ଗୋଲ୍‌ମାଲ୍

୨୦୨୦ ଓଡ଼ିଆ କଥାଚିତ୍ର

ଗୋଲ୍‌ମାଲ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କେଦାର ଚନ୍ଦ୍ର ରାଉତ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]

ଗୋଲ୍‌ମାଲ୍
ନିର୍ଦ୍ଦେଶକଅଶ୍ୱିନୀ ଗଡ଼ନାୟକ
ପ୍ରଯୋଜକକେଦାର ଚନ୍ଦ୍ର ରାଉତ
ସଂଳାପନିର୍ମଳ ନାୟକ
କଳାକାରସିଦ୍ଧାନ୍ତ ମହାପାତ୍ର
ଆନିଷା ଶର୍ମା
ଚିତ୍ତ ରଞ୍ଜନ ତ୍ରିପାଠୀ
ବବି ମିଶ୍ର
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକଚନ୍ଦ୍ରଶେଖର ମିଶ୍ର
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ଆନିଷା ଶର୍ମା । ଚିତ୍ତରଞ୍ଜନ ତ୍ରିପାଠୀ, ବବି ମିଶ୍ର, ପୃଥ୍ୱୀରାଜ ନାୟକ, ଅପରାଜିତା ମହାନ୍ତି, ପ୍ରଜ୍ଞା ଖଟୁଆ, ପ୍ରଦ୍ୟୁମ୍ନ ଲେଙ୍କା, ବ୍ରଜ ସିଂହ, ପିଙ୍କି ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟିର ୨୦୨୦ ମସିହାର ମାର୍ଚ୍ଚ ୮ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୨]

ଅଭିନୟ ସମ୍ପାଦନା

କାହାଣୀ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦଶନା ଦେଇଥିଲେ ପ୍ରେମ ଆନନ୍ଦ । ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତଗାୟକସମୟ
1."ଗୋଲ୍‌ମାଲ୍"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
2."ସଜନା ସଜନା"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 
3."ତୁ ଏବେ ବି ଦିୱାନୀ"ହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ 

ଆଧାର ସମ୍ପାଦନା

  1. "ରୁପେଲି ପରଦା: ୧୦୦ କୋଟିର ସିନେ କାରବାର ଠପ୍‌ | Sambad". ସମ୍ବାଦ. sambad.in. 19 December 2020. Archived from the original on 20 January 2021. Retrieved 9 January 2022.
  2. ୨.୦ ୨.୧ "List of Odia Films released in 2020OdiaLive". Odia Live (in English). 13 March 2020. Archived from the original on 7 January 2022. Retrieved 7 January 2022.{{cite news}}: CS1 maint: unrecognized language (link)

ବାହାର ଆଧାର ସମ୍ପାଦନା