ଆଟେନୋଲୋଲ

ଏକ ପ୍ରକାର ବିଟା ବ୍ଲକର ଔଷଧ

ଆଟେନୋଲୋଲ (ଇଂରାଜୀ ଭାଷାରେ Atenolol) ଏକ ପ୍ରକାର ବିଟା ବ୍ଲକର (beta blocker) ଔଷଧ ଯାହା ପ୍ରାଥମିକ ଭାବରେ ଉଚ୍ଚ ରକ୍ତଚାପଆଞ୍ଜିନା (angina) ରୋଗମାନଙ୍କ ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଏହା ବ୍ୟତୀତ ଅଧକପାଳି ପ୍ରତିଷେଧ ଓ କେତେକ ଆରିଦମିଆ (irregular heart beat) ବା ଅନିୟମିତ ହୃତ୍‌ସ୍ପନ୍ଦନ ରୋଗ ନିମନ୍ତେ ଦିଆଯାଇପାରେ । [୧][୨] ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୧][୨] ଅନ୍ୟାନ୍ୟ ରକ୍ତଚାପ ଔଷଧ (blood pressure medication) ସାଥିରେ ମିଶ୍ରିତ ଭାବରେ ମଧ୍ୟ ଦିଆଯାଏ ।[୨]

ଆଟେନୋଲୋଲ
Clinical data
Trade namesTenormin, others
AHFS/Drugs.commonograph
MedlinePlusa684031
data
Pregnancy
category
  • AU: C
  • US: D (Evidence of risk)
Routes of
administration
By mouth, IV
Drug classSelective β1 receptor antagonist
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability40–50%
Protein binding6–16%
MetabolismLiver <10%
Elimination half-life6–7 hours
ExcretionKidney
Identifiers
  • (RS)-2-{4-[2-Hydroxy-3-(propan-2-ylamino)propoxy]phenyl}acetamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.044.941 Edit this at Wikidata
Chemical and physical data
FormulaC14H22N2O3
Molar mass266.336 g/mol
3D model (JSmol)
ChiralityRacemic mixture
  • O=C(N)Cc1ccc(cc1)OCC(O)CNC(C)C
  • InChI=1S/C14H22N2O3/c1-10(2)16-8-12(17)9-19-13-5-3-11(4-6-13)7-14(15)18/h3-6,10,12,16-17H,7-9H2,1-2H3,(H2,15,18) checkY
  • Key:METKIMKYRPQLGS-UHFFFAOYSA-N checkY
  (verify)

ଆଟେନୋଲୋଲ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା ଅନୁଭବ, ହୃଦ୍‌ପାତ, ମୁଣ୍ଡ ଓଜନିଆ, ଅବସାଦ ଓ ଅଣନିଶ୍ୱାସୀ (shortness of breath) ହୋଇପାରେ ।[୧] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ବ୍ରୋଙ୍କୋସ୍ପାଜ୍ମ (bronchospasm) ହୋଇପାରେ ।[୧] ଗର୍ଭାବସ୍ଥାରେ ଏହା ଦେବାକୁ ସୁପାରିସ କରାଯାଏନାହିଁ । [୧] ସ୍ତନ୍ୟପାନ (breastfeeding) କରେଇବା ସମୟରେ ମଧ୍ୟ ଏହା ନ‌ଦେଇ ଅନ୍ୟ ଔଷଧ ଦେବାକୁ ପସନ୍ଦ କରାଯାଏ ।[୩] ହୃତ୍‌ପିଣ୍ଡରେ ଏହା ବିଟା୧-ଆଡ୍ରେନର୍ଜିକ ରିସେପ୍ଟରକୁ (β1-adrenergic receptor) ଅବରୋଧ କରି ହୃଦ୍‌ଗତି ହାର ଓ ଚାପ କମେଇଦିଏ ।[୧]

ସନ ୧୯୬୯ରେ ଆଟେନୋଲୋଲ ପେଟେଣ୍ଟ ହୋଇ ସନ ୧୯୭୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ (generic medication ନାମରେ ମିଳେ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏକ ମାସର ହୋଲସେଲ ଖର୍ଚ୍ଚ ୧୫ ଡଲାରରୁ କମ୍ ଥିଲା ।[୫] ସଂଯୁକ୍ତ ରାଷ୍ଟ୍ରରେ ଏନଏଚଏସ (NHS) ନିମନ୍ତେ ଏହାର ମୂଲ୍ୟ ୫ ପାଉଣ୍ଡରୁ କମ୍ ଥିଲା ।[୨] ସନ ୨୦୧୬ରେ ପ୍ରାୟ ୨୬ ନିୟୁତ ପ୍ରେସକ୍ରିପସନ ହୋଇ ଏହା ୨୦ତମ ସର୍ବାଧିକ ମାନ୍ୟତା ପାଇଥିଲା । [୬]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Atenolol Monograph for Professionals". Drugs.com (in ଇଂରାଜୀ). AHFS. Retrieved 23 December 2018.
  2. ୨.୦ ୨.୧ ୨.୨ ୨.୩ British national formulary : BNF 76 (76 ed.). Pharmaceutical Press. 2018. pp. 151–153. ISBN 9780857113382.
  3. "Atenolol use while Breastfeeding". Drugs.com (in ଇଂରାଜୀ). Retrieved 23 December 2018.
  4. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 461. ISBN 9783527607495.
  5. "NADAC as of 2018-12-19". Centers for Medicare and Medicaid Services (in ଇଂରାଜୀ). Archived from the original on 2018-12-19. Retrieved 22 December 2018.
  6. "The Top 300 of 2019". clincalc.com. Retrieved 22 December 2018.