ଚନ୍ଦ୍ରଶେଖର ମହାପାତ୍ର

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚନ୍ଦ୍ରଶେଖର ମହାପାତ୍ର (୧୯୦୬–୧ ଡିସେମ୍ବର ୧୯୯୫) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସାହିତ୍ୟିକ, ସାମ୍ବାଦିକ ଓ ସଂସ୍କୃତ ପଣ୍ଡିତ ଥିଲେ । ସେ ତାଙ୍କ ଶିଶୁସାହିତ୍ୟ ପୁସ୍ତକ ପିଲାଙ୍କ କଥା ଲହରୀ ନିମନ୍ତେ ୧୯୬୨ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[] ପାଇଥିଲେ । ସେ ଓଡ଼ିଆ ସମେତ ହିନ୍ଦୀ ଓ ସଂସ୍କୃତରେ ସାହିତ୍ୟ ରଚନା କରିଥିଲେ ଏବଂ କେତେକ ସଂସ୍କୃତ ଗ୍ରନ୍ଥକୁ ଓଡ଼ିଆ ଶିଶୁସାହିତ୍ୟରେ ରୂପାନ୍ତର କରିଥିଲେ ।

ଚନ୍ଦ୍ରଶେଖର ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ୧୯୦୬
କୁଶଢ଼ିପା, ବୀରନଳିନାକ୍ଷପୁର ଶାସନ, ଖଲିକୋଟ, ଗଞ୍ଜାମ ଜିଲ୍ଲା
ମୃତ୍ୟୁ୧ ଡିସେମ୍ବର ୧୯୯୫(1995-12-01) (ବୟସ ୮୮–୮୯)
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ବିଷୟସାମ୍ବାଦିକ, ଓ ସାହିତ୍ୟିକ
ସାହିତ୍ୟ କୃତିପିଲାଙ୍କ କଥା ଲହରୀ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ସମ୍ପର୍କୀୟବିନାୟକ ମହାପାତ୍ର (ପିତା), ଚାନ୍ଦମଣି ଦେବୀ (ମାତା)

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ଚନ୍ଦ୍ରଶେଖର ମହାପାତ୍ର ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଅନ୍ତର୍ଗତ କୁଶଢ଼ିପାରେ ଜନ୍ମଗ୍ରହଣ କରିଥିଲେ । ଉତ୍କଟ ଆର୍ଥିକ ଅନଟନ ଯୋଗୁଁ ସେ ଉଚ୍ଚ ଶିକ୍ଷାଲାଭରୁ ବଞ୍ଚିତ ହୋଇଥିଲେ । ନିଜ ଚେଷ୍ଟାରୁ ସେ ଓଡ଼ିଆ, ସଂସ୍କୃତ ଓ ହିନ୍ଦୀ ଭାଷାରେ ଦକ୍ଷତା ହାସଲ କରିଥିଲେ । ସେ ବ୍ରହ୍ମପୁରରୁ ପ୍ରକାଶିତ ଶିଶିର, ନବୀନ, ପ୍ରଭାତ ପତ୍ରିକାମାନଙ୍କରେ ଲେଖା ପ୍ରକାଶ କରିଥିଲେ । ସେ ଗରିବ ମେଧାବୀ ଛାତ୍ରଙ୍କୁ ବୃତ୍ତି ଦେବା ପାଇଁ ସେ ଚନ୍ଦ୍ରଶେଖର ସ୍ମୃତି ପାଣ୍ଠି ଓ ବିନାୟକ ସ୍ମୃତି ପାଣ୍ଠି ଗଠନ କରିଥିଲେ । ସେ ସାଂସ୍କୃତିକ ଅନୁଷ୍ଠାନସବୁ ସହିତ ଜଡ଼ିତ ଥିଲେ ।[] ସ୍ୱାଧିନ ପ୍ରେସ୍ ଓ ଆଶା କାର୍ଯ୍ୟାଳୟରେ ସେ କାର୍ଯ୍ୟରତ ଥିଲେ ।[]

ରଚନାବଳୀ

ସମ୍ପାଦନା
  • ପିଲାଙ୍କ କଥା ଲହରୀ
  • ପିଲାଙ୍କ କୁମାର ସମ୍ଭବମ୍
  • ପିଲାଙ୍କ ଶକୁନ୍ତଳା
  • ପିଲାଙ୍କ ଶଶିବାବୁ
  • ରାଜକବି କୃଷ୍ଣସିଂହ
  • ଆଧ୍ୟାତ୍ମ ରାମାୟଣ
  • ସୁଧାସାର ଗୀତା
  • ରାଜଯୋଗ
  • ସୂର୍ଯ୍ୟପୁରାଣ
  • ନାରଦ ପୁରାଣ
  • ଗରୁଡ଼ ପୁରାଣ
  • ଭଜନ ଭାଗବତ
  • ଶିବତତ୍ତ୍ୱ ସାର

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ପିଲାଙ୍କ କଥା ଲହରୀ ପାଇଁ ୧୯୫୬, ୧୯୫୭ ଏବଂ ୧୯୫୮ ମସିହା ପାଇଁ)
  1. http://odishasahityaakademi.org/English/sahitya-award.php
  2. ପାଣିଗ୍ରାହୀ, ସୁରେନ୍ଦ୍ରନାଥ, ଡଃ (୨୦୧୨). ଗଞ୍ଜାମ ଐତିହ୍ୟ ଓ ପରମ୍ପରାର ପୁଣ୍ୟଭୂମି. ସତାନାରାୟଣ ବୁକ୍ ଷ୍ଟୋର. pp. ୯୨.{{cite book}}: CS1 maint: multiple names: authors list (link)
  3. ରଥ, ନିରଞ୍ଜନ. ଅବିଭକ୍ତ ଗଞ୍ଜାମ ଜିଲ୍ଲାର ଦିବଂଗର ସାରସ୍ୱତ ସାଧକ. ବ୍ରହ୍ମପୁର: ପଟେଲ ସାହିତ୍ୟ ସଂସଦ. pp. ୯୧.