୯ମ ଲୋକ ସଭା ୧୯୮୯ ମସିହାରେ ଗଠିତ ହୋଇଥିଲା । ଏହି ଲୋକ ସଭା ୧୯୮୯ ସାଧାରଣ ନିର୍ବାଚନ ପରେ ୨ ଡିସେମ୍ବର ୧୯୮୯ରେ ଗଠିତ ହୋଇଥିଲା ଏବଂ ପାଖାପାଖି ଦେଢ଼ ବର୍ଷ ପରେ ଅର୍ଥାତ ୧୩ ମାର୍ଚ୍ଚ ୧୯୯୧ ମସିହାରେ ଭଙ୍ଗ ହୋଇଥିଲା । ୯ମ ଲୋକ ସଭା ପାଇଁ ନିର୍ବାଚନ ପରେ ରାଜ୍ୟସଭାରୁ ୧୨ ଜଣେ ସଦସ୍ୟ ମନୋନୀତ ହୋଇ ଆସିଥିଲେ ।[୧]

ଏହି ଲୋକ ସଭାରେ ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ସେ ୨ ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦ ଯାଏଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଶ୍ୱନାଥ ପ୍ରତାପ ସିଂହ ଭାରତୀୟ ଜତା ପାର୍ଟି ଏବଂ ଅନ୍ୟାନ୍ୟ ଦଳମାନଙ୍କର ମିଳିତ ସଂଗଠନରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ପୂର୍ବବର୍ତ୍ତୀ ୮ମ ଲୋକ ସଭା ତୁଳନାରେ ଏହି ଲୋକ ସଭାରେ କଂଗ୍ରେସ ଦଳ ୨୦୭ଟି ଆସନ କମ ଜତିଥିଲା ।

ବିଶ୍ୱନାଥ ପ୍ରତାପଙ୍କ ପରେ ଚନ୍ଦ୍ର ଶେଖର ୧୦ ନଭେମ୍ବର ୧୯୯୦ରୁ ୨୧ ଜୁନ ୧୯୯୧ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କୁ ରାଜୀବ ଗାନ୍ଧୀଙ୍କର କଂଗ୍ରେସ ଦଳ ତରଫରୁ ବାହ୍ୟ ସମର୍ଥନ ମିଳିଥିଲା । ଏହି ଲୋକ ସଭା ଭଙ୍ଗ ହେବାପରେ ୧୯୯୧ ସଧାରଣ ନିର୍ବାଚନ ପରେ ୨୦ ଜୁନ ୧୯୯୧ ମସିହାରେ ୧୦ମ ଲୋକ ସଭା ଗଠିତ ହୋଇଥିଲା ।

ଗୁରୁତ୍ୱପୂର୍ଣ୍ଣ ସଦସ୍ୟସମ୍ପାଦନ କରନ୍ତୁ

ରାଜନୈତିକ ଦଳ ଅନୁସାରେ ନିର୍ବାଚିତ ସଦସ୍ୟସମ୍ପାଦନ କରନ୍ତୁ

ବିଭିନ୍ନ ରାଜନୈତିକ ଦଳରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-

S.No. Party Name Number of MPs
ଭାରତୀୟ ଜାତୀୟ କଂଗ୍ରେସ ୧୯୫
ଜନତା ଦଳ ୧୪୨
ଭାରତୀୟ ଜନତା ପାର୍ଟି ୮୯
ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ୩୪
ଭାରତୀୟ କମ୍ୟୁନିଷ୍ଟ ପାର୍ଟି ୧୨
ଏ.ଆଇ.ଏ ଡି.ଏମ୍.କେ ୧୧
ସ୍ୱାଧୀନ
ଶିରୋମଣୀ ଅକାଳୀ ଦଳ
ବହୁଜନ ସମାଜ ପାର୍ଟି
୧୦ ରିଭୋଲ୍ୟୁସ୍‌ନାରୀ ସୋସିଆଲିଷ୍ଟ ପାର୍ଟି
୧୧ ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ
୧୨ ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍‌ନାଲ୍ କନ୍‌ଫରେନ୍ସ
୧୩ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା
୧୪ ଶିବ ସେନା
୧୫ ନୋମିନେଟେଡ୍
୧୬ ସର୍ବଭାରତୀୟ ମୁସଲମାନ ଦଳ
୧୭ ତେଲୁଗୁ ଦେଶମ୍ ପାର୍ଟି
୧୮ ଏଆଇଏମ୍ଆଇଏମ୍
୧୯ ଅଖିଳ ଭାରତୀୟ ହିନ୍ଦୁ ମହାପରିଷଦ
୨୦ କଂଗ୍ରେସ (ଏସ୍)
୨୧ ଗୋର୍ଖା ନେସ୍‌ନାଲ୍ ଲିବରେସନ୍ ଫ୍ରଣ୍ଟ
୨୨ ଇଣ୍ଡିଆନ ପିପୁଲସ୍ ଫ୍ରଣ୍ଟ
୨୩ କରେଳ କଂଗ୍ରେସ
୨୪ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି
୨୫ ମାରିଷ୍ଟ କୋଡ଼ିନେସନ୍
୨୬ ସିକ୍କିମ ସଂଗ୍ରାସ ପରିଷଦ

ଆଧାରସମ୍ପାଦନ କରନ୍ତୁ

  1. "RAJYA SABHA STATISTICAL INFORMATION (1952-2013)" (PDF). Rajya Sabha Secretariat, New Delhi. 2014. p. 12. Retrieved 29 August 2017.

ବାହାର ଆଧାରସମ୍ପାଦନ କରନ୍ତୁ