ବ୍ୟବହାରକାରୀ:Ssgapu22/ଅର୍ଦ୍ଧେନ୍ଦୁ ସାହୁ

ଅର୍ଦ୍ଧେନ୍ଦୁ ସାହୁ
Born
ଅର୍ଦ୍ଧେନ୍ଦୁ ସାହୁ

Occupationଓଡ଼ିଆ କଥାଚିତ୍ର ଅଭିନେତା
Years active୨୦୧୫-ଏବେଯାଏଁ

ଅର୍ଦ୍ଧେନ୍ଦୁ ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା । ସେ ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଅର୍ଦ୍ଧେନ୍ଦୁ ଓଡ଼ିଆ କଥାଚିତ୍ର ଅ ଆ ହର୍ଷେଇ ଜରିଆରେ ତାଙ୍କର ପ୍ରଥମ ଅଭିନୟ ଆରମ୍ଭ କରିଥିଲେ ।[୧][୨] ଏହାପରେ ସେ ୨୦୧୭ ମସିହାରେ ଟପୋରି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ ୨୦୧୮ରେ ତାଙ୍କ ଅଭିନୀତ କଥାଚିତ୍ର ବ୍ଲାକ୍‌ମେଲ୍ ମୁକ୍ତିଲାଭ ଅପେକ୍ଷାରେ ଅଛି ।

ଅଭିନୟ ଜୀବନ ସମ୍ପାଦନା

ଅର୍ଦ୍ଧେନ୍ଦୁ ୨୦୧୫ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅ ଆ ହର୍ଷେଇ କଥାଚିତ୍ର ଜରିଆରେ ପ୍ରବେଶ କରିଥିଲେ ।[୧] ଏହି କଥାଚିତ୍ରରେ ଦୁଇଜଣ ନାୟିକା ବବ୍‌ଲି ଏବଂ ଶ୍ରୀଜଳା ଅଭିନୟ କରିଥିଲେ । ଅର୍ଦ୍ଧେନ୍ଦୁଙ୍କର ଏହି ପ୍ରଥମ କଥାଚିତ୍ରଟିର ଉଭୟ ଓଡ଼ିଆ ଏବଂ ବଙ୍ଗଳା ଭାଷାରେ ମୁକ୍ତିଲାଭ କରିଥିଲା ।[୩] କୃଷ୍ଣଚନ୍ଦ୍ର ମଲ୍ଲିକଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଏନ୍. ପାଢ଼ୀ ।[୪][୫] ଏହି କଥାଚିତ୍ରଟିରେ ପ୍ରୀତିରାଜ ଶତପଥୀ, ଅଶ୍ରୁମୋଚନ ମହାନ୍ତି, ଜୀବନ ପଣ୍ଡା, ମୌସୁମୀ ଶାହା, ଶୁଭ, ପ୍ରିୟଙ୍କା, ରୋହନ ଭଟ୍ଟାଚାର୍ଯ୍ୟ ଆଦି କଳାକାରମାନେ ଅଭିନୟ କରିଥିଲେ ।

ଏହାପରେ ସେ ଓଡ଼ିଆ କଥାଚିତ୍ର ଟପୋରିରେ ଅଭିନୟ କରିଥିଲେ ।[୬] ୨୦୧୭ ମସିହାରେ ମୁକ୍ତିଲାଭ କରିଥିବା ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଆଦିକନ୍ଦ ସାହୁ ଏବଂ ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱଜିତ ପଣ୍ଡା ।[୭][୮][୯][୨] ଅର୍ଦ୍ଧେନ୍ଦୁଙ୍କ ସ‌ହ ଏହି କଥାଚିତ୍ରଟିରେ ନାୟିକା ଭୂମିକାରେ ଅଭିନୟ କରିଥିଲେ ଅନ୍ୱେଷା ।[୧୦] ପ୍ରତିଭା ପଣ୍ଡା, ମିହିର ଦାସ, ପ୍ରଜ୍ଞା ଖଟୁଆ, ଜ୍ଞାନ, ଗୁଡ୍ଡୁ, ହରିହର ଦାସ, ଅମର ପ୍ରମୁଖ କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୧]

ଅର୍ଦ୍ଧେନ୍ଦୁଙ୍କର ଆଗାମୀ ଚଳଚ୍ଚିତ୍ର ବ୍ଲାକ୍‌ମେଲ୍‌ ମୁକ୍ତିଲାଭ କରିବାକୁ ଅଛି । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଅମିତ ନାୟକ ।[୨] ଏହି କଥାଚିତ୍ରଟିର ଅର୍ଦ୍ଧେନ୍ଦୁ ଦ୍ୱେତ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ନାୟିକା ଭୂମିକାରେ ତମନ୍ନା ଏବଂ ଆହାନା ଅଭିନୟ କରିଥିଲେ ।[୧୨]ସିଦ୍ଧାନ୍ତ ମହାପାତ୍ର, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରତନ ମେହେର, ସରୋଜ ଦାସ, ରାଜଶ୍ରୀ, ପ୍ରତିଭା ପଣ୍ଡା, ପ୍ରଜ୍ଞା ଖଟୁଆ, ଗୁଡ୍ଡୁ, ଜ୍ଞାନ, ନଳିନୀ, ବେବି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧୩][୧୪]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୫ ଅ ଆ ହର୍ଷେଇ ପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୭ ଟପୋରି
୨୦୧୮ ବ୍ଲାକ୍‌ମେଲ୍ ମୁକ୍ତିଲାଭ ଅପେକ୍ଷାରେ

ଆଧାର ସମ୍ପାଦନା

  1. ୧.୦ ୧.୧ "ଅର୍ଦ୍ଧେନ୍ଦୁଙ୍କ ଆତ୍ମ‌ବିଶ୍ୱାସ". ସମାଜ. 11 March 2018. Retrieved 12 March 2018.
  2. ୨.୦ ୨.୧ ୨.୨ "ଆହାନା ଏବଂ ତମନ୍ନାଙ୍କ ସହ ଅଭିନୟ କରି ଭଲ ଲାଗିଲା, ସେମାନେ ଖୁବ୍‌ କୋପରେଟିଭ୍‌ : ଅର୍ଦ୍ଧେନ୍ଦୁ". sambad.in. 5 March 2018. Retrieved 8 April 2018.
  3. "Padhi tries his hand at bilingual film". The Telegraph. Retrieved 20 July 2016.
  4. "Year 2015: A Aa Harshei". Odiamoviedatabase. Retrieved 5 February 2015.
  5. http://odishareporter.in/ollywood-2015-round-up/
  6. "Tapori". Odia Movie Database. Retrieved 13 April 2017.
  7. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  8. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  9. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Retrieved 8 September 2017.
  10. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  11. Jena, Manjit. "Tapori Odia Film Of Ardhendu Cast, Crew, Wallpapers, Songs And Videos". OdiaInfo.in. Retrieved 13 April 2017.
  12. "'ବ୍ଲାକ୍ ମେଲ୍‌ର ନାୟିକା'". ସମାଜ. 12 November 2017. Retrieved 12 November 2017.
  13. "ଆହାନାଙ୍କ ଆଶା". ସମାଜ. 5 November 2017. Retrieved 5 November 2017.
  14. "ଆସୁଛନ୍ତି ଅର୍ଦ୍ଧେନ୍ଦୁ". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.

ବାହାର ଆଧାର ସମ୍ପାଦନା

ଇଣ୍ଟରନେଟ ମୁଭି ଡାଟାବେସରେ Ssgapu22/ଅର୍ଦ୍ଧେନ୍ଦୁ ସାହୁ