ଦିଲ୍ କା ରାଜା

୨୦୧୭ର ଓଡ଼ିଆ କଥାଚିତ୍ର
(ଦିଲ୍‌କା ରାଜାରୁ ଲେଉଟି ଆସିଛି)

ଦିଲ୍‌ କା ରାଜା ୨୦୧୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧][୨][୩][୪] ଏହି କଥାଚିତ୍ରଟି ନିର୍ଦ୍ଦେଶକ ଦିଲ୍ଲୀପ ପଣ୍ଡାଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଥିଲା । ବୈଦ୍ୟନାଥ ଦାଶ ଏହି ଚଳଚ୍ଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ରବିନ୍ଦ୍ର ପଣ୍ଡା ଚଳଚ୍ଚିତ୍ରଟିକୁ ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ ଜ୍ୟୋତିରଞ୍ଜନ । ଚଳଚ୍ଚିତ୍ରଟି ଏକ ତ୍ରିକୋଣୀୟ ପ୍ରେମକାହାଣୀକୁ ନେଇ ନିର୍ମିତ ହୋଇଥିଲା, ଯେଉଁଥିରେ ପିଙ୍କି ପ୍ରିୟଦର୍ଶନୀ ଏବଂ ଦୀପିକା ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ ।[୫]

ଦିଲ୍‌ କା ରାଜା
ନିର୍ଦ୍ଦେଶକଦିଲ୍ଲୀପ ପଣ୍ଡା
ପ୍ରଯୋଜକରବିନ୍ଦ୍ର ପଣ୍ଡା
ସଂଳାପରଜନୀ ରଞ୍ଜନ
କାହାଣୀସୁରାଗିନି ପାଠକ
କଳାକାରଜ୍ୟୋତି ରଞ୍ଜନ ନାୟକ, ପିଙ୍କି ପ୍ରିୟଦର୍ଶନୀ, ଦୀପିକା, ଉତ୍ତମ ମହାନ୍ତି, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ପପୁ ପମ ପମ
ସଙ୍ଗୀତବୈଦ୍ୟନାଥ ଦାଶ
ମୁକ୍ତିଲାଭ ତାରିଖ
୧୦ ଫେବୃଆରୀ ୨୦୧୭
ଦେଶ ଭାରତ
ଭାଷାଓଡ଼ିଆ

ପ୍ରେମ, ପ୍ରଣୟ, ଭଲ ପାଇବା, ତ୍ୟାଗ, ସଭିଙ୍କୁ ଖୁସି ରଖିବା, ନିଜର ଦୁଃଖକୁ ନିଜ ଭିତରେ ଚାପି ରଖିବା ଭଳି ଥିବା କଥା ରହିଥିବା ଏହି ଚଳଚ୍ଚିତ୍ରଟି ଭାଲେଣ୍ଟାଇନ୍ ଡେରେ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

ଏହି ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିଥିଲେ ଜ୍ୟୋତି ରଞ୍ଜନ ନାୟକ । ଜ୍ୟୋତି ପୂର୍ବରୁ ଦୁଇଟି ଚଳଚ୍ଚିତ୍ର ଦେଲେ ଧରା କଥା ସରେ ଏବଂ ନିଝୁମ ରାତିର ସାଥିରେ ଅଭିନୟ କରିସାରିଥିଲେ । ଏହା ଥିଲା ତାଙ୍କର ୩ୟ ଚଳଚ୍ଚିତ୍ର । ତାଙ୍କର ଦୁଇଜଣ ନାୟିକା ଭାବରେ ଅଭିନୟ କରିଥିଲେ ପିଙ୍କି ପ୍ରିୟଦର୍ଶନୀ ଏବଂ ଦୀପିକା । ପ୍ରଥମରେ ଦେବସ୍ମିତା ପଣ୍ଡାକୁ ଦୀପିକାଙ୍କ ସ୍ଥାନରେ ନିଆଯାଇଥିଲା । ମହୁରତ ସମୟରେ ଦେବସ୍ମିତା ଉପସ୍ଥିତ ଥିଲେ, ମାତ୍ର ପରେ ପରେ ତାଙ୍କ ବଦଳରେ ଦୀପିକାଙ୍କୁ ସ୍ଥାନ ମିଳିଥିଲା । ଅନ୍ୟାନ୍ୟ କଳାକାର ଭାବରେ ବିରଷ୍ଠ ଅଭିନେତା ମିହିର ଦାସ, ଉତ୍ତମ ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା ଏବଂ ପ‌ପୁ ପମ ପମ ଆଦି ମଧ୍ୟ ଅଭିନୟ କରିଥିଲେ ।[୬] ଅନ୍ୟତମ ବରିଷ୍ଠ ଅଭିନେତା ବାବୁ ପ୍ରଧାନ ଏବଂ ତାଙ୍କ ପୁଅ ପ‌ପୁ ମଧ୍ୟ ଏହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପ‌ପୁଙ୍କର ଏହା ଥିଲା ପ୍ରଥମ ଚଳଚ୍ଚିତ୍ର ।

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ । ପୁଲକ, ଅଞ୍ଜଳି ଦତ୍ତ ଏହି ଚଳଚ୍ଚିତ୍ରରେ ପ୍ରଚ୍ଛଦପଟ ଗାୟକ- ଗାୟିକା ରୂପେର ପ୍ରଥମ କରି ସୁଯୋଗ ପାଇଥିଲେ । ସୁଧାକର ବସନ୍ତ ମଧ୍ୟ ଏହି ଚଳଚ୍ଚିତ୍ରରେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ।[୮]

ଗୀତ ସମ୍ପାଦନା

ଗୀତ ରଚନା କଣ୍ଠଦାନ
ଦେ ଚୁମା
ଦିଲ୍‌ ଦିଲ୍ ମୁଁ ଦିଲ୍ କା ରାଜା
ଏ ବନର ଛାଇ
ଏ ଦୁନିଆ ଥିବ ନ ଥିବ ଅରୁଣ ମନ୍ତ୍ରୀ ପୁଲକ, ଅଞ୍ଜଳି ଦତ୍ତ
ମୁଁ ଯେ ଫଗୁଣ ବନର ପକ୍ଷୀ
ଓରେ ସାଥିରେ ଶୁଣ ମେରେ ମିତରେ

ଆଧାର ସମ୍ପାଦନା

  1. "୧୦ ମାସରେ ୩୦ଟି ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 2 November 2017. Retrieved 2 November 2017.
  2. "୯ ମାସରେ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା ?". sambad.in. 30 September 2017. Retrieved 1 October 2017.
  3. "୮ ମାସରେ କେତୋଟି ଓଡ଼ିଆ ସିନେମା ?". Sambad.in. 3 September 2017. Archived from the original on 11 September 2017. Retrieved 8 September 2017.
  4. ""୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି" is locked ୨୦୧୭ ଆରମ୍ଭରୁ ଆଜି ଯାଏ୧୭ଟି ଓଡ଼ିଆ ଛବି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି". E News ଓଡ଼ିଆ. 6 July 2017. Retrieved 8 August 2017.
  5. "ଫେବ୍ରୁଆରୀରେ 'ଦିଲ୍‌କା ରାଜା'". ପ୍ରମେୟ. 8 January 2017. Archived from the original on 10 January 2017. Retrieved 1 March 2017.
  6. {{cite news|title=Mahurat of Odia movie ‘Dil Ka Raja’ held in city|url=http://pragativadi.com/mahurat-odia-movie-dil-ka-raja-held-city/%7Caccessdate=1 March 2017|newspaper=[[ପ୍ରଗତିବାଦୀ|date=25 October 2016}}
  7. "'ସୁପର ବୟ'ରେ ଜ୍ୟୋତିଙ୍କ ସହିତ ନଜର ଆସିବେ ଏହି ନାୟିକା | Kanak Lifestyle". Kanak News. Kanak Lifestyle. 25 February 2019. Archived from the original on 25 December 2021. Retrieved 25 December 2021.
  8. "Dil Ka Raja Odia Movie Full HD Premiere - CineCritics". CineCritics. Retrieved 1 March 2017.

ବାହାର ଆଧାର ସମ୍ପାଦନା