ଚକ୍ରଧର ସାହୁ

ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ

ଚକ୍ରଧର ସାହୁ (୧୯ ଫେବୃଆରୀ ୧୯୬୧ - ୦୬ ଫେବୃଆରୀ ୨୦୧୯) ଜଣେ ଓଡ଼ିଆ କଥାଚିତ୍ର ନିର୍ମାତା, ନିର୍ଦ୍ଦେଶକ ଓ ସମ୍ପାଦକ ଥିଲେ ।[୩] ସେ ଉଭୟ ସମାନ୍ତରାଳ ଓ ବ୍ୟବସାୟିକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଓଡ଼ିଆ ବ୍ୟତୀତ ହିନ୍ଦୀ ଚଳଚ୍ଚିତ୍ର ଓ ଧାରାବାହିକରେ ସେ ଜଣେ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଚକ୍ରଧର ଓ ଟିଭିର ଜଣେ ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।[୪] ୨୦୧୯ ମସିହା ଫେବୃଆରୀ ୬ ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।

ଚକ୍ରଧର ସାହୁ
ଜନ୍ମ ଓ ଜନ୍ମସ୍ଥାନ(1961-02-19)୧୯ ଫେବୃଆରୀ ୧୯୬୧
ଟିଟିଲାଗଡ଼
ମୃତ୍ୟୁ୬ ଫେବୃଆରୀ ୨୦୧୯(2019-02-06) (ବୟସ ୫୭)[୧]
ଭୁବନେଶ୍ୱର
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ, ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ
ସାହିତ୍ୟ କୃତିନୀଳ ମାଷ୍ଟରାଣୀ, ମୀମାଂସା
ଜୀବନସାଥୀସଙ୍ଗୀତା ସାହୁ
ସନ୍ତାନଆଦିତ୍ୟ ସାହୁ[୨]
ପିତାମାତାନାଭ ସାହୁ, କଷଣୀ ସାହୁ

ଜୀବନୀ ସମ୍ପାଦନା

ଚକ୍ରଧର, ୧୯୬୧ ମସିହାରେ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ନାଭ ସାହୁ ଓ ମାତାଙ୍କ ନାମ କଷଣୀ ସାହୁ । ଚକ୍ରଧର, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ପଢିସାରି ୧୯୮୮ ମସିହାରେ ଫିଲ୍ମ ଏଣ୍ଡ ଟେଲିଭିଜନ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ[୫] ଫିଲ୍ମ ଏଡିଟିଂରେ ଡିପ୍ଲୋମା ପାଠ ଆରମ୍ଭ କରିଥିଲେ । ସେଠାରୁ ଉତ୍ତୀର୍ଣ୍ଣ ହୋଇ, ସେ ମୁମ୍ବାଇଠାରେ କାମ କରିବା ଆରମ୍ଭ କରିଥିଲେ । ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶନାରେ ନିର୍ମିତ ଧାରାବାହିକ "ଭାରତ ଏକ ଖୋଜ"ରେ ସେ ସହ ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ । ଓଡ଼ିଶା ଫେରିବାପରେ ୧୯୯୬ମସିହାରେ ସେ ନୀଳ ମାଷ୍ଟରାଣୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା କରିଥିଲେ ।[୬]

ଓଡ଼ିଆ କଥାଚିତ୍ରରେ ଅବଦାନ ସମ୍ପାଦନା

ହିନ୍ଦୀ କଥାଚିତ୍ର ଓ ଧାରାବାହିକରେ ଅବଦାନ ସମ୍ପାଦନା

  • ପଥର କେ ଫୁଲ(ସହ ସମ୍ପାଦନା)
  • ବିଶ୍ୱାତ୍ମା(ସହ ସମ୍ପାଦନା)
  • କରାମତୀ କୋଟ(ସମ୍ପାଦନା)
  • ଜମିନ ଆସମାନ ଧାରାବାହିକ(ସମ୍ପାଦନା)[୯]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଶ୍ରେଷ୍ଠ ନିର୍ଦ୍ଦେଶକ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ୨୦୦୭ (ତୁମକୁ ପାରୁନି ତ ଭୁଲି ପାଇଁ)
  • ଶ୍ରେଷ୍ଠ ସମ୍ପାଦକ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ୨୦୧୧ (କେବେ ତମେ ନାହଁ କେବେ ମୁଁ ନାହିଁ)
  • ଶ୍ରେଷ୍ଠ ସମ୍ପାଦକ (ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର) - ୧୯୯୬ (ନୀଳ ମାଷ୍ଟରାଣୀ)

ଆଧାର ସମ୍ପାଦନା

  1. "Naveen condoles death of veteran filmmaker Chakradhar Sahu". Retrieved 6 February 2019.
  2. "ଆରପାରିରେ ଚକ୍ରଧର ସାହୁ". No. ସମ୍ବାଦ ୦୭/୦୨/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧. Retrieved 7 February 2019.[permanent dead link]
  3. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 70–. ISBN 978-1-136-77284-9.
  4. "ଫିଲ୍ମ ମେକିଂର ଏହି ଦିଗଉପରେ ଅଧିକ ଧ୍ୟାନ ଦେଉଥିଲେ ଚକ୍ରଧର ସାହୁ". Sambad. 7 February 2019. Archived from the original on 8 February 2019. Retrieved 8 February 2019.
  5. "Veteran Odia Filmmaker Chakradhar Sahu Passes Away". odishatv.in/. odishatv. Archived from the original on 9 February 2019. Retrieved 6 February 2019.
  6. "ଓଡ଼ିଆ ସିନେମାର ଜଣାଶୁଣା ନିର୍ମାତା-ନିର୍ଦ୍ଦେଶକ ଚକ୍ରଧର ସାହୁଙ୍କ ପରଲୋକ". sambad.in. sambad. Retrieved 6 February 2019.
  7. "A taste of Orissa at film festival". www.thehindu.com. thehindu. Retrieved 6 February 2019.
  8. "Soulful music of past recreated". www.telegraphindia.com. ଟେଲିଗ୍ରାଫ୍. Retrieved 6 February 2019.
  9. "ଚାଲିଗଲେ ଚକ୍ରଧର". No. ସମାଜ ୦୭/୦୨/୨୦୧୯ କଲିକତା ସଂସ୍କରଂଣ ପୃଷ୍ଠା ୩. Retrieved 7 February 2019.

ଅଧିକ ତଥ୍ୟ ସମ୍ପାଦନା