ଅଭିମାନ (୨୦୧୯ର କଥାଚିତ୍ର)

୨୦୧୯ର ଓଡ଼ିଆ କଥାଚିତ୍ର

ଅଭିମାନ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଅଗ୍ରୱାଲ ଏବଂ ସୀତାରାମ ଅଗ୍ରୱାଲ[୨] ଏହି କଥାଚିତ୍ରଟିର ସାର୍ଥକ ମୁଭିଜ୍ ବ୍ୟାନରରେ ନିର୍ମିତ ହୋଇଥିଲା ।[୩] ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୪]

ଅଭିମାନ
ନିର୍ଦ୍ଦେଶକମୃତ୍ୟୁଞ୍ଜୟ ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରସବ୍ୟସାଚୀ ମିଶ୍ର
ଅର୍ଚ୍ଚିତା ସାହୁ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣବିଭୂତି ଭୂଷଣ ବିଶ୍ୱାଳ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୪ ଜୁଲାଇ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତ ସାହୁ ।[୧] ହରିହର ମହାପତ୍ର, ପ୍ରଦ୍ୟୁମ୍ନ ଲେଙ୍କା, କ୍ରିଷ୍ଣା କର, ଜୀବନ ପଣ୍ଡା, ଛନ୍ଦିତା ପାଢ଼ୀ, ରବି ମିଶ୍ର, ନମ୍ରତା ଦାସ ଆଦି କଳାକରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୯ ମସିହାର ରଥଯାତ୍ରା ଦିନ ମୁକ୍ତିଲାଭ କରିଥିଲା ।

ଅଭିନୟ ସମ୍ପାଦନା

ଗୀତ ଏବଂ ସଙ୍ଗୀତ ସମ୍ପାଦନା

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।[୬] ଗୀତିକାର ବିଜୟ ମଲ୍ଲ, ନିର୍ମଳ ନାୟକଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନିବେଦିତା, ସ୍ୱୟମ ପାଢ଼ୀ, ମଣ୍ଟୁ ଛୁରୀଆ, ଅସୀମା ପଣ୍ଡା, ସୌରୀନ ଭଟ୍ଟ, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ ସମ୍ପାଦନା

କ୍ରମଗୀତକବିଗାୟକସମୟ
1."ତୋ ପ୍ରେମ ମତେ କଲା ବଦମାସ"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ନିବେଦିତା 
2."ଯାଦୁ କଲୁ ପ୍ରିୟା ବାଓରା"ଅରୁଣ ମନ୍ତ୍ରୀସ୍ୱୟମ ପାଢ଼ୀ, ନିବେଦିତା 
3."ତୋ ସେଲ୍‌ଫିକୁ ପୂଜାକରେ ଧୂପକାଠି ଜାଳି"ନିର୍ମଳ ନାୟକମଣ୍ଟୁ ଛୁରୀଆ, ଅସୀମା ପଣ୍ଡା 
4."ଦିଲ୍‌ଟା ଯଦି ତୋ ଆଡ଼େ ମାଡ଼ିଯିବ"ନିର୍ମଳ ନାୟକସୌରୀନ ଭଟ୍ଟ, ଦୀପ୍ତିରେଖା ପାଢ଼ୀ 

ଆଧାର ସମ୍ପାଦନା

  1. ୧.୦ ୧.୧ "ରିଲିଜ ହେଲା ସବ୍ୟ-ଅର୍ଚ୍ଚିତାଙ୍କ ଆଗାମୀ ଫିଲ୍ମ 'ଅଭିମାନ'ର ଟ୍ରେଲର | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-06-30. Retrieved 2019-08-18.
  2. "First look poster of Siddharth Music Abhimaan Odia Movie". OdiaLive (in ଆମେରିକୀୟ ଇଂରାଜୀ). 2019-06-22. Retrieved 2019-07-11.
  3. "ପୁଣି ସୁଶାନ୍ତଙ୍କ ସହ ସବ୍ୟସାଚୀ". ନିର୍ଭୟ. 16 September 2023. p. 10. Archived from the original on 16 September 2023. Retrieved 16 September 2023.
  4. "ଅମ୍ଳାନ-ରୀୟା ଯୋଡ଼ିର 'ଲାଗିଲା ରଙ୍ଗ ଗୋଲାପି ଗୋଲାପି'". Sambad (in Odia). 28 April 2023. Archived from the original on 29 September 2023. Retrieved 29 September 2023.{{cite web}}: CS1 maint: unrecognized language (link)
  5. "ପହିଲି ପୁଲକ: ମାତ୍ର ଦୁଇ ଧାଡ଼ିର ସଂଳାପ ଅଭିନେତା ସବ୍ୟସାଚୀଙ୍କୁ ନାକେଦମ୍ କରିଦେଇଥିଲା". ସମ୍ବାଦ. sambad.in. 12 October 2022. Archived from the original on 12 October 2022. Retrieved 12 October 2022.
  6. Dharitri (2019-06-30). "ନୂଆ ଓଡ଼ିଆ ସିନେମା 'ଅଭିମାନ'ରେ ସବ୍ୟସାଚୀଙ୍କୁ ମିଳିଛି ମନଲାଖି ଭୂମିକା: ସ୍କ୍ରିନ୍‌ ଶେୟାର କରିବେ ଅର୍ଚ୍ଚିତା - Dharitri" (in ଆମେରିକୀୟ ଇଂରାଜୀ). Retrieved 2019-08-18.

ବାହାର ଆଧାର ସମ୍ପାଦନା