ପ୍ରଦୀପ କୁମାର ମାଝୀ
ପ୍ରଦୀପ ମାଝୀ (ଜନ୍ମ: ୨୨ ଫେବୃଆରୀ ୧୯୭୬) ଜଣେ ଭାରତୀୟ ରାଜନେତା । ସେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଓଡ଼ିଶା ଯୁବ କଂଗ୍ରେସର ରାଜ୍ୟ ସଭାପତି ଭାବରେ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଉପ-ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୨୦୨୧ ମସିହାରେ ସେ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଥିଲେ ।[୧]
ପ୍ରଦୀପ କୁମାର ମାଝୀ | |
---|---|
![]() ପ୍ରଦୀପ ମାଝୀ | |
ସାଂସଦ: ୧୫ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୦୯–୨୦୧୪ | |
ପୂର୍ବ ଅଧିକାରୀ | ପର୍ଶୁରାମ ମାଝୀ |
ପର ଅଧିକାରୀ | ବଳଭଦ୍ର ମାଝୀ |
ନିର୍ବାଚନ ମଣ୍ଡଳୀ | ନବରଙ୍ଗପୁର |
ରାଜ୍ୟ ଯୁବ କଂଗ୍ରେସ ସଭାପତି | |
କାର୍ଯ୍ୟକାଳ ୨୦୦୯–୨୦୧୧ | |
ସାଧାରଣ ସମ୍ପାଦକ, ଭାରତୀୟ ଯୁବ କଂଗ୍ରେସ | |
କାର୍ଯ୍ୟକାଳ ୨୦୦୭–୨୦୦୯ | |
ସଭାପତି, ଜିଲ୍ଲା ପରିଷଦ ନବରଙ୍ଗପୁର | |
କାର୍ଯ୍ୟକାଳ ୨୦୦୭–୨୦୦୯ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୨ ଫେବୃଆରୀ ୧୯୭୬ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ |
ବାପା/ବୋଉ | ଭଗବାନ ମାଝୀ (ବାପା) ସବର୍ଣ୍ଣୋ ପ୍ରସାଦ ମାଝୀ (ମାଆ) |
ବୃତ୍ତି | ରାଜନୀତିଜ୍ଞ |
୧୫ଶ ଲୋକ ସଭାରେ ସେ ସଂସଦ ଭିତରେ ସମୁଦାୟ ୧୧୬୦ ଥର ପ୍ରଶ୍ନ ପଚାରିଥିଲେ, ଯାହାକି ଲୋକ ସଭା କାର୍ଯ୍ୟକାଳରେ ପଚରାଯାଇଥିବା ତୃତୀୟ ସର୍ବାଧିକ ପ୍ରଶ୍ନ । ଦ ଉଇକ୍ ପତ୍ରିକା ଅନୁସାରେ ସେ ତାଙ୍କର ପ୍ରଥମ ଦୁଇ ବର୍ଷରେ ହିଁ ୫୦୧ଟି ପ୍ରଶ୍ନ ପଚାରିଥିଲେ ।[୨]
ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ
ପ୍ରଦୀପ ମାଝୀ ୧୯୭୬ ମସିହାର ଫେବୃଆରୀ ୨୨ ତାରିଖରେ ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ଝରିଗ୍ରାମ ବ୍ଲକ ଅନ୍ତର୍ଗତ ତଳିଅମ୍ବା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭଗବାନ ମାଝୀ ଓ ମାଆଙ୍କ ନାମ ସବର୍ଣ୍ଣୋ ପ୍ରସାଦ ମାଝୀ । ସେ ବକ୍ସି ଜଗବନ୍ଧୁ ବିଦ୍ୟାଧର କଲେଜ ଭୁବନେଶ୍ୱରରୁ ତାଙ୍କର +୨ ପାଠପଢ଼ା ଶେଷ କରିବା ପରେ କୋରାପୁଟର ଜୟପୁରସ୍ଥିତ ବିକ୍ରମ ବେଦ ସ୍ୱୟଂଶାସିତ ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ । ଏହାପରେ ସେ କମ୍ୟୁଟର ଆପ୍ଲିକେସନ୍ରେ ଆଡ୍ଭାନ୍ସ ଡିପ୍ଲୋମା କରିବା ପାଇଁ ଦିଲ୍ଲୀ ଯାଇଥିଲେ ।
ରାଜନୈତିକ ଜୀବନସମ୍ପାଦନ କରନ୍ତୁ
ପ୍ରଦୀପ ମାଝୀ ଦିଲ୍ଲରେ ଓକିଲାତି ପଢ଼ୁଥିବାବେଳେ ୨୦୦୨ ମସିହାରେ ନବରଙ୍ଗପୁର ଜିଲ୍ଲାର ଶିଶୁମାନଙ୍କର ପୁଷ୍ଟିହୀନତା ଯୋଗୁଁ ମୃତ୍ୟୁ ବିଷୟରେ ଜାଣିବାକୁ ପାଇବାପରେ ତାଙ୍କ ଜିଲ୍ଲାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ସେତେବେଳର ସର୍ବଭାରତୀୟ କଂଗ୍ରେସ କମିଟର ଉପାଧକ୍ଷ ରାହୁଳ ଗାନ୍ଧୀଙ୍କଦ୍ୱାରା ଭୁବନେଶ୍ୱେରରେ ଆୟୋଜିତ 'ଟାଲେଣ୍ଟ ସର୍ଚ୍ଚ ଫର୍ ୟୁଥ୍' ଜରିଆରେ ସେ ରାଜ୍ୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଲୋକ ଲୋଚନକୁ ଅସିଥିଲେ । ସେ ନବରଙ୍ଗପୁର ଜିଲ୍ଲାରେ ଜିଲ୍ଲା ପରିଷଦ ସଭ୍ୟ ଭାବରେ ପ୍ରଥମେ ନିର୍ବାଚିତ ହୋଇ ତାଙ୍କ ରାଜନୈତିକ ଜୀବନ ଆରମ୍ଭ କରିଥିଲେ ।
ସେ ରାହୁଳ ଗାନ୍ଧୀଙ୍କ ଅତି ନିକଟର ଥିଲେ[୩] ଏବଂ ପ୍ରଥମ ଓଡ଼ିଆ ଭାବରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଥିଲେ । ମନମୋହନ ସିଂହଙ୍କ ୨ୟ ସରକାରରେ ସେ ଓଡ଼ିଶା ରାଜ୍ୟ କଂଗ୍ରେସର ସଭାପତି ଥିବା ସତ୍ତ୍ୱେ ଲୋକ ସଭାରେ ତାଙ୍କ ଉପସ୍ଥାନ ୭୫ ପ୍ରତିଶତରୁ ଅଧିକ ଥିଲା ଏବଂ ପ୍ରଥମ ଦୁଇ ବର୍ଷ ମଧ୍ୟରେ ସେ ସଂସଦରେ ୫୦୧ ଥର ପ୍ରଶ୍ନ ପଚାରିଥିଲେ, ଯାହାକି ଦ ଉଇକ୍ ପତ୍ରିକାରେ ମଧ୍ୟ ପ୍ରକାଶ ପାଇଥିଲା ।[୨]
ଜିଲ୍ଲା ପରିଷଦ ସଭାପତିସମ୍ପାଦନ କରନ୍ତୁ
୨୦୦୭ ମସିହାରେ ହୋଇଥିବା ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ସେ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଜିଲ୍ଲା ପରିଷଦ ପଦ ପାଇଁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହେବା ପରେ ୩୨ ବର୍ଷ ବୟସରେ ସେ ନବରଙ୍ଗପୁର ଜିଲ୍ଲାର ଜିଲ୍ଲା ପରିଷଦ ସଭ୍ୟଙ୍କ ସଭାପତି ଭାବରେ ମଧ୍ୟ ନିର୍ବାଚିତ ହୋଇଥିଲେ ।
ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକସମ୍ପାଦନ କରନ୍ତୁ
୨୦୦୮ ମସିହରେ ସେ ଅଖିଳ ଭାରତୀୟ କଂଗ୍ରେସ କମିଟିର ଉପାଧକ୍ଷ ରାହୁଳ ଗାନ୍ଧୀଙ୍କଦ୍ୱାରା ଭାରତୀୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ପଦରେ ନିଯୁକ୍ତ ହୋଇଥିଲେ ଏବଂ ଝାଡ଼ଖଣ୍ଡ ଯୁବ କଂଗ୍ରେସର ଦାୟିତ୍ୱ ଗ୍ରହଣ କରିଥିଲେ ।
ଓଡ଼ିଶା ଯୁବ କଂଗ୍ରେସ ସଭାପତିସମ୍ପାଦନ କରନ୍ତୁ
ଓଡ଼ିଶା ଯୁବ କଂଗ୍ରେସର ସଭାପତି ଭାବରେ ପ୍ରଦୀପ ମାଝୀ ଓଡ଼ିଶାରେ ଦୁର୍ବଳ ହୋଇ ପଡ଼ିଥିବା କଂଗ୍ରେସକୁ ସଜାଡ଼ିବାକୁ ଚେଷ୍ଟା କରିଥିଲେ । ସାରା ରାଜ୍ୟରେ 'ଟାଲେଣ୍ଟ ହଣ୍ଟ'ର ଆୟୋଜନ କରି ଯୁବଗୋଷ୍ଠୀଙ୍କୁ କଂଗ୍ରେସ ଦଳରେ ଯୋଗ ଦେବାକୁ ପ୍ରେରିତ କରିଥିଲେ । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ ହୋଇଥିବା ଦୁର୍ନିତିକୁ ନେଇ ସେ ନବୀନ ପଟ୍ଟନାୟକ ସରକାର ବିରୋଧର ସ୍ୱର ଉତ୍ତୋଳନ କରିଥିଲେ[୪] ଏବଂ ଚାଷୀଙ୍କ ପାଇଁ ଋଣ ଛାଡ଼ ପାଇଁ ସେ ତାଙ୍କ ସମର୍ଥକଙ୍କ ସହିତ ରାଜ୍ୟ ସଚିବାଳୟ ନିକଟରେ ଅନସନ ମଧ୍ୟ କରିଥିଲେ ।[୫][୬][୭][୮][୯]
୨୦୦୯ ଲୋକ ସଭା ନିର୍ବାଚନସମ୍ପାଦନ କରନ୍ତୁ
ସେ ୨୦୦୯ ଭାରତୀୟ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ଏବଂ ୩୦୮୨୦ ଖଣ୍ଡ ଭୋଟ୍ରେ ବିଜୟୀ ହୋଇ ୧୫ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧୦][୧୧] ଏହି ଲୋକ ସଭାରେ ସେ ସାଂସଦ ଭାବରେ ୨୦୧୪ ମସିହାରେ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।
୨୦୧୪ ଓ ୨୦୧୯ ଲୋକ ସଭା ନିର୍ବାଚନସମ୍ପାଦନ କରନ୍ତୁ
୨୦୧୪ ଓ ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ କଂଗ୍ରେସର ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ ।[୧୨]
କଂଗ୍ରେସରୁ ଇସ୍ତଫାସମ୍ପାଦନ କରନ୍ତୁ
ପ୍ରଦୀପ ମାଝୀ ୨୦୨୧ ମସିହା ଅକ୍ଟୋବର ୨୨ ତାରିଖରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ।[୧୩][୧୪] ସେ ତାଙ୍କର ଇସ୍ତଫା ପତ୍ର ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ ।[୧୫] କଂଗ୍ରେସରୁ ଇସ୍ତଫା ଦେବା ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ନବରଙ୍ଗପୁର ସହରର ସର୍କିଟ୍ ହାଉସ ସାମ୍ନାରେ ଥିବା ପଡ଼ିଆରେ ଆୟୋଜିତ ମିଶ୍ରଣ ପର୍ବରେ ପ୍ରଣବ ପ୍ରକାଶ ଦାସ, ତୁଷାରକାନ୍ତି ବେହେରା, ଚନ୍ଦ୍ର ସାରଥୀ ବେହେରା ଓ ରମେଶ ଚନ୍ଦ୍ର ମାଝି ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ ।[୧୬][୧୭]
ଆଧାରସମ୍ପାଦନ କରନ୍ତୁ
- ↑ Routray, Rituparna (6 November 2021). "ବିଜେଡିରେ ମିଶିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ : ଗତ କିଛି ଦିନ ତଳେ କଂଗ୍ରେସ ଛାଡିଥିଲେ | Kanak News". Kanak News. kanaknews.com. Retrieved 6 November 2021.
- ↑ ୨.୦ ୨.୧ Congress MP Pradeep Majhi asked 501 Questions in 2 Years Archived 31 July 2011 at the Wayback Machine.
- ↑ Team Rahul
- ↑ "Odisha: MP Pradeep Majhi raises apprehension over Diarrhea death in Nabarangpur district". Archived from the original on 27 October 2014. Retrieved 27 August 2012.
- ↑ VISIT OF PRADEEP MAJHI INDIAN MP Archived 9 April 2011 at the Wayback Machine.
- ↑ Youth Congress launches membership drive
- ↑ "Odisha: MP Pradeep Majhi condoles death of Vilasrao Deshmukh". Archived from the original on 5 March 2016. Retrieved 15 August 2012.
- ↑ "Odisha: Congress MP Pradeep Majhi spent one night in Maoist Infested Kalimela Block". Archived from the original on 11 March 2013. Retrieved 21 October 2012.
- ↑ Close shave for Pradeep Majhi
- ↑ "Parliamentary Constituency: Nabarangpur". Archived from the original on 17 May 2009. Retrieved 29 June 2012.
- ↑ "FCI to buy maize from Nabarangpur farmers".
- ↑ "Former Odisha Congress working president Pradeep Majhi to join BJD". The Economic Times. Retrieved 2021-11-06.
- ↑ Otv, News Desk. "Ex-Congress Leader Pradeep Majhi To Join BJD On Saturday". Ex-Congress Leader Pradeep Majhi To Join BJD On Saturday (in ଇଂରାଜୀ). Archived from the original on 2021-11-06. Retrieved 2021-11-06.
- ↑ "Odisha Congress Committee working president Pradeep Majhi quits party, likely to join BJD". The Hindu (in Indian English). PTI. 2021-10-22. ISSN 0971-751X. Retrieved 2021-11-06.
{{cite news}}
: CS1 maint: others (link) - ↑ "କଂଗ୍ରେସ ଛାଡ଼ିଲେ ପ୍ରଦୀପ ମାଝୀ: ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପିସିସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ | Sambad" (in ଆମେରିକୀୟ ଇଂରାଜୀ). 2021-10-22. Archived from the original on 2021-11-06. Retrieved 2021-11-06.
- ↑ "ବିଜେଡିରେ ଯୋଗ ଦେଲେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ | Sambad". 2021-11-06. Archived from the original on 2021-11-06. Retrieved 2021-11-06.
- ↑ "Former Congress MP Pradeep Majhi joins Odisha's ruling BJD". Sambad English (in English). Nabarangpur: sambadenglish.com. 6 November 2021. Retrieved 6 November 2021.
{{cite news}}
: CS1 maint: unrecognized language (link)