ସୁପ୍ରିୟା ନାୟକ
ସୁପ୍ରିୟା ନାୟକ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ଲଭ୍ ପାଇଁ କୁଛ୍ ଭି କରେଗା ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୧] ସୁପ୍ରିୟା ୨୦୧୪ର ମିସ୍ ଓଡ଼ିଶା ପ୍ରତିଯୋଗୀତାରେ ୩ୟ ସ୍ଥାନରେ ରହିଥିଲେ ।
ସୁପ୍ରିୟା ନାୟକ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୁପ୍ରିୟା ନାୟକ |
ଜୀବିକା | (ଓଡ଼ିଆ) ଅଭିନେତ୍ରୀ |
କାର୍ଯ୍ୟକାଳ | ୨୦୧୬ରୁ-ଏବେଯାଏଁ |
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ସୁପ୍ରିୟା ଜଗତସିଂହପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ସେ ଛୋଟବେଳୁ ଜଣେ ଧାବିକା ଭାବରେ ମଧ୍ୟ ସ୍କୁଲରେ ଅନେକ ପୁରସ୍କାର ପାଇଥିଲେ । ମାତ୍ର ମେରୁଦଣ୍ଡ ରୋଗ, ଏପିଲେପ୍ସି ଡିଜର୍ଡର ଏବଂ ରକ୍ତଚାପ ପାଇଁ ସେ ଦୌଡ଼ରୁ ବିରତ ରହିଥିଲେ ।[୨]
ଅଭିନୟ ଜୀବନସମ୍ପାଦନ କରନ୍ତୁ
ସୁପ୍ରିୟା ୨୦୧୬ରେ ତରଙ୍ଗ ସିନେ ପ୍ରଡକ୍ସନର ଚଳଚ୍ଚିତ୍ର ଲଭ୍ ପାଇଁ କୁଛ୍ ଭି କରେଗାରେ ଅଭିନେତା ବାବୁଶାନ୍ଙ୍କର ନାୟିକା ଭାବରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩][୪] ଏହାପରେ ସେ ମୁମ୍ବାଇରେ ମଡେଲିଂରେ ଯୋଗ ଦେଇଥିଲେ ।[୨] ମାତ୍ର ପୁଣିଥରେ ଓଡ଼ିଶା ଆସି ବାବୁଶାନ୍ଙ୍କ ସହ ଓନ୍ଲି ପ୍ୟାର୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[୧] ଏହି ଚଳଚ୍ଚିତ୍ରଟି ୨୦୧୮ର ପ୍ରଥମ ଚଳଚ୍ଚିତ୍ର ଭାବରେ ଜାନୁଆରୀରେ ମୁକ୍ତିଲାଭ କରିଥିଲା ।[୫]
ଅଭିନୀତ କଥାଚିତ୍ରସମ୍ପାଦନ କରନ୍ତୁ
ବର୍ଷ | ଚଳଚ୍ଚିତ୍ର | ଭୂମିକା | ମନ୍ତବ୍ୟ |
---|---|---|---|
୨୦୧୬ | ଲଭ୍ ପାଇଁ କୁଛ୍ ଭି କରେଗା | ପ୍ରଥମ ଓଡ଼ିଆ କଥାଚିତ୍ର | |
୨୦୧୮ | ଓନ୍ଲି ପ୍ୟାର୍ | ନିତ୍ୟା |
ଆଧାରସମ୍ପାଦନ କରନ୍ତୁ
- ↑ ୧.୦ ୧.୧ ୧.୨ "ଓଲିଉଡ ଭରସା". ସମାଜ. 30 October 2017. Retrieved 30 October 2017.
- ↑ ୨.୦ ୨.୧ "ବର୍ଷେ ପରେ ପୁଣି ବଡ଼ ପରଦାକୁ ଫେରିଥିବା ହେତୁ ମନରେ କିଛିଟା ଡ଼ରଥିଲା :ସୁପ୍ରିୟା". sambad.in. 19 January 2018. Retrieved 6 February 2018.
- ↑ "ଏହି ଓଡ଼ିଆ ନାୟିକା ପ୍ରଥମ ସିନେମାରେ ପରଦାରେ ଲଗାଇଥିଲେ ନିଆଁ!". sambad.in. 10 January 2018. Retrieved 1 February 2018.
- ↑ "ODIA NEW UPCOMING MOVIE – LOVE PAIN KUCH V KAREGA Babusan and Niharika". ମୋ ଓଡ଼ିଶା. Retrieved 4 September 2016.
- ↑ "ଧ୍ୟାନ କରେ, ଦୌଡ଼େ, କ୍ଷୀର ପିଏ: ସୁପ୍ରିୟା". sambad.in. 30 January 2018. Retrieved 6 February 2018.
ବାହାର ଆଧାରସମ୍ପାଦନ କରନ୍ତୁ
ସୁପ୍ରିୟା ନାୟକ (ଇଣ୍ଟରନେଟ ମୁଭି ଡାଟାବେସରେ)