ଅନନ୍ତଶୟନ, ସରାଙ୍ଗ

ତାଳଚେର ସହରଠାରୁ ମାତ୍ର ୯କି.ମି. ଦୂରତ୍ୱରେ ଥିବା ସରାଙ୍ଗ ଗ୍ରାମରେ ଐତିହାସିକ ଅନନ୍ତଶାୟୀ ବିଷ୍ଣୁଙ୍କ ପ୍ରତିକୃତି ଅବସ୍ଥିତ । ତାଳଚେର ବ୍ଳକ ସରାଙ୍ଗ ଗ୍ରାମର ଏକ ପାର୍ଶ୍ୱଦେଇ ବୋହି ଯାଉଥିବା ବ୍ରାହ୍ମଣୀ ନଦୀ କୂଳର ମୁଗୁନି ପଥର ଚଟାଣରେ ପଥରକୁ କଟାଯାଇ ତିଆରି କରାଯାଇଥିବା ପୁରାଣ କଥିତ ଭଗବାନଙ୍କ ବିଷ୍ଣୁଙ୍କ ଅନନ୍ତଶୟନର ଛାପ ଦେଖିବାକୁ ମିଳେ ।[୧] ବ୍ରାହ୍ମଣୀ ନଦୀଗର୍ଭର ଜଳସ୍ରୋତ ମଧ୍ୟରେ ବୁଡ଼ି ରହିଥିବା ଏହି ଅନନ୍ତ ଶୟନ ରୂପ କାଳକ୍ରମେ ବ୍ରାହ୍ମଣୀ ନଦୀର ଜଳପତ୍ତନ କମିବା ପରେ ଲୋକଲୋଚନକୁ ଆସିଥିଲା । ନବମ ଶତାବ୍ଦୀରେ ଭୌମକର ବଂଶର ରାଜତ୍ୱ ସମୟରେ ଏହି ପ୍ରତିକୃତି ଖୋଦେଇ କରାଯାଇଥିଲା । ବିଷ୍ଣୁଙ୍କ ଏହି ପ୍ରତିକୃତିର ଲମ୍ବ ୫୧ଫୁଟ, ଚଉଡା ୨୩ଫୁଟ ଓ ମୋଟେଇ ପ୍ରାୟ ୨ଫୁଟ ୪ଇଞ୍ଚ । ବିଷ୍ଣୁଙ୍କ ଚାରିହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ରହିଥିବା ବେଳେ, ତାଙ୍କ ମସ୍ତକକୁ ଅନନ୍ତ ସର୍ପ ଘେରି ରହିଛି । ଏହା ଏକ ସରକାରୀ ମାନ୍ୟତା ପ୍ରାପ୍ତ ପର୍ଯ୍ୟଟନସ୍ଥଳୀ [୨] ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ "ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ" ଉପରେ ନ୍ୟସ୍ତ ।[୩]

ଅନନ୍ତଶୟନ ବିଷ୍ଣୁ, ସରାଙ୍ଗ
Bishnu AnantaShayan, Saraang.jpg
ଅନନ୍ତଶୟନ ବିଷ୍ଣୁ, ସରାଙ୍ଗ
Religion
ସମ୍ବନ୍ଧତାHinduism
Districtଢେଙ୍କାନାଳ ଜିଲ୍ଲା
Location
ଅବସ୍ଥିତିବ୍ରାହ୍ମଣୀ ନଦୀ କୂଳ
ଦେଶଭାରତ
ଉଚ୍ଚତା[convert: invalid number]

ଇତିହାସସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. http://angul.nic.in/tourist.htm
  2. asi protected monument
  3. ସମ୍ବାଦ ୧୮/୦୫/୨୦୧୪ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪

ବାହାର ଆଧାରସମ୍ପାଦନ କରନ୍ତୁ