ମହମ୍ମଦ ମୁସୀର

ଓଡ଼ିଆ କଥାଚିତ୍ର ସଂଗୀତକାର

ମହମ୍ମଦ ମୁସୀର ଜଣେ ଓଡ଼ିଆ ସଙ୍ଗୀତକାର ଓ କଣ୍ଠଶିଳ୍ପୀ ।[୧] ସେ ପ୍ରଥମ ଆକାଶବାଣୀ କଟକର ଯୁବବାଣୀ କାର୍ଯ୍ୟକ୍ରମରେ ସଙ୍ଗୀତ ପ୍ରସ୍ତୁତ କରିବା ସହିତ କଣ୍ଠଦାନ କରୁଥିଲେ । ୧୯୭୯ ମସିହାରେ ସମର ସଲିମ ସାଇମନ ଜରିଆରେ ସେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ୧୯୯୧ ମସିହାରେ ମା ମତେ ଶକ୍ତି ଦେ ଚଳଚ୍ଚିତ୍ର ପାଇଁ ତାଙ୍କୁ ଓଡ଼ିଶା ସିନେକ୍ରିଟିକ ଆସୋସିଏସନ ତରଫରୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯାଇଥିଲା ।

ମହମ୍ମଦ ମୁସୀର
Occupation(s)(ଓଡ଼ିଆ) ସଙ୍ଗୀତ ନିର୍ଦ୍ଦେଶକ
କଣ୍ଠଶିଳ୍ପୀ
Years active୧୯୭୯ରୁ-ଏବେଯାଏଁ

କଥାଚିତ୍ର ଜୀବନ ସମ୍ପାଦନା

ମୁସୀର ୧୯୭୯ରୁ ୧୯୯୯ ମସିହାଯାଏଁ ସମୁଦାୟ ୮ ଗୋଟି ଓଡ଼ିଆ କଥାଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏବଂ ୨୦୧୯ ମସିହାରେ ତାଙ୍କ ସଙ୍ଗୀତ ନିର୍ଦ୍ଦେଶନା ଏକ ଓଡ଼ିଆ କଥାଚିତ୍ର ଏ ଦିଲ୍ ତତେ ଦେଲି ମୁକ୍ତିଲାଭ କରିଥିଲା ।

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ୧୯୯୧: ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ (ଓଡ଼ିଶା ସିନେକ୍ରିଟିକ ଆସୋସିଏସନ)

ଆଧାର ସମ୍ପାଦନା

  1. Gopinath Mohanty; State Level Vyasakabi Fakir Mohan Smruti Samsad; Santosha Kumāra Ratha (2003). Cultural heritage of [Orissa]. State Level Vyasakabi Fakir Mohan Smruti Samsad. ISBN 978-81-902761-4-6.
  2. ସିନେ ସମ୍ବାଦ ୧୯/୦୨/୨୦୧୫ ପୃଷ୍ଠା ୩

ବାହାର ଲିଙ୍କ ସମ୍ପାଦନା