ଅନିୟମିତ ହୃତ୍ ସ୍ପନ୍ଦନ
ଅନିୟମିତ ହୃତ୍ ସ୍ପନ୍ଦନ (ଇଂରାଜୀରେ Cardiac arrhythmia, ବା cardiac dysrhythmia ବା irregular heartbeat) ଏକ ରୋଗ ଦଳ ଯେଉଁଥିରେ ଅନିୟମିତ ହୃତ୍ ସ୍ପନ୍ଦନ ହୁଏ ଯାହା ଅତି ଦୃତ ବା ଅତି ଧୀର ହୋଇପାରେ । ହୃତ୍ ସ୍ପନ୍ଦନ ମିନିଟ ପିଛା ୧୦୦ରୁ ଅଧିକ ହେଲେ ସେହି ଅବସ୍ଥାକୁ ଟାକିକାର୍ଡ଼ିଆ କୁହାଯାଏ ଓ ମିନିଟ ପିଛା ୬୦ରୁ କମ ହେଲେ ସେହି ଅବସ୍ଥାକୁ ବ୍ରାଡିକାର୍ଡ଼ିଆ କୁହାଯାଏ ।[୧] ଅନେକ ଲୋକଙ୍କର ଅନିୟମିତ ହୃତ୍ ସ୍ପନ୍ଦନ ହେଉଥିଲେ ମଧ୍ୟ କୌଣସି ଲକ୍ଷଣ ପ୍ରକାଶ ପାଏ ନାହିଁ । ଏହାର ଲକ୍ଷଣ ମଧ୍ୟରେ ଖରସ୍ପନ୍ଦନ (palpitations), କିମ୍ବା ସ୍ପନ୍ଦନ ମଝିରେ ଅନ୍ତର ରହେ । ଅବସ୍ଥା ଗମ୍ଭୀର ହେଲେ ମଥାଶୂନ୍ୟତା (lightheadedness), ମୂର୍ଚ୍ଛା, ଛୋଟ ଶ୍ୱାସକ୍ରିୟା ଓ ଛାତିଯନ୍ତ୍ରଣା ହୁଏ ।[୨] ଅଧିକାଂଶ ଅନିୟମିତ ସ୍ପନ୍ଦନ ଗମ୍ଭୀର ନ ହେଲେ ମଧ୍ୟ କେତେକ ସ୍ଟ୍ରୋକ ବା ହୃତ୍ପାତକୁ ଗତି କରନ୍ତି ।[୧][୩] ଅନ୍ୟ କେତେକ ହୃଦ୍ରୋଧରେ ପରିଣତ ହୁଅନ୍ତି ।[୩]
ଅନିୟମିତ ହୃତ୍ ସ୍ପନ୍ଦନ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Cardiology |
ଆଇସିଡ଼ି-୧୦ | I47. - I49. |
ଆଇସିଡ଼ି-୯-ସିଏମ୍ | 427 |
ରୋଗ ଡାଟାବେସ | 15206 |
ମେଡ଼ିସିନ-ପ୍ଲସ | 001101 |
MeSH | D001145 |
ଅନିୟମିତ ହୃତ୍ ସ୍ପନ୍ଦନ ମୂଖ୍ୟତଃ ୪ପ୍ରକାର ଅଛି: ଅପକ୍ୱ ସ୍ପନ୍ଦନ, ଉର୍ଦ୍ଧ୍ୱନିଳୟ ଟାକିକାର୍ଡ଼ିଆ, ନିଳୟ ଅନିୟମିତ ସ୍ପନ୍ଦନ ଓ ବ୍ରାଡିଆରିଦମିଆ । ଅପକ୍ୱ ସ୍ପନ୍ଦନ ମଧ୍ୟରେ ଅପକ୍ୱ ଅଳିନ୍ଦ ସଙ୍କୋଚନ ଓ ଅପକ୍ୱ ନିଳୟ ସଙ୍କୋଚନ । ଉର୍ଦ୍ଧ୍ୱନିଳୟ ଟାକିକାର୍ଡ଼ିଆ ମଧ୍ୟରେ ଆଟ୍ରିଆଲ ଫିବ୍ରିଲେସନ ଓ ପାରୋକ୍ସିସମାଲ ସୁପ୍ରାଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଅନ୍ତର୍ଗତ । ନିଳୟ ଅନିୟମିତ ସ୍ପନ୍ଦନ ମଧ୍ୟରେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଓ ଭେଣ୍ଟ୍ରିକୁଲାର ଟାକିକାର୍ଡ଼ିଆ ଅନ୍ତର୍ଭୁକ୍ତ ।[୩][୪] ହୃତ୍ପିଣ୍ଡର ଇଲେକ୍ଟ୍ରିକାଲ କଣ୍ଡକସନ ସିସ୍ଟମରେ ସମସ୍ୟା ଥିଲେ ଏହି ଅନିୟମିତତା ଦେଖାଯାଏ ।[୧] ପିଲାମାନଙ୍କର ମଧ୍ୟ ଅନିୟମିତ ସ୍ପନ୍ଦନ ହୋଇପାରେ, କିନ୍ତୁ ବୟସ ଅନୁସାରେ ସ୍ପନ୍ଦନ ହାର ଭିନ୍ନ ଭିନ୍ନ ହୋଇଥାଏ ।[୩] ଇସିଜି ଓ ହୋଲଟର ମନିଟର ଭଳି ଅନେକ ପରୀକ୍ଷା କରି ନିର୍ଦ୍ଦିଷ୍ଟ ଅସୁବିଧା ନିର୍ଣ୍ଣୟ କରାଯାଏ ।[୫]
ଅନିୟମିତ ହୃତ୍ ସ୍ପନ୍ଦନ ରୋଗମାନଙ୍କର ଫଳପ୍ରଦ ଚିକିତ୍ସା କରିହୁଏ ।[୧] ଉପଚାର ଗୁଡ଼ିକ: ଔଷଧ, ମେଡିକାଲ କାର୍ଯ୍ୟପ୍ରଣାଳୀ ଯେପରିକି ପେସମେକର ଓ ଅପରେଶନ । ଦୃତ ସ୍ପନ୍ଦନକୁ ସାଧାରଣ ସ୍ପନ୍ଦନରେ ପରିଣତ କରିବା ନିମନ୍ତେ ବିଟାବ୍ଲକର କିମ୍ବା ପ୍ରୋକେନାମାଇଡ ଭଳି ଆଣ୍ଟିଆରିଦମିକ ଏଜେଣ୍ଟ ଦିଆଯାଏ । ଦୀର୍ଘକାଳ ଧରି ପୂର୍ବୋକ୍ତ ଔଷଧ ସେବନ କଲେ ଉଲ୍ଲେଖନୀୟ ପାର୍ଶ୍ୱପ୍ରତିକ୍ରିୟା ଦେଖାଯାଏ । ଧୀର ସ୍ପନ୍ଦନ ନିମନ୍ତେ ପେସମେକର ବ୍ୟବହାର କରାଯାଏ । ଜଟିଳ ସଙ୍କଟ ଏଡ଼େଇବା ନିମନ୍ତେ ଅନିୟମିତ ସ୍ପନ୍ଦନରେ ରକ୍ତପତଳାକାରୀ ଔଷଧ ଦିଆଯାଏ । ଅତ୍ୟଧିକ ଗମ୍ଭୀର ଅନିୟମିତ ସ୍ପନ୍ଦନ ହେଉଥିଲେ ଆଶୁଚିକିତ୍ସା କରି କାର୍ଡ଼ିଓଭର୍ସନ କିମ୍ବା ଡିଫିବ୍ରିଲେସନ ଭଳି ବୈଦ୍ୟୁତିକ ଝଟକା (electrical jolt) ଦିଆଯାଏ ।[୬]
ଅନିୟମିତ ହୃତ୍ ସ୍ପନ୍ଦନ ରୋଗ ନିୟୁତ ନିୟୁତ ଲୋକଙ୍କୁ ଆକ୍ରମଣ କରେ ।[୭] ସନ ୨୦୧୪ରେ ୟୁରୋପ ଓ ଆମେରିକା ଲୋକସଂଖ୍ୟାର ୨%ରୁ ୩ % ଲୋକଙ୍କୁ ଏହି ରୋଗ ହୋଇଥିଲା ।[୮] କେବଳ ଅଳିନ୍ଦ ଫିବ୍ରିଲେସନ ଓ ଅଳିନ୍ଦ ଫ୍ଲଟର ରୋଗରେ ସନ ୧୯୯୦ରେ ୨୯,୦୦୦ ମୃତ୍ୟୁ ହୋଇଥିବା ବେଳେ ସନ ୨୦୧୩ରେ ୧୧୨,୦୦୦ ମୃତ୍ୟୁ ହୋଇଥିଲା ।[୯] ହୃତ୍ପିଣ୍ଡଧମନୀ ରୋଗରେ ପ୍ରାୟ ଅଧା ଲୋକ ହଠାତ ହୃତ୍କ୍ରିୟା ମୃତ୍ୟୁ ମୃତ୍ୟୁ ବରଣ କରନ୍ତି ଓ ଏହା ପୃଥିବୀର ପ୍ରାୟ ୧୫ % ମୃତ୍ୟୁର କାରଣ ଅଟେ ।[୧୦] ଅଳିନ୍ଦ ଅନିୟମିତ ସ୍ପନ୍ଦନ ଯୋଗୁ ୮୦ % ହୃତ୍ପିଣ୍ଡ ଜନିତ ମୃତ୍ୟୁ ହୁଏ ।[୧୦] ଏହି ରୋଗ ଯେ କୌଣସି ବୟସରେ ହୋଇପାରେ କିନ୍ତୁ ସାଧାରଣତଃ ଅଧିକ ବୟସର ଲୋକଙ୍କୁ ହୁଏ ।[୭]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "What Is an Arrhythmia?". www.nhlbi.nih.gov. July 1, 2011. Retrieved 7 March 2015.
- ↑ "What Are the Signs and Symptoms of an Arrhythmia?". www.nhlbi.nih.gov. July 1, 2011. Retrieved 7 March 2015.
- ↑ ୩.୦ ୩.୧ ୩.୨ ୩.୩ "Types of Arrhythmia". www.nhlbi.nih.gov. July 1, 2011. Retrieved 7 March 2015.
- ↑ Martin, C; Matthews, G; Huang, CL (2012). "Sudden cardiac death and Inherited channelopathy: the basic electrophysiology of the myocyte and myocardium in ion channel disease". Heart. 98: 536–543. doi:10.1136/heartjnl-2011-300953. PMID 22422742.
- ↑ "How Are Arrhythmias Diagnosed?". www.nhlbi.nih.gov/. July 1, 2011. Retrieved 7 March 2015.
- ↑ "How Are Arrhythmias Treated?". www.nhlbi.nih.gov/. July 1, 2011. Retrieved 7 March 2015.
- ↑ ୭.୦ ୭.୧ "Who Is at Risk for an Arrhythmia?". www.nhlbi.nih.gov/. July 1, 2011. Retrieved 7 March 2015.
- ↑ Zoni-Berisso, M; Lercari, F; Carazza, T; Domenicucci, S (2014). "Epidemiology of atrial fibrillation: European perspective". Clinical epidemiology. 6: 213–20. doi:10.2147/CLEP.S47385. PMID 24966695.
{{cite journal}}
: CS1 maint: unflagged free DOI (link) - ↑ GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. 385 (9963): 117–171. doi:10.1016/S0140-6736(14)61682-2. PMC 4340604. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୧୦.୦ ୧୦.୧ Mehra, R (2007). "Global public health problem of sudden cardiac death". Journal of electrocardiology. 40 (6 Suppl): S118-22. doi:10.1016/j.jelectrocard.2007.06.023. PMID 17993308.