ସିପ୍ରା ବୋଷ

ଭାରତୀୟ ଗାୟିକା

ସିପ୍ରା ବୋଷ (୯ ନଭେମ୍ବର ୧୯୪୫ - ୨୨ ଅପ୍ରେଲ ୨୦୦୮) ଜଣେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତରେ ନିପୁଣା ଗାୟିକା ଥିଲେ ।[୧][୨] ସେ ଅନେକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।

ସିପ୍ରା ବୋଷ
ଜନ୍ମ(1945-11-09)୯ ନଭେମ୍ବର ୧୯୪୫
ମୃତ୍ୟୁ୨୨ ଅପ୍ରେଲ ୨୦୦୮(2008-04-22) (ବୟସ ୬୨)
ମୃତ୍ୟୁର କାରଣହୃଦଘାତ
ପ୍ରସିଦ୍ଧିକଣ୍ଠଶିଳ୍ପୀ
ବୈବାହିକ-ସାଥୀଗୋବିନ୍ଦ ବୋଷ
ସନ୍ତାନ୨ଟି ପୁଅ ଓ ଗୋଟିଏ ଝିଅ

ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ ସମ୍ପାଦନା

ସିପ୍ରା, ପ୍ରଚ୍ଛଦପଟ୍ଟ ଗାୟିକା ଭାବରେ କାର୍ଯ୍ୟ କରିଥିବା କିଛି ଓଡ଼ିଆ ଚଳଚ୍ଚିତ୍ର:

ସେ ଗାଇଥିବା କିଛି ଲୋକପ୍ରିୟ ଗୀତ:

  • ଆଖି ଭୁଲା ଏ ସୁଆଗ ଆଉ କହ କାହିଁକି
  • ହେମ ହରିଣୀ ମଥାର ମଣି
  • ମନ ମାନେନା, ଯେତେ ନିରେଖି ଲେଖିଛି
  • ପୀରତି ତୋର ଦୂରୁ ଜୁହାର

ଜୀବନୀ ସମ୍ପାଦନା

ସେ ୧୯୪୫ ମସିହା ନଭେମ୍ବର ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଚିନ୍ମୟ ଲାହିରୀଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ବେଗମ ଅଖତରଙ୍କଠାରୁ ଠୁମରୀ ଓ ଗଜଲ ଶିଖିଥିଲେ । ବନାରସ ଘରାନାର ନୈନା ଦେବୀ ଓ ପଣ୍ଡିତ ରବିଶଙ୍କରଙ୍କଠାରୁ ମଧ୍ୟ ସେ ବିଭିନ୍ନ ସମୟରେ ସଙ୍ଗୀତ ଶିକ୍ଷା କରିଥିଲେ ।[୫] ତାଙ୍କ ସ୍ୱାମୀ ଗୋବିନ୍ଦ ବୋଷ ଜଣେ ତବଲା ବାଦକ ଥିଲେ । ତାଙ୍କର ୨ଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସିପ୍ରାଙ୍କର ୨୦୦୮ ମସିହା ଅପ୍ରେଲ ୨୨ତାରିଖରେ କଲିକତାଠାର ହୃଦଘାତରେ ପରଲୋକ ଘଟିଥିଲା ।[୬]

ଆଧାର ସମ୍ପାଦନା

  1. Evan Senior (1976). Music and Musicians. Hansom Books.
  2. Economic and Political Weekly. Sameeksha Trust. 1990.
  3. "ଓଡ଼ିଆ ଚଳଚ୍ଚିତ୍ରରେ ବର୍ଷା, ମେଘରୁ ବରଷା ଯେତିକି ଦୂର". www.kadambini.in. କାଦମ୍ବିନୀ ମିଡ଼ିଆ. Archived from the original on 3 May 2021. Retrieved 3 May 2021.
  4. "Lost in adaptation". www.orissapost.com. orissapost. Archived from the original on 3 May 2021. Retrieved 3 May 2021.
  5. "Sipra Bose biography". Rhyme records. Archived from the original on 2007-10-11.
  6. Samir Chatterjee (2006). A study of tabla: a comprehensive study with history, theory, and compositions accompanied by an instructional DVD. Chhandayan.

ବାହାର ଆଧାର ସମ୍ପାଦନା