ଦେବଯାନୀ

ଓଡ଼ିଆ କଥାଚିତ୍ର ଅଭିନେତ୍ରୀ

ଦେବଯାନୀ ଦେଘୁରିଆ ଜଣେ ଓଡ଼ିଆ ଅଭିନେତ୍ରୀ ।[୧] ସେ ଓଡ଼ିଆ ଚଳଚ୍ଚିତ୍ର ରଙ୍ଗିଲା ଟୋକାରେ ପ୍ରଥମ କରି ନାୟିକା ଭାବରେ ଅଭିନୟ କରିଥିଲେ ।[୨] ଏହା ପୂର୍ବରୁ ଦେବାଯାନୀ କିଛି ଓଡ଼ିଆ ଚଳଚ୍ଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ଆଇ ଲଭ୍ ମାଇଁ ଇଣ୍ଡିଆ ଚଳଚ୍ଚିତ୍ରରୁ ଅଭିନୟ ଆରମ୍ଭ କରିଥିବା ଦେବଯାନୀ ପାଗଳ ପ୍ରେମୀ, ତୋ ବିନା ମୋ କାହାଣୀ ଅଧା, ରସିକ ନାଗର, ଲାଲ ଟୁକୁ ଟୁକୁ ସାଧବ ବୋହୂ, ଡନ୍ ଆଦି ଚଳଚ୍ଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୨୦୧୨ରେ ରଙ୍ଗିଲା ଟୋକା ଚଳଚ୍ଚିତ୍ରରେ ସେ ଶୀର୍ଷ ନାୟିକା ଭାବରେ ଅଭିନୟ କରିଥିଲେ । ଏହା ପରେ ସେ ଚାନ୍ଦ ନା ତମେ ତାରା, ସଲାମ ସିନେମା, ଖାସ୍ ତୁମରି ପାଇଁ ଭଳି ଚଳଚ୍ଚିତ୍ରରେ ନାୟିକା ଭାବରେ ଅଭିନୟ କରିଥିଲେ ।

ଦେବଯାନୀ
୨୦୧୮ ମସିହାରେ ଦେବଯାନୀ
Born
ଦେବଯାନୀ ଦେଘୁରିଆ

୧୫ ମଇ
Occupation(ଓଡ଼ିଆ) ଅଭିନେତ୍ରୀ

ପ୍ରାରମ୍ଭିକ ଜୀବନ ସମ୍ପାଦନା

ଅଭିନୟ ଜୀବନ ସମ୍ପାଦନା

ଦେବଯାନୀ ପ୍ରଥମେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତୁଳସୀରେ ପ୍ରଥମେ ଅଭିନୟ କରିଥିଏଲ ।[୩] ଏହାପରେ ୨୦୦୬ ମସିହାରେ ସେ ଆଇ ଲଭ୍ ମାଇଁ ଇଣ୍ଡିଆ କଥାଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ ଆରମ୍ଭ କରିଥିଲେ ।[୪] ୨୦୦୭ ମସିହାରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପାଗଳ ପ୍ରେମୀରେ ନାୟିକାର ସାଙ୍ଗ ଭାବରେ ଅଭିନୟ କରିଥିଲେ । ଏହାପରେ ସେ ତୋ ବିନା ମୋ କାହାଣୀ ଅଧା, ଲାଲ ଟୁକୁ ଟୁକୁ ସାଧବ ବୋହୂ ଆଦି ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ । ୨୦୧୦ ମସିହାରେ ବ୍ରଜରାଜ ମୁଭିଜ୍‌ର ଚଳଚ୍ଚିତ୍ର ଡନ୍‌ରେ ଦେବଯାନୀ ମଧ୍ୟ ସ‌ହକାରୀ ଅଭିନେତ୍ରୀ ଭାବରେ ଅଭିନୟ କରିଥିଲେ ।

୨୦୧୨ ମସିହାରେ ପପୁ ପମ ପମଙ୍କ ସ‌ହ ଦେବଯାନୀ ରଙ୍ଗିଲା ଟୋକାରେ ନାୟିକା ଭାବରେ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ।[୫] ଏହି ଚଳଚ୍ଚିତ୍ରଟି ମୁକ୍ତିଲାଭ କରିବା ପରେ ଦେବଯାନୀ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହା ପରେ ଦେବଯାନୀ ଚାନ୍ଦ ନା ତମେ ତାରା ଚଳଚ୍ଚିତ୍ରରେ ସମାନ୍ତରଳ ନାୟିକା ଭାବରେ ଅଭିନୟ କରିଥିଲେ । ନାୟିକା ଭାବରେ ଦେବଯାନୀଙ୍କ ଅଭିନୀତ ଅନ୍ୟ ଚଳଚ୍ଚିତ୍ର ହେଲା: ସଲାମ ସିନେମା, ଖାସ୍ ତୁମରି ପାଇଁ, ଅଜାତ ଶତ୍ରୁ[୪][୬]

ଅଭିନୀତ କଥାଚିତ୍ର ସମ୍ପାଦନା

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୦୬ ଆଇ ଲଭ୍ ମାଇଁ ଇଣ୍ଡିଆ ରୋଜୀ ପ୍ରଥମ ଅଭିନୟ ଆରମ୍ଭ
୨୦୦୭ ପାଗଳ ପ୍ରେମୀ ଶାନ୍ତି ସ‌ହ ଅଭିନେତ୍ରୀ
୨୦୦୭ ତୋ ବିନା ମୋ କାହାଣୀ ଅଧା କୋଇଲି ଖଳ ନାୟିକା
୨୦୦୭ ଲାଲ ଟୁକୁ ଟୁକୁ ସାଧବ ବୋହୂ ପୂଜାର ସାଙ୍ଗ
୨୦୧୦ ଡନ୍ ସୋନାଲି
୨୦୧୨ ରଙ୍ଗିଲା ଟୋକା ପ୍ରିୟା ନାୟିକା ଭାବରେ ପ୍ରଥମ ଅଭିନୟ
୨୦୧୨ ଚାନ୍ଦ ନା ତମେ ତାରା ମୋହିନୀ ସମାନ୍ତରଳ ଅଭିନେତ୍ରୀ
୨୦୧୩ ସଲାମ ସିନେମା ନାୟିକା
୨୦୧୪ ଖାସ୍ ତୁମରି ପାଇଁ
୨୦୧୭ ଅଜାତଶତ୍ରୁ
TBD ଉଦଣ୍ଡୀ ସୀତା[୭][୮] ସୀତା ମୁକ୍ତିଲାଭ ଅପେକ୍ଷାରେ

ଆଧାର ସମ୍ପାଦନା

  1. "Real Life Images of Debjani Deghuri Odia Actress". BestOdisha.In. Archived from the original on 10 March 2017. Retrieved 6 April 2017.
  2. "ଦେବଯାନୀଙ୍କ ନୂଆ ଓଡ଼ିଆ ସିନେମା "ଅଜାତଶତ୍ରୁ" ଖୁବ ଶୀଘ୍ର ପରଦାକୁ ଆସୁଛି". E News ଓଡ଼ିଆ. 12 July 2017. Retrieved 29 August 2017.
  3. "ପିଣ୍ଟୁଙ୍କ ପରେ ପପୁଙ୍କ ନାୟିକା ବନିଥିଲେ ଦେବଯାନୀ". sambad.in. 3 April 2017. Archived from the original on 17 October 2017. Retrieved 17 November 2017.
  4. ୪.୦ ୪.୧ "ଆଜି ଶୁଭମୁକ୍ତି : 'ଅଜାତଶତ୍ରୁ'". sambad.in. 23 March 2018. Retrieved 23 March 2018.
  5. "Cast and Crew of Oriya film Rangila Toka". NewOdisha.in. Archived from the original on 20 November 2017. Retrieved 6 April 2017.
  6. ""AjatShatru" Upcoming Odia Film Mahurat Held at Bhubaneswar". E News ଓଡ଼ିଆ. 14 March 2017. Retrieved 6 April 2017.
  7. "ଗୁପ୍‌ଚୁପ୍ ଯୋଡ଼ି". ସକାଳ. 19 June 2022. p. ୨. Archived from the original on 20 June 2022. Retrieved 20 June 2022.
  8. "ଦେବଯାନୀଙ୍କ ଚମକ". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.

ଅଧିକ ତ‌ଥ୍ୟ ସମ୍ପାଦନା