ଶରତ କୁମାର କର

ଓଡ଼ିଆ ରାଜନୀତିଜ୍ଞ

ଶରତ କୁମାର କର (୫ ସେପ୍ଟେମ୍ବର ୧୯୩୯ - ୧୨ ଅକ୍ଟୋବର ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ, ସାହିତ୍ୟିକ ଓ ବକ୍ତା ଥିଲେ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳ, ଉତ୍କଳ କଂଗ୍ରସ, ଜନତା ଦଳ ଆଦି ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ଶରତ ଓଡ଼ିଶା ବିଧାନ ସଭାକୁ ତିନିଥର ଏବଂ ଲୋକ ସଭାକୁ ଥରେ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ । ୧୯୭୧, ୧୯୯୦ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୧୦ମ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୭୭ ଭାରତୀୟ ସାଧାରଣ ନିର୍ବାଚନରେ ଶରତ କଟକ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଶରତ କୁମାର କର
ବିଧାୟକ: ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୪
ପୂର୍ବ ଅଧିକାରୀଶେଖ ମତଲୁବ ଅଲ୍ଲୀ
ପର ଅଧିକାରୀବିକ୍ରମ କେଶରୀ ବର୍ମା
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀଶେଖ ମତଲୁବ ଅଲ୍ଲୀ
ପର ଅଧିକାରୀଶେଖ ମତଲୁବ ଅଲ୍ଲୀ
ସାଂସଦ: ୬ଷ୍ଠ ଲୋକ ସଭା
କାର୍ଯ୍ୟକାଳ
୧୯୭୭ – ୧୯୭୯
ନିର୍ବାଚନ ମଣ୍ଡଳୀକଟକ
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୧ – ୧୯୭୩
ପୂର୍ବ ଅଧିକାରୀବିରଜା ପ୍ରସାଦ ରାୟ
ପର ଅଧିକାରୀଶେଖ ମତଲୁବ ଅଲ୍ଲୀ
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1939-09-05)୫ ସେପ୍ଟେମ୍ବର ୧୯୩୯
ମୃତ୍ୟୁ୧୨ ଅକ୍ଟୋବର ୨୦୨୦(2020-10-12) (ବୟସ ୮୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ଜନତା ଦଳ, ଉତ୍କଳ କଂଗ୍ରେସ
ଜୀବନ ସାଥୀଅନିମା କର
ସମ୍ପର୍କରଜତ କୁମାର କର (ବଡ଼ ଭାଇ)
ବାପା/ବୋଉକୁଳମଣି କର (ବାପା)
ଇନ୍ଦୁମତୀ ଦେବୀ (ମାଆ)
ବୃତ୍ତିରାଜନୀତିଜ୍ଞ

ବାଲ୍ୟଜୀବନ ଓ ଶିକ୍ଷା ସମ୍ପାଦନା

ଶରତ ୧୯୩୯ ମସିହାର ସେପ୍ଟେମ୍ବର ମାସ ୫ ତାରିଖରେ କଟକ ଜିଲ୍ଲାର ମାହାଙ୍ଗା ଅନ୍ତର୍ଗତ ଶ୍ରୀକୃଷ୍ଣପୁର ପଞ୍ଚାୟତର ଚାୟାଁପାଳ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କୁଳମଣି କର ଜଣେ ସାହିତ୍ୟପ୍ରେମୀ ଓ ସମାଜସେବୀ ବ୍ୟକ୍ତି ଥିଲେ । କଟକର ଡଗରପଡା ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ଓ ରେଭେନ୍ସା ମହାବିଦ୍ୟାଳୟରୁ କଲେଜ ଶିକ୍ଷା ସମାପ୍ତ କରି ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।[୨]

ପରିବାର ସମ୍ପାଦନା

ଶରତଙ୍କ ପତ୍ନୀ ଅନିମା କର[୧] ଜଣେ ଅଧ୍ୟାପିକା ଓ ଗାୟିକା ଅଟନ୍ତି । ତାଙ୍କ ଜ୍ୟେଷ୍ଠ ପୁତ୍ର ସୁମନ ଜଣେ ଇଂରାଜୀ ଅଧ୍ୟାପକ ଓ କନିଷ୍ଠ ପୁତ୍ର ଶୋଭନ ଜଣେ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଅଟନ୍ତି ।

ରାଜନୈତିକ ଜୀବନ ସମ୍ପାଦନା

ଶରତ ଶରତ ପ୍ରାଣନାଥ ମହାବିଦ୍ୟାଳୟ, ଖୋର୍ଦ୍ଧାରେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକଲାଲ ବାହାଦୁର ଶାସ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, ସେ ୧୭୬୭ ମସିହାରେ ରାଜନୀତିକୁ ଆସିଥିଲେ ଓ ମାହାଙ୍ଗାରୁ ନିର୍ବାଚନ ଲଢିଥିଲେ । ପରେ ସେ ବିଜୁବାବଙ୍କ କଂଗ୍ରେସ ଦଳ ଛାଡି ଉତ୍କଳ କଂଗ୍ରେସ ଗଢିଥିଲେ । ୧୯୭୧ରେ ସେ ପୁଣି ବିଜୁବାବୁଙ୍କ ନେତୃତ୍ୱରେ ନିର୍ବାଚନ ଲଢି, ମାହାଙ୍ଗାରୁ ନିର୍ବାଚିତ ହୋଇଥିଲେ ।[୩] ସେ ବିଭିନ୍ନ ସମୟରେ ବିଜୁ ଜନତା ଦଳ, ଉତ୍କଳ କଂଗ୍ରେସ, ଜନତା ଦଳ, ଭାରତୀୟ ଜନତା ପାର୍ଟି ଆଦି ରାଜନୈତିକ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଜଣେ ବିଧାୟକ ଭାବରେ ତିନିଥର ଏବଂ ଲୋକ ସଭାକୁ ଥରେ ନିର୍ବାଚିତ ହୋଇଥିଲେ ।[୧] ଶରତ ୧୯୭୧ ମସିହାରୁ ୧୯୭୩ ମସିହାଯାଏଁ ଓ ୧୯୯୦ରୁ ୧୯୯୩ ଯାଏଁ ମନ୍ତ୍ରୀ ରହିଥିଲେ ।[୪] ୨୦୦୦ ମସିହାରେ ସେ ଓଡ଼ିଶା ବିଧାନ ସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇ ୨୦୦୪ ମସିହାଯାଏଁ ଏହି ଦାୟିତ୍ୱ ନିର୍ବାହନ କରିଥିଲେ ।[୫] ସେ ବିଚ୍ଚିନ୍ନାଞ୍ଚଳ ଓଡ଼ିଆଙ୍କ ସୀମା ଆନ୍ଦୋଳନରେ ମଧ୍ୟ ଯୋଗଦାନ କରିଥିଲେ ।

ବିଧାନ ସଭା ସଭ୍ୟ ବିବରଣୀ ସମ୍ପାଦନା

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୭୧ ୧୯୭୩ ସଭ୍ୟ, ୫ମ ଓଡ଼ିଶା ବିଧାନ ସଭା ମାହାଙ୍ଗା ଉତ୍କଳ କଂଗ୍ରେସ
୧୯୯୦ ୧୯୫୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ମାହାଙ୍ଗା ଜନତା ଦଳ
୨୦୦୦ ୨୦୦୪ ସଭ୍ୟ, ୧୨ଶ ଓଡ଼ିଶା ବିଧାନ ସଭା ମାହାଙ୍ଗା ବିଜୁ ଜନତା ଦଳ

ସାଂସ୍କୃତିକ ଓ ସାହିତ୍ୟିକ ଜୀବନ ସମ୍ପାଦନା

୧୯୬୪ ମସିହାରେ ସେ ମାହାଙ୍ଗାରେ ବୈଷ୍ଣବ ପାଣି ସ୍ମୃତି ସଂସଦ ଗଠନ କରି, ବୈଷ୍ଣବ ପାଣିଙ୍କ ରଚନାକୁ ପ୍ରଚାର କରିଥିଲେ । ବିଚ୍ଛନ୍ଦଚରଣ ପଟ୍ଟନାୟକଙ୍କଦ୍ୱାରା ପ୍ରତିଷ୍ଠିତ ଭଞ୍ଜ ସାହିତ୍ୟ ସଂସଦର ଜଣେ ସଂଗଠକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଜଣେ ଭାଷ୍ୟକାର ଭାବରେ ଆକାଶବାଣୀ, ଦୂରଦର୍ଶନ ଏବଂ ଘରୋଇ ଟିଭି ଚ୍ୟାନେଲରେ ଜଗନ୍ନାଥଙ୍କ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରୁଥିଲେ ।[୨]

ଜଣେ ସାହିତ୍ୟିକ ଭାବେ ସେ ଅନେକ ପୁସ୍ତକ ଲେଖିଥିଲେ । ସେଗୁଡିକ :

  • ଦ୍ରୁତ ବିଳମ୍ବିତ
  • ମନ୍ମଥ
  • ରୋମନ୍ଥନ
  • ଅନ୍ୟାନ[୬]

ମୃତ୍ୟୁ ସମ୍ପାଦନା

ଶରତ କର ୨୦୨୦ ମସିହାର ଅକ୍ଟୋବର ୧୨ ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୮୧ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୨]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Sharat Kumar Kar". odishaassembly.nic.in. Odisha Assembly. Retrieved 23 March 2020.
  2. ୨.୦ ୨.୧ ୨.୨ "ପୂର୍ବତନ ବାଚସ୍ପତି, ସୁସାହିତ୍ୟିକ ତଥା ବାଗ୍ମୀ ଶରତ କୁମାର କରଙ୍କ ପରଲୋକ | Sambad". ସମ୍ବାଦ (in ଓଡ଼ିଆ). ଭୁବନେଶ୍ୱର: sambad.in. 12 October 2020. Archived from the original on 12 October 2020. Retrieved 12 October 2020.{{cite news}}: CS1 maint: unrecognized language (link)
  3. "ଶରତରେ ନିରବିଗଲେ ଶରତ". No. ପ୍ରମେୟ ୧୩/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୭. ପ୍ରମେୟ. Archived from the original on 13 October 2020. Retrieved 13 October 2020.
  4. "ପୂର୍ବତନ ବାଚସ୍ପତି ଶରତ କରଙ୍କ ଦେହାନ୍ତ". ସମାଜ. ଭୁବନେଶ୍ୱର: Samaja Live. 12 October 2020. Archived from the original on 12 October 2020. Retrieved 12 October 2020.
  5. ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ. ଆମ ଓଡ଼ିଶା. p. ୨୯୧. ISBN 978-81-89436-54-4. Retrieved 12 October 2020.
  6. "ଶରତାଞ୍ଜଳି". No. ପ୍ରମେୟ ୧୩/୧୦/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୮. ପ୍ରମେୟ. Archived from the original on 13 October 2020. Retrieved 13 October 2020.