ନିମାଇଁ ମହାନ୍ତି

ଓଡ଼ିଆ ଗୀତିକାର

ନିମାଇଁ ମହାନ୍ତି (୧୦ ଅଗଷ୍ଟ ୧୯୫୩ - ୪ ନଭେମ୍ବର ୨୦୨୨) ଜଣେ ଓଡ଼ିଆ ସାହିତ୍ୟିକ ଓ ଗୀତିକାର ଥିଲେ । ଓଡ଼ିଆ ଚଳଚ୍ଚିତ୍ରର ଗୀତିକାର ଭାବରେ ସେ ଅଧିକ ପରିଚିତ ଥିଲେ । ସେ ପ୍ରାୟ ୩୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର, ଟିଭି ଧାରାବାହିକ ଆଦିରେ ୩୦୦ରୁ ଅଧିକ ଗୀତ ଲେଖିଥିଲେ । ସାଗର ଗଙ୍ଗା ଚଳଚ୍ଚିତ୍ରରେ ତାଙ୍କ ଲିଖିତ ଗୀତ ଚନ୍ଦ୍ରମା ଆଗୋ ଚନ୍ଦ୍ରମା, ମେଘ ତଳେ ଲୁଚି ଯାଅନା ତାଙ୍କୁ ଲୋକପ୍ରିୟ କରାଇଥିଲା । ସେ ଉଭୟ ଓଡ଼ିଆ ଓ ଇଂରାଜୀରେ ପୁସ୍ତକ ଲେଖିଥିଲେ । ସେ ଜଣେ ସଂସ୍କୃତି ଗବେଷକ ମଧ୍ୟ ଥିଲେ । ମୟୂରଭଞ୍ଜର ଛଉନୃତ୍ୟ ଗବେଷଣା ପାଇଁ ସେ ୨୦୦୧ ମସିହାରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସିନିୟର ଫେଲୋସିପ ଲାଭ କରିଥିଲେ । ବୃତ୍ତିରେ ସେ ଜଣେ ଆଇନଜୀବୀ ଥିଲେ ।

ନିମାଇଁ ମହାନ୍ତି
ଜନ୍ମ
ନିମାଇଁ ମହାନ୍ତି

(1953-08-10)୧୦ ଅଗଷ୍ଟ ୧୯୫୩
ମୃତ୍ୟୁ୪ ନଭେମ୍ବର ୨୦୨୨(2022-11-04) (ବୟସ ୬୯)
ଜାତୀୟତା ଭାରତୀୟ
ଜଣାଶୁଣାଓଡ଼ିଆ ସାହିତ୍ୟିକ ଓ ଗୀତିକାର
ଜୀବନସାଥୀଅବିବାହିତ
ପିତାମାତା(s)ନାରାୟଣ ମହାନ୍ତି, ସୁଧା ଦେବୀ
ପୁରସ୍କାର(ଗୁଡ଼ିକ)କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସିନିୟର ଫେଲୋସିପ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ସଂକ୍ଷିପ୍ତ ଜୀବନୀ ସମ୍ପାଦନ କରନ୍ତୁ

ନିମାଇଁ ମହାନ୍ତିଙ୍କ ପିତାଙ୍କ ନାମ ନାରାୟଣ ମହାନ୍ତି ଓ ମାତାଙ୍କ ନାମ ସୁଧା ଦେବୀ । ସେ ୧୯୫୩ ମସିହା ଅଗଷ୍ଟ ୧୦ ତାରିଖଦିନ ଜନ୍ମଗ୍ରହଣ କରିଥିଲେ । ନିମାଇଁ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟରୁ ସ୍ନାତକ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନ ଶିକ୍ଷା ଲାଭ କରିଥିଲେ । ସେ ବାରିପଦା ଜିଲା କୋର୍ଟ ଓ ଓଡ଼ିଶା ହାଇକୋର୍ଟରେ ଓକିଲାତି କରୁଥିଲେ । ସେ ମୟୂରଭଞ୍ଜ ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ ଏବଂ ୨୦୦୧ରୁ ୨୦୧୦ ମସିହା ମଧ୍ୟରେ ମୟୂରଭଞ୍ଜ ଜିଲା ସରକାରୀ ଓକିଲ ଭାବେ କାର୍ଯ୍ୟ କରିଥିଲେ । ଏଥି ସହିତ ସେ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଆଇନ ଉପଦେଷ୍ଟା ମଧ୍ୟ ଥିଲେ । ସେ ଉଭୟ ଆକାଶବାଣୀ କଟକ (୧୯୮୨) ଓ ଦୂରଦର୍ଶନର ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ ।[୧]

ସେ ଆଜୀବନ ଅବିବାହିତ ରହିଥିଲେ । ୨୦୨୨ ମସିହା ନଭେମ୍ବର ୪ ତାରିଖ ଦିନ ବାରିପଦାଠାରେ ତାଙ୍କର ପରଲୋକ ଘଟିଥିଲା ।

ଗୀତିକାର ଭୂମିକା ସମ୍ପାଦନ କରନ୍ତୁ

ଚଳଚ୍ଚିତ୍ର ସମ୍ପାଦନ କରନ୍ତୁ

ଧାରାବାହିକର ଶୀର୍ଷକ ଗୀତ ସମ୍ପାଦନ କରନ୍ତୁ

  • ଗାୟତ୍ରୀ
  • ପ୍ରାୟଶ୍ଚିତ
  • ଓଢ଼ଣି ତଳର ଲୁହ

ରଚିତ ପୁସ୍ତକ ସମ୍ପାଦନ କରନ୍ତୁ

  • ଦୂର ଅପହଞ୍ଚ ଗାଁ
  • ଅବାକ୍‌ ପୃଥିବୀ
  • ପୁରୁଣା ବହିର ବାସ୍ନା
  • ଲଭ୍‌ ଏଣ୍ଡ ବିୟଣ୍ଡ୍‌ (ଇଂରାଜୀ ଭାଷାରେ ଲିଖିତ ଓ ସ୍ପାନିସ ଭାଷାକୁ ଅନୁବାଦିତ)

ସମ୍ମାନ ଓ ପୁରସ୍କାର ସମ୍ପାଦନ କରନ୍ତୁ

  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ସିନିୟର ଫେଲୋସିପ - ୨୦୦୧
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୦[୨]
  • ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ ପୁରସ୍କାର - ୧୯୯୩
  • ଚଳଚ୍ଚିତ୍ର ଜଗତ ପୁରସ୍କାର - ୧୯୯୩
  • ଓଡ଼ିଶା ସରକାରଙ୍କ ସଂସ୍କୃତି ବିଭାଗଦ୍ୱାରା ପୁରସ୍କୃତ - ୨୦୦୪
  • ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ ପୁରସ୍କାର - ୨୦୦୫[୩]
  • ଭୂମିପୁତ୍ର ସମ୍ମାନ ( ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପ୍ରଦତ୍ତ) - ୨୦୧୯

ଆଧାର ସମ୍ପାଦନ କରନ୍ତୁ

  1. "ଆଉ ନାହାନ୍ତି ଗୀତିକାର ନିମାଇଁ ମହାନ୍ତି". www.samajalive.in. ସମାଜ. Archived from the original on 10 November 2022. Retrieved 10 November 2022.
  2. "ବିଶିଷ୍ଟ ଗୀତିକାର ନିମାଇଁ ମହାନ୍ତି ଆଉ ନାହାନ୍ତି". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 November 2022. Retrieved 10 November 2022.
  3. "ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ନିମାଇଁ ମହାନ୍ତି, ଜହ୍ନ ଆଲୁଅରେ ଆଉ ଲେଖା ହେବନି ଚିଠି…". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 10 November 2022. Retrieved 10 November 2022.

ବାହାର ଆଧାର ସମ୍ପାଦନ କରନ୍ତୁ