ଅକ୍ଷୟ ବସ୍ତିଆ

ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା

ଅକ୍ଷୟ ବସ୍ତିଆ ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା ।[୧][୨] ସେ ୧୯୯୮ ମସିହାରେ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ଅକ୍ଷୟ ଓଡ଼ିଆ କଥାଚିତ୍ର ସ‌ହ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ସେ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞ ଜରିଆରେ ଓଡ଼ିଆ ଦୂରଦର୍ଶନରେ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଧାରାବାହିକରେ ନାୟକ, ଖଳନାୟକ, ପାର୍ଶ୍ୱ-ଅଭିନେତା ଭାବରେ ଅଭିନୟ କରିଛନ୍ତି ।

ଅକ୍ଷୟ ବସ୍ତିଆ
ଜନ୍ମ ଓ ଜନ୍ମସ୍ଥାନ
ଅକ୍ଷୟ ବସ୍ତିଆ

ଜୀବିକା(ଓଡ଼ିଆ) ଅଭିନେତା
କାର୍ଯ୍ୟକାଳ୧୯୯୮ରୁ-ଏବେଯାଏଁ

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

ଅଭିନୟ ଜୀବନସମ୍ପାଦନ କରନ୍ତୁ

ଅକ୍ଷୟ ଓଡ଼ିଆ କଥାଚିତ୍ର ବୋଉ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭକରିଥିଲେ ।[୩] ଏହାପରେ ସେ ଓଡ଼ିଆ ଦୂରଦର୍ଶନ ଡିଡି ଓଡ଼ିଆରେ ପ୍ରସାରିତ ଧାରାବାହିକ ମହାଯଜ୍ଞର ନାୟକ ଗୌତମ ଭୂମିକାରେ ଅଭିନୟ କରିଥିଲେ । ଏହି ଧାରାବାହିକଟି ସେହି ସମୟରେ ଓଡ଼ିଶାର ଘରେ ଘରେ ପରିଚିତ କରାଇଥିଲା ଅକ୍ଷୟଙ୍କୁ ।

ଏହାପରେ ସେ ଓଡ଼ିଆ କଥାଚିତ୍ରରେ ଅଭିନୟ କରିବା ସ‌ହ ଧାରାବାହିକରେ ମଧ୍ୟ ଅଭିନୟ ଜାରି ରଖିଛନ୍ତି । ସେ ଧର୍ମର ହେବ ଜୟ, ଶାଶୁଘର ଚାଲିଯିବି, ଆଇ ଲଭ୍ ମାଇଁ ଇଣ୍ଡିଆ, ମୋ ସୁନା ପୁଅ, ଧଉଳି ଏକ୍ସପ୍ରେସ, ଅଗ୍ନିଶିଖା, ସତ୍ୟମେବ ଜୟତେ, ଆସିବୁ କେବେ ସାଜି ମୋ ରାଣୀ[୪], ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍, ତୋର ମୋର କଥା ହେବା ଚୁପ୍ ଚାପ୍, ପ୍ରେମ ସବୁଠୁ ବଳବାନ, ମୁଁ ରାଜା ତୁ ରାଣୀ, ଜୟ ହିନ୍ଦ୍, ଲଭ୍ ୟୁ ହମେଶା, ମାୟା, ମୋ ଦିଲ୍ କହେ ଇଲୁ ଇଲୁ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।

ମହାଯଜ୍ଞ ଧାରାବାହିକ ପରେ ଅକ୍ଷୟ ତାସ୍‌ର ଘର, ରାଜନୀତି, ବଧୂ, ମୋ ଜେଜେମା ଆଦି ଧାରାବାହିକରେ ଅଭିନୟ କରିଥିଲେ ।

ଅଭିନୀତ ଚଳଚ୍ଚିତ୍ରସମ୍ପାଦନ କରନ୍ତୁ

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୧୯୯୮ ବୋଉ ଅମର ରାଉତରାୟ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୦୫ ଧର୍ମର ହେବ ଜୟ ଗୁରୁ ପଟ୍ଟନାୟକ
୨୦୦୬ ଶାଶୁଘର ଚାଲିଯିବି ଡଃ ଅଶୋକ
ଆଇ ଲଭ୍ ମାଇଁ ଇଣ୍ଡିଆ ବିକ୍ରମ ଚୌଧୁରୀ
୨୦୦୭ ମୋ ସୁନା ପୁଅ ଅଜୟ ମହାପାତ୍ର
ଧଉଳି ଏକ୍ସପ୍ରେସ ଆଦର୍ଶ
ଅଗ୍ନିଶିଖା ପ୍ରତୀକ
୨୦୦୮ ସତ୍ୟମେବ ଜୟତେ ପତ୍ରକାର
୨୦୧୦ ଆସିବୁ କେବେ ସାଜି ମୋ ରାଣୀ
୨୦୧୧ ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ ଶେଖର
ତୋର ମୋର କଥା ହେବା ଚୁପ୍ ଚାପ୍
୨୦୧୩ ପ୍ରେମ ସବୁଠୁ ବଳବାନ ରଣଜିତ ସିଂହାନିଆ
ମୁଁ ରାଜା ତୁ ରାଣୀ କୀର୍ତ୍ତନ
୨୦୧୪ ଜୟ ହିନ୍ଦ୍
୨୦୧୫ ଲଭ୍ ୟୁ ହମେଶା ପୋଲିସ୍ ଇନିସ୍‌ପେକ୍ଟର
ମାୟା
ମୋ ଦିଲ୍ କହେ ଇଲୁ ଇଲୁ

ଅଭିନୀତ ଧାରାବାହିକସମ୍ପାଦନ କରନ୍ତୁ

ଧାରାବାହିକ ଚେନାଲ ଭୂମିକା
ମହାଯଜ୍ଞ ଡିଡି ଓଡ଼ିଆ ଗୌତମ
ତାସ୍‌ର ଘର ଇ ଟିଭି ଓଡ଼ିଆ
ରାଜନୀତି ତରଙ୍ଗ ଟିଭି
ମୋ ଜେଜେମା ଜୀ କଳିଙ୍ଗ/ସାର୍ଥକ ଟିଭି
ବଧୂ ସାର୍ଥକ ଟିଭି ଶୁଭଙ୍କର

ଆଧାରସମ୍ପାଦନ କରନ୍ତୁ

  1. "ଓଲିଉଡ଼୍ କଳାକାରଙ୍କ ବୃକ୍ଷରୋପଣ". ଓଡ଼ିଶା ଡଟ୍ କମ୍. 25 August 2012. Retrieved 24 February 2018.
  2. "ପରଲୋକରେ ମୀନକେତନ". ସମ୍ବାଦ. 2 July 2017. Retrieved 24 February 2018.
  3. ୩.୦ ୩.୧ "ଏଇ ଦୁଇ ନାୟିକା ଗୋଟିଏ ଫିଲ୍ମରୁ କରିଥିଲେ ଓଲିଉଡ୍‌ ଡେବ୍ୟୁ". sambad.in. 6 January 2017. Retrieved 24 February 2018.
  4. "ପ୍ରୀତି ଭାଟିଆ ଗିରଫ , ଚାରିଦିନ ରିମାଣ୍ଡରେ ନେଲା ସିବିଆଇ". odia spot news. 10 October 2014. Retrieved 24 February 2018.

ବାହାର ଆଧାରସମ୍ପାଦନ କରନ୍ତୁ

ଅକ୍ଷୟ ବସ୍ତିଆ (ଇଣ୍ଟରନେଟ ମୁଭି ଡାଟାବେସରେ)