର୍ଯ୍ୟନ୍ତ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୧୧]

ରଚନାବଳୀ ସମ୍ପାଦନା

ଓଡ଼ିଆ ସମ୍ପାଦନା

  • ପାହିନି ରାତି (ଆତ୍ମଜୀବନୀ-୧ମଭାଗ)
  • ସ୍ୱୟଂବର (୧୯୭୧)
  • ପ୍ରତୀକ୍ଷା (୧୯୭୯)
  • ସମ୍ପର୍କ (୧୯୮୦)
  • ବଳୀ (୧୯୯୩)
  • କହିବି ଗୋଟିଏ କଥା (୧୯୯୫)
  • ଟିକିଏ ଛାଇ (୨୦୦୪)
  • ଭୋର ମୋତିର କାନଫୁଲ(୨୦୧୧)(ଆତ୍ମଜୀବନୀ ୨ୟଭାଗ)
  • ବାୟା ରାଜା (୧୯୯୭)
  • ଯଦି'ବା ଗପ ଟିଏ (୨୦୦୮)
  • ଝାଞ୍ଜି (୨୦୨୩)

ଇଂରାଜୀ ସମ୍ପାଦନା

  • କ୍ଲୋଜ ଦ ସ୍କାଇ ଟେନ ବାଇ ଟେନ
  • ଏ ରେନ଼୍ ଅଫ ରଇଟ଼୍
  • ରିଲେସନସିପ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ - ୨୦୧୯[୧୪]
  • ପଦ୍ମଶ୍ରୀ, ୨୦୦୯ [୧୫]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୧ ( ଇଂରାଜୀ କବିତା ପୁସ୍ତକ ରିଲେସନସିପ ପାଇଁ ସେ ଏହି ପୁରସ୍କାର ପାଇଥିଲେ )
  • ଉତ୍କଳ ରତ୍ନ ସମ୍ମାନ, ୨୦୧୪[୧୬]
  • ସାରଳା ସମ୍ମାନ, ୨୦୧୦
  • ବିଷୁବ ପୁରସ୍କାର, ୨୦୦୭
  • ଗଙ୍ଗାଧର ଜାତୀୟ ସମ୍ମାନ, ୧୯୯୪
  • କହ୍ନେୟାଲାଲ ସେଠିଆ ସମ୍ମାନ - ୨୦୧୭ (ଜୟପୁର ସାହିତ୍ୟ ଉତ୍ସବରେ ଜୀବନବ୍ୟାପି ସାହିତ୍ୟକୁ ଅବଦାନ ପାଇଁ)[୧୭]
  • ଜାକବ ଗ୍ଲାଡଷ୍ଟୋନ ପୁରସ୍କାର (ଆମେରିକୀୟ ପତ୍ରିକା ପୋଏଟ୍ରି ଚିକାଗୋ ତରଫରୁ ପ୍ରଦତ୍ତ)[୧୮]
  • କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ - ୨୦୨୩ (ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରଦତ୍ତ)[୧୯]

ମୃତ୍ୟୁ ସମ୍ପାଦନା

୨୦୨୩ ଅଗଷ୍ଟ ୨୭ରେ ସ୍ନାୟବିକ ରୋଗ ଯୋଗୁଁ ୯୫ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ୨୦୨୩ ଅଗଷ୍ଟ ୪ରୁ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିଲେ ।[୨୦] ୨୦୦୮ ମସିହାରେ ସେ ନିଜର ଉଇଲ ମାଇଁ ଲାଷ୍ଟ ଉଇସ୍‌ ଲେଖିଥିଲେ ଓ ତାହା ସାହିତ୍ୟିକ ସୁସ୍ମିତା ରଥଙ୍କୁ ଦେଇଥିଲେ । ଏଥିରେ ସେ ତିନୋଟି ଜିନିଷ ଉଲ୍ଲେଖ କରିଥିଲେ । ପ୍ରଥମରେ, ମୃତ୍ୟୁପରେ ମରଶରୀରକୁ କଟକସ୍ଥିତ ଖାନନଗରର ବିଦ୍ୟୁତ ଚୁଲାରେ ଦାହ କରିବା ପାଇଁ ଲେଖିଥିଲେ । ଦ୍ୱିତୀୟରେ ତାଙ୍କ ମୃତ୍ୟୁ ପରେ ତାଙ୍କର ଜମି ଜେ ସରୋଜିନୀଙ୍କୁ ଦେବା ବିଷୟରେ ଉଲ୍ଲେଖ କରିଥିଲେ । ଶେଷରେ ତାଙ୍କ ଚିଠିପତ୍ର, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପି ଆଦିକୁ ମୃତ୍ୟୁ ପରେ ପୋତି ଦେବା ପାଇଁ ଲେଖିଥିଲେ ।[୧୦]

ଆଧାର ସମ୍ପାଦନା

  1. "Biography of Jayanta Mahapatra". PoemHunter.com. Retrieved 4 March 2017.
  2. "Jayanta Mahapatra". Poem hunter. Retrieved 16 April 2016.
  3. "Sahitya Akademi : Who's Who of Indian Writers". Sahitya Akademi. Sahitya Akademi. Retrieved 27 October 2015.
  4. ୪.୦ ୪.୧ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
  5. "Jayanta Mahapatra returns Padma Shri protesting 'intolerance'". 23 November 2015.[dead link]ଛାଞ୍ଚ:Cbignore
  6. "Noted poet Jayanta Mahapatra returns Padma Shri - The Times of India". The Times of India. 22 November 2015. Retrieved 2015-11-22.
  7. ୭.୦ ୭.୧ "Acclaimed poet Jayanta Mahapatra, known for 'Indian Summer' and 'Hunger', dies at 95". Frontline, The Hindu (in Indian English). 2023-08-28. Retrieved 2023-08-29.
  8. "Renowned Litterateur Jayanta Mahapatra Dies At 95". NDTV.com. Retrieved 2023-08-29.
  9. "ନବେ ବର୍ଷରେ ପାଦ ଦେଲେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର". ସମ୍ବାଦ ୨୪/୧୦/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୬. Archived from the original on 24 October 2017. Retrieved 24 October 2017.
  10. ୧୦.୦ ୧୦.୧ "କବି ଜୟନ୍ତ ମହାପାତ୍ରଙ୍କ ଶେଷ ଇଚ୍ଛା: ବିଦ୍ୟୁତ୍‌ ଚୁଲାରେ ଦାହ ହେବ ମୃତଶରୀର…". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 28 August 2023. Retrieved 28 August 2023.
  11. ୧୧.୦ ୧୧.୧ "In loneliness and on death bed, writing was his sole companion". The New Indian Express. Retrieved 2023-08-29.
  12. [୧] Archived 2007-10-26 at the Wayback Machine. Web page titled "Jayanta Mahapatra's Profile" at the Muse India Web site, accessed 16 October 2007
  13. Grove, Richard. "The Dance of the Peacock:An Anthology of English Poetry from India". No. current. Hidden Brook Press, Canada. Archived from the original on 29 September 2018. Retrieved 5 January 2015.
  14. "Press Release : Election of Fellows of Sahitya Akademi" (PDF). sahitya-akademi.gov.in. Sahitya Akademy. Retrieved 29 January 2019.
  15. "Noted poet Jayanta Mahapatra returns Padma Shri - The Times of India". The Times of India. Retrieved 2015-11-22.
  16. "Eminent Odisha poet Jayant Mohapatra to get Utkal Ratna Samman". Odisha Sun Times. Retrieved 31 August 2014.
  17. http://indianexpress.com/article/lifestyle/books/jaipur-literature-festival-cuttack-poet-bags-kanhaiya-lal-sethia-award-for-poetry-4486184/
  18. ରବିବାର ସମ୍ବାଦ ୦୫/୧୧/୨୦୧୭ ପୃଷ୍ଠା ୬ http://www.sambadepaper.com/Details.aspx?id=398822&boxid=191922743. Retrieved 6 November 2017. {{cite news}}: Missing or empty |title= (help)[permanent dead link]
  19. "ବ୍ରହ୍ମପୁର ବିଶ୍ୱବିଦ୍ୟାଲୟର ୫୭ତମ ପ୍ରତିଷ୍ଠା ଦିବସ". No. ସମ୍ବାଦ ୦୩/୦୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡ଼ିଆ. 3 January 2023. Archived from the original on 3 January 2023. Retrieved 3 January 2023.
  20. "ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ରଙ୍କ ପରଲୋକ: ୯୫ ବର୍ଷ ବୟସରେ ଆଖିବୁଜିଲେ ଜୟନ୍ତ ମହାପାତ୍ର | Kanak News" (in ଆମେରିକୀୟ ଇଂରାଜୀ). 27 August 2023. Archived from the original on 27 August 2023. Retrieved 27 August 2023.

ଅଧିକ ତଥ୍ୟ ସମ୍ପାଦନା