ଦୈନିକ ଆଶା

ଓଡ଼ିଶାର ପ୍ରଥମ ଦୈନିକ ଖବର କାଗଜ

ଦୈନିକ ଆଶା, ବ୍ରହ୍ମପୁରରୁ ପ୍ରକାଶ ପାଉଥିବା ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଓଡ଼ିଶାର ପ୍ରଥମ ଦୈନିକ ଖବର କାଗଜ । ୧୯୧୩ ମସିହା ଅପ୍ରେଲ ୧୩ତାରିଖରେ ଏହା ଏକ ସାପ୍ତାହିକ ପତ୍ରିକା ରୂପରେ ପ୍ରଥମ ପ୍ରକାଶ ପାଇଥିଲା ।[୧] ଶଶି ଭୂଷଣ ରଥ ଏହି ଖବରକାଗଜର ପ୍ରତିଷ୍ଠାତା ସମ୍ପାଦକ ଥିଲେ । ୧୯୨୮ ମସିହା ଅପ୍ରେଲ ୧୩ତାରିଖରୁ ଏହା ଦୈନିକ ଖବର କାଗଜ ଭାବରେ ପ୍ରକାଶିତ ହୋଇ ୨୦୧୩ମସିହାରେ ନିଜର ଶତବାର୍ଷିକୀ ପାଳନ କରିସାରିଛି ।

ଦୈନିକ ଆଶା
ପ୍ରତିଷ୍ଠାତାଶଶି ଭୂଷଣ ରଥ
ସମ୍ପାଦକପ୍ରମୋଦ ପଣ୍ଡା
ପ୍ରତିଷ୍ଠିତ୧୯୧୩ ଅପ୍ରେଲ ୧୩
ଭାଷାଓଡ଼ିଆ
ମୁଖ୍ୟାଳୟବ୍ରହ୍ମପୁର
Circulation୨୦୦୦୦(୨୦୧୩)

୨୦୧୩ ମସିହା ବେଳକୁ ଦୈନିକ ଆଶା ଦିନକୁ ୨୦୦୦୦ଖଣ୍ଡ ପ୍ରକାଶ ପାଉଥିଲା । ୪ପୃଷ୍ଠାର ଏହି ଖବରକାଗଜ, କେବେକେବେ ୮ପୃଷ୍ଠାରେ ମଧ୍ୟ ପ୍ରକାଶ ପାଉଥିଲା ।

ଇତିହାସ ସମ୍ପାଦନା

ଆଶା ସାପ୍ତାହିକ ଖବର କାଗଜ ୧୯୧୩ ମସିହାରୁ ପ୍ରକାଶ ପାଉଥିଲା । ପତ୍ରିକାଟିର ନାମକରଣ ପ୍ରତିଷ୍ଠାତା ଶଶି ଭୂଷଣଙ୍କ କନ୍ୟା "ଆଶାଲତା"ଙ୍କ ନାମ ଅନୁସାରେ ହୋଇଥିଲା । ଉତ୍କଳ ଦୀପିକା ପରେ ଏହା ଥିଲା ଓଡ଼ିଶାର ସର୍ବାଧିକ ଜନପ୍ରିୟ ଖବରକାଗଜ । ଅନ୍ୟ ମୁଖ୍ୟ ପତ୍ରିକା ଥିଲା ସମାଜବ୍ରହ୍ମପୁରରୁ ପ୍ରକାଶ ପାଉଥିବାରୁ ଆଶା ଗଞ୍ଜାମ ଓ ସମଗ୍ର ଦକ୍ଷିଣ ଓଡ଼ିଶାର ମୁଖପତ୍ରଭାବରେ ମାନ୍ୟତା ପାଉଥିଲା ।[୨] ଏହା ତତକାଳୀନ ବ୍ରିଟିଶ ସରକାରଙ୍କ ସମାଲୋଚନାରେ ମୁଖର ଥିଲା । ସେତେବେଳେ ଏହି ଖବରକାଗଜରେ ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗୋଦାବରୀଶ ମିଶ୍ର, ଗୋପାଳ ଚନ୍ଦ୍ର ପ୍ରହରାଜ, ଅନନ୍ତ ମିଶ୍ର, ଆପନ୍ନା ପାଣିଗ୍ରାହୀ, ଗଦାଧର ବିଦ୍ୟାଭୂଷଣ, ସଦାଶିବ ବିଦ୍ୟାଭୂଷଣ, ଫକୀର ମୋହନ ସେନାପତି, ରାମଚନ୍ଦ୍ର ଆଚାର୍ଯ୍ୟ ଆଦିଙ୍କର ଲେଖା ନିୟମିତ ପ୍ରକାଶ ପାଉଥିଲା ।

୧୯୨୮ ମସିହାରେ ଏହା ଦୈନିକ ଖବରକାଗଜର ରୂପନେଲା । ଦୈନିକ ପ୍ରକାଶିତ ହୋଇ ଏହା ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନ, ସ୍ୱାଧୀନତା ସଂଗ୍ରାମ ଆଦି ଜାତୀୟ ଆନ୍ଦୋଳନରେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲା । ପତ୍ରପତ୍ରିକା ଜଗତରେ ଏକ ନବଜାଗରଣ ଆଣିଦେଇଥିଲା । ବହୁ ସ୍ୱାଧୀନଚେତା ଯୁବଗୋଷ୍ଠୀ ପତ୍ରିକା ପ୍ରକାଶନ ଦିଗରେ ପ୍ରଶିକ୍ଷଣ ପାଇଲେ । ଦୈନିକ ଆଶାରେ ପ୍ରଶିକ୍ଷିତ ବହୁ ଯୁବକ ଅନ୍ୟ ଖବରକାଗଜ ପତ୍ରିକା ଓ ପ୍ରେସରେ ନିଯୁକ୍ତି ପାଇଥିଲେ । ପ୍ରେସ ଓ ସାମ୍ବାଦିକତା କ୍ଷେତ୍ରରେ ଏହା ଏକ ବ୍ୟବସାୟିକତା ଆଣିବାରେ ସମର୍ଥ ହୋଇଥିଲା ।[୩]

ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠିତ ହେବା ପରେ, ଶଶି ଭୂଷଣ ୧୯୩୬ ଅପ୍ରେଲ ୧୮ତାରିଖରେ ଦୈନିକ ଆଶାର ସମ୍ପାଦକ ପଦବୀରୁ ଓହରି ଯାଇଥିଲେ । ୧୯୪୨ ମସିହାରେ କଲିକତାର ବ୍ୟବସାୟୀ ଏମ ଏଲ ଜାଜୋଡିଆ ଦୈନିକ ଆଶା ଓ ଏହାର ଇଂରାଜୀ ପତ୍ରିକା "ନିୟୁ ଓଡ଼ିଶା"ର ମାଲିକାନା ଅକ୍ତିଆର କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଇଂରେଜମାନଙ୍କ ସପକ୍ଷରେ ଲେଖି ଦୈନିକ ଆଶା ବହୁ ସରକାରୀ ପୃଷ୍ଠପୋଷକତା ଲାଭ କରିଥିଲା । ହେଲେ ୧୯୫୧ ମସିହାରେ ଖବରକାଗଜର ପ୍ରକାଶନ ବନ୍ଦ ହୋଇଯାଇଥିଲା ।[୪]

୧୯୮୨ ଫେବୃଆରୀ ୧୦ ତାରିଖରେ "ବୃନ୍ଦାବନ ନାୟକ"ଙ୍କଦ୍ୱାରା ଗଠିତ ଏକ ଟ୍ରଷ୍ଟଦ୍ୱାରା ଦୈନିକ ଆଶାର ପ୍ରକାଶନ ପୁନର୍ବାର ଆରମ୍ଭ ହେଲା । "ଶ୍ରୀହର୍ଷ ମିଶ୍ର" ସମ୍ପାଦନା ଦାହିତ୍ୱରେ ରହିଲେ । ୧୯୮୪ରେ ଶ୍ରୀହର୍ଷଙ୍କର ପରଲୋକ ପରେ "ଚନ୍ଦ୍ରଶେଖର ମହାପାତ୍ର" ଏହାର ସମ୍ପାଦକ ହେଲେ । ତାଙ୍କପରେ "ପ୍ରମୋଦ ପଣ୍ଡା" ସମ୍ପାଦନା ଦାୟିତ୍ୱ ନେଇଥିଲେ ।[୫]

ଆଧାର ସମ୍ପାଦନା

  1. Pritish Acharya (11 March 2008). National Movement and Politics in Orissa, 1920-1929. SAGE Publications. pp. 10–. ISBN 978-81-321-0001-0.
  2. Krushna Singh Padhy (1989). Political Sociology: A Perspective Analysis. Discovery Publishing House Pvt. Limited. ISBN 978-81-7141-044-6.
  3. Shastry, R.P. "History of Press in Orissa" (PDF). Orissa Review (Feb March 2005). Retrieved 3 June 2018.
  4. J. NATARAJAN (1955). History of Indian Journalism. Publications Division Ministry of Information & Broadcasting. pp. 328–. ISBN 978-81-230-2638-1.
  5. https://mediamagazine.in/content/%E2%80%98dainik-asha%E2%80%99-completes-100-years[permanent dead link]