ହରିହର ମହାପାତ୍ର (ଅଭିନେତା)
ଓଡ଼ିଆ ଅଭିନେତା
(ହରିହର ମହାପାତ୍ରରୁ ଲେଉଟି ଆସିଛି)
ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ।[୨] ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।
ହରିହର ମହାପାତ୍ର | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଅଭିନେତା |
ବୈବାହିକ-ସାଥୀ | ମୋନାଲିସା ମହାପାତ୍ର |
ସନ୍ତାନ | ତାବିସି ତନୟା ମହାପାତ୍ର[୧] |
ପିତାମାତା | ଭଗବାନ ମହାପାତ୍ର ପାର୍ବତୀ ମହାପାତ୍ର |
ଦସ୍ତଖତ | |
ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।[୩]
ଅଭିନୟ ଜୀବନ
ସମ୍ପାଦନାହରିହର ମହାପାତ୍ର ରାଜୁ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ସତମିଛ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୪]
ଆଧାର
ସମ୍ପାଦନା- ↑ "ବ୍ୟକ୍ତିତ୍ୱ". No. ନିତିଦିନ ୨୫/୦୭/୨୦୧୯ ପୃଷ୍ଠା ୯. ନିତିଦିନ. Retrieved 26 July 2019.[permanent dead link]
- ↑ http://www.newindianexpress.com/states/odisha/Film-fiesta-this-Raja/2013/05/24/article1603024.ece?service=print[permanent dead link]
- ↑ ଧରିତ୍ରୀ ୨୫/୦୬/୨୦୧୪ରେ ପ୍ରକାଶିତ ଧରିତ୍ରୀ ଆଳାପ
- ↑ "ନୂଆବର୍ଷରେ ଧୋରେ ବାଇଆ ଧୋ". ନିର୍ଭୟ. 12 December 2022. p. 10. Archived from the original on 3 January 2023. Retrieved 3 January 2023.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ହରିହର ମହାପାତ୍ର