ମୁଁ ରାଜା ତୁ ରାଣୀ

୨୦୧୩ର ଓଡ଼ିଆ କଥାଚିତ୍ର

ମୁଁ ରାଜା ତୁ ରାଣୀ, ୨୦୧୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅତୀସ କୁମାର ରାଉତ ।[୨] ଅମୀୟବାଳା ରାଉତ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ପ୍ରଦୀପ୍ତ ନନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ପ୍ରଦୀପ୍ତ ନନ୍ଦ ଏବଂ ସୁଧାଂଶୁ ମୋହ‌ନ ସାହୁ ଉଭୟ କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ । ସୁଧାଂଶୁ ମୋହ‌ନ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ମୁଁ ରାଜା ତୁ ରାଣୀ
ନିର୍ଦ୍ଦେଶକସୁଧାଂଶୁ ମୋହ‌ନ ସାହୁ
ପ୍ରଯୋଜକଅତୀସ କୁମାର ରାଉତ
ସଂଳାପପ୍ରଦୀପ୍ତ ନନ୍ଦ
ଚିତ୍ରନାଟ୍ୟପ୍ରଦୀପ୍ତ ନନ୍ଦ, ସୁଧାଂଶୁ ମୋହ‌ନ ସାହୁ
କାହାଣୀଅମୀୟବାଳା ରାଉତ
କଳାକାରଅରିନ୍ଦମ, ସମ୍ଭାବନା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର
ସଙ୍ଗୀତମଳୟ ମିଶ୍ର
ଚିତ୍ରଗ୍ରହଣନିରଞ୍ଜନ ଦାସ
ସମ୍ପାଦକସୁକୁମାର ମଣି
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୨୦୧୩[୧]
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅରିନ୍ଦମ ରାୟ ଏବଂ ନବାଗତା ସମ୍ଭାବନା ମହାନ୍ତି ।[୧] ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କର ଝିଅ ହେଉଛନ୍ତି ସମ୍ଭାବନା । ସେ ଏହି ଚଳଚ୍ଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର, ଅକ୍ଷୟ ବସ୍ତିଆ, ମନୋଜ ମିଶ୍ର, ଅନୀତା ଦାସ, ଦେବ୍, ମୁନ୍ନା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨][୩]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର[୩] ନିମାଇଁ ମହାନ୍ତି, ଅରୁଣ ମନ୍ତ୍ରୀ, ଅମୀୟବାଳା ରାଉତ ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୨] ଇରା ମହାନ୍ତି, ଉଦିତ ନାରାୟଣ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।

ଗୀତ ସମ୍ପାଦନା

କ୍ରମଗୀତସମୟ
1."ମୁଁ ଏମିତି ଗୋଟେ" 
2."ରୋଡ୍ ସାଇଡ୍" 
3."ମୁଁ ରାଜା ତୁ ରାଣୀ" 
4."ଯାଦୁଗର ଯାଦୁଗର" 
5."ଦୁଇଟି ଚଢ଼େଇ" 
6."ଦିନ ସରେନା" 

ଆଧାର ସମ୍ପାଦନା

  1. ୧.୦ ୧.୧ "Oriya Films 2013". Incredible Orissa. 28 January 2013. Retrieved 9 November 2017.
  2. ୨.୦ ୨.୧ ୨.୨ ୨.୩ "Mu Raja Tu Rani". www.nuaodisha.com. Retrieved 9 November 2017.
  3. ୩.୦ ୩.୧ ୩.୨ "Mu Raja Tu Rani". Incredible Orissa. 30 August 2013. Retrieved 9 November 2017.
  4. "ଆଉ କେତେଟା ଫ୍ଳପ୍‌ ଦେବେ ଅରିନ୍ଦମ୍‌ !". sambad.in. 23 September 2016. Retrieved 9 November 2017.[permanent dead link]
  5. "ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା | Sambad". ସମ୍ବାଦ. ମୁମ୍ବାଇ: sambad.in. 6 February 2018. Archived from the original on 13 June 2022. Retrieved 13 June 2022.
  6. "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021. {{cite news}}: |archive-date= / |archive-url= timestamp mismatch; 29 ଅକ୍ଟୋବର 2020 suggested (help)

ବାହାର ଆଧାର ସମ୍ପାଦନା