ନବନାଟ୍ୟ ଆନ୍ଦୋଳନ

ନବନାଟ୍ୟ ଆନ୍ଦୋଳନର ମୁଖ୍ୟ ପୁରୋଧା ଥିଲେ ମନୋରଞ୍ଜନ ଦାସ । ସ୍ବାଧୀନତା ପରେ ଓଡ଼ିଆ ନାଟକ ରୋମାଣ୍ଟିକ ଭୂମିକା କେତେକାଂଶରେ ପରିହାର କରି ବାସ୍ତବାଭିମୁଖୀ ହେଲା । ଆଦର୍ଶ ବା ନୀତି ଶିକ୍ଷା ବଦଳରେ ଜୀବନ ଜିଜ୍ଞାସା ତଥା ମନସ୍ତାତ୍ତ୍ବିକ ବିଶ୍ଲେଷଣ ମୁଖ୍ୟ ଲକ୍ଷଣ ହେଲା । ସ୍ଥିତିବାଦ, ସ୍ବଭାବବାଦ, ବାସ୍ତବବାଦ, ଅଭିବ୍ୟକ୍ତିବାଦ, ସଙ୍କେତବାଦ, ଏପିକ ଥିଏଟର, କାବ୍ୟିକ ତଥା ଉପାଖ୍ୟାନ ପରମ୍ପରା, ଓ ଉଦ୍ଭଟ ନାଟକ ଆଦି ବିଭିନ୍ନ ପରୀକ୍ଷାମୂଳକ ଧାରା ନାଟକ ଲେଖନ ଓ ଉପସ୍ଥାପନକୁ ପ୍ରଭାବିତ କଲା । ୧୯୬୪ ମସିହାରେ ସୃଜନୀ ପ୍ରତିଷ୍ଠିତ ହେବା ପରେ ଆନ୍ଦୋଳନ ଶକ୍ତିଶାଳୀ ହେଲା । ବନହଂସୀ, ଅରଣ୍ୟ ଫସଲ, ଓ କାଠଘୋଡ଼ା ପ୍ରଭୃତି ଉଚ୍ଚ ପ୍ରଶଂସିତ ହେଲେ । []

ମନୋରଞ୍ଜନ ଦାସଙ୍କ ଛଡ଼ା ବିଜୟ ମିଶ୍ର, ବିଶ୍ବଜିତ ଦାସ, ଯଦୁନାଥ ଦାସ ମହାପାତ୍ର, ରତ୍ନାକର ଚଇନି, ରମେଶ ପ୍ରସାଦ ପାଣିଗ୍ରାହୀ, କାର୍ତ୍ତିକ ଚନ୍ଦ୍ର ରଥ, ପ୍ରସନ୍ନ କୁମାର ମିଶ୍ର, ଓ ହରିହର ମିଶ୍ର ପ୍ରମୁଖ ନବନାଟ୍ୟ ଆନ୍ଦୋଳନକୁ ଇନ୍ଧନ ଯୋଗାଇଥିଲେ । (୧୯୮୧ରେ ପ୍ରକାଶିତ ସର୍ବେଶ୍ୱର ଦାସଙ୍କ ଲିଖିତ ଓଡ଼ିଆ ନାଟ୍ୟ ସାହିତ୍ୟ ଭିତ୍ତିରେ)। ଦୃଶ୍ୟବନ୍ଧ []

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମନୋରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ସମାରୋହ ଆୟୋଜିତ". Odisha Sambad (in ଆମେରିକୀୟ ଇଂରାଜୀ). 2023-11-18. Retrieved 2023-11-26.
  2. ଓଡ଼ିଆ ନବନାଟ୍ଯ ଆନ୍ଦୋଳନ Odia Nabanatya Andolona, retrieved 2023-11-26