ସୌଦାମିନୀ ମିଶ୍ର
ସୌଦାମିନୀ ମିଶ୍ର, ଜଣେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଓ ଓଡ଼ିଶୀ ନୃତ୍ୟଶିଳ୍ପୀ ।[୧] ଓଡ଼ିଆ ଚଳଚ୍ଚିତ୍ର ବ୍ୟତିତ ସେ ହିନ୍ଦୀ ଚଳଚ୍ଚିତ୍ର, ବୃତ୍ତଚିତ୍ର ତଥା ଟେଲିଭିଜନ ଶିଳ୍ପ ସହିତ ମଧ୍ୟ ଜଡ଼ିତ ।
ସୌଦାମିନୀ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସୌଦାମିନୀ ମିଶ୍ର ପ୍ରଫେସରପଡ଼ା, କଟକ |
ଜାତୀୟତା | ଭାରତୀୟ |
ପ୍ରସିଦ୍ଧି | ଓଡ଼ିଆ ଅଭିନେତ୍ରୀ ଓ ପ୍ରଯୋଜିକା |
ଜୀବନସାଥି | ନିରଞ୍ଜନ ଶତପଥୀ |
ବାଲ୍ୟଜୀବନ ଓ ଶିକ୍ଷାସମ୍ପାଦନ କରନ୍ତୁ
ସୌଦାମିନୀ କଟକର ପ୍ରଫେସରପଡ଼ାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜେଜେ, ରେଭେନ୍ସା ମହାବିଦ୍ୟାଳୟର ରସାୟନ ବିଭାଗର ପ୍ରାକ୍ତନ ବିଭାଗୀୟ ମୁଖ୍ୟ ଥିଲେ । ତାଙ୍କରି ନାମ ଅନୁସାରେ, ସେ ରହୁଥିବା ଅଞ୍ଚଳର ନାମ ପ୍ରଫେସରପଡ଼ା ପଡିଥିଲା । ଯୌଥ ପରିବାରରେ ବଢିଥିବା ସୌଦାମିନୀ ୪ବର୍ଷ ବୟସରେ କଟକର କଳା ବିକାଶ କେନ୍ଦ୍ରରେ ଓଡ଼ିଶୀ ନୃତ୍ୟ ଶିକ୍ଷାରମ୍ଭ କରିଥିଲେ । ସେଠାରେ ଗୁରୁ କେଳୁଚରଣ ମହାପାତ୍ର ଓ ମାୟାଧର ରାଉତଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଥିଲେ ଓ ସେ ଓଡ଼ିଶୀ ନୃତ୍ୟରେ ଏମ.ଏ କରିଥିଲେ । ସେ ବୋର୍ଡ଼ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ ।
ଅଭିନୟ ଜୀବନସମ୍ପାଦନ କରନ୍ତୁ
ଧୀର ବିଶ୍ୱାଳ, ସୌଦାମିନୀଙ୍କ ନୃତ୍ୟରେ ବିଭୋର ହୋଇ ସୌଦାମିନୀଙ୍କୁ କିଏ କାହାର ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ସେତେବେଳକୁ ସୌଦାମିନୀ ଦଶମ ଶ୍ରେଣୀରେ ପଢୁଥିଲେ ଓ ବିବାହ କରିନଥିଲେ । ଜେଜେମା ଅରାଜି ହେବାରୁ ସୌଦାମିନୀ ସେ ପ୍ରସ୍ତାବକୁ ଅଗ୍ରାହ କରିଥିଲେ । ବିବାହ ପରେ, ପୁନର୍ବାର ସେହି ପ୍ରସ୍ତାବ ମିଳିବାରୁ, ସୌଦାମିନୀ ରାଜି ହୋଇଥିଲେ । ଏହି ଚଳଚ୍ଚିତ୍ରଟି ୧୯୬୮ମସିହାରେ ପ୍ରେକ୍ଷାଳୟକୁ ଆସିଥିଲା । ଏହାପରେ ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ନିଶାନା ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କଳାହାଣ୍ଡି ନାମକ ବୃତ୍ତଚିତ୍ର ନିର୍ମାଣ କରିଥିଲେ, ଯାହା ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲା ।[୨] ଦୂରଦର୍ଶନରେ, ସେ ତୁଳସୀ ନାମକ ଧାରାବାହିକରେ ଅଭିନୟ କରିଥିଲେ । କଳିଙ୍ଗ ଷ୍ଟୁଡିଓର ସ୍କ୍ରିପ୍ଟ କମିଟିର ସଦସ୍ୟ ମଧ୍ୟ ରହିଥିଲେ ।
ଅଭିନୀତ ଓଡ଼ିଆ କଥାଚିତ୍ରସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ http://www.thehindu.com/todays-paper/tp-national/tp-otherstates/nostalgic-moments-for-film-lovers/article4001411.ece
- ↑ http://pib.nic.in/archieve/lreleng/lyr2002/rjul2002/26072002/r2607200224d.html
- ↑ ସିନେ ସମ୍ବାଦ ୨୯/୧୦/୨୦୧୫ ପୃଷ୍ଠା ୧୩ http://sambadepaper.com/Details.aspx?id=204352&boxid=2283767. Retrieved 30 October 2015. Missing or empty
|title=
(help)
ଅଧିକ ତଥ୍ୟସମ୍ପାଦନ କରନ୍ତୁ
- ସୌଦାମିନୀ ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)