ଗ୍ଲକୋମା ଏକ ଚକ୍ଷୁ ଦଳୀୟ ରୋଗର ନାମ ଯାହା ଦୃଷ୍ଟି ସ୍ନାୟୁ ନଷ୍ଟ ହେବା ଯୋଗୁ ହୁଏ ଓ ଦୃଷ୍ଟି ହାନୀ ହୁଏ ।[୧] ଏଥି ମଧ୍ୟରୁ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଅଧିକ ଦେଖାଯାଏ ଓ ତାହାଠାରୁ କମ୍ କ୍ଲୋଜ୍‌ଡ୍ ଆଙ୍ଗ୍ଲ ଗ୍ଲକୋମା ଓ ନର୍ମାଲ ଟେନ୍‌ସନ୍ ଗ୍ଲକୋମା ରୋଗ ଦେଖାଯାଏ । ଓପନ୍ ଆଙ୍ଗ୍ଲ ଗ୍ଲକୋମା ସମୟ କ୍ରମେ ଧୀରେ ଧୀରେ ବଢ଼େ ଓ ଯନ୍ତ୍ରଣା ହୁଏ ନାହିଁ । ପ୍ରଥମେ ପାର୍ଶ୍ୱ ଦୃଷ୍ଟି ହାନୀ ହୁଏ ଓ ପରେ କେନ୍ଦ୍ରୀୟ ଦୃଷ୍ଟି ହାନୀ ହୋଇ ଅନ୍ଧତ୍ୱ ହୁଏ । [୧] କ୍ଲୋଜ୍‌ଡ୍ ଆଙ୍ଗ୍ଲ ଗ୍ଲକୋମା ଧୀରେ ବା ହଠାତ୍ ହୋଇପାରେ ।[୨] ହଠାତ୍ ଆରମ୍ଭ ହେଲେ ସାଂଘାତିକ ଚକ୍ଷୁ ଯନ୍ତ୍ରଣା ହୁଏ, ଅସ୍ପଷ୍ଟ ଦୃଷ୍ଟି, ମଧ୍ୟମ-ସ୍ଫୀତ ପୁତ୍ତଳୀ, ଲାଲ ଆଖି ଓ ଅଇ ହୁଏ । [୧][୨] ଏହି ରୋଗ ଯୋଗୁ ଦୃଷ୍ଟ ହାନୀ ହେଲେ ସ୍ଥାୟି ହୋଇଯାଏ ।[୧]

ଗ୍ଲକୋମା
ଡାହାଣ ଆଖିରେ ଆକ୍ୟୁଟ ଆଙ୍ଗ୍ଲ କ୍ଲୋଜର ଗ୍ଲକୋମା ହୋଇଥିବା ଯୋଗୁ ଧଳା ଡୋଳା ଲାଲ ହୋଇଛି ଓ ଆଖି ପୁତ୍ତଳୀ ମଧ୍ୟମ ଆକାର ହୋଇଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOphthalmology
ଆଇସିଡ଼ି-୧୦H40.-H42.
ଆଇସିଡ଼ି-୯-ସିଏମ୍365
ରୋଗ ଡାଟାବେସ5226
ମେଡ଼ିସିନ-ପ୍ଲସ001620
ଇ-ମେଡ଼ିସିନoph/578
MeSHD005901

ଏହି ରୋଗର ସଙ୍କଟ କାରକମାନଙ୍କ ନାମ ଯଥାକ୍ରମେ ଚକ୍ଷୁରେ ଚାପ ବୃଦ୍ଧି, ପରିବାରରେ ରୋଗ ଇତିହାସ, ଅଧକପାଳୀ, ଉଚ୍ଚ ରକ୍ତଚାପମୋଟାପଣ[୧] ଆଖି ଚାପ ୨୧ ମିମି ପାରଦରୁ ଅଧିକ ହେଲେ ଗ୍ଲକୋମା ନିମନ୍ତେ ଅଧିକ ସଙ୍କଟ ହୋଇପାରେ ।[୩][୨] କେତେକ ଲୋକଙ୍କର ଆଖି ଚାପ ବର୍ଷ ବର୍ଷ ଧରି ଅଧିକ ଥିଲେ ମଧ୍ୟ କିଛି ନଷ୍ଟ ହୁଏ ନାହିଁ ।[୨] ଅନ୍ୟ ପକ୍ଷରେ ସାଧାରଣ ଚାପ ଥାଇ ମଧ୍ୟ ଦୃଷ୍ଟି ସ୍ନାୟୂ ନଷ୍ଟ ହୋଇପାରେ ଯାହାକୁ ସାଧାରଣ-ଚାପ ଗ୍ଲକୋମା କୁହାଯାଏ ।[୪] ଓପନ ଆଙ୍ଗ୍‌ଲ୍ ଗ୍ଲକୋମାରେ ଅକ୍ୱିଅସ ହ୍ୟୁମରର ଟ୍ରବେକୁଲାର ମେସ‌ୱର୍କ ମଧ୍ୟରେ ଧୀର ପ୍ରସ୍ଥାନ ହୁଏ ଓ କ୍ଲୋଜ୍‌ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଏହି ମେସ୍‌ୱର୍କ ଅବରୋଧ ହୋଇଯାଏ ।[୨] ସ୍ଫୀତ ଚକ୍ଷୁ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[୧] ଦୃଷ୍ଟି ସ୍ନାୟୁ ସ୍ଥାନଟି ଛୋଟ ଗାତ ଭଳି ଦେଖାଯାଏ ଯାହାକୁ କପିଙ୍ଗ କୁହାଯାଏ ।[୨]

ଔଷଧ, ଲେଜର ବା ଅପରେଶନ ଚିକିତ୍ସା ତୁରନ୍ତ ଆରମ୍ଭ କଲେ ରୋଗ ଅଗ୍ରଗତିକୁ ଧୀର ବା ବନ୍ଦ କରିହୁଏ ।[୧] ଚକ୍ଷୁ ଚାପ କମେଇବା ହିଁ ଚିକିତ୍ସାର ଲକ୍ଷ । ବିଭିନ୍ନ ଶ୍ରେଣୀର ଗ୍ଲକୋମା ଔଷଧ ମିଳୁଛି । ଲେଜର ଚିକିତ୍ସା ଉଭୟ ଓପନ୍ ଆଙ୍ଗ୍ଲ ଗ୍ଲକୋମା ଓ କ୍ଲୋଜ୍‌ଡ୍ ଆଙ୍ଗ୍ଲ ଗ୍ଲକୋମାରେ ଉପକାରୀ ହୁଏ । କୌଣସି ଉପଚାରକୁ ନ ମାନୁଥିଲେ ଗ୍ଲକୋମା ଅପରେଶନ କରାଯାଏ ।[୨] କ୍ଲୋଜ୍‌ଡ୍ ଆଙ୍ଗ୍ଲ ଗ୍ଲକୋମାକୁ ମେଡିକାଲ ଏମର୍ଜେନ୍ସି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଛି ।[୧]

ସାରା ପୃଥିବୀରେ ପ୍ରାୟ ୧୧ରୁ ୬୭ ନିୟୁତ ଗ୍ଲକୋମା ରୋଗୀ ଅଛନ୍ତି ।[୨][୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ପ୍ରାୟ ୨ନିୟୁତ ଲୋକଙ୍କୁ ଆକ୍ରମଣ କରୁଛି ।[୨] ବୟସାଧିକ ଲୋକଙ୍କୁ ଏହା ଅଧିକ ଆକ୍ରମଣ କରେ ।[୧] ମହିଳାମାନେ କ୍ଲୋଜ୍‌ଡ୍ ଆଙ୍ଗ୍ଲ ଗ୍ଲକୋମାଦ୍ୱାରା ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଧୀରେ ଧୀରେ ବ‌ହୁତ ସମୟ ଧରି ଦୃଷ୍ଟିହାନୀ ହେଉଥିବାରୁ ଏହି ରୋଗକୁ ନିରବ ଦୃଷ୍ଟି ଚୋର କୁହାଯାଏ ।[୬] କାଟାରାକ୍ଟ ରୋଗ ପରେ ଅନ୍ଧତ୍ୱର ଦ୍ୱିତୀୟ କାରଣରୂପେ ଗ୍ଲକୋମାର ନାମ ଆସେ । [୭][୨] ଗ୍ଲକୋମା ଶବ୍ଦ ଗ୍ରୀକ୍ ଭାଷାର ଗ୍ଲକୋସ (glaukos) ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ନୀଳ, ଶାଗୁଆ ବା ପାଉଁଶିଆ ।[୮] ଇଂରାଜୀ ଭାଷାରେ ଗ୍ଲକୋମା ଶବ୍ଦ ସନ ୧୫୮୭ରୁ ବ୍ୟବ‌ହାର ହୋଇଆସୁଥିଲା କିନ୍ତୁ ଏହା ସନ ୧୮୫୦ରେ ସାଧାରଣ ଲୋକମାନେ ନେତ୍ରବୀକ୍ଷକ (ophthalmoscope) ଯନ୍ତ୍ରରେ ଦୃଷ୍ଟିସ୍ନାୟୁ ନଷ୍ଟ ହେବା ଦେଖିବାକୁ ଅନୁମତି ପାଇବା ପରେ ସାଧାରଣରେ ବ୍ୟବ‌ହାର ହେଲା ।[୯]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Facts About Glaucoma". National Eye Institute. Archived from the original on 28 March 2016. Retrieved 29 March 2016.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ Mantravadi, AV; Vadhar, N (September 2015). "Glaucoma". Primary care. 42 (3): 437–49. PMID 26319348.
  3. Rhee, Douglas J. (2012). Glaucoma (2 ed.). Philadelphia: Wolters Kluwer Health/Lippincott Williams & Wilkins. p. 180. ISBN 9781609133375.
  4. Mi, Xue-Song; Yuan, Ti-Fei; So, Kwok-Fai (16 September 2014). "The current research status of normal tension glaucoma". Clinical Interventions in Aging. 9: 1563–71. doi:10.2147/CIA.S67263. PMID 25258525.{{cite journal}}: CS1 maint: unflagged free DOI (link) 
  5. Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472. {{cite journal}}: |first1= has generic name (help)CS1 maint: numeric names: authors list (link)
  6. "Glaucoma: The 'silent thief' begins to tell its secrets" (Press release). National Eye Institute. 21 January 2014. Archived from the original on 23 July 2015. Retrieved 12 May 2016.
  7. Resnikoff, Serge; Pascolini, Donatella; Etya'Ale, Daniel; Kocur, Ivo; Pararajasegaram, Ramachandra; Pokharel, Gopal P.; Mariotti, Silvio P. (2004). "Global data on visual impairment in the year 2002". Bulletin of the World Health Organization. 82 (11): 844–51. doi:10.1590/S0042-96862004001100009. PMC 2623053. PMID 15640920. {{cite journal}}: Unknown parameter |doi_brokendate= ignored (|doi-broken-date= suggested) (help)
  8. Leffler, CT; Schwartz, SG; Giliberti, FM; Young, MT; Bermudez, D (2015). "What was Glaucoma Called Before the 20th Century?". Ophthalmology and eye diseases. 7: 21–33. PMID 26483611.
  9. Leffler CT, Schwartz SG, Stackhouse R, Davenport B, Spetzler K (2013). "Evolution and impact of eye and vision terms in written English". JAMA Ophthalmol. 131 (12): 1625–31. doi:10.1001/jamaophthalmol.2013.917. PMID 24337558.{{cite journal}}: CS1 maint: multiple names: authors list (link)