ହୃଦ୍ପାତ
ହୃଦ୍ପାତ ବା ହାର୍ଟ ଫେଲ (ଇଂରାଜୀରେ heart failure ସଂକ୍ଷିପ୍ତରେ HF), ରୋଗ କହିଲେ କ୍ରନିକ ହାର୍ଟ ଫେଲ ବା ଦୀର୍ଘସ୍ଥାୟୀ ହୃଦ୍ପାତ ରୋଗ ବୁଝାଏ ଯେଉଁଥିରେ ଶରୀରର ଆବଶ୍ୟକତା ଅନୁଯାୟୀ ରକ୍ତ ସଞ୍ଚାଳନ କରିବାକୁ ହୃତ୍ପିଣ୍ଡ ଅକ୍ଷମ ହୁଏ ।[୧][୨][୩] ଏହାକୁ କଞ୍ଜେସ୍ଟିଭ ହାର୍ଟ ଫେଲ୍ୟୁର (ସଂକ୍ଷିପ୍ତରେ CHF) ବା କଞ୍ଜେସ୍ଟିଭ କାର୍ଡିଆକ ଫେଲ୍ୟୁର (ସଂକ୍ଷିପ୍ତରେ CCF) ମଧ୍ୟ କୁହାଯାଏ ।[୪] ଏହାର ମୂଖ୍ୟ ଲକ୍ଷଣ ସମୂହ; ଛୋଟ ଶ୍ୱାସକ୍ରିୟା, ଅତ୍ୟଧିକ ଥକ୍କାଣ ଓ ପ୍ରାନ୍ତୀୟ ଇଡିମା ବା ଗୋଡ଼ ଫୁଲା ଦେଖାଯାଏ । [୫] ଛୋଟ ଶ୍ୱାସକ୍ରିୟା ହେବା ସମୟ:- ରୋଗୀ ବ୍ୟାୟାମ ବା ସମାନ୍ୟ ପରିଶ୍ରମ କଲେ, ଲମ୍ବ ଭାବରେ ଚିତ୍ ହୋଇ ଶୋଇଲେ ଯାହାକୁ ଅର୍ଥୋପ୍ନିଆ (ଇଂରାଜୀରେ orthopnea) କୁହାଯାଏ ଓ ରାତିରେ ଶୋଇଥିବା ବେଳେ ହୁଏ ଯାହାକୁ ପାରୋକ୍ସିସମାଲ ନୋକଚରନାଲ ଡିସନିଆ (ଇଂରାଜୀରେ breathing trouble at night while sleeping) କୁହାଯାଏ ।[୫] ଉପଯୁକ୍ତ ଚିକିତ୍ସା କରାଯାଉଥିଲେ ମଧ୍ୟ ରୋଗୀର ଶ୍ରମଶକ୍ତି କମିଯାଏ । [୬]
ହୃଦ୍ପାତ | |
---|---|
![]() ହୃଦ୍ପାତ ରୋଗର ମୂଖ୍ୟ ଚିହ୍ନ ଓ ଲକ୍ଷଣ ସମୂହ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | cardiology[*] |
ଆଇସିଡ଼ି-୧୦ | I50. |
ଆଇସିଡ଼ି-୯-ସିଏମ୍ | 428.0 |
ରୋଗ ଡାଟାବେସ | 16209 |
ମେଡ଼ିସିନ-ପ୍ଲସ | 000158 |
Patient UK | ହୃଦ୍ପାତ |
MeSH | D006333 |
ହାର୍ଟ ଫେଲ୍ର କାରଣମାନଙ୍କ ମଧ୍ୟରେ କରୋନାରି ଧମନୀ ରୋଗ, ପୁର୍ବତନ ହୃଦ୍ଘାତ ବା ହାର୍ଟ ଆଟାକ୍, ଉଚ୍ଚ ରକ୍ତଚାପ, ଆଟ୍ରିଆଲ ଫିବ୍ରିଲେସନ, ଭାଲ୍ଭ୍ୟୁଲାର ହାର୍ଟ ରୋଗ ଓ କାର୍ଡିଓମାୟୋପାଥି ସାଧାରଣତଃ ଦେଖାଯାଏ ।[୫][୭] ଏହି ରୋଗଗୁଡ଼ିକ ହୃତ୍ପିଣ୍ଡର ଗଠନ କିମ୍ବା କର୍ମମାନଙ୍କୁ ବଦଳେଇ ଦେବାରୁ ହୃଦ୍ପାତ ହୁଏ । [୫] ଦୁଇ ପ୍ରକାର ହୃଦ୍ପାତ ଦେଖାଯାଏ: ପ୍ରଥମଟି ଭେଣ୍ଟ୍ରିକୁଲାର ଅପକର୍ମ, ଦ୍ୱିତୀୟଟି ବାମ ନିଳୟ ସଙ୍କୋଚନ ଶକ୍ତି କମିବା ବା ହୃତ୍ପିଣ୍ଡ ବିଶ୍ରାନ୍ତକ (relaxation) ଶକ୍ତି କମିବା ସହ ସାଧାରଣ ରକ୍ତ ନିଷ୍କାସନ ଥାଏ । [୫] ବ୍ୟାୟାମ ଶକ୍ତି କମିବା ସ୍ତରକୁ ନେଇ ଏହାର ଗ୍ରେଡ ନିର୍ଣ୍ଣୟ କରାଯାଏ । [୮] ହୃଦ୍ପାତ ସହ ହୃଦ୍ଘାତ ସମାନ ନୁହେଁ, ଦ୍ୱିତୀୟ ରୋଗରେ ହୃତ୍ପିଣ୍ଡ ମାଂସପେଶୀ ମରିଯାଏ ବା ହୃତ୍ପିଣ୍ଡ ବନ୍ଦ ହୋଇଯାଇ ରକ୍ତ ସଞ୍ଚାଳନ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଏ ।[୯][୧୦]ଏହି ହୃଦ୍ପାତ ଲକ୍ଷଣ ଭଳି ଅନ୍ୟ କେତେକ ରୋଗରେ ପ୍ରାୟ ସମାନ ଧରଣର ଲକ୍ଷଣ ଦେଖାଯାଏ, ସେମାନଙ୍କର ନାମ: ମୋଟାପଣ, ବୃକ୍କ ରୋଗ, ଯକୃତ ରୋଗ, ଆନିମିଆ ଓ ଥାଇରଏଡ ରୋଗ ।[୮]
ଲକ୍ଷଣ ଇତିହାସ ଓ ଶାରୀରିକ ପରୀକ୍ଷାଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ଓ ଇ.ସି.ଜି. (electrocardiogram) ପରୀକ୍ଷା ଫଳକୁ ନେଇ ନିଷ୍ପତ୍ତି ନିଆଯାଏ । [୧୧] ରକ୍ତ ପରୀକ୍ଷା, ଇ.ସି.ଜି. ଓ ଛାତି ଏକ୍ସ-ରେ ପରୀକ୍ଷା କଲେ ରୋଗର ଅନ୍ତର୍ନିହିତ କାରଣ ଜଣାଯାଏ । [୧୧] ରୋଗର ଗମ୍ଭୀରତା ଓ କାରଣ ଉପରେ ଚିକିତ୍ସା ନିର୍ଭର କରେ ।[୧୧] କ୍ରନିକ ରୋଗୀ ସ୍ଥିତାବସ୍ଥାରେ ଥିଲେ ଜୀବନ ଧାରଣ ଧାରା ପରିବର୍ତ୍ତନ କରାଯାଏ, ଯେପରିକି ଧୁମ୍ରପାନ ନିଷେଧ,[୧୨] ବ୍ୟାୟାମ,[୧୩] ଓ ଖାଦ୍ୟ ପରିବର୍ତ୍ତନ ତଥା ଔଷଧ ସେବନ ।[୧୨] ବାମ ନିଳୟ ଅପକର୍ମ ଥିଲେ ବିଟା ବ୍ଲକର ଓ ଆଞ୍ଜିଓଟେନସିନ କନଭର୍ଟିଙ୍ଗ ଏଞ୍ଜାଇମ ଦିଆଯାଏ । [୧୧] ସାଂଘାତିକ ରୋଗ ହୋଇଥିଲେ ଆଲ୍ଡୋସ୍ଟେରନ ଆଣ୍ଟାଗୋନିସ୍ଟ, ଆଞ୍ଜିଓଟେନସିନ ରିସେପ୍ଟର ବ୍ଲକର କିମ୍ବା ହାଇଡ୍ରାଲାଜିନ ସହ ନାଇଟ୍ରେଟ ବ୍ୟବହାର କରାଯାଏ । [୧୧] ରକ୍ତ ନିଷ୍କାସନ ସଠିକ ଥିଲେ ସ୍ୱାସ୍ଥ୍ୟାବସ୍ଥାକୁ ଚିକିତ୍ସା କରାଯାଏ । [୧୧] ଜଳୀୟ ଅଂଶ ଜମିଯାଇଥିଲେ ଡାଇୟୁରେଟିକ ଦିଆଯାଏ ।[୧୨] ଅବସ୍ଥା ଅନୁଯାୟୀ ଦେହରେ ଇମ୍ପ୍ଲାଣ୍ଟ (ପେସ ମେକର ଅଥବା ଇମ୍ପ୍ଲାଣ୍ଟେବ୍ଲ କାର୍ଡିଆକ ଡିଫିବ୍ରିଲେଟର) ଲଗାଯାଏ । [୧୧] ବିଭିନ୍ନ ଚିକିତ୍ସା ସତ୍ତ୍ୱେ ଯଦି ଉପକାର ନ ମିଳେ ତେବେ ହୃତ୍ପିଣ୍ଡ ଡିଫିବ୍ରିଲେଟର କିମ୍ବା ଭେଣ୍ଟ୍ରିକ୍ୟୁଲାର ଆସିସ୍ଟ ଡିଭାଇସ ଲଗାଯାଏ ।[୧୨]
ହୃଦ୍ପାତ ଏକ ସାଧାରଣ, ଖର୍ଚ୍ଚାନ୍ତକାରୀ ଓ ମାରାତ୍ମକ ରୋଗ ।[୭] ବିକଶିତ ଦେଶମାନଙ୍କରେ ୨ % ବୟଃପ୍ରାପ୍ତ ଲୋକ ଓ ବୟସ ୬୫ ଉପରେ ଥିଲେ ୬-୧୦ % ଲୋକ ଏହି ରୋଗ ଭୋଗନ୍ତି ।[୭][୧୪] ରୋଗ ନିର୍ଣ୍ଣୟ ହେବାପରେ ମୃତ୍ୟୁ ସଙ୍କଟ ୩୫% ଥାଏ ଯାହା ପ୍ରତିବର୍ଷ ୧୦ % କମିଯାଏ । [୫] ଅନେକ ପ୍ରକାର କର୍କଟ ରୋଗମାନଙ୍କର ସଙ୍କଟ ସହ ଏହା ପ୍ରାୟ ସମାନ ।[୫] ଇଂଲଣ୍ଡରେ ଆପାତକାଳୀନ ଆଡମିସନ ନେଉଥିବା ରୋଗୀମାନଙ୍କ ମଧ୍ୟରୁ ୫% ଲୋକଙ୍କର ଏହି ମୃତ୍ୟୁ ସଙ୍କଟ ଥାଏ ।[୫] ଖ୍ରୀ:ପୂ: ୧୫୫୦ ମସିହାରେ ଲିଖିତ ଏବର୍ସ ପାପିରସରେ ଏହି ରୋଗ ବିଷୟରେ ଲେଖାଥିବାରୁ ଏହା ପୁରାତନ କାଳରୁ ଥିବା ଜଣାଯାଏ ।[୬]
ଆଧାରସମ୍ପାଦନ କରନ୍ତୁ
- ↑ "heart failure" at Dorland's Medical Dictionary
- ↑ "Heart failure". Health Information. Mayo Clinic. 23 December 2009. DS00061.
- ↑ "Definition of Heart failure". Medical Dictionary. MedicineNet. 27 April 2011.
- ↑ "Living Well With Chronic Heart Failure" (PDF). Heart Foundation. p. 18. Retrieved 25 May 2014.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ ୫.୭ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୬.୦ ୬.୧ McDonagh, Theresa A. (2011). Oxford textbook of heart failure. Oxford: Oxford University Press. p. 3. ISBN 9780199577729.
- ↑ ୭.୦ ୭.୧ ୭.୨ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୮.୦ ୮.୧ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Willard &Spackman's occupational therapy (12th ed. ed.). Philadelphia: Wolters Kluwer Health/Lippincott Williams & Wilkins. 2014. p. 1124. ISBN 9781451110807.
{{cite book}}
:|edition=
has extra text (help) - ↑ Eyal Herzog (2012). The Cardiac Care Unit Survival Guide. Lippincott Williams & Wilkins. p. 98. ISBN 9781451177466.
- ↑ ୧୧.୦ ୧୧.୧ ୧୧.୨ ୧୧.୩ ୧୧.୪ ୧୧.୫ ୧୧.୬ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ ୧୨.୦ ୧୨.୧ ୧୨.୨ ୧୨.୩ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.
- ↑ Lua error in ମଡ୍ୟୁଲ:Citation/CS1 at line 828: Argument map not defined for this variable: ArticleNumber.