ଶଶିଭୂଷଣ ରଥ
ଶଶିଭୂଷଣ ରଥ(୦୧ ଜାନୁଆରୀ ୧୮୮୫ - ୧୯ ମାର୍ଚ୍ଚ ୧୯୪୩) ସାପ୍ତାହିକ ଖବର କାଗଜ ଆଶାର ପ୍ରତିଷ୍ଠାତା ସମ୍ପାଦକ ଥିଲେ ।[୧] ୧୯୧୩ ମସିହାରୁ ଆଶା ଖବରକାଗଜ ପ୍ରକାଶନା ଆରମ୍ଭ ହୋଇ ୧୯୨୮ ମସିହାରେ ଏହା "ଦୈନିକ ଆଶା" ନାମରେ ପ୍ରଥମ ଦୈନିକ ଓଡ଼ିଆ ଖବରକାଗଜ ଭାବେ ପ୍ରକାଶିତ ହେଇଥିଲା । [୨] ସେ ବିଚ୍ଚିନ୍ନ ଓଡ଼ିଶାର ଏକତ୍ରୀକରଣ ଦିଗରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଶଶିଭୂଷଣ ରଥ | |
---|---|
ଜନ୍ମ | |
ମୃତ୍ୟୁ | ୧୯ ମାର୍ଚ୍ଚ ୧୯୪୩ | (ବୟସ ୫୮)
ଜାତୀୟତା | ଭାରତୀୟ |
ଅନ୍ୟ ନାମ | ଶଶି ବାବୁ, ଗଞ୍ଜାମ ବ୍ୟାଘ୍ର |
ଶିକ୍ଷା | ମାଟ୍ରିକ୍ |
ଶିକ୍ଷାନୁଷ୍ଠାନ | ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାରଳାଖେମୁଣ୍ଡି |
ପ୍ରସିଦ୍ଧି | ସମାଜ ସଂସ୍କାରକ, ଶିଳ୍ପପତି, ସମ୍ପାଦକ, ରାଜନେତା |
ବୈବାହିକ-ସାଥୀ | ଅନ୍ନପୂର୍ଣ୍ଣା ରଥ |
ସନ୍ତାନ | ଆଶାଲତା ମିଶ୍ର |
ପିତାମାତା | ଲମ୍ବୋଧର ମହାପାତ୍ର (ଜନ୍ମ ଦାତା), ଦିଗମ୍ବର ରଥ (ଦତ୍ତ ପିତା) |
ପୁରସ୍କାର | O.B.E. (ଅର୍ଡର ଅଫ ବ୍ରିଟିଶ୍ ଏମ୍ପାୟାର) |
ଆଶା ଖବରକାଗଜ
ସମ୍ପାଦନାଶଶିଭୂଷଣ ରଥ ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା "ଆଶା" ଖବରକାଗଜର ସମ୍ପାଦକ, ମୁଦ୍ରକ ତଥା ପ୍ରକାଶକ ଥିଲେ । ୧୯୧୩ ମସିହା ଏପ୍ରିଲ ମାସରେ ଏହି ସାପ୍ତାହିକ ଖବରକାଗଜର ପ୍ରଥମ ପ୍ରକାଶନ ହୋଇଥିଲା । ପରେ ୧୯୨୮ ମସିହାରେ ଏହା ପ୍ରଥମ ଓଡ଼ିଆ ଦୈନିକ ଖବରକାଗଜ ଭାବେ ପ୍ରକାଶିତ ହୋଇଥିଲା ।[୩] ଏହି ପତ୍ରିକାଟି ଆଗାମୀ ସମୟରେ ସାମ୍ବାଦିକ ଶ୍ରୀହର୍ଷ ମିଶ୍ର, ଚିନ୍ତାମଣି ମିଶ୍ର, ଗୋଦାବରୀଶ ମହାପାତ୍ର, ରାମଚନ୍ଦ୍ର ସିହ୍ନା ଆଦିଙ୍କ ପାଇଁ ସାମ୍ବାଦିକ ଭାବରେ ପ୍ରତିଷ୍ଠା ଆଣିଦେଇଥିଲା । ଓଡ଼ିଆ ଲିପି ସୁଧାର ଦିଗରେ ଆଶା ପତ୍ରିକା ପ୍ରୟାସ କରିଥିଲା ଓ ଏଥି ନିମନ୍ତେ ସମାଲୋଚିତ ମଧ୍ୟ ହୋଇଥିଲା ।
ଜୀବନୀ
ସମ୍ପାଦନାଶଶିଭୂଷଣ ୧୮୮୫ ମସିହାରେ ଗଞ୍ଜାମ ଜିଲ୍ଲାର ସୋରଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ୧୯୦୨ ମସିହାରେ ସେ ମାଟ୍ରିକ ଉତ୍ତୀର୍ଣ୍ଣ ହୋଇଥିଲେ । ତାପରେ ସେ ବମ୍ବେ ଚାଲିଯାଇଥିଲେ । ସେଠାରୁ ଫେରି ସେ ମଧୁ ବାବୁଙ୍କଦ୍ୱାରା ପ୍ରତିଷ୍ଠିତ ଉତ୍କଳ ଟ୍ୟାନେରୀରେ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିଲେ । ପରେ ସେ ଉତ୍କଳ ଟ୍ୟାନେରୀକୁ ଛାଡି କଲିକତାରେ "ୟଙ୍ଗ ଆଣ୍ଡ କୋ" କମ୍ପାନୀରେ ଯୋଗ ଦେଇଥିଲେ । ସେଠାରୁ ସେ ଓଡ଼ିଶା ଫେରି ନୀଳମଣି ବିଦ୍ୟାରତ୍ନଙ୍କ ପରାମର୍ଶ ଗ୍ରହଣ କରି "ଆଶା" ପତ୍ରିକାର ପ୍ରକାଶନ ଆରମ୍ଭ କରିଥିଲେ । ୧୯୩୩ ମସିହାରେ ତାଙ୍କରି ସମ୍ପାଦନାରେ "ନ୍ୟୁ ଓଡ଼ିଶା" ପତ୍ରିକା[୪] ପ୍ରକାଶନ ଆରମ୍ଭ ହୋଇଥିଲା ।[୫] ଇଂରାଜୀ ସାପ୍ତାହିକ ପତ୍ରିକା "ଇଷ୍ଟ କୋଷ୍ଟ"ର ସେ ପ୍ରକାଶକ ଥିଲେ ।[୬] ୧୯୨୧ ମସିହାରେ ଗାନ୍ଧୀଜିଙ୍କର ଓଡ଼ିଶା ଆଗମନ ସମୟରେ ସେ ବିଚ୍ଚିନ୍ନ ଓଡ଼ିଶାର ଏକତ୍ରୀକରଣ ବିଷୟରେ ତାଙ୍କୁ ଅବଗତ କରେଇଥିଲେ ।[୭]
ଆଧାର
ସମ୍ପାଦନା- ↑ "SASHI BHUSAN RATH". ganjam.nic.in. 2002. Retrieved 27 June 2013.
He had published the weekly newspaper 'ASHA' in 13th April'1913
- ↑ Chatterjee, Mrinal (2013). "Window Seat| Mrinal Chatterjee, Oriya Column". orissadiary.com. Archived from the original on 30 May 2013. Retrieved 27 June 2013.
It was the first Oriya daily newspaper of Orissa.
- ↑ Orissa Review. February 2005.
- ↑ P. K. Jena (1988). Orissa, a New Province: History of Government and Politics in Orissa from 1936-1948. Punthi Pustak.
- ↑ "ଆଜି ଜନ୍ମଦିନ". No. ସମ୍ବାଦ ୦୧/୦୧/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨୦. ସମ୍ବାଦ. Retrieved 1 January 2020.
- ↑ K. S. Singh (1992). People of India: Odisha (2 pts.). Anthropological Survey of India. ISBN 978-81-7046-293-4.
- ↑ Orissa Society of Americas 25th Annual Convention Souvenir: For Annual Convention Held in 1994 at Pamona, New Jersey. Odisha Society of the Americas. pp. 22–. GGKEY:497UK5ADFB0.