ପ୍ରତାପ ଜେନା

ଓଡ଼ିଆ ରାଜନୀତିଜ୍ଞ

ପ୍ରତାପ ଜେନା (ଜନ୍ମ: ୩ ଜୁନ ୧୯୬୬) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ପ୍ରତାପ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କିଷାନନଗର ଓ ମାହାଙ୍ଗା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୧ଶ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପ୍ରତାପ ଜେନା
ବିଧାୟକ: ୧୨ଶ, ୧୩ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୦ – ୨୦୦୯
ପୂର୍ବ ଅଧିକାରୀଯୁଧିଷ୍ଠିର ଦାସ
ନିର୍ବାଚନ ମଣ୍ଡଳୀକିଷାନନଗର
ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୦୯ – ଏବେଯାଏଁ
ପୂର୍ବ ଅଧିକାରୀବିକ୍ରମ କେଶରୀ ବର୍ମା
ନିର୍ବାଚନ ମଣ୍ଡଳୀମାହାଙ୍ଗା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1966-06-03) ୩ ଜୁନ ୧୯୬୬ (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଡେଜି ଜେନା
ବାପା/ବୋଉଦୁଶାସନ ଜେନା (ବାପା)
ବୃତ୍ତିରାଜନୀତିଜ୍ଞ

ଜନ୍ମ, ପରିବାର ଓ ଶିକ୍ଷା ସମ୍ପାଦନା

ପ୍ରତାପ ଜେନା ୧୯୬୬ ମସିହାର ଜୁନ ମାସ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଦୁଶାସନ ଜେନା ଓ ପତ୍ନୀଙ୍କ ନାମ ଡେଜି ଜେନା ।[୧] ପ୍ରତାପଙ୍କର ଶିକ୍ଷାଗତ ଯୋଗ୍ୟତା ବିଜ୍ଞାନରେ ସ୍ନାତକୋତ୍ତର ଏବଂ ପରେ ସେ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ ସମ୍ପାଦନା

ପ୍ରତାପ ଜେନା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Shri Pratap Jena". odishaassembly.nic.in. Odisha Assembly. Retrieved 18 March 2020.