ଅର୍ଚ୍ଚନା ନାୟକ

ଭାରତୀୟ ରାଜନୀତିଜ୍ଞ

ଅର୍ଚ୍ଚନା ନାୟକ (ଜନ୍ମ ୨୭ ଫେବୃଆରୀ ୧୯୬୬) ଭାରତର ୧୪ଶ ଲୋକ ସଭାର ଜଣେ ସଦସ୍ୟ । ସେ ବିଜୁ ଜନତା ଦଳ, ରାଜନୈତିକ ଦଳରୁ ଓଡ଼ିଶାର କେନ୍ଦ୍ରାପଡ଼ା ନିର୍ବାଚନ ମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି । ୨୦୦୯ ସାଧାରଣ ନିର୍ବାଚନ ପୂର୍ବରୁ ସେ ବିଜୁ ଜନତା ଦଳରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେହି ନିର୍ବାଚନରେ ସେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଲଢିଥିଲେ । ୨୦୧୩ରେ ସେ ବିଜେପିରୁ ଇସ୍ତଫା ଦେଇଥିଲେ[୧]

ଅର୍ଚ୍ଚନା ନାୟକ
ସଭ୍ୟ: ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀକେନ୍ଦ୍ରାପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-02-27) ୨୭ ଫେବୃଆରୀ ୧୯୬୬ (ବୟସ ୫୮)
ଖୋର୍ଦ୍ଧା, ଓଡ଼ିଶା
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀପଦ୍ମ ଚରଣ
ସନ୍ତାନ୧ ପୁଅ ଓ ୧ ଝିଅ
ଘରକେନ୍ଦ୍ରାପଡ଼ା, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର: [୩]

ଶିକ୍ଷା ଜୀବନ ସମ୍ପାଦନା

ସେ ମୁଡୁପୁର, ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ସ୍କୁଲ ଶିକ୍ଷା ଶେଷ କରି ବାଣୀବିହାରରୁ ସ୍ନାତ୍ତକୋତର, ଆଇନଶିକ୍ଷା, ଓ ବିଏଡ୍ ଶିକ୍ଷ ଲାଭ କରିଥିଲେ[୨]

ଆଧାର ସମ୍ପାଦନା

  1. [୧][permanent dead link], Lok Sabha 2004
  2. [୨], Ex-MP Archana Nayak Quits BJP

ବାହ୍ୟ ଆଧାର ସମ୍ପାଦନା