ବିକ୍ରମ କେଶରୀ ବର୍ମା

ଓଡ଼ିଆ ରାଜନୀତିଜ୍ଞ

ବିକ୍ରମ କେଶରୀ ବର୍ମା (୨୫ ମଇ ୧୯୪୦ - ୫ ଜୁନ ୨୦୨୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ବିକ୍ରମ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୩ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ବିକ୍ରମ କେଶରୀ ବର୍ମା
ବିଧାୟକ: ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୪ – ୨୦୦୯
ପୂର୍ବ ଅଧିକାରୀଶରତ କୁମାର କର
ପର ଅଧିକାରୀପ୍ରତାପ ଜେନା
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1940-05-25)୨୫ ମଇ ୧୯୪୦
ମୃତ୍ୟୁ୫ ଜୁନ ୨୦୨୧(2021-06-05) (ବୟସ ୮୧)
ଭୁବନେଶ୍ୱର
ମୃତ୍ୟୁର କାରଣକରୋନାଭୂତାଣୁ ରୋଗ ୨୦୧୯
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଜୁଚି ରାଉତରାୟ
ସନ୍ତାନଉତ୍କଳ କେଶରୀ ବର୍ମା
ବାପା/ବୋଉରାଏ ଚନ୍ଦ୍ର ବର୍ମା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ବିକ୍ରମ କେଶରୀ ବର୍ମା ୧୯୪୦ ମସିହାର ମଇ ୨୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଏ ଚନ୍ଦ୍ର ବର୍ମା ଓ ପତ୍ନୀଙ୍କ ନାମ ଜୁଚି ରାଉତରାୟ । ବିକ୍ରମଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ।[୧]

ସମାଜସେବା ଓ ଶିକ୍ଷକତା ସମ୍ପାଦନା

ଗ୍ରାମାଞ୍ଚଳରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସେ କୁଆଁପାଳରେ ଲୋକଙ୍କଠାରୁ ହାତମୁଠି ଚାଉଳ ଭିକ୍ଷା କରି ଜବାହରଲାଲ ନେହେରୁଙ୍କ ନାମରେ ଏକ ମହାବିଦ୍ୟାଳୟ ପ୍ରତିଷ୍ଠା କରି ଏହାର ଅଧ୍ୟକ୍ଷ ଦାୟିତ୍ୱ ତୁଲାଇ ଥିଲେ । ମାହାଙ୍ଗାରେ ସିଟି, ବିଏଡ୍‌ ଓ ଘରୋଇ ଶିଳ୍ପ ତାଲିମ କେନ୍ଦ୍ର ମଧ୍ୟ ସେ ପ୍ରତିଷ୍ଠା କରିଥିଲେ ।[୨]

ସେ ୟୁଟିଆ ସଂଘର (ୟୁନାଇଟେଡ ଟିଟର୍ସ ଆଣ୍ଡ ଏମ୍ପଲୋୟି ସଂଘ) ରାଜ୍ୟ ସଭାପତି ପଦରେ କାର୍ଯ୍ୟ କରୁଥିବା ବେଳେ ସଂଘ ପକ୍ଷରୁ ଆୟୋଜିତ ଏକ ସଭାକୁ ବିଜୁ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରିଥିଲେ । ଏହି ସଭାରେ ବିଜୁ ପଟ୍ଟନାୟକ ୩୦୧୨ ଘରୋଇ ହାଇସ୍କୁଲକୁ ସରକାରୀ ହାଇସ୍କୁଲରେ ପରିଣତ କରିଥିଲେ ।[୨]

ସେ ବାଲେଶ୍ୱର ଜିଲ୍ଲାର ଖଇରା କଲେଜର ଅଧକ୍ଷ ଭାବରେ ୧୯୮୦ ମସିହାରୁ ୧୯୮୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହାପରେ ସେ କଟକରେ ଜେ.ଏନ. କଲେଜରେ ୧୯୮୨ ମସିହାରୁ ୧୯୯୦ ମସିହାଯାଏଁ ଅଧକ୍ଷ ଭାବରେ କାର୍ଯ୍ୟ କରିଥିଲେ ।[୩]

ରାଜନୈତିକ ଜୀବନ ସମ୍ପାଦନା

ବିକ୍ରମ କେଶରୀ ବର୍ମା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

୯୦ ଦଶକରେ ସେ ରାଜନୀତିରେ ପ୍ରବେଶ କରି ଜାଗ୍ରତ ଓଡ଼ିଶା, ଭାରତୀୟ ଜାତୀୟ କଂଗ୍ରେସରବି ରାୟଙ୍କ ଦଳରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାଜୟ ବରଣ କରିଥିଲେ । ୧୯୯୦ ମସିହାରେ ସେ ରାଜ୍ୟ କୃଷକ ଜନତା ଦଳ ସଭାପତି ହୋଇଥିଲେ ସେ ଏବଂ ପରେ ବିହନ ନିଗମ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ । ୧୯୯୬ ମସିହାରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ରାଜ୍ୟ ବିହନ ନିଗମର ଅଧକ୍ଷ ଭାବରେ କାର୍ଯ୍ୟ କରୁଥିଲେ ।[୪]

୨୦୦୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିକ୍ରମ କେଶରୀ ବର୍ମା ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୫୮,୭୩୮ ଖଣ୍ଡ ଭୋଟ ପାଇ ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଶେଖ ମତଲୁବ ଅଲ୍ଲୀଙ୍କୁ ୮,୮୬୦ ଖଣ୍ଡ ଭୋଟ୍‌ରେ ପରାସ୍ତ କରିଥିଲେ ।[୫] ଏହି ବିଧାନ ସଭାରେ ସେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।

୨୦୦୪ରେ ସେ ନିର୍ବାଚନରେ ବିଜୟୀ ହେବା ପରେ ବଳକା ରହିଥିବା ନିର୍ବାଚନ ପାଣ୍ଠିର ୨ ଲକ୍ଷ ଟଙ୍କା ଦଳର ସଭାପତିଙ୍କୁ ଫେରାଇଥିଲେ । ମାତ୍ର ଦଳର ସଭାପତି ନବୀନ ପଟ୍ଟନାୟକ ଏହାକୁ ଗ୍ରହଣ କରି ନ ଥିଲେ । ବିଧାୟକ ହେବା ପରେ ସେ ମାହାଙ୍ଗାରୁ ଦୁର୍ନୀତି ଓ ପିସି କାରବାରକୁ ହଟାଇବା ପାଇଁ ଉଦ୍ୟମ କରିଥିଲେ । ମାହାଙ୍ଗା ବିଡିଓଙ୍କ ସହ ସମସ୍ତ କର୍ମଚାରୀଙ୍କୁ ଡକାଇ ଗାନ୍ଧୀମୂର୍ତ୍ତି ନିକଟରେ ଗୀତା ଛୁଆଁଇ କୌଣସି ଅଧିକାରୀ ପିସି ଗ୍ରହଣ କରିବେ ନାହିଁ ବୋଲି ଶପଥ ପାଠ କରାଇଥିଲେ, ଯାହାକି ସେତେବେଳେ ଏକ ଚର୍ଚ୍ଚାର ବିଷୟ ହୋଇଥିଲା । ରାଜ୍ୟ ବିଧାନ ସଭାରେ ବିଧାୟକଙ୍କ ଦରମା ବୃଦ୍ଧି ପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ଦାବି କରୁଥିଲା ବେଳେ ଏକମାତ୍ର ବିଧାୟକ ଭାବେ ବିକ୍ରମ କେଶରି ବର୍ମା ଏହାର ବିରୋଧ କରିଥିଲେ, ଫଳରେ ଉକ୍ତ ଦରମା ବିଲ୍‌ ବିଧାନ ସଭାରେ ଗୃହିତ ହୋଇପାରି ନଥିଲା । ୨୦୦୯ ମସିହାରେ ବିଧାୟକ ଭାବରେ ତାଙ୍କର କାର୍ଯ୍ୟକାଳ ସରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ୱ ଦେଇଥିଲେ ।[୨]

ସାହିତ୍ୟକୃତି ସମ୍ପାଦନା

ରାଜନୀତି ସହ କବିତା, ଗଳ୍ପ, ଗୀତ ଓ ଉପନ୍ୟାସ ଆଦି ୧୨ ଶହ ପୃଷ୍ଠାର ୨୨ ଖଣ୍ଡ ଗ୍ରନ୍ଥାବଳୀ ରଚନା କରିଥିଲେ ସେ ।

ମୃତ୍ୟୁ ସମ୍ପାଦନା

କରୋନାଭୂତାଣୁ ରୋଗରେ ପୀଡ଼ିତ ହୋଇ ସେ ୨୦୨୧ ମସିହାର ଜୁନ ୫ ତାରିଖରେ ମୃତ୍ୟୁବରଣ କରିଥିଲେ ।[୬] କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ସମ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଥିଲାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।[୨] ମୃତ୍ୟୁବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା ।

ଆଧାର ସମ୍ପାଦନା

  1. ୧.୦ ୧.୧ "Shri Bikram Keshari Barma". odishaassembly.nic.in. Odisha Assembly. Retrieved 20 March 2020.
  2. ୨.୦ ୨.୧ ୨.୨ ୨.୩ "ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ପରଲୋକ | Sambad". ସମ୍ବାଦ (in ଓଡ଼ିଆ). ମାହାଙ୍ଗା: sambad.in. 5 June 2021. Archived from the original on 6 June 2021. Retrieved 6 June 2021.{{cite news}}: CS1 maint: unrecognized language (link)
  3. SEKHAR, SUBHRANSU (5 June 2021). "କରୋନାରେ ଚାଲିଗଲେ ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା". Odisha Reporter. ଭୁବନେଶ୍ୱର. Archived from the original on 6 June 2021. Retrieved 6 June 2021.
  4. "କରୋନାରେ ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମାଙ୍କ ଦେହାନ୍ତ". Pragativadinews. Bhubaneswar. 5 June 2021. Archived from the original on 6 June 2021. Retrieved 6 June 2021.
  5. "Orissa 2004". Election Commission of India (in Indian English). Retrieved 2019-06-27.
  6. "BJD ex-MLA Bikram Barma dies of post COVID-19 complications | Sambad English". Sambad English (in English). Cuttack: sambadenglish.com. 5 June 2021. Retrieved 6 June 2021.{{cite news}}: CS1 maint: unrecognized language (link)