ଶଙ୍କର (୨୦୨୩ର ଓଡ଼ିଆ କଥାଚିତ୍ର)

୨୦୨୩ ଓଡ଼ିଆ କଥାଚିତ୍ର

ଶଙ୍କର ୨୦୨୩ ମସିହାରେ ମୁକ୍ତିଲାଭ କରିବାକୁ ଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରବିନ୍ଦ ସାହୁ, ଯାହାକି ସାଇ ଦରବାର ଫିଲ୍ମସ୍ ବ୍ୟାନରରେ ନିର୍ମିତ ହୋଇଥିଲା ।[୨] ମନୋରଞ୍ଜନ ଦାସ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ଏନ୍. ପାଢ଼ୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪][୫] ସଙ୍ଗୀତକାର ବୈଦ୍ୟନାଥ ଦାଶ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୬][୭]

ଶଙ୍କର
ନିର୍ଦ୍ଦେଶକଏନ୍. ପାଢ଼ୀ
ପ୍ରଯୋଜକଅରବିନ୍ଦ ସାହୁ
ସଂଳାପମନୋରଞ୍ଜନ ଦାସ
ଚିତ୍ରନାଟ୍ୟଏନ୍. ପାଢ଼ୀ
କଳାକାରସିଦ୍ଧାନ୍ତ ମହାପାତ୍ର
ସୁପ୍ରିୟା ନାୟକ
ଦେବାନନ୍ଦ
ଦିବ୍ୟା ମହାନ୍ତି
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣଅଜିତ ଦାସ[୧]
ମୁକ୍ତିଲାଭ ତାରିଖ
୨୯ ସେପ୍ଟେମ୍ବର ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ସୁପ୍ରିୟା ନାୟକ, ଦେବାନନ୍ଦ ଓ ଦିବ୍ୟା ମହାନ୍ତି ।[୮] ଶିବ, କୁନା ତ୍ରିପାଠୀ, କ୍ରିଷ୍ଣା କର, କାଳୀ, ବିଜୁ ବଡ଼ଜେନା, ଦୀପ୍ତିରେଖା ପଣ୍ଡା, ମିତା ଚକ୍ରବର୍ତ୍ତୀ, ନୂପୁର ଘୋଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯][୧୦]

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧୨][୧୩] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସୂର୍ଯ୍ୟ ମହାପାତ୍ର, ଶୁଭ ଦାଶ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଉଦିତ ନାରାୟଣ, ଅସୀମା ପଣ୍ଡା, ଦୀପ୍ତିରେଖା ପାଢ଼ୀ, ସୁଭାଶିଷ, ହ୍ୟୁମାନ ସାଗର, ଋତୁରାଜ ମହାନ୍ତି, ପ୍ରିୟଙ୍କା ସାହୁ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୪]

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ଶଙ୍କର"ଅରୁଣ ମନ୍ତ୍ରୀକୁଳଦୀପ ପଟ୍ଟନାୟକ୦୩:୫୩
2."ଜାନୁ ଟିକେ କୂଳରେ ଲଗା"ନିର୍ମଳ ନାୟକଉଦିତ ନାରାୟଣ, ଅସୀମା ପଣ୍ଡା୦୪:୦୮
3."ତୋ ପାଦ ଚିହ୍ନ"ସୂର୍ଯ୍ୟ ମହାପାତ୍ରଦୀପ୍ତିରେଖା ପାଢ଼ୀ, ସୁଭାଶିଷ୦୪:୦୬
4."ମୋ ଭିତରେ ମୁଁ ଆଉ ନାହିଁ"ଶୁଭ ଦାଶଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର୦୪:୧୩
5."ତୁ ଅଛୁ କି ନାହିଁ"ସୂର୍ଯ୍ୟ ମହାପାତ୍ରଋତୁରାଜ ମହାନ୍ତି, ପ୍ରିୟଙ୍କା ସାହୁ୦୫:୦୮

ମୁକ୍ତିଲାଭ ସମ୍ପାଦନା

ଏହି କଥାଚିତ୍ରଟି ୨୦୨୩ ମସିହାର ସେପ୍ଟେମ୍ବର ୨୨ ତାରିଖରେ ପ୍ରକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ସ୍ଥିର ହୋଇଥିଲା ।[୧୨] କିନ୍ତୁ ମୁକ୍ତିଲାଭ ତାରିଖ ଘୁଞ୍ଚାଯାଇଥିଲା ଓ ୨୯ ସପ୍ଟେମ୍ବର ୨୦୨୩ରେ ଏହା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୧୫]

ଆଧାର ସମ୍ପାଦନା

  1. "ନୂଆ ଓଡ଼ିଆ ଛବି 'ଶଙ୍କର'ରେ ମୁଖ୍ୟଭୂମିକାରେ ନଜର ଆସିବେ ସିଦ୍ଧାନ୍ତ, ଦେବାନନ୍ଦ ଓ ଶିବା". Sambad. ଭୁବନେଶ୍ୱର. 24 June 2023. Archived from the original on 18 September 2023. Retrieved 18 September 2023.
  2. "ରୌଦ୍ର ରୂପରେ ଆସୁଛନ୍ତି 'ଶଙ୍କର': ଗଣେଷ ପୂଜାରେ କରିବେ ଭରପୂର ମନୋରଞ୍ଜନ". Odisha Sambad (in ଆମେରିକୀୟ ଇଂରାଜୀ). ଭୁବନେଶ୍ୱର. 17 August 2023. Archived from the original on 18 September 2023. Retrieved 18 September 2023.
  3. "'ଶଙ୍କର'ର ସଂଳାପ". ସମାଜ. No. ରବିବାର. 10 September 2023. p. 8. Archived from the original on 11 September 2023. Retrieved 11 September 2023.
  4. "ଓଡ଼ିଶାରେ ଜମିବ ଗଣେଶ ପୂଜାର ମାହୋଲ, ପରଦାକୁ ଆସୁଛି ୩ଟି ଓଡ଼ିଆ ଫିଲ୍ମ". ETV Bharat News. ଭୁବନେଶ୍ୱର. 18 September 2023. Archived from the original on 18 September 2023. Retrieved 18 September 2023.
  5. "ଦଶହରାରେ ଆସିବ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ଶଙ୍କର'". Sambad (in Odia). 13 August 2022. Archived from the original on 18 September 2023. Retrieved 18 September 2023.{{cite web}}: CS1 maint: unrecognized language (link)
  6. "ସିଦ୍ଧାନ୍ତ ବନାମ ଶିବ୍". Sambad (in Odia). 28 August 2022. Archived from the original on 18 September 2023. Retrieved 18 September 2023.{{cite web}}: CS1 maint: unrecognized language (link)
  7. "ଶଙ୍କର ଦୁଇ ଭାଇଙ୍କ ସଂପର୍କ". ସମ୍ବାଦ. No. ରବିବାର. 24 September 2023. p. 8. Archived from the original on 28 September 2023. Retrieved 28 September 2023.
  8. "ଓଡ଼ିଆ ସିନେଜଗତର ଲୋକପ୍ରିୟ ଅଭିନେତା ସିଦ୍ଧାନ୍ତ ଏବେ 'ଶଙ୍କର'". Sambad. ଭୁବନେଶ୍ୱର. 17 July 2022. Archived from the original on 18 September 2023. Retrieved 18 September 2023.
  9. Ray, Banajyotshna (28 August 2023). "ଖୁବଶୀଘ୍ର ପରଦାକୁ ଆସିବ ଫିଲ୍ମ 'ଶଙ୍କର'". Argus News (in ଇଂରାଜୀ). Archived from the original on 18 September 2023. Retrieved 18 September 2023.
  10. "ରିଲିଜ୍ ଅପେକ୍ଷାରେ ଶଙ୍କର". ଧରିତ୍ରୀ. 14 September 2023. p. 15. Archived from the original on 24 September 2023. Retrieved 24 September 2023.
  11. "ସିଦ୍ଧାନ୍ତଙ୍କ ପ୍ରଶଂସକ ଖୁସ୍". ସମ୍ବାଦ. No. ରବିବାର. 1 October 2023. p. 9. Archived from the original on 8 October 2023. Retrieved 8 October 2023.
  12. ୧୨.୦ ୧୨.୧ "ଦୁଇ ଓଡ଼ିଆ ଛବି ମଧ୍ୟରେ ଜୋରଦାର ଟକ୍କର". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.
  13. "ବର୍ଷା ସାଜିଲା ବାଧକ : ସରିଲା ନାହିଁ ସୁଟିଂ, ଦଶହରା ବଜାରକୁ ଆସିପାରିଲାନି 'ଶଙ୍କର'". Sambad (in Odia). 4 October 2022. Archived from the original on 18 September 2023. Retrieved 18 September 2023.{{cite web}}: CS1 maint: unrecognized language (link)
  14. "ପୁଣି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ ଶଙ୍କର, ରିଲିଜ ହେଲା ଅଡ଼ିଓ ଏବଂ ପୋଷ୍ଟର". ETV Bharat News. ଭୁବନେଶ୍ୱର. 17 August 2023. Archived from the original on 18 September 2023. Retrieved 18 September 2023.
  15. "ଫ୍ରାଇଡେ ରିଲିଜ୍‌ରେ ପ୍ରେକ୍ଷାଳୟରେ 'ଶଙ୍କର'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 29 September 2023. p. 11. Archived from the original on 29 September 2023. Retrieved 29 September 2023.

ବାହାର ଆଧାର ସମ୍ପାଦନା