ବିଟା ବ୍ଲକର
ବିଟା ବ୍ଲକର ( β- ବ୍ଲକର୍ସ ) ଏକ ଔଷଧ ଶ୍ରେଣୀ ଯାହା ମୁଖ୍ୟତଃ ଅନିୟମିତ ହୃତ୍ ସ୍ପନ୍ଦନ, ଇସକେମିକ ହୃତ୍ପିଣ୍ଡ ରୋଗ ଏବଂ ହୃଦଘାତକୁ ପରିଚାଳନା କରିବା ପାଇଁ ବ୍ୟବହୃତ ହୁଏ ।[୧] ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ସେଗୁଡିକ ମଧ୍ୟ ବ୍ୟବହୃତ ହୁଏ, ଯଦିଓ ଅଧିକାଂଶ ଲୋକଙ୍କ ପ୍ରାରମ୍ଭିକ ଚିକିତ୍ସା ପାଇଁ ଆଉ ପ୍ରଥମ ପସନ୍ଦ ନୁହେଁ । [୧] [୨] ଅନ୍ୟାନ୍ୟ ବ୍ୟବହାରରେ ଅତ୍ୟଧିକ ସଷ୍କ୍ରିୟ ଥାଇରଏଡ୍, ଏସେନସିଅଲ କମ୍ପନ, ଗ୍ଲୁକୋମା ଏବଂ ଅଧକପାଳି ଅନ୍ତର୍ଭୁକ୍ତ ହୋଇପାରେ | [୩] ଏହି ଶ୍ରେଣୀର ସାଧାରଣ ଔଷଧମାନଙ୍କର ନାମ ଆଟେନୋଲଲ୍, ବିସୋପ୍ରୋଲ୍, କାର୍ଭେଡିଲୋଲ୍ ଏବଂ ମେଟୋପ୍ରୋଲଲ୍ ଅନ୍ତର୍ଭୁକ୍ତ ଅଟନ୍ତି । [୧] [୪] ସେଗୁଡିକ ପାଟିରେ ଦିଆଯାଇପାରେ, ଶିରାଭ୍ୟନ୍ତରେ ଦିଆଯାଇପାରେ କିମ୍ବା ଆଖି ବୁନ୍ଦା ଭାବରେ ବ୍ୟବହାର କରାଯାଇପାରେ । [୩]
Beta blockers | |
---|---|
Drug class | |
Class identifiers | |
Synonyms | Beta-blocker, β-blockers, beta-adrenergic blocking agents, beta antagonists, beta-adrenergic antagonists, beta-adrenoreceptor antagonists, beta adrenergic receptor antagonists, BB |
Use | Abnormal heart rhythms, ischemic heart disease, heart failure, hypertension[୧] |
Biological target | Beta receptors |
Clinical data | |
Drugs.com | Drug Classes |
WebMD | MedicineNet RxList |
In Wikidata |
ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ମୁଣ୍ଡବିନ୍ଧା, ଶୋଇବାରେ ଅସୁବିଧା, ବାନ୍ତି, ଏବଂ ଯୌନ ସମସ୍ୟା ହୋଇପାରେ । [୧] ସେମାନେ ଆଜ୍ମା, ନିମ୍ନ ରକ୍ତଚାପ ଏବଂ ହୃତ୍ପିଣ୍ଡ ଅବରୋଧ ଆଦି ଜଟିଳତା ସୃଷ୍ଟି କରିପାରନ୍ତି। [୧] ଯକୃତ ଜନିତ ସମସ୍ୟା ଏବଂ ହୃଦଘାତ ଥିଲେ ଅଳ୍ପ ଔଷଧ ମାତ୍ରା ଆବଶ୍ୟକ ହୋଇପାରେ । [୧] ସେମାନେ କେତେକ କ୍ୟାଲସିୟମ୍ ଚ୍ୟାନେଲ୍ ବ୍ଲକର୍ ସହିତ ମଧ୍ୟ ପାରସ୍ପରିକ ସମ୍ପର୍କ କରିପାରନ୍ତି । [୧] ବିଟା ବ୍ଲକରର ବିଷାକ୍ତତା ଫଳାଫଳର ଅଧିକ ବିପଦ ସହିତ ଜଡିତ ଥାଏ । [୫]
ବିଟା ବ୍ଲକରଗୁଡିକ ଏପିନେଫ୍ରିନ (ଆଡ୍ରେନାଲିନ୍) ଏବଂ ନରଏପିନିଫ୍ରିନ (ନୋରାଡ୍ରେନାଲିନ୍) ସହିତ ସକ୍ରିୟ ଅନୁବନ୍ଧିତ ହୋଇ କାର୍ଯ୍ୟକ୍ଷମ ହୁଅନ୍ତି, ଏବଂ ସିମ୍ପାଥେଟିକ ସ୍ନାୟୁ ମଣ୍ଡଳୀ କ୍ରିୟା ହ୍ରାସ କରନ୍ତି । [୬] କେତେକ ସମସ୍ତ ଆଡ୍ରେନେଜିକ୍ ରିସେପ୍ଟରଗୁଡ଼ିକର ସକ୍ରିୟତାକୁ ଅବରୋଧ କରୁଥିବାବେଳେ ଅନ୍ୟମାନେ β <sub id="mwRg">1</sub> - ରିସେପ୍ଟର ଚୟନ କରନ୍ତି । [୬] β୧ - ରିସେପ୍ଟରଗୁଡ଼ିକ ମୁଖ୍ୟତଃ ହୃତ୍ପିଣ୍ଡ ଏବଂ ବୃକ୍କରେ ଅବସ୍ଥିତ । [୩] [୭] β<sub id="mwTw">୨-</sub> ରିସେପ୍ଟରଗୁଡ଼ିକ ରକ୍ତନଳୀରେ ଏବଂ ବାୟୁପଥରେ ଥିବା ଥିବା ସ୍ମୁଥ ମାଂସପେଶୀରେ ଅବସ୍ଥିତ ଥାଆନ୍ତି | [୬] β <sub id="mwVQ">3</sub> - ରିସେପ୍ଟରଗୁଡ଼ିକ ଚର୍ବି କୋଷରେ ଅବସ୍ଥିତ । [୩]
ପ୍ରଥମ ମେଡିକାଲ୍ ଉପଯୋଗୀ ବିଟା ବ୍ଲକର୍ ପ୍ରୋପ୍ରାନୋଲଲ୍ ୧୯୬୪ ମସିହାରେ ଜେମ୍ସ ବ୍ଲାକଦ୍ୱାରା ନିର୍ମିତ ହୋଇଥିଲା । [୮] ବିଂଶ ଶତାବ୍ଦୀର ଫାର୍ମାକୋଲୋଜିରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବରେ ବିବେଚନା କରାଯାଏ । [୯] ବହୁଳ ବ୍ୟବହୃତ ଔଷଧ ମଧ୍ୟରେ ବିଟା ବ୍ଲକର୍ ନାମ ଅଛି । [୧] କେତେକ ଜେନେରିକ୍ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [୧] ଆନ୍ତର୍ଜାତିକ ଅଲିମ୍ପିକ୍ କମିଟିଦ୍ୱାରା କେତେକ ନିର୍ଦ୍ଦିଷ୍ଟ କ୍ରୀଡ଼ାରେ ସେମାନଙ୍କର ବ୍ୟବହାର ନିଷେଧ କରାଯାଇଛି । [୧୦] [୧୧]
ଆଧାର
ସମ୍ପାଦନା- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ Hitchings, Andrew; Lonsdale, Dagan; Burrage, Daniel; Baker, Emma (2019). The Top 100 Drugs: Clinical Pharmacology and Practical Prescribing (in ଇଂରାଜୀ) (2nd ed.). Elsevier. pp. 90–91. ISBN 978-0-7020-7442-4. Archived from the original on 2021-05-22. Retrieved 2021-11-09.
- ↑ James PA, Oparil S, Carter BL, Cushman WC, Dennison-Himmelfarb C, Handler J, Lackland DT, LeFevre ML, MacKenzie TD, Ogedegbe O, Smith SC, Svetkey LP, Taler SJ, Townsend RR, Wright JT, Narva AS, Ortiz E (February 2014). "2014 evidence-based guideline for the management of high blood pressure in adults: report from the panel members appointed to the Eighth Joint National Committee (JNC 8)". JAMA. 311 (5): 507–20. doi:10.1001/jama.2013.284427. PMID 24352797.
- ↑ ୩.୦ ୩.୧ ୩.୨ ୩.୩ Farzam, K; Jan, A (January 2021). "Beta Blockers". PMID 30422501.
{{cite journal}}
: Cite journal requires|journal=
(help) - ↑ "Beta blockers". nhs.uk (in ଇଂରାଜୀ). 17 October 2017. Archived from the original on 12 March 2021. Retrieved 12 March 2021.
- ↑ Marx, John A. Marx (2014). "Cardiovascular Drugs". Rosen's emergency medicine: concepts and clinical practice (8th ed.). Philadelphia, PA: Elsevier/Saunders. pp. Chapter 152. ISBN 1455706051.
- ↑ ୬.୦ ୬.୧ ୬.୨ "List of Beta-adrenergic blocking agents (beta blockers) - Generics Only". Drugs.com (in ଇଂରାଜୀ). Archived from the original on 17 April 2021. Retrieved 11 March 2021.
- ↑ Arcangelo VP, Peterson AM (2006). Pharmacotherapeutics for advanced practice: a practical approach. Lippincott Williams & Wilkins. p. 205. ISBN 978-0-7817-5784-3. Archived from the original on 2021-08-28. Retrieved 2010-09-07.
- ↑ Cruikshank, J. M. (2013). "4. History of beta blockers". In Chopra, H. K.; Nanda, Navin C. (eds.). Textbook of Cardiology: A Clinical and Historical Perspective (in ଇଂରାଜୀ). Jaypee Brothers Medical Publishers Pvt. Ltd. p. 15. ISBN 978-93-5090-081-9. Archived from the original on 2021-08-28. Retrieved 2021-03-11.
- ↑ Stapleton MP (1997). "Sir James Black and propranolol. The role of the basic sciences in the history of cardiovascular pharmacology". Texas Heart Institute Journal. 24 (4): 336–42. PMC 325477. PMID 9456487.
- ↑ World Anti-Doping Agency (September 19, 2005). "The World Anti-Doping Code: The 2006 Prohibited List International Standard" (PDF). World Anti-Doping Agency. Archived from the original (PDF) on February 11, 2017. Retrieved 2017-02-10.
- ↑ Heuberger, JAAC; Cohen, AF (April 2019). "Review of WADA Prohibited Substances: Limited Evidence for Performance-Enhancing Effects". Sports medicine (Auckland, N.Z.). 49 (4): 525–539. doi:10.1007/s40279-018-1014-1. PMID 30411235.