ସ୍ମାଇଲ୍ ପ୍ଲିଜ୍
ସ୍ମାଇଲ୍ ପ୍ରିଜ୍, ୨୦୧୪ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରବିନ ନନ୍ଦ[୩] ଓ ରାଜେଶ ପାଢ଼ୀ । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏସ୍. କେ. ମୁରଲୀଧରନ୍ ।[୫] ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ସ୍ମାଇଲ୍ ପ୍ଲିଜ୍ | |
---|---|
ନିର୍ଦ୍ଦେଶକ | ଏସ୍. କେ. ମୁରଲୀଧରନ୍ |
ପ୍ରଯୋଜକ | ରବିନ କୁମାର ନନ୍ଦ ରାଜେଶ ପାଢ଼ୀ |
ସଂଳାପ | ରଜନୀ ରଞ୍ଜନ[୧] |
କଳାକାର | ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ପୁଷ୍ପା ପଣ୍ଡା, ସଲିଲ୍ ମିତ୍ର, ହାଡ଼ୁ, ସୁମନ, ମିଲି |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ଦି ଭିଦାସ୍ ଷ୍ଟୁଡ଼ିଓସ୍ |
Production company | ପାୟଲ ଷ୍ଟୁଡ଼ିଓ |
ମୁକ୍ତିଲାଭ ତାରିଖ | ୧୪ ମାର୍ଚ୍ଚ ୨୦୧୪[୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅର୍ଚ୍ଚିତା ସାହୁ ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଓଡ଼ିଆ ଫିଲ୍ମ ଫେୟାର ପୁରସ୍କାରରେ ଶ୍ରେଷ୍ଠ ନାୟିକା, ନାୟିକା, ଶ୍ରେଷ୍ଠ ଗୀତ ରଚନା ଏବଂ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ପାଇଥିଲା ।[୬] ଏହି ସହ ନାୟିକା ଅର୍ଚ୍ଚିତାଙ୍କୁ ତରଙ୍ଗ ସିନେ ଆୱାର୍ଡ଼ରେ ଶ୍ରେଷ୍ଠ ନାୟିକା ଭାବରେ ବିବେଚିତ କରାଯାଇଥିଲା ।
ଅଭିନୟ
ସମ୍ପାଦନା- ସବ୍ୟସାଚୀ ମିଶ୍ର[୭]- ମହେଶ
- ଅର୍ଚ୍ଚିତା ସାହୁ- ସ୍ନେହା
- ମିହିର ଦାସ- ରୁଦ୍ର ପ୍ରତାପ
- ପୁଷ୍ପା ପଣ୍ଡା- ପୁଷ୍ପା
- ମଧୁସ୍ମିତା- ଲକ୍ଷ୍ମୀ
- ମିଲି
- ସଲିଲ୍ ମିତ୍ର- ଶଙ୍କର
- ହାଡ଼ୁ- ବନମାଳୀ ପଣ୍ଡା
- ସୁମନ- ପେପର ବାଲା
- ଗୁଡୁ
- ସୋନାଲି
- କାଜଲ
- ନୀଳମଣି
- ଚିତ୍ତ
- ଭିକାରୀ
- ମୂଷା ବାରିକ
- ପ୍ରତିଭା ପଣ୍ଡା
- ରବି ମିଶ୍ର
- ସଚିନ ମିଶ୍ର
- ରୋହିତ
- ମନୋଜ ଖାନ୍
- ଅମିୟ
ଶିଶୁ କଳାକାର
ସମ୍ପାଦନା- ପ୍ରିନ୍ସ
- ପ୍ରିୟାଶ୍ରୀ
- ମାମାଲି
- ଆଦ୍ୟାଶା
- ସ୍ୱାଗତିକା
- ଇତି
କାହାଣୀ
ସମ୍ପାଦନାରୁଦ୍ର ପ୍ରତାପ ସାମନ୍ତରାୟ(ମିହିର ଦାସ), ଜଣେ ଅହଙ୍କାରୀ ଧନୀ ଲୋକ । କେବଳ ଟଙ୍କା ଦେଇ ସବୁକିଛି ହୁଏ ବୋଲି ତା'ର ଭାବନା । ଏପରିକି ସେ ଟଙ୍କା ଦେଇ ପାଖରେ ରଖିଥିବା ଚାକରମାନଙ୍କୁ ବି ଠିକ୍ରେ ବ୍ୟବହାର କରେନି । ସେ ଗରିବ ତଥା ମଧ୍ୟମ ଧରଣର ଲୋକମାନଙ୍କୁ କେବେ ସମ୍ମାନ ଦିଏ ନାହିଁ । ତାଙ୍କର ଦୁଇଟି ପୁଅ ଓ ଦୁଇଟି ଝିଅ । ବଡ଼ ପୁଅ ଅଜୟ ଏବଂ ସାନ ପୁଅ ବିଜୟ । ବଡ଼ଝିଅ ପୁଷ୍ପା(ପୁଷ୍ପା ପଣ୍ଡା) ଏବଂ ସାନଝିଅ ଲକ୍ଷ୍ମୀ । ରୁଦ୍ର ପ୍ରତାପର ପତ୍ନୀଙ୍କର ବିୟୋଗ ହୋଇଯାଇଥିଲା । ବଡ଼ଝିଅ ପୁଷ୍ପାର ପତି ଜଣେ ପୋଲିସ୍ ଏନ୍କାଉଣ୍ଟର ସ୍ପେଶାଲିଷ୍ଟ ଡିସିପି ଅଶୋକ ରାଉତରାଏ । ସାନ ଝିଅ ଲକ୍ଷ୍ମୀର ସଙ୍ଗୀତ ପାଇଁ ଥାଏ ବଡ଼ ଦୁର୍ବଳତା । ସେଥିପାଇଁ ରୁଦ୍ର ପ୍ରତାପ ତା'ର ଗୀତ ଶିଖିବା ପାଇଁ ଜଣେ ମଧ୍ୟମ ଶ୍ରେଣୀର ସଙ୍ଗୀତ ଶିକ୍ଷକଙ୍କୁ ଘରେ ନିଯୁକ୍ତ କରିଥିଲେ । ମାତ୍ର ସାନଝିଅ ଲକ୍ଷ୍ମୀ ସେହି ସଙ୍ଗୀତ ଶିକ୍ଷକର ପ୍ରେମରେ ପଡ଼ିଯାଇଥିଲା ଏବଂ ତା'ର ବାପାଙ୍କୁ ନ ଜଣାଇ ସେ ପିଲାକୁ ସଙ୍ଗେ ମନ୍ଦିରରେ ବିବାହ କରି ଘରକୁ ଆସିଗଲା । ଅହଙ୍କାରୀ ରୁଦ୍ର ପ୍ରତାପକୁ କେବଳ ଟଙ୍କା ଏବଂ ବଡ଼ଲୋକିଆ ଛଡ଼ା ଆଉ କିଛି ଜାଣେନା । ସେଥିପାଇଁ ସେ ସେ ଲୋକକୁ ଲକ୍ଷ୍ମୀକୁ ଫେରାଇଦେବାକୁ ଅନେକ ଟଙ୍କା ଯାଚିଲା, ମାତ୍ର ସେ କେବଳ ଲକ୍ଷ୍ମୀକୁ ଚାହେଁ ବୋଲି ଜଣେଇବାରୁ, ରୁଦ୍ର ବାବୁ ରାଗିଯାଇ ତାକୁ ଅନେକ କଟୁ କଥା କହି ବାଡ଼େଇବାକୁ ଲାଗିଲେ । ଏହା ଦେଖି ଲକ୍ଷ୍ମୀ ରୁଦ୍ର ବାବୁଙ୍କୁ ବାଧା ଦେବା ସହ ବାପାଙ୍କ ସହ ଝଗଡ଼ା କଲା, ଯାହାଫଳରେ ରୁଦ୍ର ପ୍ରତାପ ତାକୁ ଧିକ୍କାର କରି ଘରୁ ବାହାର କରିଦେଲା । ଏହା ଦେଖି ବାକି ଭାଇ ଭଉଣୀମାନେ ଲକ୍ଷ୍ମୀର ପକ୍ଷ ନେବା ସହ ରୁଦ୍ର ବାବୁଙ୍କ ସହ ଯୁକ୍ତିତର୍କ କଲେ, ଫଳରେ ସମସ୍ତଙ୍କୁ ରୁଦ୍ର ପ୍ରତାପ ଘରୁ ତଡ଼ିଦେଇ ଏକୁଟିଆ ହେଇଗଲେ । ବୟସ ବଢ଼ିବା ସହ ସେ ସେହି ଦୁଃଖରେ ରୁଦ୍ର ପ୍ରତାପ ଦିନରାତି ଅନବରତ ମଦ ପିଇବା ସହ ଦୁନିଆରେ କେହି ତା' କଥା ଶୁଣିଲେ ବି ସଭିଙ୍କୁ ଦୋଷ ଦେଉଥିଲେ । ଇତି ମଧ୍ୟରେ ୧୪ ବର୍ଷ ବିତିସାରିଥାଏ ।
ମହେଶ(ସବ୍ୟସାଚୀ ମିଶ୍ର) ଜଣେ ଫଟୋ ଉତ୍ତୋଳକ । ସେ ବଲାଙ୍ଗିରୀରୁ ଭୁବନେଶ୍ୱର ଆସି ଗୋଟିଏ ଷ୍ଟୁଡ଼ିଓରେ ଚିତ୍ର ଉତ୍ତୋଳକ ଭାବରେ କାର୍ଯ୍ୟ କରୁଥିଲା । ସଭିଙ୍କୁ ହସେଇବା ହିଁ ତା'ର କାମ । କେହି ପିଲାଙ୍କୁ ମନ ଦୁଃଖରେ ଦେଖିଲେ ସେ ସେମାନଙ୍କୁ ହସେଇବା ପାଇଁ କେବେ ବାଦାମ ବିକ୍ରି କରୁଥିଲା ତ କେବେ ପେପର ବିକା ପିଲାକୁ ସାଇକେଲରେ ବୁଲାଇ ତା'ର ପେପର ବିକ୍ରିକରୁଥିଲା । ଏକଦା ସେ ବାଦାମ ବିକୁଥିବା ବେଳେ ସ୍ନେହା(ଅର୍ଚ୍ଚିତା) ନାମକ ଗୋଟିଏ ଝିଅ ସହ ତା'ର ଦେଖା ହେଲା । ସେ ଝିଅଟି ଏତେ ସମ୍ଭ୍ରାତ ଘରର ପିଲାକୁ ବାଦମ ବିକୁଥିବାର ଦେଖି ତା' ବିଷୟରେ ଜାଣିବାକୁ ଇଚ୍ଛାପ୍ରକାଶ କଲା । ପରଦିନ ସକାଳେ ପୁଣିଥରେ ତାକୁ ପେପର ବିକୁଥିବାର ଦେଖି ତାକୁ ପିଛା କଲା । ମାତ୍ର ତା'ର କିଛି ଠିକଣା ପାଇପାରିଲା ନାହିଁ । ଦିନେ ତା'ର ଗାଡ଼ି ନମ୍ବର ଦେଖି ତାକୁ ଖୋଜି ପାଇଲା ଏବଂ ତା' ବିଷୟରେ ଜାଣିବାକୁ ପାଇଲା । ଏତେ ସବୁ ଜାଣିବା ପରେ ତା'ର ମହେଶ ପ୍ରତି ଧିରେ ଧିରେ ଦୁର୍ବଳତା ବଢ଼ିବାକୁ ଲାଗିଲା ।
ଏକଦା ରୁଦ୍ର ବାବୁଙ୍କ ବ୍ୟାଙ୍କ କାମ ପାଇଁ ଏକ ନୂଆ ଫଟୋ ଦରକାର ଥିଲା । ସେଥିପାଇଁ ଚିତ୍ର ଉତ୍ତୋଳକ ମହେଶ ତାଙ୍କ ଫଟୋ ନେବାକୁ ଆସିଥିଲା, ମାତ୍ର ରୁଦ୍ର ବାବୁଙ୍କ ଅହଙ୍କାର ତାକୁ ଭଲ ନ ଲାଗିବାରୁ ସେ ଇଆଡ଼ୁ ସିଆଡ଼ୁ କହି ଚାଲିଗଲା ଏବଂ ସେହି କଥା ରୁଦ୍ରବାବୁଙ୍କ ହୃଦୟକୁ ପାଇଗାଲ । ୧୪ବର୍ଷର ପୁରୁଣା ଦାଢ଼ୀକୁ କାଟି ପୁଣିଥରେ ଭଲ ଫଟୋଟିଏ ଉଠେଇବା ପାଇଁ ପୁଣିଥରେ ମହେଶକୁ ଡାକିଲେ । ଏହା ପରେ ମହେଶ ପାଖରେ କିଛି କୁହୁକ ଅଛି ବୋଲି ତାଙ୍କୁ ଲାଗିଲା । ସେଥିପାଇଁ ସେ ତାଙ୍କର ବିଛୁଡ଼ିଯାଇଥିବା ସମ୍ପୂର୍ଣ୍ଣ ପରିବାକୁ ଏକାଠି କରି ଏକ ପରିବାର ଫଟୋ ଉଠେଇବାକୁ କହିଲେ ।
ରୁଦ୍ରବାବୁଙ୍କ ପରିବାରକୁ ଏକାଠି କରିବା ପାଇଁ ପ୍ରଥମରେ ମହେଶ ରାଜି ହେଉ ନ ଥିଲା । ମାତ୍ର ରୁଦ୍ରବାବୁଙ୍କ ମୁହଁରେ ପୁଣିଥରେ ଖୁସି ଫେରେଇବା ପାଇଁ ସେ ଏହି କାର୍ଯ୍ୟ କରିବାକୁ ରାଜି ହେଲା । ରୁଦ୍ର ବାବୁଙ୍କର ସବୁ ପୁଅ, ଝିଅ ଏବଂ ନାତି ନାତୁଣୀମାନଙ୍କ ଘର ଠିକଣା ଖୋଜି ମହେଶ୍ ଯାଇ ସେଠାରେ ବିଭିନ୍ନ ଉପାୟରେ ରୁଦ୍ର ବାବୁଙ୍କ ଦୁଖଃ ଏବଂ ନିଶାଭ୍ୟାସ କଥା କହି ସେମାନଙ୍କୁ ଘରକୁ ଫେରାଇ ଆଣିବାକୁ ମନେଇଲା ।
ଏକଦା ସେ ଜାଣିବାକୁ ପାଇଲା କି ସ୍ନେହା ହେଉଛି ରୁଦ୍ର ପ୍ରତାପଙ୍କର ବଡ଼ ପୁଅର ଝିଅ । ଏହା ଜାଣିବା ପାରେ ସେ ରୁଦ୍ର ପ୍ରତାପ ସହ ବିଶ୍ୱାସଘାତ କରିବାକୁ ଚାହୁଁ ନ ଥିଲା । ସେଥିପାଇଁ ସେ ସ୍ନେହାଠାରୁ ଦୂରେଇଯିବାକୁ ଚାହୁଁଥିଲା । ମାତ୍ର ରୁଦ୍ର ପ୍ରତାପ ମହେଶ ଆଉ ସ୍ନେହା ବିଷୟରେ ଜାଣିବାକୁ ପାଇଲା ଏବଂ ସେ ସେମାନଙ୍କୁ ମିଶେଇବାକୁ ଚେଷ୍ଟା କରୁଥିଲା । ସେତେବେଳେ କିନ୍ତୁ ସେ ଜାଣି ନ ଥିଲେ କି ସେ ତାଙ୍କର ନାତୁଣୀ ବୋଲି । ମାତ୍ର ଏହି ସବୁ କରିବାକୁ ମହେଶ ତାଙ୍କୁ ବାରଣ କଲା । ଏହା ପରେ ସେ ସ୍ନେହାକୁ ଦେଖା ନ କରିବା ପାଇଁ ରହୁଥିବା ଭଡ଼ାଘର ଛାଡ଼ି ମଧ୍ୟ ରୁଦ୍ରବାବୁଙ୍କ ଘରକୁ ଚାଲିଗଲା ।
ଏହାପରେ ସେ ରୁଦ୍ରବାବୁଙ୍କ ଘରକୁ ତାଙ୍କର ପୁଅ ଝିଅ ସଭିଏଁ ଆସିଲେ । ସେଠାରେ ସ୍ନେହା ମହେଶକୁ ଦେଖିଲା, ମାତ୍ର ମହେଶ ତାକୁ ନ ଚିହ୍ନିଲା ଭଳି ବ୍ୟବହାର କଲା । ଏହି ସବୁ କଥା ରୁଦ୍ରବାବୁଙ୍କ ଚାକର ଶଙ୍କରଠାରୁ ରୁଦ୍ରବାବୁ ଜାଣିବା ପରେ ମହେଶକୁ ବୁଝେଇ ସୁଝେଇ ସ୍ନେହାକୁ ଗ୍ରହଣ କରିବା ଗୁହାରି କଲେ ଏବଂ ଶେଷରେ ରୁଦ୍ରବାବୁଙ୍କ ସମ୍ମତିରେ ସେ ଦ୍ୱୟ ଏକାଠି ହେଲେ । ରୁଦ୍ରବାବୁଙ୍କର ପରିବାରର ଫଟୋ ଉଠା କାମ ଶେଷ ହେଲା ।
ଗୀତ ଏବଂ ସଂଗୀତ
ସମ୍ପାଦନାଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଚଳଚ୍ଚିତ୍ରରେ ମୋଟ ୫ଟି ଗୀତ ଥିଲା । ନିର୍ମଳ ନାୟକ ଏବଂ ନିଜାମ ଏହି ଚଳଚ୍ଚିତ୍ରଟିର ଗୀତ ରଚନା କରଥିଲେ । ଉଦିତ ନାରାୟଣ, ପାମେଲା ଜୈନ, ବିନୋଦ ରାଠୋର, ପଙ୍କଜ ଜାଲ, କୁମାର ବାପି, ସଂଗ୍ରାମ ଏବଂ ଅଭିଜିତ ମଜୁମଦାର ପ୍ରମୁଖ କଣ୍ଠଦାନ କରିଥିଲେ ।
ଉତ୍କଳ ମଣ୍ଡପ ପ୍ରାଙ୍ଗଣରେ ଅନୁଷ୍ଠିତ ୫ମ ଓଡ଼ିଆ ଫିଲ୍ମ ଫେୟାର ଉତ୍ସବରେ ରେ ସଜନୀ ଗୀତ ରଚନା ପାଇଁ ଗୀତିକାର ନିଜାମଙ୍କୁ ଶ୍ରେଷ୍ଠ ଗୀତିକାର ପୁରସ୍କାର ମିଳିଥିଲା ଏବଂ ଏହି ଗୀତର କଣ୍ଠଶିଳ୍ପୀ ସଂଗ୍ରାମ ମହାନ୍ତିଙ୍କୁ ଶ୍ରେଷ୍ଠ କଣ୍ଠଶିଳ୍ପୀ ପୁରସ୍କାର ମିଳିଥିଲା ।[୬]
ଗୀତ
ସମ୍ପାଦନାଗୀତ | ରଚନା | କଣ୍ଠଦାନ |
---|---|---|
ଜବାନୀ ତୋ ମଲ୍ଲିକା ଭଳି | ||
ଚୁନା ଚୁନା ସ୍ୱପ୍ନ | ||
ଆସୁଛି ଆସୁଛି ପୁଣି ଖୁସିର ସବାରୀ | ||
ବାଜିଗଲା ବାର ବାଜିଗଲା | ||
ଅଣ୍ଡା ଢୋ | ||
ରେ ସଜନୀ | ||
ସ୍ମାଇଲ୍ ପ୍ଲିଜ୍ | ||
ଆସୁଛୁ ଅସୁଛି ଖୁସିର ସବାରୀ |
ଅଧାର
ସମ୍ପାଦନା- ↑ "Mahurat of Odia film 'Smile Please' held". DailyPoineer.com. 12 January 2014. Retrieved 16 February 2017.
- ↑ "Odia Film Calender 2014". OdiaLive.com. Retrieved 16 February 2017.
- ↑ "ଏହି ଓଲିଉଡ ନାୟକଙ୍କ ନୂଆ ନାୟିକା ହେଲେ ତାନ୍ୟା , ଜାଣନ୍ତୁ କେଉଁ ସିନେମାରେ ଆସୁଛନ୍ତି ଏହି ଯୋଡ଼ି". sambad.in. 8 June 2018. Retrieved 10 June 2018.
- ↑ "ରଜନୀଙ୍କ ଶତକୀୟ ପାଳି". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
- ↑ "Chocolate hero says Smile Please". Odia Live. 24 February 2014. Retrieved 16 February 2017.
- ↑ ୬.୦ ୬.୧ Palit, Ashok (1 March 2015). "Smile please swept the 5th Odia Film Fair awards". Orissadiary. Retrieved 16 February 2017.[permanent dead link]
- ↑ "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.