ସତ୍ୟନାରାୟଣ ବହିଦାର

ସମ୍ବଲପୁରୀ ଭାଷା ବିଶେଷଜ୍ଞ ଓ ଲେଖକ

ସତ୍ୟନାରାୟଣ ବହିଦାର (୦୧ ଅଗଷ୍ଟ ୧୯୧୩ - ୩୧ ଡିସେମ୍ବର ୧୯୮୦), ଜଣେ ସମ୍ବଲପୁରୀ ଭାଷା ଲେଖକ ଥିଲେ ।[୧] ଓଡ଼ିଆ ଭାଷାରୁ ଅଲଗା କରି ସମ୍ବଲପୁରୀ ଶୈଳୀକୁ ଏକ ସ୍ୱତନ୍ତ୍ର ଭାଷା ମାନ୍ୟତା ଦେବା ପାଇଁ ପ୍ରୟାସ କରିଥିଲେ । ସେ ପ୍ରଥମ କରି ସମ୍ବଲପୁରୀ ଶବ୍ଦକୋଷ ଓ ବ୍ୟାକରଣ ପୁସ୍ତକ ରଚନା କରିଥିଲେ ।[୨] ସତ୍ୟନାରାୟଣ ବୋହିଦାରଙ୍କର ଜନ୍ମଦିନ ଅବସରରେ ଅଗଷ୍ଟ ୧ରେ ପ୍ରତିବର୍ଷ ସମ୍ବଲପୁରୀ ଦିବସ ପାଳିତ ହୁଏ ।

ସତ୍ୟନାରାୟଣ ବହିଦାର
Born(1913-08-01)୧ ଅଗଷ୍ଟ ୧୯୧୩
Died୩୧ ଡିସେମ୍ବର ୧୯୮୦(1980-12-31) (ବୟସ ୬୭)
Nationalityଭାରତୀୟ
Citizenshipବିଏ ବିଇଡ଼ି
Alma materସମ୍ବଲପୁର ଜିଲ୍ଲା ସ୍କୁଲ (ବର୍ତ୍ତମାନର ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲ)
Notable workସମ୍ବଲପୁରୀ ଭାଷାର ବ୍ୟାକରଣ
Parentମିତ୍ରଭାନୁ
ବିଳାସବତୀ
Awardsଭରତଚନ୍ଦ୍ର ସ୍ମୃତି ପୁରସ୍କାର

ସତ୍ୟନାରାୟଣ ୧୯୧୩ ମସିହାରେ ସୋନପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ମିତ୍ରଭାନୁ ଓ ମାତାଙ୍କ ନାମ ବିଳାସବତୀ । ସୋନପୁରରେ ସେ ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ଅଧିକ ପାଠର ସୁବିଧା ସୋନପୁରରେ ନଥିବାରୁ, ସେ ସମ୍ବଲପୁର ଯାଇଥିଲେ । ୧୯୩୦ ମସିହାରେ ସେ ସମ୍ବଲପୁର ଜିଲ୍ଲା ସ୍କୁଲରୁ ମାଟ୍ରିକ ପାସ କରିଥିଲେ । ୧୯୩୨ ମସିହାରେ ସେ କଟକସ୍ଥିତ 'ଶିକ୍ଷକ ତାଲିମ ବିଦ୍ୟାଳୟ'ରୁ ଶିକ୍ଷା ସମାପ୍ତ କରି ସମ୍ବଲପୁର ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରିଥିଲେ । ପରେ ସେ ଘରୋଇ ଭାବରେ ବିଏ ଓ ବିଇଡ଼ି ଶିକ୍ଷାଲାଭ କରିଥିଲେ । ସେ ସମ୍ବଲପୁରୀ ଶବ୍ଦକୋଷ, ବ୍ୟାକରଣ ପୁସ୍ତକ, ଅନୁବାଦ କବିତା ଓ ଜୀବନୀ ପୁସ୍ତକ ରଚନା କରିଥିଲେ ।[୩]

'ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ' ତରଫରୁ ସତ୍ୟନାରାୟଣଙ୍କ ଇଂରାଜୀ ଜନ୍ମଦିବସ ଅଗଷ୍ଟ ପହିଲାକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଉଛି ।[୪]

ରଚନାବଳୀ ସମ୍ପାଦନା

  • ସମ୍ବଲପୁରୀ ଭାଷାର ବ୍ୟାକରଣ
  • ଫୁଲ୍ ଚାଙ୍ଗୀର୍
  • ଘୁବକୁଡ୍
  • ଘାବଘାବୋ
  • ଟିକ୍ ଚହଁରା(ଶ୍ରୀକୃଷ୍ଣ ପୁସ୍ତକ ଭଣ୍ଡାର - ୧୯୭୫)[୫]
  • ଶ୍ରୀପଞ୍ଚମୀ
  • ସମ୍ବଲପୁରୀ ଚଉକିଆ[୬]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ - ୧୯୭୨[୭]
  • ରାଜ୍ୟ ଶିଶୁ-ସାହିତ୍ୟ ସମିତି ପୁରସ୍କାର (ତାମ୍ର ଫଳକ) - ୧୯୭୬
  • ଭରତଚନ୍ଦ୍ର ସ୍ମୃତି ପୁରସ୍କାର(ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ) - ୧୯୮୦[୮]

ଆଧାର ସମ୍ପାଦନା

  1. "Eminent Personalities". sambalpur.nic.in. Retrieved 1 August 2019.
  2. Nava Kishor Das (2012). Odisha. Seagull Books. ISBN 978-81-7046-293-4.
  3. K. S. Singh (1992). People of India: Odisha (2 pts.). Anthropological Survey of India. ISBN 978-81-7046-293-4.
  4. "Sambalpuri Handloom Uniform For Gangadhar Meher University Students". www.ndtv.com. The Hindu. Retrieved 1 August 2019.
  5. Accessions List, India. 1981.
  6. Chitrasen Pasayat (1998). Tribe, Caste, and Folk Culture. Rawat Publications.
  7. "ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ସମ୍ବର୍ଦ୍ଧିତ ହୋଇଥିବା ସାହିତ୍ୟିକ/ ସାହିତ୍ୟିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 2 August 2019.
  8. ଓଡ଼ିଶାର ସ୍ମରଣୀୟ ଶିକ୍ଷକବୃନ୍ଦ. ଜଗନ୍ନାଥ ମହାନ୍ତି. pp. ୧୫୬-୧୬୨. {{cite book}}: |access-date= requires |url= (help)