ସୁବାସ ରାଉତ
ସୁବାସ ରାଉତ (୧୯୫୬ - ୨୦୧୮) ଜଣେ ଓଡ଼ିଆ କଥାଚିତ୍ର ପ୍ରଯୋଜକ ଏବଂ ରାଜନୀତିଜ୍ଞ ଥିଲେ ।[୧] ସେ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଚଳଚ୍ଚିତ୍ର ପ୍ରଯୋଜନା କ୍ଷେତ୍ରରେ ପ୍ରବେଶ କରିଥିଲେ[୨] ଏବଂ ପରେ ସେ ନିଜେ ସ୍ୱାଧୀନ ଭାବରେ ତାଙ୍କର ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି ନିର୍ମାଣ କରିଥିଲେ ।[୨] ସେ ସମୁଦାୟ ୯ଟି କଥାଚିତ୍ର ପ୍ରଯୋଜନା କରିଥିଲେ ଏବଂ ତାଙ୍କ ପ୍ରଯୋଜିତ ଶେଷ ଚଳଚ୍ଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା । ସୁବାସଙ୍କର ପ୍ରଜୋଜନାରେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ତୁଳସୀ ନିର୍ମିତ ହୋଇଥିଲା ।
ସୁବାସ ରାଉତ | |
---|---|
ମୃତ୍ୟୁ | ୨୨ ସେପ୍ଟେମ୍ବର ୨୦୧୮ (୬୨ ବର୍ଷ) ଛତ୍ରବଜାର, କଟକ |
ବୃତ୍ତି | (ଓଡ଼ିଆ) କଥାଚିତ୍ର ପ୍ରଯୋଜକ |
ସକ୍ରିୟ ବର୍ଷ | ୧୯୮୮ - ୧୯୯୮ |
ସନ୍ତାନ | ସନ୍ଦୀପ ରାଉତ |
ପ୍ରଯୋଜନା
ସମ୍ପାଦନାସୁବାସ ୧୯୮୮ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏକ ଯୌଥ ପ୍ରଯୋଜନାରେ ନିର୍ମିତ କଥାଚିତ୍ର ସୁନା ଚଢ଼େଇ ଜରିଆରେ ସେ କାମ କରିବା ଆରମ୍ଭ କରିଥିଲେ ।[୨] ଏହାପରେ ତାଙ୍କର ସ୍ୱାଧୀନ ପ୍ରଯୋଜନାରେ ପ୍ରଥମ କଥାଚିତ୍ର ଭାଗ୍ୟ ହାତେ ଡୋରି, ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା । ଏହାପରେ ସେ ସୁନା ପଞ୍ଜୁରୀ, ଲକ୍ଷ୍ମଣ ରେଖା, ଜୀବନସାଥୀ, ସିଂହବାହିନୀ, ରାମ ଲକ୍ଷ୍ମଣ ଆଦି କଥାଚିତ୍ରର ପ୍ରଯୋଜନ କରିଥିଲେ ।[୨] ତାଙ୍କ ପ୍ରଯୋଜିତ ଶେଷ ଓଡ଼ିଆ କଥାଚିତ୍ର ଥିଲା ସନ୍ତାନ, ଯାହାକି ୧୯୯୮ ମସିହାରେ ମୁକ୍ତିଲାଭ କରିଥିଲା ।
ସୁବାସ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ସହିତ ଓଡ଼ିଆ ଦୂରଦର୍ଶନ ଜଗତରେ ମଧ୍ୟ କିଛି ଧାରାବାହିକରେ କାମ କରିଥିଲେ । ତାଙ୍କ ପ୍ରଯୋଜନାରେ ନିର୍ମିତ ଥିଲା ଇ ଟିଭି ଓଡ଼ିଆର ଲୋକପ୍ରିୟ ଧାରାବାହିକ ତୁଳସୀ ଏବଂ ବିଧାତାର ଖେଳ ।[୨][୩]
ରାଜନୀତି
ସମ୍ପାଦନାସୁବାସ ଓଡ଼ିଶାର ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ଭାରତୀୟ ଜାତୀୟ କଂଗ୍ରେସର ଜଣେ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲେ ।[୧]
ମୃତ୍ୟୁ
ସମ୍ପାଦନା୨୦୧୮ ମସିହା ସେପ୍ଟେମ୍ବର ୨୨ ତାରିଖରେ କଟକର ଛତ୍ରବଜାରସ୍ଥିତ ସୁବାସଙ୍କ ବାସ ଭବନରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩] ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା[୪] ଏବଂ ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିବା କାରଣରୁ ମୃତ୍ୟୁବରଣ କରିଥିଲେ ।
ପ୍ରଯୋଜିତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ନିର୍ଦ୍ଦେଶକ | ମନ୍ତବ୍ୟ |
---|---|---|---|
୧୯୮୮ | ସୁନା ଚଢ଼େଇ | ରବି କିନାଗୀ | ଯୌଥ ପ୍ରଯୋଜନା |
୧୯୯୩ | ଭାଗ୍ୟ ହାତେ ଡୋରି | ହର ପଟ୍ଟନାୟକ | ପ୍ରଥମ ସ୍ୱାଧୀନ ପ୍ରଯୋଜନା |
୧୯୯୫ | ସୁନା ପଞ୍ଜୁରୀ | ରବି କିନାଗୀ | |
୧୯୯୬ | ଲକ୍ଷ୍ମଣ ରେଖା | ମହମ୍ମଦ ମହସୀନ | |
୧୯୯୭ | ଜୀବନସାଥୀ | ଜ୍ୟୋତି ପ୍ରକାଶ | |
ରାମ ଲକ୍ଷ୍ମଣ | ସଂଗ୍ରାମ ବିଶ୍ୱାଳ | ||
୧୯୯୮ | ସିଂହବାହିନୀ | ରାଜୁ ମିଶ୍ର | |
ସନ୍ତାନ | ମହମ୍ମଦ ମହସୀନ | ପ୍ରଯୋଜିତ ଶେଷ କଥାଚିତ୍ର |
ପ୍ରଯୋଜିତ ଦୂରଦର୍ଶନ ଧାରାବାହିକ
ସମ୍ପାଦନା- ବିଧାତାର ଖେଳ
- ତୁଳସୀ (ଇ ଟିଭି ଓଡ଼ିଆ)
ଆଧାର
ସମ୍ପାଦନା- ↑ ୧.୦ ୧.୧ "ବିଶିଷ୍ଟ ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". PrameyaNews7 (in Odia). Odisha. 22 September 2018. Archived from the original on 13 October 2020. Retrieved 15 January 2019.
{{cite news}}
: CS1 maint: unrecognized language (link) - ↑ ୨.୦ ୨.୧ ୨.୨ ୨.୩ ୨.୪ "ଓଲିଉଡର ଲୋକପ୍ରିୟ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". ସମ୍ବାଦ ଡଟ୍ ଇନ୍. 22 September 2018. Archived from the original on 28 January 2019. Retrieved 15 January 2019.
- ↑ ୩.୦ ୩.୧ "ଚଳଚ୍ଚିତ୍ର ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". Odisha Reporter. କଟକ. 22 September 218. Archived from the original on 20 September 2022. Retrieved 15 January 2019.
- ↑ "ଓଡ଼ିଆ ଫିଲ୍ମ ପ୍ରଯୋଜକ ସୁବାସ ରାଉତଙ୍କ ପରଲୋକ". ଧରିତ୍ରୀ ଡଟ୍ କମ୍. କଟକ. 22 September 2018. Archived from the original on 6 January 2019. Retrieved 15 January 2019.
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ସୁବାସ ରାଉତ