ସମ୍ବଲପୁରୀ ଭାଷା

ଓଡ଼ିଶାରେ ପ୍ରଚଳିତ ଏକ ଭାଷା
(କୋଶଳୀ ଭାଷା ରୁ ଲେଉଟି ଆସିଛି)

ସମ୍ବଲପୁରୀ ଭାଷା (କୋଶଳୀକୋସଲି ନାମରେ ମଧ୍ୟ ଜଣା) ଏକ ଓଡ଼ିଶାରେ ପଶ୍ଚିମାଞ୍ଚଳରେ କଥିତ ଏକ ଭାଷା ପ୍ରକାର । ଏହା ପଶ୍ଚିମ ଓଡ଼ିଆ, କୋସଲି, ସମଲପୁରୀ ଆଦି ନାମରେ ମଧ୍ୟ ଜଣା ।[୬] କୋଶଳ ଓ କୋଶଳୀ ନିକଟରେ ପ୍ରତିଷ୍ଠିତ ଏକ ବିବାଦୀୟ ନାମ ଓ କୋଶଳ ଅଞ୍ଚଳ ମଧ୍ୟରେ ପୁରାତନ କୋଶଳ ସାମ୍ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି ।[୭][୮]

ସମ୍ବଲପୁରୀ
ପଶ୍ଚିମ ଓଡ଼ିଆ, କୋଶଲି, କୋଶଳୀ
କେଉଁ ଅଞ୍ଚଳଭାରତ
ସ୍ଥାନଓଡ଼ିଶାର ପଶ୍ଚିମାଞ୍ଚଳ ଜିଲ୍ଲାସମୂହ (ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା)
Native ଭାଷାଭାଷୀ
[୧]
ଓଡ଼ିଆ[୨][୩][୪]
ଭାଷା କୋଡ଼
ISO 639-3spv
ଗ୍ଲୋଟୋଲୋଗsamb1325[୫]

ଏହାର ବକ୍ତାମାନେ ସମ୍ବଲପୁରୀକୁ ଏକ ଭିନ୍ନ ଭାଷା ଭାବେ ଗଣନ୍ତି ଓ ଅନ୍ୟମାନେ ଏହାକୁ ଓଡ଼ିଆ ଭାଷାର ଏକ ଉପଭାଷା ଭାବେ ଗଣନ୍ତି ।[୯] ସମ୍ବଲପୁରୀ କହୁଥିବା ଲୋକେ ଆନୁଷ୍ଠାନିକ ଯୋଗାଯୋଗରେ ମାନକ ଓଡ଼ିଆ ବ୍ୟବହାର କରିଥାନ୍ତି ।[୧୦] ଚାରୋଟି ଜିଲ୍ଲାରେ କଥିତ ପ୍ରକାରକୁ ଭିତ୍ତିକରି ୨୦୦୬ ମସିହାରେ କରାଯାଇଥିବା ଏକ ସର୍ବେକ୍ଷଣ ଅନୁସାରେ ସମ୍ବଲପୁରୀରେ ତିନି-ଚତୁର୍ଥାଂଶ ଶବ୍ଦ ମାନକ ଓଡ଼ିଆ ସହ ସମାନ ।[୧୧]

ସମ୍ବଲପୁରୀ ଓଡ଼ିଶାର ନିମ୍ନୋକ୍ତ ଜିଲ୍ଲାରେ କଥିତ: ସମ୍ବଲପୁର (ଏହି ଅଞ୍ଚଳର ମୁଖ୍ୟ ସାଂସ୍କୃତିକ ଏବଂ ବାଣିଜ୍ୟିକ କେନ୍ଦ୍ର ସମ୍ବଲପୁର ସହର), ଦେବଗଡ଼, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୋଳ ଜିଲ୍ଲାର ଆଠମଲ୍ଲିକ ସବଡିଭିଜନ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲା । ସମ୍ବଲପୁରୀ ବକ୍ତାମାନେ ମଧ୍ୟ ପଡ଼ୋଶୀ ଛତିଶଗଡ଼ଝାଡ଼ଖଣ୍ଡର କେତେକ ଅଞ୍ଚଳରେ ବସବାସ କରିଥାନ୍ତି ।

ଲିପି ସମ୍ପାଦନ କରନ୍ତୁ

ସମ୍ବଲପୁରୀକୁ ଓଡ଼ିଆ ଲିପିରେ ଲେଖାଯାଇଥାଏ । ଅତୀତରେ ଏହାକୁ ଦେବନାଗରୀ ଲିପିରେ ଲେଖାଯାଉଥିଲା ବୋଲି ମତ ପ୍ରକାଶ ପାଇ ପରେ ୨୦ଶ ଶତକ ପରଠାରୁ ଓଡ଼ିଆ ଲିପିରେ ଲେଖା ପ୍ରତିଷ୍ଠା ପାଇଲା । ଅଧୁନା ସାହିତ୍ୟିକ ରଚନାସମୂହରେ ମୁଖ୍ୟତଃ ଓଡ଼ିଆ ବ୍ୟବହାର ହୋଇଛି ।[୧୨]

ସାହିତ୍ୟସମ୍ପାଦନ କରନ୍ତୁ

ଉନବିଂଶ ଶତାବ୍ଦୀର ଶେଷ ଯାଏ ସମ୍ବଲପୁରୀ ଭାଷାରେ କୌଣସି ଲିଖିତ ସାହିତ୍ୟ ନଥିଲା । ଏହି ଭାଷାରେ ଲିଖିତ କିଛି ପ୍ରସ୍ତର ଖୋଦନ, ତାମ୍ର  ଫଳକ କିମ୍ବା ତାଳପତ୍ର ଲିଖନ ଅଦ୍ୟାବଧି ମିଳିନାହିଁ । ୧୮୯୧ ମସିହାରେ ଦେବଗଡ ରାଜ୍ୟରୁ ପ୍ରକାଶିତ ସମ୍ବଲପୁର ହିତୈଶିଣୀକୁ ପ୍ରଥମ ସମ୍ବଲପୁରୀ ପ୍ରକାଶନ ବୋଲି ଗ୍ରହଣ କରାଯାଏ ।[୧୩] ଏଥିରେ ମଧୁସୂଦନ ନାମକ ବ୍ୟକ୍ତିଙ୍କଦ୍ୱାରା ଲିଖିତ ସମ୍ବଲପୁର ଅଞ୍ଚଳର ପ୍ରାଚୀନ କବିତା ନାମରେ ଏକ କବିତା ପ୍ରକାଶିତ ହେଇଥିଲା । ତାହାର ଏକ ଅଂଶ ଏହିପରି ,

"କୁହ ଗୋ ଦୁତୀ ମୁଇ କେନତା କରସିଁ ଗୋ 

ନନ୍ଦପୁଅ ଆଙ୍ଖେ ଦେଖଲେ ବଡା କାବା ଲଗଶି ଗୋ "

" ଦିଶୁ ଥିସୀ କାଳିଆ ତାର୍ ତାର୍ 

ପିନ୍ଧି ଥିସୀ ହଳଦିଆ ଜର୍ ଜର୍

ଧୋବ ଫର୍ ଫର୍ ଟେ ଜନବାରୀର୍ ଟେ ବେକେ ଉଲେଇ ହେସୀ ଗୋ " 

ତାହାପରେ ୧୯୦୦ ମସିହାରୁ ୧୯୧୦ ମସିହା ମଧ୍ୟରେ ଭୁଲାମନ ଚଉତିଶା, ଯତନ ନାମକ ଜେନ ବ୍ୟକ୍ତିଙ୍କଦ୍ୱାରା ରଚିତ ହେଇଥିଲା । 

ସେହି ସମୟ କାଳ ମଧ୍ୟରେ ଚଇତନ ଦାସଙ୍କଦ୍ୱାରା "ଚଢେଇ ଚଉତିଶା" ରଚିତ ହେଇ ପ୍ରକାଶିତ ହେଇଥିଲା । ବାଲାଜି ମେହେର ନାମକ ବ୍ୟକ୍ତି "ଗୁଣ୍ଡିଆ" , "ଗଉଡ ଗମନ" , "କୁମ୍ଭାର ପସରା" ଓ "ସୁନାରି ପସରା " ନାମର ଲେଖନ ପ୍ରକାଶିତ କରିଥିଲେ । ୧୯୧୫ରୁ ୧୯୨୫ ମସିହା ମଧ୍ୟରେ "ଲକ୍ଷ୍ମଣ ପତି ଓ କପିଲେଶ୍ବର ମହାପାତ୍ର ମଧ୍ୟ କିଛି ସମ୍ବଲପୁରୀ ଲେଖାବଳି ପ୍ରକାଶ କରିଥିଲେ । 

ଏହି କ୍ରମରେ ୧୮୯୧ ମସିହାରୁ ୧୯୪୭ ମସିହା ଯାଏଁ ୩୫ଟି ସମ୍ବଲପୁରୀ କବିତା ପ୍ରକାଶିତ ହେଇଥିବାର ତଥ୍ୟ ମିଳେ । [୧୪] ୧୮୯୧ ପୂର୍ବବର୍ତ୍ତୀ ଯୁଗକୁ ସମ୍ବଲପୁରୀ ଭାଷାର "ଅନ୍ଧାର ଯୁଗ" କୁହାଯାଏ । ୧୯୭୦ ମସିହାରେ ପ୍ରଥମ କରି କବି ସତ୍ୟନାରାୟଣ ବହିଦାର ପ୍ରଚୁର ପରିମାଣରେ ସମ୍ବଲପୁରୀ ସାହିତ୍ୟ ଲେଖିବା ସହ ଅନ୍ୟମାନଙ୍କୁ ସେ ଦିଗରେ ଦିଗଦର୍ଶନ ଦେଇଥିଲେ । ସେ ସମ୍ବଲପୁରୀ ସାହିତ୍ୟକୁ ଏକ ସ୍ୱତନ୍ତ୍ର ଶୈଳୀର ଭାଷା ବୋଲି ସିଦ୍ଧ କରିବା ସହ ତାଙ୍କ ପରେ ଅନେକ ଲେଖକ ସେ ଦିଗରେ ଅଗ୍ରଣୀ ଭୂମିକା ନେଇ ଅନେକ ସମ୍ବଲପୁରୀ ଲେଖା ମାନ ପ୍ରକାଶ କରିଥିଲେ । ସେହିପରି କିଛି ଲେଖକ , ଯାହାଙ୍କର ଲେଖା ସମ୍ବଲପୁରୀ ସାହିତ୍ୟକୁ ଋଦ୍ଧିମନ୍ତ କରିଥିଲା ତାଙ୍କର ନାମ ନିମ୍ନରେ ଦିଆଗଲା , ( ଏହି ତାଲିକା କେବଳ ମାତ୍ର ଏକ ସୂଚକ ଓ ଏହା ସମ୍ପୂର୍ଣ୍ଣ ନୁହେଁ ) 

  1. ସତ୍ୟନାରାୟଣ ବହିଦାର (୧୯୧୩-୧୯୮୦) - ତାଙ୍କର ପ୍ରଥମ କବିତା "ଅନୁଭୂତି" ୧୯୩୧ ମସିହାରେ ପ୍ରକାଶିତ ହେଇଥିଲା । ସେ ୧୧୯ଟି କବିତା ସହ ଏକ ସଂକ୍ଷିପ୍ତ ସମ୍ବଲପୁରୀ ବ୍ୟାକରଣ ପୁସ୍ତକ ପ୍ରକାଶ କରିଥିଲେ ।[୧୫]
  2. ଖଗେଶ୍ୱର ସେଠ - ସେ "ପାଏର୍ଚ୍ଛା ସତୀ" ୧୯୪୯ ମସିହାରେ ଲେଖିଥିଲେ ।
  3. ଇନ୍ଦ୍ରମଣି ସାହୁ (୧୯୨୩-୨୦୦୬‌) - ସେ "ଝରମଲ୍ଲୀ" (୧୯୫୩) ଏବଂ "କୋଶଳୀ ରାମାୟଣ" (୧୯୯୭) ଲେଖିଥିଲେ ।
  4. ହଳଧର ନାଗ (ଜନ୍ମ: ୩୧ ମାର୍ଚ୍ଚ ୧୯୫୦) - ସମ୍ବଲପୁରୀ ଭାଷାକୁ ସେ ବରଦାନ ସଦୃଶ ।[୧୬] ସେ ବିଭିନ୍ନ ସମ୍ବଲପୁରୀ କବିତା ଲେଖିଛନ୍ତି, ଯଥା: "ମହାସତୀ ଉର୍ମିଳା", "ଅଛିଆ" ଇତ୍ୟାଦି । ତାଙ୍କ ଲେଖାଗୁଡ଼ିକ ଏକାଠି ଗୁନ୍ଥାଯାଇ "ଲୋକକବି ହଳଧର ଗ୍ରନ୍ଥାବଳୀ" ଏବଂ "ସୁରାଟ" ପ୍ରସ୍ତୁତ କରାଯାଇଛି । ୨୦୧୬ ମସିହାରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ଆଭୂଷିତ କରାଯାଇଥିଲା ।[୧୭]

ଆଧାର ସମୂହ ସମ୍ପାଦନ କରନ୍ତୁ

  1. "Sambalpuri". Ethnologue.
  2. Bulletin of the Anthropological Survey of India. Director, Anthropological Survey of India, Indian Museum. 1979.
  3. Chitrasen Pasayat (1998). Tribe, Caste, and Folk Culture. Rawat Publications.
  4. Subodh Kapoor (2002). The Indian Encyclopaedia: La Behmen-Maheya. Cosmo Publications. pp. 4240–. ISBN 978-81-7755-271-3.
  5. Hammarström, Harald; Forkel, Robert; Haspelmath, Martin, eds. (2017). "Sambalpuri". Glottolog 3.0. Jena, Germany: Max Planck Institute for the Science of Human History.
  6. ଛାଞ୍ଚ:E21
  7. Dash 1990, pp. 4–5.
  8. G. Sahu 2001, pp. 7–8.
  9. G.K. Sahu 2002, pp. 1–2.
  10. Patel (n.d.) cited in Mathai & Kelsall (2013, p. 3)
  11. Mathai & Kelsall 2013, pp. 4–6. The precise figures are 75 – 76%. This was based on comparisons of 210-item wordlists.
  12. Mathai & Kelsall 2013, p. 3.
  13. Sambalpur Hiteishini, Vol III, Issue 1500, 1891.
  14. Panda, Sasanka Sekhar, " JHULPUL ", Chitrotpala Publications, Cuttack, 2003, {{ISBN|81-86556-33-8
  15. "Satya Narayan Granthabali", compiler – Shyam Sunder Dhar, Friends Emporium, Sambalpur, 2001.
  16. http://www.telegraphindia.com/1100925/jsp/Odisha/story_12978196.jsp
  17. Mar 30, Dipak K. Dash | TNN | Updated:; 2016; Ist, 17:15. "5 PhD theses on this class III-dropout poet | India News - Times of India". The Times of India (in ଇଂରାଜୀ). Retrieved 2019-08-20.CS1 maint: extra punctuation (link) CS1 maint: numeric names: authors list (link)