ହଳଧର ନାଗ
ହଳଧର ନାଗ ଜଣେ ଭାରତୀୟ କୋଶଳୀ-ସମ୍ବଲପୁରୀ-ଭାଷୀ ଲୋକକବି, ଲେଖକ ଓ ରାମକଥା ଗାୟକ । ଜଣେ ଲୋକ କବି ଭାବରେ ସେ ପ୍ରାରମ୍ଭିକ ଜୀବନରେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ ଓ ସେସବୁ ସ୍ଥାନୀୟ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ମହାସତୀ ଉର୍ମିଳା, ଆଛିଆ, ତାରା ମନ୍ଦୋଦରୀ, ବଛର, ସିରି ସମଲାଇ, ବୀର ସୁରେନ୍ଦ୍ର ସାଏ, କରମସାଣୀ, ରସିଆ କବି, ପ୍ରେମ ପ୍ରଧାନ ଆଦି ତାଙ୍କର ଉଲ୍ଲେଖନୀୟ ରଚନା । ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ୨୦୧୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ପାଇଥିଲେ । ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ଓ ୨୦୨୦ ମସିହାରେ ତାଙ୍କ ନାମରେ ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍ଘାଟନ କରିଥିଲେ । ତାଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଡକ୍ଟରେଟ ସମ୍ମାନ ପ୍ରଦାନ କରାଥିଲେ । ତାଙ୍କ ରଚନାବଳୀ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଅନୂଦିତ ହୋଇଛି । ତାଙ୍କ ନାମରେ ଜନ୍ମଭୂମି ବରଗଡ଼ ଜିଲ୍ଲାର ଘେଁସଠାରେ ଏକ କୋଶଳୀ ଭାଷା ଓ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ସ୍ଥାପିତ ହୋଇଥିଲା ।
ହଳଧର ନାଗ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଘେଁସ, ସୋହେଲା ବରଗଡ଼ | ୩୧ ମାର୍ଚ୍ଚ ୧୯୫୦
ଜାତୀୟତା | ଭାରତୀୟ |
ପୁରସ୍କାର | ପଦ୍ମଶ୍ରୀ |
ଜୀବନସାଥୀ | ମାଳତୀ |
ସନ୍ତାନ | ନନ୍ଦିନୀ |
ଦସ୍ତଖତ |
ବାଲ୍ୟଜୀବନ
ସମ୍ପାଦନାହଳଧର ନାଗ ବରଗଡ଼ ଜିଲ୍ଲାର ଘେଁସଠାରେ ୧୯୫୦ ମସିହା ମାର୍ଚ ୩୧ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । [୧] ମାତା ଗୁରୁବାରୀ ଓ ପିତା ଭଜ ନାଗଙ୍କ ୫ପୁଅ ଓ ୧ଝିଅଙ୍କ ମଧ୍ୟରୁ ସେ ସର୍ବ କନିଷ୍ଠ । ତାଙ୍କ ପିଲାଦିନର ନାମ "କାଲିଆ" । ତାଙ୍କ ଭଜ ବୃତ୍ତିରେ ଦିନମଜୁରିଆ ଥିଲେ । ଆର୍ଥିକ ଅସ୍ୱଚ୍ଛଳତା ହେତୁ ସେ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ିଥିଲେ । ହଳଧର ପିଲାବେଳେ ଘେଁସର ପ୍ରାଥମିକ ବିଦ୍ୟାଳୟରେ ଜଣେ ପାଣି ଭାରୁଆ ଭାବେ କାମ କରୁଥିଲେ । ମାତ୍ର ୧୦ବର୍ଷ ବୟସରୁ ସେ ନିଜ ପିତାମାତାଙ୍କୁ ହରାଇ ଗୁଜୁରାଣ ମେଣ୍ଟାଇବା ପାଇଁ ବିଦ୍ୟାଳୟ ହତାରେ ଏକ ତେଜରାତି ଦୋକାନ ଖୋଲିଥିଲେ । ଶିକ୍ଷକମାନେ ପିଲାମାନଙ୍କୁ ପଢାଇବା ସମୟରେ ତାକୁ ଶୁଣି ଓ ମନେରଖି ସେ ନିଜେ ନିଜେ ଅଭ୍ୟାସ କରୁଥିଲେ ।
ସାହିତ୍ୟ ରଚନା
ସମ୍ପାଦନାସେ ନିଜ ମାତୃଭାଷା ସମ୍ବଲପୁରୀରେ ଲୋକ କାହାଣୀ ଲେଖୁଥିଲେ ଓ ପରେ ୧୯୯୦ ମସିହାରେ ସେ ତାଙ୍କର ପ୍ରଥମ କବିତା ଧୋଡ଼ୋ ବରଗଛ୍ ଲେଖିଥିଲେ ।[୨] ପ୍ରାରମ୍ଭିକ ଜୀବନରେ ସେ ଭଜନ, ରସରକେଲି, ଡାଲଖାଇ, ସଜନୀ ଆଦି ପାରମ୍ପରିକ ସମ୍ବଲପୁରୀ ଗୀତ ରଚନା କରିଥିଲେ । ତାଙ୍କ ରଚିତ ଗୀତ ସ୍ଥାନୀୟ ୧୩ଟି ଗାଁରେ ଦଣ୍ଡ ନାଟରେ ପରିବେଷଣ କରାଯାଉଥିଲା । ନିଜ ଅନୁଭୂତି ଆଧାରରେ ସେ ମହାସତୀ ଉର୍ମିଳା, ରାତି, ଚଏତ୍ର ସକାଲ୍ ଆଏଲା, ଶବରୀ ଆଦି ଲୋକକାବ୍ୟ ରଚନା କରିଛନ୍ତି ଏବଂ ସେସବୁ ହଳଧର ଗ୍ରନ୍ଥାବଳୀ ପ୍ରଥମ ଓ ଦ୍ୱିତୀୟ ଭାଗ ଭାବେ ପ୍ରକାଶିତ ହୋଇଛି । ହଳଧର ଗ୍ରନ୍ଥାବଳୀ ଦ୍ୱିତୀୟ ଭାଗ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରକାଶିତ ହୋଇ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା ।[୩] ତାଙ୍କର କେତେକ କାବ୍ୟ କିମ୍ବଦନ୍ତୀମୂଳକ । ତାଙ୍କ ନାମରେ ଲୋକ କବି ରତ୍ନ ହଳଧର ସଂସ୍କୃତି ପରିଷଦ, ହଳଧର ସାହିତ୍ୟ ସଂସଦ, ହଳଧର କ୍ଲବ ଓ ଲୋକକବି ହଳଧର ବନବିଦ୍ୟାଳୟ ଆଦି ଅନୁଷ୍ଠାନ ଗଢ଼ି ଉଠିଛି ।[୪] ୨୦୨୦ ମସିହାରେ ତାଙ୍କ ନାମରେ ଭାରତ ସରକାର ପଦ୍ମଶ୍ରୀ ହଳଧର ନାଗ ସାଧନା କୁଟୀର ଓ ସଂଗ୍ରହାଳୟ ଉଦ୍ଘାଟନ କରିଥିଲେ ।
ରଚନାବଳୀ
ସମ୍ପାଦନାଲୋକକାବ୍ୟ
ସମ୍ପାଦନା- ରାତି
- ଚଏତ୍ର ସକାଲ୍ ଆଏଲା
- ଶବରୀ
- ମାଁ
- ଅଛିଆ
- ବଛର୍
- ମହାସତୀ ଉର୍ମିଳା
- ରସିଆ କବି
- ସତିଆ ବିହା
- ଗୁଆଲ ତୀର୍ଥ
- ତପଚାରୀ ବାବା
- ହଲଧର ଧାମ
- ତାରା ମନ୍ଦୋଦରୀ
- ଶିରୀ ସମଲାଇ
- ଲକ୍ଷ୍ମୀପୁରାଣ
- ପ୍ରେମ୍ ପଏଚନ
- ବୀର୍ ସୁରେନ୍ଦ୍ର ସାଇ
- ସନ୍ଥ କବି ଭୀମଭୋଇ
- ଋଷି କବି ଗଙ୍ଗାଧର
- ଭାବ୍
- ସୁରୁତ୍
- ଭାବ ସୁରୁତ୍
- ହଳଧର ଗ୍ରନ୍ଥାବଳୀ (୧ୟ ଭାଗ)
- ହଳଧର ଗ୍ରନ୍ଥାବଳୀ (୨ୟ ଭାଗ)
ସମ୍ମାନ ଓ ପୁରସ୍କାର
ସମ୍ପାଦନାତାଙ୍କ ସାହିତ୍ୟ ରଚନା ନିମନ୍ତେ ସେ ପ୍ରାୟ ୩୩୦ରୁ ଉର୍ଦ୍ଧ୍ୱ ଅନୁଷ୍ଠାନଦ୍ୱାରା ପୁରସ୍କୃତ ହୋଇଛନ୍ତି ।[୫] ୨୦୧୬ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ ।[୬] ଏହା ଛଡ଼ା ସେ ୨୦୧୭ ମସିହାରେ ପ୍ରଫୁଲ୍ଲ ତ୍ରିପାଠୀଙ୍କ ସହ ମିଳିତ ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ପାଇଥିଲେ ।[୭][୮] ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ବ୍ରହ୍ମପୁତ୍ର ସମ୍ମାନ ଓ ୨୦୧୪ର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ମଧ୍ୟ ପାଇଛନ୍ତି । ସେ "ଲୋକ କବିରତ୍ନ", "କୋଶଳ କୁଇଲି", "ଯାଦବ କୁଳ ଗୌରବ", "କୋଶଳ ରତ୍ନ" ଓ "ଯାଦବ ରତ୍ନ" ଆଦି ଉପାଧିରେ ଭୂଷିତ ।[୯]
ଆଧାର
ସମ୍ପାଦନା- ↑ http://edwardbetts.com/find_link/Haldhar_Nag
- ↑ http://prameyanews7.com/en/jan2016/odisha/12727/Odisha%E2%80%99s-Nila-Madhab-Panda-and-Kosli-poet-Haldhar-Nag-chosen-for-Padma-Shri-Award.htm
- ↑ http://www.newindianexpress.com/magazine/Social-Change-High-on-This-Poet-Crusader%E2%80%99s-List/2014/08/03/article2358033.ece[permanent dead link]
- ↑ "ସାଧାରଣ ମଣିଷର ଅସାଧାରଣ ପ୍ରତିଭା". ପ୍ରଗତିବାଦୀ ୨୮/୦୧/୨୦୧୬ ପୃଷ୍ଠା କ. Retrieved 28 January 2016.[permanent dead link]
- ↑ http://www.telegraphindia.com/1100925/jsp/orissa/story_12978196.jsp
- ↑ http://odishasuntimes.com/2016/01/25/odishas-nila-madhab-panda-haladhar-nag-among-padma-awardees/
- ↑ "Four Odias get Sahitya Akademi Award". The Pioneer. 6 December 2018. Retrieved 6 December 2018.
- ↑ "Press Note: Sahitya Akademi Bhasha Samman 2017 & 2018". Sahitya Akademi. 2018-12-09.
- ↑ "ଆର୍କାଇଭ୍ କପି". Archived from the original on 2016-04-21. Retrieved 2016-01-28.
{{cite web}}
: Cite has empty unknown parameter:|1=
(help)