କାର୍ଭେଡିଲ‌ଲ (ଇଂରାଜୀ ଭାଷାରେ Carvedilol, ଏକ ବିକ୍ରୟ ନାମ କୋରେଗ/ Coreg) ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, କଞ୍ଜେସ୍ଟିଭ ହାର୍ଟ ଫେଲ୍ୟୁର (congestive heart failure/ CHF), ସନ୍ତୁଳିତ ହୃଦ୍‌ଘାତ ପରବର୍ତ୍ତୀ ଲେଫ୍ଟ ଭେଣ୍ଟ୍ରିକୁଲାର ଡିସଫଙ୍କସନ (left ventricular dysfunction) ରୋଗମାନଙ୍କ ଚିକିତ୍ସାରେ ଦିଆଯାଏ ।[୧] ଉଚ୍ଚ ରକ୍ତଚାପରେ ଏହା ଦ୍ୱିତୀୟ ଧାଡ଼ିର ଔଷଧ ଭାବରେ ଦିଆଯାଏ ।[୧] ପାଟିରେ ଏହି ଔଷଧ ଦିଆଯାଏ । [୧]

କାର୍ଭେଡିଲ‌ଲ
Clinical data
Trade namesCoreg, others
AHFS/Drugs.commonograph
MedlinePlusa697042
Pregnancy
category
  • C
Routes of
administration
By mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability25–35%
Protein binding98%
MetabolismLiver (CYP2D6, CYP2C9)
Elimination half-life7–10 hours
ExcretionUrine (16%), Feces (60%)
Identifiers
  • (±)-[3-(9H-carbazol-4-yloxy)-2-hydroxypropyl][2-(2-methoxyphenoxy)ethyl]amine
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
PDB ligand
ECHA InfoCard100.117.236 Edit this at Wikidata
Chemical and physical data
FormulaC24H26N2O4
Molar mass406.474
3D model (JSmol)
ChiralityRacemic mixture
  • COc1ccccc1OCCNCC(O)COc3cccc4[nH]c2ccccc2c34
  • InChI=1S/C24H26N2O4/c1-28-21-10-4-5-11-22(21)29-14-13-25-15-17(27)16-30-23-12-6-9-20-24(23)18-7-2-3-8-19(18)26-20/h2-12,17,25-27H,13-16H2,1H3 checkY
  • Key:OGHNVEJMJSYVRP-UHFFFAOYSA-N checkY
  (verify)

କାର୍ଭେଡିଲ‌ଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବୁଲା, ଥକ୍କା ଅନୁଭବ, ଗଣ୍ଠି ଯନ୍ତ୍ରଣା, ନିମ୍ନ ରକ୍ତଚାପ, ଅଇ ଓ ଅଣନିଶ୍ୱାସୀ ଆଦି ଲକ୍ଷଣମାନ ଦେଖାଯାଇପାରେ ।[୧] ପ୍ରତିକ୍ରିୟା ସାଂଘାତିକ ହେଲେ ବ୍ରୋଙ୍କୋସ୍ପାଜ୍ନ (bronchospasm) ହୋଇପାରେ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ହୋଇନାହିଁ ।[୨] ଯକୃତ ସମସ୍ୟା (liver problems) ଥିଲେ ଏହି ଔଷଧ ଦିଆଯାଏ ନାହିଁ ।[୩] କାର୍ଭେଡିଲ‌ଲ ଏକ ବିଟା ବ୍ଲକର (nonselective beta blockerଆଲଫା-୧ ବ୍ଲକର (alpha-1 blocker) ଔଷଧ ।[୧] ଏହାର କାର୍ଯ୍ୟଧାରା ସମ୍ପୁର୍ଣ୍ଣ ରୂପେ ସ୍ପଷ୍ଟ ନ ହୋଇଥିଲେ ମଧ୍ୟ ରକ୍ତନଳୀ ସ୍ଫିତ (dilation of blood vessels) କରୁଥିବା ଅନୁମାନ କରାଯାଏ । [୧]

ସନ ୧୯୭୮ରେ କାର୍ଭେଡିଲ‌ଲ ପେଟେଣ୍ଟ ହେବାପରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୫ରେ ସ୍ୱୀକୃତ ହୋଇଥିଲା ।[୪][୧] ଏହା ଜେନେରିକ (generic medication) ନାମରେ ବିକ୍ରୟ ହୁଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ଡୋଜର ମୂଲ୍ୟ ସନ ୨୦୧୮ରେ ୦.୦୫ ଡଲାର ଥିଲା ।[୫] ସନ ୨୦୧୬ରେ ଏହାର୨୩ ନିୟୁତ ପ୍ରେସକ୍ରିପସନ ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇ ୩୦ତମ ସର୍ବାଧିକ ପ୍ରେସକ୍ରିପସନ ମାନ୍ୟତା ପାଇଥିଲା ।[୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Carvedilol Monograph for Professionals". Drugs.com (in ଇଂରାଜୀ). AHFS. Retrieved 24 December 2018.
  2. "Carvedilol Use During Pregnancy". Drugs.com (in ଇଂରାଜୀ). Retrieved 24 December 2018.
  3. British national formulary : BNF 76 (76 ed.). Pharmaceutical Press. 2018. p. 147. ISBN 9780857113382.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 463. ISBN 9783527607495.
  5. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  6. "The Top 300 of 2019". clincalc.com. Retrieved 22 December 2018.

ଅଧିକ ପଢ଼ନ୍ତୁ ସମ୍ପାଦନା

  • Chakraborty S, Shukla D, Mishra B, Singh S (February 2010). "Clinical updates on carvedilol: a first choice beta-blocker in the treatment of cardiovascular diseases". Expert Opinion on Drug Metabolism & Toxicology. 6 (2): 237–50. doi:10.1517/17425250903540220. PMID 20073998.

ବାହ୍ୟ ଲିଙ୍କ ସମ୍ପାଦନା