ଶ୍ରୀକାନ୍ତ କୁମାର ଜେନା

ଓଡ଼ିଆ ରାଜନୀତିଜ୍ଞ

ଶ୍ରୀକାନ୍ତ କୁମାର ଜେନା (ଜନ୍ମ: ୧୮ ଜୁନ ୧୯୫୦), ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଗୁଜରାଲ ଓ ଦେବ ଗୌଡ଼ାଙ୍କର ମନ୍ତ୍ରୀମଣ୍ଡଳରେ ସଂସଦୀୟ ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ମନ୍ତ୍ରୀ ଥିଲେ । ମନମୋହନ ସିଂହଙ୍କର ୨ୟ ମନ୍ତ୍ରୀମଣ୍ଡଳରେ ସେ ରସାୟନ ଓ ସାର ମନ୍ତ୍ରୀ ଥିଲେ । ଭି. ପି. ସିଂହଙ୍କର ମନ୍ତ୍ରୀ ମଣ୍ଡଳରେ ସେ ରାଜ୍ୟ, କ୍ଷୁଦ୍ର ଉଦ୍ୟୋଗ ଏବଂ କୃଷି ଓ ଗ୍ରାମୀଣ ଉଦ୍ୟୋଗର ମନ୍ତ୍ରୀ ଥିଲେ ।[୧][୨][୩][୪] ୧୫ଶ ଲୋକ ସଭାକୁ ସେ ବାଲେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ।

ଶ୍ରୀକାନ୍ତ କୁମାର ଜେନା
ସାଂସଦ: ଲୋକ ସଭା
କାର୍ଯ୍ୟକାଳ
୨୦୦୯ – ୨୦୧୪
ପୂର୍ବ ଅଧିକାରୀଖାରବେଳ ସ୍ୱାଇଁ
ପର ଅଧିକାରୀରବିନ୍ଦ୍ର କୁମାର ଜେନା
ନିର୍ବାଚନ ମଣ୍ଡଳୀବାଲେଶ୍ୱର, ଓଡ଼ିଶା
କାର୍ଯ୍ୟକାଳ
୧୯୯୬ – ୧୯୯୮
ପୂର୍ବ ଅଧିକାରୀରବି ରାୟ
ପର ଅଧିକାରୀପ୍ରଭାତ କୁମାର ସାମନ୍ତରାୟ
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା, ଓଡ଼ିଶା
କାର୍ଯ୍ୟକାଳ
୧୯୮୯ – ୧୯୯୬
ପୂର୍ବ ଅଧିକାରୀଜୟନ୍ତି ପଟ୍ଟନାୟକ
ପର ଅଧିକାରୀଅନାଦି ସାହୁ
ନିର୍ବାଚନ ମଣ୍ଡଳୀକଟକ, ଓଡ଼ିଶା
ବିଧାୟକ: ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୯
ପୂର୍ବ ଅଧିକାରୀପ୍ରହଲ୍ଲାଦ ମଲ୍ଲିକ
ପର ଅଧିକାରୀକୁଳମଣି ରାଉତ
ନିର୍ବାଚନ ମଣ୍ଡଳୀବରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1950-06-18) ୧୮ ଜୁନ ୧୯୫୦ (ବୟସ ୭୩)
ଯାଜପୁର, ଓଡ଼ିଶା, ଭାରତ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ
ଜୀବନ ସାଥୀସୁବ୍ରତା ଜେନା
ସନ୍ତାନ୧ ପୁଅ, ୧ ଝିଅ
ଘରନୂଆ ଦିଲ୍ଲୀ, ଭାରତ
୧୫ ଜାନୁଆରୀ, ୨୦୧୨ ସୁଦ୍ଧା
ଆଧାର: india.gov.in

୧୯୭୭ ମସିହାରୁ ୧୯୮୯ ମସିହା ମଧ୍ୟରେ ସେ ଓଡ଼ିଶା ବିଧାନ ସଭାକୁ ତିନିଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ୧୯୭୯-୮୦ରେ ସେ ଓଡ଼ିଶା ବିଧାନ ସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୮୯ ମସିହାରେ ସେ ପ୍ରଥମଥର ପାଇଁ ଭାରତର ସଂସଦର ତଳ ସଦନ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ୯ମ ଲୋକ ସଭା ପରେ ସେ ୧୦ମ ଲୋକ ସଭା, ୧୧ଶ ଲୋକ ସଭା ଏବଂ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବା ଆଗରୁ ଶ୍ରୀକାନ୍ତ ଜନତା ଦଳରେ ଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ଶ୍ରୀକାନ୍ତ ଜେନା ୧୮ ଜୁନ ୧୯୫୦ରେ ଓଡ଼ିଶାର ଯାଜପୁର ଜିଲ୍ଲାର ରତ୍ନଗିରି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କର ନାମ ରଘୁନାଥ ଜେନା ।[୬] ସେ ସୁବ୍ରତା ଜେନାଙ୍କୁ ବିବାହ କରିଥିଲେ ।[୬] ସେ ଉତ୍କଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା କେନ୍ଦ୍ରାପଡ଼ା ମହାବିଦ୍ୟାଳୟରୁ କଳାରେ ସ୍ନାତକ କରିଥିଲେ ।

ରାଜନୀତି ସମ୍ପାଦନା

ଶ୍ରୀକାନ୍ତ ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିଲେ । ସେ ପାଠପଢ଼ା ସମୟରେ ଛାତ୍ର ନେତା ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ଏବଂ ଓଡ଼ିଶା ଯୁବ କଂଗ୍ରସ ଦଳର ସଭାପତି ଥିଲେ । ଓଡ଼ିଶାରେ ଷ୍ଟିଲ ପ୍ଲାଣ୍ଟର ପ୍ରତିଷ୍ଠା ଦାବି କରି ଜଣେ ଯୁବ ନେତା ଭାବରେ ସେ ଅନେକଥର କାରାଗାରରେ ବନ୍ଦୀ ହୋଇଛନ୍ତି ।[୬] ୧୯୭୫ ମସିହାରୁ ୧୯୭୭ ମସିହା ମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା ଜରୁରୀକାଳିନ ପରିସ୍ଥିତିରେ ସେ ୧୯ ମାସ ଧରି ବନ୍ଦି ହୋଇ ରହିଥିଲେ ।[୬]

ଏହାପରେ ସେ ୧୯୭୭ ମସିହାର ଜନତା ଦଳର ଯୁବ ପ୍ରତିନିଧି ଭାବରେ ଓଡ଼ିଶାର ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ଆଉ ଦୁଇଥର ବିଧାନ ସଭାକୁ ନିର୍ବାଚିତ ହୋଇ ୧୯୮୯ ମସିହା ପର୍ଯ୍ୟନ୍ତ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୬]

୧୯୮୯ ମସିହାରେ ଶ୍ରୀକାନ୍ତ ଭାରତର ସଂସଦର ତଳ ସଦନ ଲୋକ ସଭା୯ମ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ସେ ଲୋକ ସଭା ତଥା ଓଡ଼ିଶାର ବିଧାନ ସଭାର ମନ୍ତ୍ରୀମଣ୍ଡଳଗୁଡ଼ିକରେ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପଦବୀରେ ରହି କାର୍ଯ୍ୟ କରିଥିଲେ ।

ଆଧାର ସମ୍ପାଦନା

  1. Statement of Srikant Kumar Jena on IIP Data
  2. Ministry of Statistics & Programme Implementation Releases IIP Data for November 2011[permanent dead link] under UPA II
  3. [୧]
  4. Srikant Jena Presents Annual AMAI Awards
  5. Lok Sabha MP Profile Retrieved on 15 January 2012
  6. ୬.୦ ୬.୧ ୬.୨ ୬.୩ ୬.୪ "MLA Srikant Kumar Jena Profile | BARI-DERABISI Constituency". www.naveenpatnaik.com (in ଇଂରାଜୀ). Odisha: NaveenPattnaik.com. Archived from the original on 20 July 2017. Retrieved 30 January 2019.

ବାହାର ଆଧାର ସମ୍ପାଦନା