ଆଜ୍ମା
ଆଜ୍ମା ଗୋଟିଏ ଅତି ସାଧାରଣ ଦୀର୍ଘସ୍ଥାୟୀ ରୋଗ ଯେଉଁଥିରେ ଶ୍ୱାସନଳୀର ପ୍ରଦାହ ହୁଏ ।.[୨] ଏହାକୁ ଭୁଲରେ ଅନେକ ଆସ୍ଥମା ବୋଲି କହନ୍ତି କିନ୍ତୁ ଏହାର ପ୍ରକୃତ ଉଚ୍ଚାରଣ ଆଜ୍ମା (Azma) । ଏହା ଏକ ଗ୍ରୀକ ଭାଷାର ଶବ୍ଦ ଯାହାର ଅର୍ଥ ପାଣ୍ଟିଙ୍ଗ (Panting) ବା ପରିଶ୍ରମ ପରେ ହେଉଥିବା ଛୋଟ ଛୋଟ ଦୃତ ଶ୍ୱାସ କ୍ରିୟା । ଓଡ଼ିଆ ଭାଷାରେ ଏହି ରୋଗକୁ 'ଶ୍ୱାସ' ଓ 'ଦମା' ନାମ ମଧ୍ୟ ଦିଆଯାଇଛି । ଏହି ରୋଗରେ ଶ୍ୱାସ ନଳୀ ପ୍ରଦାହ ହୋଇ ପୁନଃପୌନିକ ଲକ୍ଷଣ ପ୍ରକାଶ ହୁଏ, ଶ୍ୱାସ ନଳୀର ଅସ୍ଥାୟୀ ସଙ୍କୋଚନ ହେତୁ ବାୟୁ ପ୍ରବାହ ବାଧା ପ୍ରାପ୍ତ ହୁଏ[୩] । ଏହାର ବିଭିନ୍ନ ଲକ୍ଷଣ ଗୁଡ଼ିକ: ଶ୍ୱାସ କ୍ରିୟା ବେଳେ ହୁଇଜ୍(ହୁଇସିଲ୍ ଶବ୍ଦ) ଶବ୍ଦ ଶୁଣାଯିବା, କାଶ, ଛାତି ଚିପିହେବା ଭଳି ଲାଗିବା ଓ ଛୋଟ ଶ୍ୱାସକ୍ରିୟା, ଛୋଟ ପ୍ରଶ୍ୱାସ ସହ ଦୀର୍ଘ ନିଶ୍ୱାସ ଛାଡ଼ିବା[୪] ।
ଏହି ଲକ୍ଷଣଗୁଡ଼ିକ ଦିନରେ ବା ସପ୍ତାହରେ କିଛି ଥାର ଦେଖାଯାଏ ।. ରାତିରେ ଓ ବ୍ୟାୟାମ କଲାବେଳେ ଏହି ରୋଗ ଅଧିକ ହୋଇପାରେ ।[୨]
ଆଜ୍ମା | |
---|---|
ବିଭାଗ | pulmonology[*], immunology[*] |
ଆଇସିଡ଼ି-୧୦ | J45. |
ଆଇସିଡ଼ି-୯-ସିଏମ୍ | 493 |
ଓଏମ୍ଆଇଏମ୍ | 600807 |
ରୋଗ ଡାଟାବେସ | 1006 |
ମେଡ଼ିସିନ-ପ୍ଲସ | 000141 |
ଇ-ମେଡ଼ିସିନ | article/806890 |
Patient UK | ଆଜ୍ମା |
MeSH | D001249 |
ଜେନେଟିକ୍ ଓ ପରିବେଶ ଦ୍ୱୟର ମିଶ୍ରିତ ପ୍ରଭାବ ଯୋଗୁ ଆଜ୍ମା ହେବା ବିଶ୍ୱାସ କରାଯାଉଛି ।[୫] ବାୟୁମଣ୍ଡଳୀୟ କାରକ ମଧ୍ୟରେ ବାୟୁ ପ୍ରଦୂଷଣ ଓ ଆଲର୍ଜେନର ଭୂମିକା ଅଛି ।.[୨] ଆସ୍ପିରିନ ଓ ବିଟାବ୍ଲକର ଭଳି ଔଷଧ ରହି ରୋଗକୁ ଟ୍ରିଗର କରେ ।[୨] ଲକ୍ଷଣ, ଚିକିତ୍ସାର ପ୍ରଭାବ ଓ ସ୍ପାଇରୋମେଟ୍ରି ପରୀକ୍ଷାଦ୍ୱାରା ଏହି ରୋଗ ନିର୍ଣ୍ଣୟ କରାଯାଏ ।[୬] ଲକ୍ଷଣମାନଙ୍କର ପ୍ରକାଶ ସମୟ, ଏକ ସେକଣ୍ଡରେ ନିଶ୍ୱାସ ଛାଡିବା ପରିମାଣ ଓ ପିକ୍ ଏକ୍ସପିରେଟରି ଫ୍ଲୋ ରେଟ( peak expiratory flow rate.) ଅନୁସାରେ ଏହି ରୋଗକୁ ବର୍ଗୀକରଣ କରାଯାଇଛି ।[୭] ଏହାକୁ ଆଟୋପିକ ଓ ନନ୍ ଆଟୋପିକ ଏହି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି, ଆଟୋପି ଅର୍ଥ ଟାଇପ ୧ ଅତି ସମ୍ବେଦନଶୀଳ ପ୍ରତିକ୍ରିୟା ।[୮][୯]
ଏ ପର୍ଯ୍ୟନ୍ତ ଆଜ୍ମା ଆରୋଗ୍ୟ ହେବାର ଉପାୟ ବାହାରି ନାହିଁ ।[୨] ରୋଗର ଟ୍ରିଗର ସମୂହ ଯଥା:- ଆଲର୍ଜେନ, ଉତ୍ତେଜକ ଓ କର୍ଟିକୋସ୍ଟିରଏଡ ଆଘ୍ରାଣ ପରିହାର କରି ଲକ୍ଷଣ ପ୍ରତିଷେଧ କରିହେବ ।[୧୦][୧୧] ଅନିୟନ୍ତ୍ରିତ ଆଜ୍ମାରେ ଘ୍ରାଣକାରୀ କର୍ଟିକୋସ୍ଟିରଏଡ ସହିତ ଦୀର୍ଘକାର୍ଯ୍ୟକାରୀ ବିଟଆ-ଆଡ୍ରେନୋସେପ୍ଟର ଆଗୋନିସ୍ଟ (ଏଲବିଏ) ବା ଆଣ୍ଟିଲିଉକୋଟ୍ରିଏନ ଏଜେଣ୍ଟ ଦିଆଯାଇପାରେ ।[୧୨][୧୩] ଲକ୍ଷଣ ଖରାପ ଦିଗକୁ ଗତି କରୁଥିଲେ ଆଘ୍ରାଣକାରୀ ସାଲବୁଟାମୋଲ ଭଳି ବିଟା ୨ ଆଗୋନିସ୍ଟ ଓ ପାଟିରେ ଦିଆଯାଉଥିବା କର୍ଟିକୋସ୍ଟିରଏଡ ଦିଆଯାଇପାରେ ।[୧୪] ଅତି ସାଂଘାତିକ କେଶ୍ରେ ଶୀରାଭ୍ୟନ୍ତର କର୍ଟିକୋସ୍ଟିରଏଡ, ମ୍ୟାଗନେସିଅମ ସଲଫେଟ ଓ ଡାକ୍ତରଖାନା ଆଡମିଶନ ଆବଶ୍ୟକ ହୋଇପାରେ ।[୧୫]
ସନ ୧୯୯୦ରେ ପୃଥିବୀରେ ୧୮୩ ନିୟୁତ ଆଜ୍ମା ରୋଗୀ ଥିବାବେଳେ ସନ ୨୦୧୩ରେ ଏହା ବଢ଼ିଯାଇ ୨୪୨ନିୟୁତ ହୋଇଥିଲା ।[୧୬] ଏହା ଫଳରେ ସନ ୨୦୧୩ରେ ୪୮୯,୦୦୦ ମୃତ୍ୟୁ ହୋଇଥିଲା,[୧୭] ସେଥିରୁ ଅଧିକାଂଶ ବିକାଶଶୀଳ ଦେଶମାନଙ୍କରେ ହୋଇଥିଲା ।[୨] ଏହି ରୋଗ ଅଧିକାଂଶ ସମୟରେ ପିଲାବେଳେ ଆରମ୍ଭ ହୁଏ ।[୨] ସନ ୧୯୬୦ରୁ ଏହି ରୋଗ ବଢ଼ିବାରେ ଲାଗିଛି ।[୧୮] ପୁରାତନ ମିଶରରେ ଏହି ରୋଗ ଚିହ୍ନାଯାଇଥିବା ଜଣାଯାଇଛି । [୧୯] ଆଜ୍ମା ଶବ୍ଦ ଗ୍ରୀକ୍ ଭାଷାର ἅσθμα, ásthma ଶବ୍ଦରୁ ଆସିଛି ଯାହାର ଅର୍ଥ ଧକେଇବା । [୨୦]
ଚିହ୍ନ ଓ ଲକ୍ଷଣ
ସମ୍ପାଦନାଆଜ୍ମା ରୋଗରେ ଶ୍ୱାସ କ୍ରିୟା ସମୟରେ ବାରମ୍ବାର ହୁଇସିଲ୍ ଶବ୍ଦ ଶୁଣାୟାଏ, ଛୋଟ ପ୍ରଶ୍ୱାସ ଓ ଦୀର୍ଘ ନିଶ୍ୱାସ ହୁଏ, ଛାତି ଚିପି ହେବା ଭଳି ଲାଗେ ଓ କାଶ ହୁଏ । ଫୁସଫୁସ ଭିତରେ କଫ ଥାଏ କିନ୍ତୁ ସହଜରେ କାଢି ହୁଏ ନାହିଁ [୨୧] । ଭଲ ହୋଇ ଆସିବା ବେଳକୁ ଏହି କଫ ପୂଜ ଭଳି ଦେଖାଯାଏ, କାରଣ ଏଥିରେ ବହୁତ ଇଓସିନୋଫିଲ୍ ଥାଏ[୨୨] । ରାତିରେ, ବଡ଼ି ସକାଳେ, ବ୍ୟାୟାମ ବେଳେ ଓ ଥଣ୍ଡା ବାୟୁ ସଂସ୍ପର୍ଶରେ ଆସିଲେ ଆଜ୍ମା ବଢିଯାଏ । କେତେକ ଲୋକଙ୍କର ଏହି ରୋଗ ନିମନ୍ତେ କୌଣସି ଟ୍ରିଗର ନ ଥାଏ ଓ ଅନ୍ୟ କେତେକଙ୍କର ଲକ୍ଷଣ ଲାଗି ରହେ ଓ ଅତ୍ୟଧିକ ହୁଏ ।
ସଂଯୁକ୍ତ ରୋଗ
ସମ୍ପାଦନାଆଜ୍ମା ସହ ଅନ୍ୟ କେତେକ ରୋଗ ଦେଖାଯାଏ । ସେଗୁଡିକର ନାମ: ଗ୍ୟାସ୍ଟ୍ରୋଏସୋଫେଜିଆଲ୍ ରିଫ୍ଲକ୍ସ ଡିଜିଜ୍, ରାଇନୋସାଇନୁସାଇଟିସ୍ ଓ ଅବ୍ସ୍ଟ୍ରକ୍ଟିଭ ସ୍ଲିପ୍ ଆପ୍ନିଆ[୨୩] । ମନସ୍ତାତ୍ୱିକ ରୋଗ କାରଣ ଅତି ସାଧାରଣ[୨୪] ଓ ସେଥି ମଧ୍ୟରୁ ଆଙ୍ଗଜାଇଟି ଡିଜ୍ଅର୍ଡର(୧୬ରୁ ୫୨ %), ମୁଡ ଡିଜ୍ଅର୍ଡର(୧୪ରୁ ୪୧ %) ଥାଏ[୨୫] । ମନସ୍ତାତ୍ୱିକ କାରଣ ଯୋଗୁ ଆଜ୍ମା ହୁଏ ବା ଆଜ୍ମା ଯୋଗୁ ମନସ୍ତାତ୍ୱିକ ଅସୁବିଧା ହୁଏ, ଏହା ଜଣା ପଡ଼ିନାହିଁ [୨୬]।
କାରଣ
ସମ୍ପାଦନାଅନେକ ଜଟିଳ ଓ ଅବୋଧ୍ୟ 'ପରିବେଶ ତଥା ଜେନେଟିକ ଦ୍ୱୟର ପ୍ରତିକ୍ରିୟା' ଯୋଗୁ ଆଜ୍ମା ରୋଗ ହୁଏ[୨୭] । ରୋଗର ଭୟାବହତା ଓ ଔଷଧ କାର୍ଯ୍ୟକାରୀତା ଏହି ପ୍ରତିକ୍ରିୟା ଉପରେ ନିର୍ଭରଶୀଳ[୨୮] । ଅଧୁନା କ୍ରମ ବର୍ଦ୍ଧିଷ୍ଣ୍ଣୁ ଆଜ୍ମା ରୋଗର କାରଣ ରୂପେ ବଂଶ ପରମ୍ପରା(ଡି.ଏନ୍.ଏ. ବ୍ୟତୀତ) ଓ ପରିବର୍ତ୍ତୀତ ଜୀବନ ଶୈଳୀ ଯୋଗୁ ଆଜ୍ମା ରୋଗ ବଢୁଥିବା ବିଶ୍ୱାସ କରାଯାଏ [୨୯]
।
ପରିବେଶଗତ
ସମ୍ପାଦନାଆଜ୍ମା ରୋଗ ହେବା ଓ ବୃଦ୍ଧି ପ୍ରାପ୍ତ ହେବା ନିମନ୍ତେ ଆଲର୍ଜେନ୍, ଦୂଷିତ ବାୟୁ ଓ ପରିବେଶଗତ ରାସାୟନିକ ପଦାର୍ଥ ଭଳି ଉର୍ପାଦକମାନ ଦାୟୀ [୩୦]। ଗର୍ଭାବସ୍ଥା ଓ ପ୍ରଜନନ ପରେ ଧୂମ୍ରପାନ କଲେ ଆଜ୍ମା ସମ୍ଭାବନା ଅଧିକ ରହେ । ଅନୁନ୍ନତ ବାୟୁ, ଟ୍ରାଫିକ ପ୍ରଦୂଷଣ ଓ ଅଧିକ ଓଜୋନ ମଧ୍ୟ ଆଜ୍ମା ହେବା ନିମନ୍ତେ ଦାୟୀ[୩୧] । ଫର୍ମାଲଡିହାଇଡ ଭଳି ବାଷ୍ପୀୟମାନ ଜୈବ ପଦାର୍ଥ ସଂସ୍ପର୍ଷ, ପଲିଭିନାଇଲ୍ କ୍ଲୋରାଇଡରେ ଥିବା ଥାଲେଟ[୩୨] ଓ ଏଣ୍ଡୋଟକ୍ସିନ ସଂସ୍ପର୍ଷ ଯୋଗୁ ଆଜ୍ମା ହୁଏ [୩୩]।
ଘର ଭିତରେ ଥିବା ଆଲର୍ଜେନ ଯୋଗୁ ଆଜ୍ମା ହୁଏ [୩୪]। ଗୃହ ମଧ୍ୟରେ ଥିବା ଧୂଳି ମାଇଟ୍(house dust mite ), ଅସରପା ଇତ୍ୟାଦି ଯୋଗୁ ଆଜ୍ମା ହୋଇପାରେ[୩୫][୩୬] । କେତେକ ଶ୍ୱାସ ବିଭାଗୀୟ ରୋଗ ସୃଷ୍ଟିକାରୀ ଭୁତାଣୁ ଯଥା ରେସ୍ପିରେଟୋରି ସିନ୍ସିଟିଆଲ୍ ଭୁତାଣୁ ଓ ରାଇନୋ ଭୁତାଣ ଯୋଗୁ ମଧ୍ୟ ଏହି ରୋଗ ହୁଏ । ଅନ୍ୟ କେତେକ ସଂକ୍ରମଣ ଯୋଗୁ ଆଜ୍ମା ସମ୍ଭାବନା କମିଯାଏ ।
ସ୍ୱାସ୍ଥ୍ୟଗତ ଅନୁମାନ
ସମ୍ପାଦନାପିଲାଦିନେ ସଂକ୍ରମଣ ବିହୀନ ଜୀବାଣୁ ଓ ଭୁତାଣୁ ସଂସ୍ପର୍ଶରେ ସ୍ୱଳ୍ପ ବା ଆଦୌ ନ ଆସିବାରୁ ଏହି ରୋଗ ହେବା ଅନୁମାନ କରାଯାଉଛି [୩୭][୩୮]। ଆଧୁନିକ ସମାଜରେ ଅତ୍ୟଧିକ ପରିଷ୍କାର ପରିଚ୍ଛନ୍ନ ରହିବା ଓ ଛୋଟ ପରିବାର ହେବା ଯୋଗୁ ଏହା ହେଉଛି [୩୯]। ଫାର୍ମରେ ଓ ପୋଷା ଜନ୍ତୁ ରଖୁଥିବା ପରିବାରରେ ଆଜ୍ମା ରୋଗ ବହୁତ କମ ହେଉଥିବାରୁ ଏହି ଅନୁମାନ କରାଯାଉଛି ।
କମ ବୟସରେ ଆଣ୍ଟିବାୟୋଟିକ ବ୍ୟବହାର ଯୋଗୁ ଆଜ୍ମା ହେବାର ଅନୁମାନ କରାଯାଉଛି[୪୦] । ସିଜରିଆନ ଶିଶୁମାନଙ୍କୁ ଅଧିକ ଆଜ୍ମା ହେଉଥିବାରୁ ଅନୁମାନ କରାଯାଉଛି । ଜନ୍ମ ପଥରେ ଥିବା କେତେକ ଅଣୁଜୀବ ସଂସ୍ପର୍ଷରେ ନ ଆସିବାରୁ ଏହା ହେଉଛି[୪୧] । ସ୍ୱଚ୍ଛଳ ଅବସ୍ଥା ସହ ମଧ୍ୟ ଆଜ୍ମାର ସଂମ୍ପର୍କ ଥିବା ଅନୁମାନ ହେଉଛି[୪୨] ।
ଜେନେଟିକ
ସମ୍ପାଦନାବଂଶଗତ ଆଜ୍ମା ଅନେକ ପ୍ରକାର ଜୀନ ଯୋଗୁ ହୁଏ[୪୩] । ଯାଆଁଳା ହୋଇଥିବା ଗୋଟିଏ ପିଲାର ଆଜ୍ମା ଥିଲେ ଅନ୍ୟଟିର ୨୫ % ଆଜ୍ମା ହେବା ସମ୍ଭାବନା ଥାଏ[୪୩] । ୨୦୦୫ ମସିହା ସୁଦ୍ଧା ୨୫ଟି ଜୀନ୍ ଚିହ୍ନଟ ହୋଇଥିଲା । ଏଗୁଡିକ ଇମ୍ମୁନ ସିସ୍ଟମ ବା ପ୍ରଦାହ ସମ୍ପର୍କିତ ଜୀନ । ଅନୁଶୀଳନରେ ଦେଖାଯାଇଥିବା ଜୀନ ସବୁ ପ୍ରକାର ଲୋକମାନଙ୍କଠାରେ ସମାନ ଭାବରେ ଦେଖାଯାଆନ୍ତି ନାହିଁ । ୨୦୦୬ ମସିହାରେ ୧୦୦ଟି ଜୀନ ସନ୍ଧାନ ମିଳିଥିଲା[୪୪] । ଏହାଠାରୁ ଅଧିକ ସଂଖ୍ୟକ ଜୀନ ସନ୍ଧାନ ମଧ୍ୟ ମିଳୁଛି[୪୫] ।
କେତେକ ଜୀନ ନିର୍ଦ୍ଦିଷ୍ଟ ପରିବେଶରେ ଆଜ୍ମା କରାନ୍ତି । ଧୂମ, ଫାର୍ମ ଓ କୁକୁର ଇତ୍ୟାଦି ପରିବେଶରୁ ଏଣ୍ଡୋଟକ୍ସିନ ଆସି ଆଜ୍ମା କରାନ୍ତି । ତେଣୁ ଜେନେଟିକ ଓ ଏଣ୍ଡୋଟକ୍ସିନ ଦ୍ୱୟ ଆଜ୍ମା ସଙ୍କଟର ଭୂମିକା ସୃଷ୍ଟି କରନ୍ତି[୪୬] ।
ଅନ୍ୟ ରୋଗ ସମ୍ପର୍କ
ସମ୍ପାଦନାଆଟୋପିକ ଏକ୍ଜିମା, ଆଲର୍ଜିକ ରାଇନାଇଟିସ ଓ ଆଜ୍ମା ତ୍ରୟକୁ ଆଟୋପି କୁହାଯାଏ । ଆଟୋପିକ ରୋଗ ଥିଲେ ଆଜ୍ମା ସଙ୍କଟ ଅଧିକ ରହେ । ଏକଜିମା ଓ ହେ ଫିଭର ଥିଲେ ଆଜ୍ମା ସଙ୍କଟ ବହୁତ ଅଧିକ ରହେ । ଚଗ-ସ୍ଟ୍ରସସିଣ୍ଡ୍ରୋମ ଓ ଭାସ୍କୁଲାଇଟିସ ରୋଗ ସହ ମଧ୍ୟ ଆଜ୍ମା ସମ୍ପର୍କ ଅଛି । କେତେକ ପ୍ରକାରାର ଅର୍ଟିକାରିଆ ରୋଗରେ ଆଜ୍ମା ଲକ୍ଷଣ ଦେଖାଯାଏ[୪୭] ।
ପୃଥୁଳତା ସହ ଆଜ୍ମା ସମ୍ପର୍କ ଥିବା ଅଧୁନା ଦେଖାଯାଉଛି [୪୮][୪୯]।
ସମ୍ବେଦନଶୀଳ ରୋଗୀଙ୍କଠାରେ ପ୍ରୋପ୍ରାନୋଲୋଲ ଔଷଧଦ୍ୱାରା ଆଜ୍ମା ହୋଇପାରେ[୫୦] । ଆସ୍ପିରିନ(ASA), ଏନ୍.ଏସ୍.ଏ.ଆଇ.ଡି.(NSAID) ଓ ଅନ୍ୟାନ୍ୟ ଔଷଧଦ୍ୱାରା ମଧ୍ୟ ଆଜ୍ମା ହୁଏ[୫୧] ।
ରୋଗ ବୃଦ୍ଧି
ସମ୍ପାଦନାକେତେକ ଲୋକଙ୍କର ସପ୍ତାହ ଓ ମାସ ବ୍ୟାପି ସ୍ଥିତାବସ୍ଥାରେ ରହିଲା ପରେ ଆଜ୍ମା ହଠାତ୍ ତୀବ୍ର ହୋଇଯାଏ । ଭିନ୍ନ ଭିନ୍ନ ଲୋକ ଆଲଗା ଅଲଗା ଜିନିଷ ପ୍ରତି ପ୍ରତିକ୍ରିୟା ପ୍ରକାଶ କରିବା ଦ୍ୱାର ତୀବ୍ରତା ବୃଦ୍ଧି ହୁଏ [୫୨]। ଏହି ତୀବ୍ରତା ନିମନ୍ତେ କେତେକ ଟ୍ରିଗର ଥାଏ ।
ଧୂଳି, ପଶୁ ଲୋମ, ଅସରପା ଆଲର୍ଜେନ୍ ଓ କବକ ଇତ୍ୟାଦି ତୀବ୍ରତା ବୃଦ୍ଧି କରନ୍ତି । ମହିଳା ଓ ଶିଶୁମାନେ ପରଫ୍ୟୁମଦ୍ୱାରା ଆକ୍ରାନ୍ତ ହୁଅନ୍ତି । ଶ୍ୱାସ ନଳୀର ଉପର ଅଂଶରେ ଜୀବାଣୁ ଓ ଭୁତାଣୁ ଜନିତ ପ୍ରଦାହ ହେଲେ ଆଜ୍ମା ତୀବ୍ର ହୁଏ । ମାନସିକ ଚାପ ଯୋଗୁ ଶରୀରର ପ୍ରତିରୋଧ ପ୍ରଣାଳୀ ପରିବର୍ତ୍ତିତ ହୋଇ ଆଜ୍ମା ତୀବ୍ର ହୁଏ[୫୩] ।
ବିକାରୀ ଶରୀର କ୍ରିୟା
ସମ୍ପାଦନାଶ୍ୱାସ ନଳୀର ପ୍ରଦାହ ଯୋଗୁ ସ୍ମୁଥ ମାଂସପେଶୀର ସଙ୍କୋଚନ ଶକ୍ତି ବଢିଯିବାଦ୍ୱାରା ନଳୀ ସରୁ ହୋଇଯାଏ, ଶ୍ୱାସକ୍ରିୟା ବାଧାପ୍ରାପ୍ତ ହୁଏ ଓ ହୁଇଜ୍ ହୁଏ । ଏହା ଆଜ୍ମାର ଲକ୍ଷଣ । ଚିକିତ୍ସା ହେଉ ବା ନ ହେଉ, ଏହି ସଙ୍କୋଚନ କିଛି ସମୟ ନିମନ୍ତେ ରହେ । କ୍ୱଚିତ ଏହି ନଳୀର ପରିବର୍ତ୍ତନ ହୁଏ । ନଳୀରେ ଇଓସିନୋଫିଲ ସଂଖ୍ୟା ବଢିଯାଏ ଓ ଲାମିନା ରେଟିକୁଲାରିସ୍ ମୋଟା ହୋଇଯାଏ । ଦୀର୍ଘ କାଳୀନ ରୋଗରେ ନଳୀରେ ଥିବା ମ୍ୟୁକସ ଗ୍ଲାଣ୍ଡ ସଂଖ୍ୟା ବଢେ ଓ ସ୍ମୁଥ ମାଂସପେଶୀ ଆକାର ବଢେ ।ଟି ଲିମ୍ଫୋସାଇଟ୍, ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ସଂଖ୍ୟା ମଧ୍ୟ ବଢିଯାଏ । ସାଇଟୋକାଇନ୍, କେମୋକାଇନ୍, ହିସ୍ଟାମିନ୍ ଓ ଲିଉକୋଟ୍ରିଏନ୍ ମାତ୍ରା ବଢିଯାଏ ।
ରୋଗ ନିର୍ଣ୍ଣୟ
ସମ୍ପାଦନାଆଜ୍ମା ଗୋଟିଏ ଅତି ପରିଚିତ ରୋଗ ହେଲେ ମଧ୍ୟ ତାହାର ଏକ ସର୍ବସମ୍ମତ ସଂଜ୍ଞା ନିରୁପିତ ହୋଇ ପାରିନାହିଁ । ଗ୍ଲୋବାଲ୍ ଇନିସିଏଟିଭ୍ ଫର ଆଜ୍ମା ଅନୁସାରେ ଏହା ଏକ "ଶ୍ୱାସ ନଳୀ ପ୍ରଦାହ ଯେଉଁଥିରେ ଅନେକ ଜୀବକୋଷ ଓ କୋଷ ଏଲିମେଣ୍ଟମାନଙ୍କ ଭୂମିକା ଥାଏ" । ଶ୍ୱାସ ନଳୀର ଅତ୍ୟଧିକ ସମ୍ବେଦନଶୀଳତା ଯୋଗୁ ବାରମ୍ବାର ହୁଇଜ୍, ଅଣନିଶ୍ୱାସୀ, ଛାତି ଚିପି ହେବା ଭଳି ଲାଗିବା ଓ ରାତିରେ ବା ସକାଳେ କାଶ ହୋଇ ଏହା ଦୀର୍ଘକାଳୀନ ରୋଗ ହୁଏ । ଏହି ଲକ୍ଷଣମାନଙ୍କ ସହ ବିବିଧ ପ୍ରକାର ଶ୍ୱାସରୁଦ୍ଧ ହେବା ଦେଖାଯାଏ ।
ଏହି ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ପରୀକ୍ଷା ନାହିଁ, କେବଳ ଲକ୍ଷଣ ଓ ଔଷଧର କର୍ଯ୍ୟକାରିତାରୁ ଏହା ଜଣାଯାଏ । ବ୍ୟାୟାମ, ଭୁତାଣୁ ସଂକ୍ରମଣ, ଆଲର୍ଜେନ୍ ବା ବାୟୁ ପ୍ରଦୁଷଣ ହୋଇ ଉପର ଲିଖିତ ଲକ୍ଷଣ କେଖାଗଲେ ଆଜମା ନିର୍ଣ୍ଣୟ କରାଯାଏ[୫୪] । ତା ପରେ ସ୍ପାଇରୋମେଟ୍ରି ପରୀକ୍ଷାଦ୍ୱାରା ରୋଗ ନିଶ୍ଚିତ କରାଯାଏ । ଛ ଅ ବର୍ଷ ବୟସରୁ କମ ପିଲାମାନଙ୍କର ରୋଗ ନିର୍ଣ୍ଣୟ କଷ୍ଟସାଧ୍ୟ ଓ ସ୍ପାଇରୋମେଟ୍ରି ସମ୍ଭବ ନୁହେଁ [୫୫] ।
ସ୍ପାଇରୋମେଟ୍ରି
ସମ୍ପାଦନାଆଜ୍ମା ନିର୍ଣ୍ଣୟ ଓ ଚିକିତ୍ସା ନିମନ୍ତେ ଏହା ସବୁଠାରୁ ଉତ୍ତମ ପରୀକ୍ଷା ଓ ଏହା କରିବା ନିମନ୍ତେ ଉପଦେଶ ଦିଆଯାଏ[୫୬][୫୭] । ଏହି ପରୀକ୍ଷାରେ ସାଲ୍ବୁଟାମଲ୍ ଭଳି ଶ୍ୱାସ ନଳୀ ସ୍ଫିତକାରୀ ପ୍ରୟୋଗ ପରେ ଏଫ୍.ଇ.ଭି.୧ରେ ଯଦି ୧୨ % ଉନ୍ନତି ହୁଏ ତାହା ହେଲେ ଆଜ୍ମା ନିର୍ଣ୍ଣୟ ସଠିକ ବୋଲି ଧରାଯାଏ[୫୮] । ସ୍ୱଳ୍ପ ମାତ୍ରା ଆଜ୍ମାରେ କିଛି ପରିବର୍ତ୍ତନ ନ ହୋଇପାରେ । ସିଙ୍ଗ୍ଲ ବ୍ରେଥ୍ ଡିଫ୍ୟୁଜିଙ୍ଗ କାପାସିଟି ପରୀକ୍ଷାଦ୍ୱାରା ଆଜ୍ମା ଓ ସି.ଓ.ପି.ଡି. ମଧ୍ୟରେ ପାର୍ଥକ୍ୟ ଜଣାଯାଏ । ବର୍ଷେ ବା ଦୁଇ ବର୍ଷ ଅନ୍ତରରେ ସ୍ପାଇରୋମେଟ୍ରିଦ୍ୱାରା ଆଜ୍ମାର ଉନ୍ନତି ଚିହ୍ନଟ କରିହୁଏ[୫୯]।
ଅନ୍ୟାନ୍ୟ
ସମ୍ପାଦନାମେଥାକୋଲିନ ଚାଲେଞ୍ଜ୍ ଟେଷ୍ଟ ନେଗେଟିଭ୍ ଥିଲେ ଆଜ୍ମା ନାହିଁ, କିନ୍ତୁ ପଜିଟିଭ ଥିଲେ କେବଳ ଆଜ୍ମା ଅଛି, ଏହା ଠିକ ନୁହେଁ ।
ଆଜ୍ମା ନିର୍ଣ୍ଣୟ ନିମନ୍ତେ ପିକ୍ ଏକ୍ସପିରେଟରି ଫ୍ଲୋ(peak expiratory flow) ଏକ ସାହାଯ୍ୟକାରୀ ପରୀକ୍ଷା ।
ବର୍ଗୀକରଣ
ସମ୍ପାଦନାତିନି ପ୍ରକାର ପଦ୍ଧତିରେ ଆଜ୍ମା ବର୍ଗୀକରଣ କରାଯାଏ । ସେଗୁଡିକ ଯଥା କ୍ରମେ ଏକ ସେକଣ୍ଡରେ ଫୋର୍ସଡ୍ ଏକ୍ସପିରେଟରି ଭଲ୍ୟୁମ୍ (forced expiratory volume in one second ବା FEV1), ପିକ ଏକ୍ସପିରେଟରି ଫ୍ଲୋ ରେଟ୍(peak expiratory flow rate) ଓ ଲକ୍ଷଣମାନଙ୍କର ପୁନଃପୌନକିତା( frequency of symptoms)[୬୦] । ଆଟିପିକ୍ ଓ ନନ୍ ଆଟୋପିକ୍ ମଧ୍ୟ ଅନ୍ୟ ଏକ ବର୍ଗୀକରଣ । ଏହା ଏକ ଶ୍ୱାସ ନଳୀ ରୁଦ୍ଧକାରୀ ରୋଗ ହେଲେ ମଧ୍ୟ କ୍ରନିକ୍ ଅବ୍ସ୍ଟ୍ରକ୍ଟିଭ ପଲ୍ମୋନାରି ଡିଜିଜ୍ ମଧ୍ୟରେ ଯାଏ ନାହିଁ,[୬୧] କାରଣ ଏହା ଅନ୍ୟ ରୋଗ ଭଳି ଚିରସ୍ଥାୟୀ ନୁହେଁ, ଶ୍ୱାସ ନଳୀ କିଛି ସମୟ ପରେ ପ୍ରସାରିତ ହୋଇଯାଏ । ଚିକିତ୍ସା ନ ହେଲେ ଆଜ୍ମାଦ୍ୱାରା ଶ୍ୱାସ ନଳୀ ସଙ୍କୁଚିତ ହୋଇ ରହିଯାଏ ।
ପ୍ରତିରୋଧ
ସମ୍ପାଦନାଆଜ୍ମା ବିରୁଦ୍ଧରେ ଯେତେ ସବୁ ପଦକ୍ଷେପ ନିଆଯାଇଛି, ସେ ସମସ୍ତ ଅତି ଦୁର୍ବଳ । ଗର୍ଭାବସ୍ଥାରେ ବା ଶିଶୁ ଜନ୍ମ ପରେ ସ୍ୱଳ୍ପ ଧୁମ୍ର ପାନ, ସ୍ତନ୍ୟ ପାନ ଓ ବଡ଼ ପରିବାରରେ ରହିବା ଇତ୍ୟାଦି ପ୍ରତିଷେଧକ ବ୍ୟବସ୍ଥା ଆରମ୍ଭ ସମୟରେ ଭଲ ଜଣା ପଡୁଥିବା ବେଳେ ପରେ ବିଶେଷ ଉପକାରୀ ହେଲେ ନାହିଁ ତଥା ଏ ବିଷୟରେ ଉପଦେଶ ଦେବାକୁ ଉଚିତ ମନେ ହେଲା ନାହିଁ[୬୨] । ପୋଷା ଜନ୍ତୁ ସଂଷ୍ପର୍ଶ ପ୍ରାଥମିକ ଅବସ୍ଥାରେ ଉପକାରୀ ହୁଏ[୬୩] । କିନ୍ତୁ ଅନ୍ୟ ସମୟରେ ଏହା ଉପକାରୀ ଜଣା ପଡେ ନାହିଁ[୬୪] । ପୋଷା ଜନ୍ତୁ ସଂସ୍ପର୍ଷରେ ଆସିଲେ ଆଲର୍ଜି ଥିଲେ ଏମାନଙ୍କୁ ଦୂରରେ ରଖିବା ଉଚିତ[୬୫] । ଗର୍ଭାବସ୍ଥାରେ ବା ସ୍ତନ୍ୟ ପାନ କରେଇବା ସମୟରେ ସୀମିତ ଖାଦ୍ୟ ଖାଇବାକୁ ଉପଦେଶ ଦେବା ମଧ୍ୟ ଉପକାରୀ ବୋଲି ଜଣା ଯାଏ ନାହିଁ[୬୬] । କର୍ମ ସ୍ଥାନରେ ଯଦି କୌଣସି ଆଲର୍ଜି ହେବା ଭଳି ବସ୍ତୁ ଥାଏ, ତାହା ହେଲେ ତାହାଠାରୁ ଦୂରରେ ରହିବା ଉଚିତ ।
ଚିକିତ୍ସା
ସମ୍ପାଦନାଆଜ୍ମା ରୋଗ ଆରୋଗ୍ୟସାଧ୍ୟ ନୁହେଁ । ପ୍ରତ୍ୟେକ ରୋଗୀର ଚିକିତ୍ସା ଓ ତଦାରଖ ନିମନ୍ତେ ନିର୍ଦ୍ଦିଷ୍ଟ ଖସଡା ଆବଶ୍ୟକ । ଏହି ପ୍ଲାନ ଅନୁସାରେ ଆଲର୍ଜେନଠାରୁ ରୋଗୀକୁ ଦୂରରେ ରଖାଯାଏ, ଲକ୍ଷଣମାନଙ୍କର ଗୁରୁତ୍ତ୍ୱ ବିବେଚନା କରାଯାଇ ସେହି ଅନୁସାରେ ଔଷଧ ଦିଆଯାଏ । ରୋଗୀଙ୍କୁ ଲିଖିତ ଉପଦେଶ ସହ ଲକ୍ଷଣ ପରିବର୍ତ୍ତନ ଅନୁସାରେ ଔଷଧ ଖାଇବାକୁ ପରାମର୍ଶ ଦିଆଯାଏ ।[୬୭]
ରୋଗୀକୁ ଆଜ୍ମା କରାଉଥିବା ଟ୍ରିଗରଗୁଡିକଠାରୁ (ଟ୍ରିଗର- ଯାହା ସଂସ୍ପର୍ଶରେ ଆସିଲେ ଆଜ୍ମା ଆରମ୍ଭ ହୁଏ ଯଥା ସିଗାରଟ ଧୁଆଁ, ପୋଷା ଜନ୍ତୁ, ଆସ୍ପିରିନ ଇତ୍ୟାଦି ) ଦୂରରେ ରହିବାକୁ ଉପଦେଶ ଦିଆଯାଏ । ଟ୍ରିଗରଠାରୁ ଦୂରରେ ରହିବା ପରେ ମଧ୍ୟ ଲକ୍ଷଣ ପ୍ରକାଶ ପାଉଥିଲେ ଔଷଧ ଆବଶ୍ୟକ ହୁଏ । ଲକ୍ଷଣମାନଙ୍କର ଗୁରୁତ୍ତ୍ୱ ଅନୁସାରେ ଔଷଧ ବଛାଯାଏ । ଦୃତ କର୍ଯ୍ୟକାରୀ ଓ ଦୀର୍ଘ କାର୍ଯ୍ୟକାରୀ, ଏହି ଦୁଇ ପ୍ରକାର ଔଷଧ ବ୍ୟବହାର କରାଯାଏ ।[୬୮][୬୯]
ସ୍ୱଳ୍ପ କାଳୀନ ଉପଶମ ନିମନ୍ତେ ଶାସନଳୀ ପ୍ରସାରକ ଔଷଧ ଦିଆଯାଏ । କ୍ୱଚିତ ହେଉଥିବା ରୋଗରେ ଅନ୍ୟ ଔଷଧ ଆବଶ୍ୟକ ହୁଏ ନାହିଁ । ଲଗାତାର କିନ୍ତୁ ସାଧାରଣ ଭାବରେ ହେଉଥିବା ରୋଗରେ ସ୍ୱଳ୍ପ ମାତ୍ରା ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ ବା ଲିଉକୋଟ୍ରିଏନ୍ ଆଣ୍ଟାଗୋନିସ୍ଟ ତଥା ମାସ୍ଟ ସେଲ୍ ସ୍ଟାବିଲାଇଜର ଦିଆଯାଏ । ପ୍ରତ୍ୟେକ ଦିନ ହେଉଥିବା ରୋଗରେ ଅଧିକ ମାତ୍ରାରେ ସ୍ଟିରଏଡ ଶୁଙ୍ଘିବାକୁ ଦିଆଯାଏ । ଗୁରୁତର ଆବସ୍ଥା ହେଲେ ସ୍ଟିରଏଡ ଖାଇବାକୁ ଦିଆଯାଏ ଓ ଇଞ୍ଜେକସନ ଦିଆଯାଏ ।[୧୪]
ଜୀବନଚର୍ଯ୍ୟା ପରିବର୍ତ୍ତନ
ସମ୍ପାଦନାଆଜ୍ମା ରୋଗକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା ନିମନ୍ତେ ଟ୍ରିଗରମାନଙ୍କଠାରୁ ଦୂରେଇ ରହିବା ଦରକାର । ବିଭିନ୍ନ ପ୍ରକାରର ଆଲର୍ଜେନ୍, ଟବାକୋ ବା ଅନ୍ୟ ଧୂମ, ବାୟୁ ପ୍ରଦୂଷଣ, ନନ୍ ସିଲେକ୍ଟିଭ ବିଟା ବ୍ଲକର୍() ଓ ସଲ୍ଫାଇଟ ଥିବା ଖାଦ୍ୟ ଇତ୍ୟାଦି ସାଧାରଣତଃ ଟ୍ରିଗର ହିସାବରେ ଗଣା ଯାଆନ୍ତି[୭୦][୭୧] । ସ୍ଟିରଏଡ ଔଷଧର ଗୁଣକୁ ଧୁଆଁ କମେଇ ଦିଏ[୭୨] । ବିଭିନ୍ନ ପ୍ରକାର କୀଟମାନଙ୍କୁ ମାରିବା ନିମନ୍ତେ ରାସାୟନିକ ଦ୍ରବ୍ୟ ବ୍ୟବହାର କରିବା, ବାୟୁ ଓ ଜଳ ପରିସ୍ରବଣ କରିବା, ଗଦି ତଥା ବିଛଣାକୁ ଭାକ୍ୟୁମ କ୍ଲିନରଦ୍ୱାରା ପରିସ୍କାର କରିବାଦ୍ୱାରା ଆଜ୍ମା କମେ ନାହିଁ[୭୩] ।
ଔଷଧ
ସମ୍ପାଦନାଆଜ୍ମା ନିମନ୍ତେ ଦୁଇ ପ୍ରକାର ଔଷଧ ଉପଲବ୍ଧ ହୁଏ: ତୀବ୍ର ରୋଗ ନିମନ୍ତେ ଶୀଘ୍ର ଉପସମକାରୀ ଓ ଭବିଷ୍ୟତରେ ତୀବ୍ର ନ ହେବା ନିମନ୍ତେ ଦୀର୍ଘ କାଳୀନ ଔଷଧ ।
ଶୀଘ୍ର ଉପସମକାରୀ
- ସ୍ୱଳ୍ପକାଳୀନ କାର୍ଯ୍ୟକାରୀ ବିଟା ଆଡ୍ରେନୋସେପ୍ଟର ଆଗୋନିସ୍ଟ(ସାବା ବା SABA): ସାଲବୁଟାମଲ୍ ଏକ ପ୍ରଥମ ଧାଡି ଔଷଧ ।
- ଆଣ୍ଟିକଲିନର୍ଜିକ୍: ଇପ୍ରାଟ୍ରୋପ୍ରିଅମ - ଏହା ଅତି ତୀବ୍ର ବା ମଧ୍ୟମ ଧରଣର ରୋଗରେ ସାବା ସହ ଦେଲେ ଅଧିକ ଉପକାର ମିଳେ । କୌଣସି କାରଣ ବଶତଃ ସାବା ନ ଖାଇ ପାରିଲେ ଏହା ଦିଆ ଯାଇପାରେ[୧୪]
- ଆଡ୍ରେନର୍ଜିକ୍ ଔଷଧ: ଭଲ କାମ କରୁଥିଲେ[୭୪] ମଧ୍ୟ ହୃତ୍ପିଣ୍ଡ ଉପରେ ପ୍ରଭାବ ପକାଉ ଥିବାରୁ ଆଉ ଦିଆ ଯାଉନାହିଁ[୭୫]
।
ଦୀର୍ଘକାଳୀନ ଆୟତ୍ତ
ଦୀର୍ଘକାଳୀନ ଚିକିତ୍ସା ନିମନ୍ତେ ପ୍ରଶ୍ୱାସରେ କର୍ଟିକୋସ୍ଟିରଏଡ(ବେକ୍ଲୋମେଥାଜୋନ) ଗ୍ରହଣ କରିବା ସବୁଠାରୁ ଉତ୍ତମ । ଏହା ଦିନକୁ ଥରେ ବା ଦୁଇ ଥର ଦିଆଯାଏ[୭୬] । ଅତି ଗୁରୁତର ହେଲେ କର୍ଟିକୋସ୍ଟିରଏଡ ଖାଇବାକୁ ଦିଆଯାଏ ।
- ଦୀର୍ଘ କାଳୀନ ବିଟା ଆଡ୍ରେନୋସେପ୍ଟର ଆଗୋନିସ୍ଟ(Long-acting beta-adrenoceptor agonists ବା ଲାବା): ସାଲ୍ମେଟ୍ରଲ ଓ ଫର୍ମେଟ୍ରଲ- ପ୍ରାପ୍ତ ବୟଷ୍କ ଲୋକଙ୍କ ନିମନ୍ତେ ସ୍ଟେରଏଡ ସହ ନେଲେ ଏହା ଉତ୍ତମ କାମ କରେ[୭୭] । ପିଲାମାନଙ୍କ ନିମନ୍ତେ ଏହାର ଉପଯୋଗିତା ସନ୍ଦେହଜନକ[୭୮] ଓ ଏହା ଅଧିକ ସଂକଟ ସୃଷ୍ଟି କରିବା ସମ୍ଭାବନା ଥାଏ[୭୯] ।
- ମାସ୍ଟ ସେଲ୍ ସ୍ଟାବିଲାଇଜର୍: ଏହା ସ୍ଟିରଏଡ ବଦଳରେ ବ୍ୟବହାର ହେଉଥିବା ସ୍ପୃହଣୀୟ ଔଷଧ ନୁହେଁ ।
ଔଷଧ ପ୍ରୟୋଗ
ପ୍ରଶ୍ୱାସରେ ଗ୍ରହଣ କରାଯାଉଥିବା ଔଷଧ ଏକ ଯନ୍ତ୍ର ସାହଯ୍ୟରେ ନିର୍ଦ୍ଦିଷ୍ଟ ପରିମାଣରେ ଛଡାଯାଏ । ଏହି ଯନ୍ତ୍ରଟି ଗୋଟିଏ ପ୍ଲାସ୍ଟିକ ସିଲିଣ୍ଡର ଭଳି ଦେଖିବାକୁ । ଏହା ବାୟୁ ସହ ସ୍ପ୍ରେ ଆକାରରେ ବା ପାଉଡର ଆକାରରେ ନିଆଯାଏ ଓ ଏହାକୁ ମିଟର୍ଡ ଡୋଜ୍ କହନ୍ତି । ନେବୁଲାଇଜର ବା ସ୍ପେସର ଆକାରରେ ମିଟର୍ଡ ଡୋଜ୍ ସ୍ପ୍ରେ କରାଯାଏ ।
ପ୍ରତିକୁଳ ପ୍ରଭାବ
ସମ୍ପାଦନାବହୁତ ଦିନ ଧରି ଔଷଧ ଗ୍ରହଣ କଲେ ସ୍ୱଳ୍ପ ପ୍ରତିକୁଳ ଅବସ୍ଥା ଆସିପାରେ[୮୦] । ପରଳ ଓ ଶରୀର ଆକାର ପରିବର୍ତ୍ତନ ସମ୍ଭାବନା ରହେ[୮୧] ।
ଅନ୍ୟାନ୍ୟ
ସମ୍ପାଦନାବେଳେ ବେଳେ ଔଷଧ କିଛି କାମ କରେ ନାହିଁ । ଜରୁରୀକାଳୀନ ସେବା ନିମନ୍ତେ ନିମ୍ନ ଲିଖିତ ଉପଚାର କରାଯାଏ ।
- ଅକ୍ସିଜେନ: ସାଚୁରେସନ ୯୨ % ତଳକୁ ରହିଲେ ଅକ୍ସିଜେନ ଦିଆଯାଏ[୮୨] ।
- ଶିରାରେ ମ୍ୟାଗନେସିୟମ ସଲଫେଟ୍ ଦେଲେ ଶ୍ୱାସ ନଳୀ ପ୍ରସାରିତ ହୁଏ । ଅନ୍ୟ ଔଷଧ ସହ ଏହା ତୀବ୍ର ଆଜ୍ମାରେ ଦିଆଯାଏ[୮୩][୮୪] ।
- ହେଲିଅକ୍ସ(Heliox): ଏହା ହିଲିୟମ ଓ ଅକ୍ସିଜେନର ଏକ ମିଶ୍ରଣ । ସାଧାରଣ ଔଷଧ କାମ ନ କଲେ ଏହା ଦିଆଯାଏ ।
- ଅତି ସିରିୟସ ରୋଗ ହୋଇଥିଲେ ଶିରା ମାଧ୍ୟମରେ ସାଲ୍ବୁଟାମଲ୍ ଦିଆଯାଏ ।
- ଅତି ସାଂଘାତିକ ରୋଗରେ ବ୍ରୋଙ୍କିଆଲ୍ ଥର୍ମୋପ୍ଲାସ୍ଟି କରାଯାଏ ।
ପ୍ରାୟ ୫୦ % ଆଜ୍ମା ରୋଗୀ ବିକଳ୍ପ ଚିକିତ୍ସା ଆଶ୍ରୟ ନିଅନ୍ତି[୮୫][୮୬] । ଭିଟାମିନ୍ ସି[୮୭], ଆକୁପଙ୍କଚର[୮୮] ଓ ଏୟାର ଆୟୋନାଇଜର୍ ଇତ୍ୟାଦି ବ୍ୟବହାର କଲେ କୌଣସି ପ୍ରାମାଣିକ ତଥ୍ୟ ଗତ ଫଳ ମିଳୁନାହିଁ । ଓଷ୍ଟିଓପାଥିକ, ଚିରୋପ୍ରାକ୍ଟିକ୍, ଫିଜିଓଥେରାପିଉଟିକ୍ ଓ ରେସ୍ପିରେଟରି ଥେରାପିଦ୍ୱାରା ପ୍ରାମାଣିକ ଫଳ ମିଳୁ ନାହିଁ ।
ପୂର୍ବ ସୂଚନା
ସମ୍ପାଦନା no data <100 100–150 150–200 200–250 250–300 300–350 | 350–400 400–450 450–500 500–550 550–600 >600 |
ପିଲାମାନଙ୍କର ଓ ସ୍ୱଳ୍ପ ମାତ୍ରାର ଆଜ୍ମାର ପୂର୍ବ ସୂଚନା ସାଧାରଣତଃ ଭଲ[୯୦] । ରୋଗ ଚିହ୍ନିବା ଓ ଉନ୍ନତ ଯତ୍ନ ଫଳରେ ଗଲା କିଛି ଦଶନ୍ଧି ଧରି ଆଜ୍ମା ମୃତ୍ୟୁ ହାର ଅନେକ କମିଛି [୯୧] । ସାରା ପୃଥିବୀରେ ୨୦୦୪ ମସିହାରେ ମଧ୍ୟମ ଧରଣର ଓ ଉଗ୍ର ଧରଣର ଆଜ୍ମା ରୋଗୀ ସଂଖ୍ୟା ୧୯.୪ ନିୟୁତ ଥିଲେ ଓ ତା ମଧ୍ୟରୁ ୧୬ ନିୟୁତ ରୋଗୀ ମଧ୍ୟମ ଓ ନିମ୍ନ ରୋଜଗାର କ୍ଷମ ଲୋକ ଥିଲେ[୯୨] । ପିଲା ଦିନର ରୋଗୀମାନଙ୍କ ମଧ୍ୟରୁ ଦଶ ବର୍ଷ ପରେ ଅର୍ଧେକ ସଂଖ୍ୟକ ପିଲା ଆଜ୍ମା ମୁକ୍ତ ହେବା ଜଣାଯାଏ[୪୩] । ପ୍ରାଥମିକ ଅବସ୍ଥାରୁ ସ୍ଟିରଏଡ ବ୍ୟବହାର କଲେ ଫୁସଫୁସର ପରିବର୍ତ୍ତନ ରୋକି ହୁଏ[୯୩] ।
ରୋଗ ଅନୁଶୀଳନ
ସମ୍ପାଦନାସାରା ପୃଥିବୀରେ ୨୦୧୧ ମସିହାରେ ୨୩୫-୩୦୦ ନିୟୁତ ଲୋକ ଆଜ୍ମା ରୋଗର ଶିକାର ହୋଇଥିଲେ[୯୪] । ପ୍ରତ୍ୟେକ ବର୍ଷ ପ୍ରାୟ ୨୫୦,୦୦୦ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଦେଶ ଅନୁସାରେ ଏହି ହାରର ତାରତମ୍ୟ ପରିଲକ୍ଷିତ ହୁଏ । ଆଶାର ବିପରୀତ ଏହି ରୋଗ ବିକଶିତ ରାଷ୍ଟ୍ରମାନଙ୍କରେ ବିକଶିତ ରାଷ୍ଟ୍ରମାନଙ୍କ ଅପେକ୍ଷା ଅଧିକ ହୁଏ । ଏସିଆ, ପୂର୍ବ ୟୁରୋପ ଓ ଆଫ୍ରିକାରେ ଏହି ରୋଗ କମ ହୁଏ । ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଧନୀ ଲୋକମାନଙ୍କର ଅଧିକ ହୁଏ ଓ ବିକଶିତ ରାଷ୍ଟ୍ରମାନଙ୍କରେ ଅପେକ୍ଷାକୃତ ଅର୍ଥନୈତିକ ଅନଗ୍ରସର ଲୋକଙ୍କର ଅଧିକ ହୁଏ । ସମୁଦାୟ ମୃତ୍ୟୁ ସଂଖ୍ୟାର ୮୦ % ନିମ୍ନ ଓ ମଧ୍ୟବିତ୍ତ ପରିବାରରୁ ଆସିଥାଆନ୍ତି[୯୫] ।
ଏହି ରୋଗରେ ଝିଅମାନଙ୍କ ଅପେକ୍ଷା ପୁଅମାନଙ୍କ ସଂଖ୍ୟା ୨ ଗୁଣ ଅଧିକ । ସାଙ୍ଘାତିକ ଆଜ୍ମା ସମ ସଂଖ୍ୟକ ହୁଏ[୯୬] । ମହିଳାମାନଙ୍କର ରୋଗ ହାର ପୁରୁଷମାନଙ୍କଠାରୁ ଅଧିକ । ବୟସ୍କ ବ୍ୟକ୍ତିମାନଙ୍କ ଅପେକ୍ଷା ଯୁବକମାନଙ୍କୁ ଅଧିକ ଆଜ୍ମା ହୁଏ ।
୧୯୬୦ ୦ ୨୦୦୮ ମସିହା ମଧ୍ୟରେ ଏହି ରୋଗ ହାର ବୃଦ୍ଧି ପ୍ରାପ୍ତ ହୋଇଛି[୯୭][୯୮] ଓ ୧୯୭୦ ମସିହାଠାରୁ ଏହାକୁ ସାମାଜିକ ସ୍ୱାସ୍ଥ୍ୟ ସମସ୍ୟା ରୂପେ ବିବେଚନା କରା ଯାଉଛି[୯୯] । ବିକଶିତ ରାଷ୍ଟ୍ରମାନଙ୍କରେ ୧୯୯୦ ମସିହା ମଧ୍ୟ ଭାଗରୁ ଓ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅଧୁନା ଏହି ରୋଗ ଅଧିକ ଦେଖା ଯାଉଛି[୧୦୦] । ଆମେରିକାରେ ଲୋକ ସଂଖ୍ୟାର ୭ % ଇଂଲଣ୍ଡରେ ଲୋକ ସଂଖ୍ୟାର ୫ % ଏହି ରୋଗରେ ପୀଡ଼ିତ ହେଉଛନ୍ତି [୧୦୧]। କ୍ୟାନଡା, ଅସ୍ଟ୍ରେଲିଆ ଓ ନିଉଜିଲାଣ୍ଡରେ ୧୪ରୁ ୧୫ % ଲୋକଙ୍କର ଏହି ରୋଗ ହେଉଛି[୧୦୨] ।
ଇତିହାସ
ସମ୍ପାଦନାପୂରାତନ ମିଶରରେ ଆଜମା ରୋଗ ବିଷୟରେ ଜଣା ଥିଲା । କାଇଫି ନାମକ କିଛି ସୁଗନ୍ଧିତ ତରଳ ପଦାର୍ଥର ମିଶ୍ରଣକୁ ଆଜମା ରୋଗର ଔଷଧ ରୂପେ ପାନ କରୁଥିଲେ[୧୦୩] l ଖ୍ରୀ:ପୂ ୪୫୦ ମସିହାରେ ହିପୋକ୍ରାଟିସ ପ୍ରଥମ କରି ଏହାକୁ ଏକ ନିର୍ଦ୍ଦିଷ୍ଟ ରୋଗ ରୂପେ ଚିହ୍ନଟ କରିଥିଲେ l ଖ୍ରୀ:ପୂ ୨୦୦ ମସିହାରେ ଏହି ରୋଗର ଭାବ ପ୍ରବଣତା ସହ ସମ୍ପର୍କ ଥିବା ଜଣା ଥିଲା ।
ଆଧାର
ସମ୍ପାଦନା- ↑ GINA 2011, p. 18
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ "Asthma Fact sheet N°307". WHO. November 2013. Retrieved 3 March 2016.
- ↑ NHLBI Guideline 2007, pp. 11–12
- ↑ British Guideline 2009, p. 4
- ↑ Martinez FD (2007). "Genes, environments, development and asthma: a reappraisal". Eur Respir J. 29 (1): 179–84. doi:10.1183/09031936.00087906. PMID 17197483.
- ↑ Lemanske, R.F.; Busse, W.W. (February 2010). "Asthma: clinical expression and molecular mechanisms". J. Allergy Clin. Immunol. 125 (2 Suppl 2): S95–102. doi:10.1016/j.jaci.2009.10.047. PMC 2853245. PMID 20176271.
- ↑ Yawn BP (September 2008). "Factors accounting for asthma variability: achieving optimal symptom control for individual patients" (PDF). Primary Care Respiratory Journal. 17 (3): 138–147. doi:10.3132/pcrj.2008.00004. PMID 18264646. Archived from the original (PDF) on 2013-05-18. Retrieved 2013-04-03.
- ↑ Kumar, Vinay; Abbas, Abul K; Fausto, Nelson; Aster, Jon, eds. (2010). Robbins and Cotran pathologic basis of disease (8th ed.). Saunders. p. 688. ISBN 978-1-4160-3121-5. OCLC 643462931.
- ↑ Stedman's Medical Dictionary (28 ed.). Lippincott Williams and Wilkins. 2005. ISBN 0-7817-3390-1.
- ↑ NHLBI Guideline 2007, pp. 169–172
- ↑ GINA 2011, p. 71
- ↑ GINA 2011, p. 33
- ↑ Scott JP, Peters-Golden M (September 2013). "Antileukotriene agents for the treatment of lung disease". Am. J. Respir. Crit. Care Med. 188 (5): 538–544. doi:10.1164/rccm.201301-0023PP. PMID 23822826.
- ↑ ୧୪.୦ ୧୪.୧ ୧୪.୨ NHLBI Guideline 2007, p. 214
- ↑ NHLBI Guideline 2007, pp. 373–375
- ↑ Global Burden of Disease Study 2013, Collaborators (22 August 2015). "Global, regional, and national incidence, prevalence, and years lived with disability for 301 acute and chronic diseases and injuries in 188 countries, 1990-2013: a systematic analysis for the Global Burden of Disease Study 2013". Lancet (London, England). 386 (9995): 743–800. PMID 26063472.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ GBD 2013 Mortality and Causes of Death, Collaborators (10 January 2015). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet (London, England). 385 (9963): 117–71. PMID 25530442.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ Anandan C, Nurmatov U, van Schayck OC, Sheikh A (February 2010). "Is the prevalence of asthma declining? Systematic review of epidemiological studies". Allergy. 65 (2): 152–67. doi:10.1111/j.1398-9995.2009.02244.x. PMID 19912154.
{{cite journal}}
: CS1 maint: multiple names: authors list (link) - ↑ Manniche L (1999). Sacred luxuries: fragrance, aromatherapy, and cosmetics in ancient Egypt. Cornell University Press. pp. 49. ISBN 978-0-8014-3720-5.
- ↑ Murray, John F. (2010). "Ch. 38 Asthma". In Mason, Robert J.; Murray, John F.; Broaddus, V. Courtney; Nadel, Jay A.; Martin, Thomas R.; King, Jr., Talmadge E.; Schraufnagel, Dean E. (eds.). Murray and Nadel's textbook of respiratory medicine (5th ed.). Elsevier. ISBN 1-4160-4710-7.
- ↑ Jindal, editor-in-chief SK. Textbook of pulmonary and critical care medicine. New Delhi: Jaypee Brothers Medical Publishers. p. 242. ISBN 978-93-5025-073-0.
{{cite book}}
:|first=
has generic name (help) - ↑ George, Ronald B. (2005). Chest medicine : essentials of pulmonary and critical care medicine (5th ed. ed.). Philadelphia, PA: Lippincott Williams & Wilkins. p. 62. ISBN 978-0-7817-5273-2.
{{cite book}}
:|edition=
has extra text (help) - ↑ Boulet LP (2009). "Influence of comorbid conditions on asthma". Eur Respir J. 33 (4): 897–906. doi:10.1183/09031936.00121308. PMID 19336592.
{{cite journal}}
: Unknown parameter|month=
ignored (help) - ↑ Boulet, LP; Boulay, MÈ (2011 Jun). "Asthma-related comorbidities". Expert review of respiratory medicine. 5 (3): 377–93. PMID 21702660.
{{cite journal}}
: Check date values in:|date=
(help) - ↑ editors, Andrew Harver, Harry Kotses, (2010). Asthma, health and society a public health perspective. New York: Springer. p. 315. ISBN 978-0-387-78285-0.
{{cite book}}
:|last=
has generic name (help)CS1 maint: extra punctuation (link) CS1 maint: multiple names: authors list (link) - ↑ Thomas, M; Bruton, A; Moffat, M; Cleland, J (2011 Sep). "Asthma and psychological dysfunction". Primary care respiratory journal : journal of the General Practice Airways Group. 20 (3): 250–6. PMID 21674122.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Miller, RL; Ho SM (2008). "Environmental epigenetics and asthma: current concepts and call for studies". American Journal of Respiratory and Critical Care Medicine. 177 (6): 567–573. doi:10.1164/rccm.200710-1511PP. PMC 2267336. PMID 18187692.
{{cite journal}}
: Unknown parameter|month=
ignored (help) - ↑ Choudhry S, Seibold MA, Borrell LN " (2007). "Dissecting complex diseases in complex populations: asthma in latino americans". Proc Am Thorac Soc. 4 (3): 226–33. doi:10.1513/pats.200701-029AW. PMC 2647623. PMID 17607004.
{{cite journal}}
: Invalid|display-authors=etal"
(help)CS1 maint: multiple names: authors list (link) - ↑ Dietert, RR (2011 Sep). "Maternal and childhood asthma: risk factors, interactions, and ramifications". Reproductive toxicology (Elmsford, N.Y.). 32 (2): 198–204. PMID 21575714.
{{cite journal}}
: Check date values in:|date=
(help) - ↑ Kelly, FJ; Fussell, JC (2011 Aug). "Air pollution and airway disease". Clinical and experimental allergy : journal of the British Society for Allergy and Clinical Immunology. 41 (8): 1059–71. PMID 21623970.
{{cite journal}}
: Check date values in:|date=
(help) - ↑ Gold DR, Wright R (2005). "Population disparities in asthma". Annu Rev Public Health. 26: 89–113. doi:10.1146/annurev.publhealth.26.021304.144528. PMID 15760282.
- ↑ Jaakkola JJ, Knight TL. (2008). "The role of exposure to phthalates from polyvinyl chloride products in the development of asthma and allergies: a systematic review and meta-analysis". Environ Health Perspect. 116 (7): 845–53. doi:10.1289/ehp.10846. PMC 2453150. PMID 18629304.
{{cite journal}}
: Unknown parameter|month=
ignored (help) - ↑ McGwin, G; Lienert, J; Kennedy, JI (2010 Mar). "Formaldehyde exposure and asthma in children: a systematic review". Environmental health perspectives. 118 (3): 313–7. PMID 20064771.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Ahluwalia, SK; Matsui, EC (2011). "The indoor environment and its effects on childhood asthma". Current opinion in allergy and clinical immunology. 11 (2): 137–43. PMID 21301330.
{{cite journal}}
: Unknown parameter|month=
ignored (help) - ↑ Arshad, SH (2010). "Does exposure to indoor allergens contribute to the development of asthma and allergy?". Current allergy and asthma reports. 10 (1): 49–55. PMID 20425514.
{{cite journal}}
: Unknown parameter|month=
ignored (help) - ↑ Custovic, A; Simpson, A (2012). "The role of inhalant allergens in allergic airways disease". Journal of investigational allergology & clinical immunology : official organ of the International Association of Asthmology (INTERASMA) and Sociedad Latinoamericana de Alergia e Inmunologia. 22 (6): 393–401, qiuz follow 401. PMID 23101182.
- ↑ Ramsey, CD; Celedón JC (2005). "The hygiene hypothesis and asthma". Current Opinion in Pulmonary Medicine. 11 (1): 14–20. doi:10.1097/01.mcp.0000145791.13714.ae. PMID 15591883.
{{cite journal}}
: Unknown parameter|month=
ignored (help) - ↑ Bufford, JD; Gern JE (2005). "The hygiene hypothesis revisited". Immunology and Allergy Clinics of North America. 25 (2): 247–262. doi:10.1016/j.iac.2005.03.005. PMID 15878454.
{{cite journal}}
: Unknown parameter|month=
ignored (help) - ↑ Brooks, C; Pearce, N; Douwes, J (2013 Feb). "The hygiene hypothesis in allergy and asthma: an update". Current opinion in allergy and clinical immunology. 13 (1): 70–7. PMID 23103806.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Murk, W; Risnes, KR, Bracken, MB (2011 Jun). "Prenatal or early-life exposure to antibiotics and risk of childhood asthma: a systematic review". Pediatrics. 127 (6): 1125–38. doi:10.1542/peds.2010-2092. PMID 21606151.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Neu, J; Rushing, J (2011 Jun). "Cesarean versus vaginal delivery: long-term infant outcomes and the hygiene hypothesis". Clinics in perinatology. 38 (2): 321–31. PMID 21645799.
{{cite journal}}
: Check date values in:|date=
(help) - ↑ Von Hertzen, LC; Haahtela, T (2004 Feb). "Asthma and atopy -the price of affluence?". Allergy. 59 (2): 124–37. PMID 14763924.
{{cite journal}}
: Check date values in:|date=
(help) - ↑ ୪୩.୦ ୪୩.୧ ୪୩.୨ Elward, Graham Douglas, Kurtis S. (2010). Asthma. London: Manson Pub. pp. 27–29. ISBN 978-1-84076-513-7.
{{cite book}}
: CS1 maint: multiple names: authors list (link) - ↑ Ober C, Hoffjan S (2006). "Asthma genetics 2006: the long and winding road to gene discovery". Genes Immun. 7 (2): 95–100. doi:10.1038/sj.gene.6364284. PMID 16395390.
- ↑ Halapi, E; Bjornsdottir, US (2009 Jan). "Overview on the current status of asthma genetics". The clinical respiratory journal. 3 (1): 2–7. PMID 20298365.
{{cite journal}}
: Check date values in:|date=
(help) - ↑ Martinez FD (2007). "CD14, endotoxin, and asthma risk: actions and interactions". Proc Am Thorac Soc. 4 (3): 221–5. doi:10.1513/pats.200702-035AW. PMC 2647622. PMID 17607003.
- ↑ Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.
{{cite book}}
: CS1 maint: multiple names: authors list (link) - ↑ Beuther DA (2010). "Recent insight into obesity and asthma". Curr Opin Pulm Med. 16 (1): 64–70. doi:10.1097/MCP.0b013e3283338fa7. PMID 19844182.
{{cite journal}}
: Unknown parameter|month=
ignored (help) - ↑ Holguin F, Fitzpatrick A (2010). "Obesity, asthma, and oxidative stress". J. Appl. Physiol. 108 (3): 754–9. doi:10.1152/japplphysiol.00702.2009. PMID 19926826.
{{cite journal}}
: Unknown parameter|month=
ignored (help) - ↑ O'Rourke ST (2007). "Antianginal actions of beta-adrenoceptor antagonists". Am J Pharm Educ. 71 (5): 95. PMC 2064893. PMID 17998992.
{{cite journal}}
: Unknown parameter|month=
ignored (help) - ↑ Covar, RA; Macomber, BA; Szefler, SJ (2005 Feb). "Medications as asthma trigers". Immunology and allergy clinics of North America. 25 (1): 169–90. PMID 15579370.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Baxi SN, Phipatanakul W (2010). "The role of allergen exposure and avoidance in asthma". Adolesc Med State Art Rev. 21 (1): 57–71, viii–ix. PMC 2975603. PMID 20568555.
{{cite journal}}
: Unknown parameter|month=
ignored (help) - ↑ Chen E, Miller GE (2007). "Stress and inflammation in exacerbations of asthma". Brain Behav Immun. 21 (8): 993–9. doi:10.1016/j.bbi.2007.03.009. PMC 2077080. PMID 17493786.
- ↑ NHLBI Guideline 2007, p. 42
- ↑ GINA 2011, p. 20
- ↑ American Academy of Allergy, Asthma, and Immunology, "Five things physicians and patients should question" (PDF), Choosing wisely: an initiative of the ABIM Foundation, American Academy of Allergy, Asthma, and Immunology, archived from the original (PDF) on November 3, 2012, retrieved August 14, 2012
{{citation}}
: CS1 maint: multiple names: authors list (link) - ↑ Third Expert Panel on the Diagnosis and Management of Asthma (2007). Guidelines for the diagnosis and management of asthma. National Heart, Lung, and Blood Institute (US).
- ↑ Perez, LL (2013). "Office spirometry". Osteopathic Family Physician. 5 (2): 65–69. doi:10.1016/j.osfp.2012.09.003.
{{cite journal}}
: Unknown parameter|month=
ignored (help) - ↑ NHLBI Guideline 2007, p. 58
- ↑ Yawn BP (2008). "Factors accounting for asthma variability: achieving optimal symptom control for individual patients" (PDF). Primary Care Respiratory Journal. 17 (3): 138–147. doi:10.3132/pcrj.2008.00004. PMID 18264646. Archived from the original (PDF) on 2013-05-18. Retrieved 2013-04-03.
{{cite journal}}
: Unknown parameter|month=
ignored (help) - ↑ Self, Timothy; Chrisman, Cary; Finch, Christopher; et al. (2009). "22. Asthma". In Mary Anne Koda-Kimble, Brian K Alldredge, (ed.). Applied therapeutics: the clinical use of drugs (9th ed.). Philadelphia: Lippincott Williams & Wilkins. OCLC 230848069.
{{cite book}}
: CS1 maint: extra punctuation (link) CS1 maint: multiple names: editors list (link) - ↑ NHLBI Guideline 2007, pp. 184–5
- ↑ Lodge, CJ; Allen, KJ; Lowe, AJ; Hill, DJ; Hosking, CS; Abramson, MJ; Dharmage, SC (2012). "Perinatal cat and dog exposure and the risk of asthma and allergy in the urban environment: a systematic review of longitudinal studies". Clinical & developmental immunology. 2012: 176484. PMID 22235226.
{{cite journal}}
: CS1 maint: multiple names: authors list (link) - ↑ Chen, CM; Tischer, C; Schnappinger, M; Heinrich, J (2010 Jan). "The role of cats and dogs in asthma and allergy—a systematic review". International journal of hygiene and environmental health. 213 (1): 1–31. PMID 20053584.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Chen, CM; Tischer, C; Schnappinger, M; Heinrich, J (2010 Jan). "The role of cats and dogs in asthma and allergy—a systematic review". International journal of hygiene and environmental health. 213 (1): 1–31. PMID 20053584.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Prescott, SL; Tang, ML; Australasian Society of Clinical Immunology and, Allergy (2005 May 2). "The Australasian Society of Clinical Immunology and Allergy position statement: Summary of allergy prevention in children". The Medical journal of Australia. 182 (9): 464–7. PMID 15865590.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ GINA 2011, p. 56
- ↑ NHLBI Guideline 2007, p. 213
- ↑ "British Guideline on the Management of Asthma" (PDF). Scottish Intercollegiate Guidelines Network. 2008. Archived from the original (PDF) on 2008-08-19. Retrieved 2008-08-04.
- ↑ NHLBI Guideline 2007, p. 69
- ↑ Thomson NC, Spears M (2005). "The influence of smoking on the treatment response in patients with asthma". Curr Opin Allergy Clin Immunol. 5 (1): 57–63. doi:10.1097/00130832-200502000-00011. PMID 15643345.
- ↑ Stapleton M, Howard-Thompson A, George C, Hoover RM, Self TH (2011). "Smoking and asthma". J Am Board Fam Med. 24 (3): 313–22. doi:10.3122/jabfm.2011.03.100180. PMID 21551404.
{{cite journal}}
: CS1 maint: multiple names: authors list (link) - ↑ PC Gøtzsche, HK Johansen (2008). Gøtzsche, Peter C (ed.). "House dust mite control measures for asthma". Cochrane Database Syst Rev (2): CD001187. doi:10.1002/14651858.CD001187.pub3. PMID 18425868.
- ↑ Rodrigo GJ, Nannini LJ (2006). "Comparison between nebulized adrenaline and beta2 agonists for the treatment of acute asthma. A meta-analysis of randomized trials". Am J Emerg Med. 24 (2): 217–22. doi:10.1016/j.ajem.2005.10.008. PMID 16490653.
- ↑ NHLBI Guideline 2007, p. 351
- ↑ NHLBI Guideline 2007, p. 218
- ↑ Ducharme, FM; Ni Chroinin, M; Greenstone, I; Lasserson, TJ (2010 May 12). "Addition of long-acting beta2-agonists to inhaled corticosteroids versus same dose inhaled corticosteroids for chronic asthma in adults and children". Cochrane database of systematic reviews (Online) (5): CD005535. PMID 20464739.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Ducharme, FM; Ni Chroinin, M; Greenstone, I; Lasserson, TJ (2010 Apr 14). "Addition of long-acting beta2-agonists to inhaled steroids versus higher dose inhaled corticosteroids in adults and children with persistent asthma". Cochrane database of systematic reviews (Online) (4): CD005533. PMID 20393943.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Fanta CH (2009). "Asthma". New England Journal of Medicine. 360 (10): 1002–14. doi:10.1056/NEJMra0804579. PMID 19264689.
{{cite journal}}
: Unknown parameter|month=
ignored (help) - ↑ Rachelefsky, G (2009 Jan). "Inhaled corticosteroids and asthma control in children: assessing impairment and risk". Pediatrics. 123 (1): 353–66. doi:10.1542/peds.2007-3273. PMID 19117903.
{{cite journal}}
: Check date values in:|date=
(help) - ↑ Dahl R (2006). "Systemic side effects of inhaled corticosteroids in patients with asthma". Respir Med. 100 (8): 1307–17. doi:10.1016/j.rmed.2005.11.020. PMID 16412623.
{{cite journal}}
: Unknown parameter|month=
ignored (help) - ↑ Rodrigo GJ, Rodrigo C, Hall JB (2004). "Acute asthma in adults: a review". Chest. 125 (3): 1081–102. doi:10.1378/chest.125.3.1081. PMID 15006973.
{{cite journal}}
: CS1 maint: multiple names: authors list (link) - ↑ NHLBI Guideline 2007, p. 373
- ↑ Noppen, M. (August 2002). "Magnesium Treatment for Asthma : Where Do We Stand?". Chest. 122 (2): 396–8. doi:10.1378/chest.122.2.396. PMID 12171805.
- ↑ Blanc PD, Trupin L, Earnest G, Katz PP, Yelin EH, Eisner MD (2001). "Alternative therapies among adults with a reported diagnosis of asthma or rhinosinusitis : data from a population-based survey". Chest. 120 (5): 1461–7. doi:10.1378/chest.120.5.1461. PMID 11713120.
{{cite journal}}
: CS1 maint: multiple names: authors list (link) - ↑ Shenfield G, Lim E, Allen H (2002). "Survey of the use of complementary medicines and therapies in children with asthma". J Paediatr Child Health. 38 (3): 252–7. doi:10.1046/j.1440-1754.2002.00770.x. PMID 12047692.
{{cite journal}}
: CS1 maint: multiple names: authors list (link) - ↑ Kaur, B; Rowe BH, Arnold E (2009). Arnold, Elizabeth (ed.). "Vitamin C supplementation for asthma". Cochrane Database Syst Rev (1): CD000993. doi:10.1002/14651858.CD000993.pub3. PMID 19160185.
{{cite journal}}
: Unknown parameter|unused_data=
ignored (help) - ↑ McCarney RW, Brinkhaus B, Lasserson TJ, Linde K (2004). McCarney, Robert W (ed.). "Acupuncture for chronic asthma". Cochrane Database Syst Rev (1): CD000008. doi:10.1002/14651858.CD000008.pub2. PMID 14973944.
{{cite journal}}
: CS1 maint: multiple names: authors list (link) - ↑ "WHO Disease and injury country estimates". World Health Organization. 2009. Archived from the original on 11 November 2009. Retrieved November 11, 2009.
- ↑ Sergel, Michelle J.; Cydulka, Rita K. (September 2009). "Ch. 75: Asthma". In Wolfson, Allan B.; Harwood-Nuss, Ann (eds.). Harwood-Nuss' Clinical Practice of Emergency Medicine (5th ed.). Lippincott Williams & Wilkins. pp. 432–. ISBN 978-0-7817-8943-1.
{{cite book}}
: External link in
(help); Unknown parameter|chapterurl=
|chapterurl=
ignored (|chapter-url=
suggested) (help) - ↑ NHLBI Guideline 2007, p. 1
- ↑ Organization, World Health (2008). The global burden of disease : 2004 update ([Online-Ausg.] ed.). Geneva, Switzerland: World Health Organization. p. 35. ISBN 978-92-4-156371-0.
- ↑ Beckett PA, Howarth PH (2003). "Pharmacotherapy and airway remodelling in asthma?". Thorax. 58 (2): 163–74. doi:10.1136/thorax.58.2.163. PMC 1746582. PMID 12554904.
- ↑ "World Health Organization Fact Sheet Fact sheet No 307: Asthma". 2011. Archived from the original on 2011-06-29. Retrieved Jan 17th,2013.
{{cite web}}
: Check date values in:|accessdate=
(help)CS1 maint: bot: original URL status unknown (link) - ↑ World Health Organization. "WHO: Asthma". Archived from the original on 2007-12-15. Retrieved 2007-12-29.
- ↑ Bush A, Menzies-Gow A (2009). "Phenotypic differences between pediatric and adult asthma". Proc Am Thorac Soc. 6 (8): 712–9. doi:10.1513/pats.200906-046DP. PMID 20008882.
{{cite journal}}
: Unknown parameter|month=
ignored (help) - ↑ Grant EN, Wagner R, Weiss KB (1999). "Observations on emerging patterns of asthma in our society". J Allergy Clin Immunol. 104 (2 Pt 2): S1–S9. doi:10.1016/S0091-6749(99)70268-X. PMID 10452783.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Anandan C, Nurmatov U, van Schayck OC, Sheikh A (2010). "Is the prevalence of asthma declining? Systematic review of epidemiological studies". Allergy. 65 (2): 152–67. doi:10.1111/j.1398-9995.2009.02244.x. PMID 19912154.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Murray and Nadel's textbook of respiratory medicine (5th ed. ed.). Philadelphia, PA: Saunders/Elsevier. 2010. pp. Chapter 38. ISBN 1-4160-4710-7.
{{cite book}}
:|edition=
has extra text (help);|first=
missing|last=
(help) - ↑ Bousquet, J; Bousquet, PJ; Godard, P; Daures, JP (2005 Jul). "The public health implications of asthma". Bulletin of the World Health Organization. 83 (7): 548–54. PMID 16175830.
{{cite journal}}
: Check date values in:|date=
(help)CS1 maint: multiple names: authors list (link) - ↑ Anderson, HR; Gupta R, Strachan DP, Limb ES (2007). "50 years of asthma: UK trends from 1955 to 2004". Thorax. 62 (1): 85–90. doi:10.1136/thx.2006.066407. PMC 2111282. PMID 17189533.
{{cite journal}}
: Unknown parameter|month=
ignored (help)CS1 maint: multiple names: authors list (link) - ↑ Masoli, Matthew (2004). Global Burden of Asthma (PDF). p. 9. Archived from the original (PDF) on 2013-05-02. Retrieved 2013-04-10.
- ↑ Manniche L (1999). Sacred luxuries: fragrance, aromatherapy, and cosmetics in ancient Egypt. Cornell University Press. pp. 49. ISBN 978-0-8014-3720-5.