କଳିଙ୍ଗ ଷ୍ଟୁଡିଓ, ଓଡ଼ିଶାର ପ୍ରଥମ ଚଳଚ୍ଚିତ୍ର ନିର୍ମାଣକାରୀ ଷ୍ଟୁଡିଓ । ୧୯୮୨ ମସିହାରେ ଖଣ୍ଡଗିରି[୧] ପାହାଡ ନିକଟବର୍ତ୍ତୀ ଭରତପୁରଠାରେ, ୨୬ଏକର ପରିମିତ ଜମି ଉପରେ ଏହି ଷ୍ଟୁଡିଓଟି ପ୍ରତିଷ୍ଠିତ ।[୨]

ଇତିହାସ ସମ୍ପାଦନା

ଶ୍ରୀ ଲୋକନାଥ ଚଳଚ୍ଚିତ୍ର ପରିବେଷଣର ୧୦୦ ଦିନ ପୂରଣ ଅବସରରେ, ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଓଡ଼ିଶାରେ ଏକ ଷ୍ଟୁଡିଓ ପ୍ରତିଷ୍ଠା କରିବାର ପ୍ରତିଶ୍ରୁତି ଦେଇଥିଲେ । ୧୯୬୦ମସିହା ଡିସେମ୍ବର ମାସ ୫ ତାରିଖରେ, ଖଣ୍ଡଗିରି ପାହାଡ ନିକଟରେ ଏହା ପ୍ରତିଷ୍ଠା କରିବାର ନିଷ୍ପତି ନିଆଯାଇଥିଲା ଓ ୧୯୬୧ ମସିହା ଜାନୁଆରୀ ୨୬ ତାରିଖରେ ଷ୍ଟୁଡିଓର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପ୍ରାୟ ୨୦ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପ ସ୍ଥାଣୁ ଅବସ୍ଥାରେ ରହିଲାପରେ ଅଶୀ ଦଶକର[୩] ପ୍ରାରମ୍ଭରେ ଏହି ଷ୍ଟୁଡିଓ କାର୍ଯ୍ୟକ୍ଷମ ହୋଇଥିଲା । [୪]ପ୍ରାରମ୍ଭିକ ଖର୍ଚ୍ଚ ଥିଲା ୨୮.୯୦ଲକ୍ଷ ଟଙ୍କା । ରମେଶ ମହାନ୍ତିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ପରଝିଅ ଘର ଭାଙ୍ଗେନାରୁ ଆରମ୍ଭ ହୋଇ ଅଶୀ ଓ ନବେ ଦଶକରେ ଏହି ଷ୍ଟୁଡିଓରେ ବହୁ ଓଡ଼ିଆ ଓ ଅଣଓଡ଼ିଆ ଚଳଚ୍ଚିତ୍ରର ନିର୍ମାଣ କରାଯାଇଥିଲା । ୧୯୯୯ରେ ହୋଇଥିବା ମହାବାତ୍ୟା ଷ୍ଟୁଡିଓରେ ବ୍ୟାପକ କ୍ଷତି ଘଟାଇଥିଲା ଓ ଚଳଚ୍ଚିତ୍ରର ନିର୍ମାଣ କାର୍ଯ୍ୟ ସାମୟିକ ଭାବରେ ବନ୍ଦ ହୋଇଯାଇଥିଲା । ପୁନର୍ବାର ଚଳଚ୍ଚିତ୍ରର ନିର୍ମାଣ ଆରମ୍ଭ ହୋଇଥିଲେ ସୁଧା, ଷ୍ଟୁଡିଓର ଅବସ୍ଥା କ୍ରମଶ ଖରାପରୁ ଅଧିକ ଖରାପ ହୋଇଯାଇଥିଲା । ୨୦୧୨-୧୩ ଆର୍ଥିକ ବର୍ଷରେ ଷ୍ଟୁଡିଓର କ୍ଷତି ପରିମାଣ ୧୨ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।

ଷ୍ଟୁଡିଓରେ ନିର୍ମିତ ଚଳଚ୍ଚିତ୍ର ସମ୍ପାଦନା

କଳିଙ୍ଗ ଷ୍ଟୁଡିଓରେ ଓଡ଼ିଆ, ବଙ୍ଗଳା, ମଣିପୁରୀ, ଆସାମୀ, ଭୋଜପୁରୀ ଓ ହିନ୍ଦୀ ଭାଷାର ପ୍ରାୟ ୫୧୦ଟିରୁ ଉର୍ଧ୍ୱ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି । ବର୍ତ୍ତମାନ ଷ୍ଟୁଡିଓ ଅକାମୀ ଅବସ୍ଥାରେ ରହିଛି । କେବଳ ଡ଼ବିଂ ବ୍ୟତିତ ଅନ୍ୟ କୌଣସି କାମ ହୋଇ ପାରୁନାହିଁ ।[୫]

ଓଡ଼ିଆ ଚଳଚ୍ଚିତ୍ର ସମ୍ପାଦନା

ଅଣଓଡ଼ିଆ ଚଳଚ୍ଚିତ୍ର ସମ୍ପାଦନା

ଆଧାର ସମ୍ପାଦନା

  1. Kala Vikash Kendra, Cuttack (1989). Journal.
  2. "ନୂଆ ରୂପ ନେବ କଳିଙ୍ଗ ଷ୍ଟୁଡିଓ". No. ନିତିଦିନ ୧୮/୦୨/୨୦୨୧. ନିତିଦିନ. ୧୮/୦୨/୨୦୨୧. p. ୨. Archived from the original on 18 February 2021. Retrieved 18 February 2021. {{cite news}}: Check date values in: |date= (help)
  3. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  4. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 106–. ISBN 978-1-136-77291-7.
  5. "କଳିଙ୍ଗ ଷ୍ଟୁଡିଓର ଦୁଃଖ". ସମ୍ବାଦ ୦୭/୧୨/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୪. Archived from the original on 2016-03-04. Retrieved 2015-12-07.
  6. http://www.telegraphindia.com/1110421/jsp/orissa/story_13879713.jsp
  7. ପ୍ରମେୟ ୨୪/୦୭/୨୦୧୪ ପୃଷ୍ଠା ୨୦