ନାରାୟଣ ପତି

ଓଡ଼ିଆ ନାଟ୍ୟକାର

ନାରାୟଣ ପତି, ଜଣେ ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଏବଂ ନିର୍ଦ୍ଦେଶକ ଅଟନ୍ତି । ସେ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ର, ନାଟକ ଓ ଦୂରଦର୍ଶନ ସହିତ ଜଡ଼ିତ ।

ନାରାୟଣ ପତି
ଜନ୍ମ
ନାରାୟଣ ପତି
ଶିକ୍ଷାନୁଷ୍ଠାନରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ
ବୃତ୍ତି(ସମୂହ)ନାଟ୍ୟକାର, ଅଭିନେତା ଓ ନିର୍ଦ୍ଦେଶକ

ଜୀବନୀ ସମ୍ପାଦନା

ନାରାୟଣ ପିଲାଦିନରୁ ପାଲା, ଦାସକାଠିଆ ଇତ୍ୟାଦି କଳାପ୍ରତି ଆକୃଷ୍ଟ ଥିଲେ । ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରୁ ସେ ମଞ୍ଚ ଅଭିନୟ ଆରମ୍ଭ କରିଥିଲେ । ଭଦ୍ରକରୁ ସ୍ନାତକ ଶିକ୍ଷା ସମାପ୍ତ କରି, ସେ କଟକ ଆସିଥିଲେ । କଟକରେ ସେ କାର୍ତ୍ତିକ ଚନ୍ଦ୍ର ରଥ ଓ ବସନ୍ତ ରଥଙ୍କ ନାଟକରେ ଅଭିନୟ ଆରମ୍ଭ କରିଥିଲେ । ୧୯୭୦ ମସିହାରେ ସେ ଜନତା ରଙ୍ଗମଞ୍ଚରେ ଯୋଗ ଦେଇଥିଲେ । ନାଟ୍ୟସଂସ୍ଥା ଶତାବ୍ଦୀର କଳାକାରର ପ୍ରତିଷ୍ଠାତାମାନଙ୍କ ମଧ୍ୟରୁ ସେ ଜଣେ ଥିଲେ ।[୧] ୧୯୮୦ ମସିହାରେ ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିଲେ ।[୨] ସେ ଅନ୍ୱେଷଣା ନାମରେ ଅନ୍ୟ ଏକ ନାଟ୍ୟସଂସ୍ଥା ମଧ୍ୟ ପ୍ରତିଷ୍ଠା କରିଥିଲେ ।[୩] ସେ ବିଭିନ୍ନ କର୍ମଶାଳା ମାଧ୍ୟମରେ ନାଟ୍ୟ ଶିକ୍ଷାଦାନ ମଧ୍ୟ କରନ୍ତି ।[୪] ସେ ବିଭିନ୍ନ ସମୟରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଚୟନ ସମିତିର ସଦସ୍ୟ ମଧ୍ୟ ରହିଛନ୍ତି ।

ନାଟକ ଓ ଚଳଚ୍ଚିତ୍ର ସମ୍ପାଦନା

ନାଟକ ସମ୍ପାଦନା

ସେ ରଚନା, ଅଭିନୟ ବା ନିର୍ଦ୍ଦେଶନା ଦେଇଥିବା ନାଟକ :

  • ମୁକ୍ତିପଥ
  • ଜୀବନ ସୌଦା
  • ଶେଷ ରକ୍ତବିନ୍ଦୁ
  • ଅବଶେଷ
  • ଶିଶୁ ଦିବସ
  • କର୍ମଯୋଗୀ
  • ପ୍ରତିବାଦ
  • ଗଣହତ୍ୟା

ଚଳଚ୍ଚିତ୍ର ସମ୍ପାଦନା

ସେ ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି :

ଓଡ଼ିଆ ସମ୍ପାଦନା

ହିନ୍ଦୀ ସମ୍ପାଦନା

  • ଦୟାବାନ
  • ଅନ୍ତର୍ଦାହ
  • ଦୁର୍ଗା
  • ଦାମିନୀ
  • ଜେଲ
  • ଲାଲ ଦୁପଟ୍ଟା

ଦୂରଦର୍ଶନ ଧାରାବାହିକ ସମ୍ପାଦନା

ଓଡ଼ିଆ ସମ୍ପାଦନା

  • ପଥର ପଡିଲେ ସହି
  • ଟୋକେଇ

ହିନ୍ଦୀ ସମ୍ପାଦନା

  • ଡିସ୍କଭରୀ ଅଫ ଇଣ୍ଡିଆ
  • ଅଧିକାର
  • କହକସାଁ
  • ବ୍ୟୋମକେଶ ବକ୍ସି
  • ଡାକ୍ତର ଆମ୍ବେଦକର
  • ହମରାହୀ
  • ଔର ଭି ହେ ରାହେଁ[୫]

ଆଧାର ସମ୍ପାଦନା

  1. "କଳାସଂସ୍କୃତି, ସାକ୍ଷାତକାର". No. ସମାଜ ୦୩/୦୩/୨୦୨୦. ସମାଜ. p. ୧୪. {{cite news}}: |access-date= requires |url= (help)
  2. "NSD Graduates" (PDF). www.nsd.gov.in. Govt of India. Archived (PDF) from the original on 14 September 2020. Retrieved 14 September 2020.
  3. "Safdar's Legacy on". www.orissapost.com. orissapost. Archived from the original on 14 September 2020. Retrieved 14 September 2020.
  4. "Theatre workshop boost for children". www.telegraphindia.com. Archived from the original on 14 September 2020. Retrieved 14 September 2020.
  5. SUGYAN CHOUDHURY. "Govt is detrimental to progress of theatre in Odisha". www.dailypioneer.com. Pioneer. Archived from the original on 14 September 2020. Retrieved 14 September 2020.

ବାହାର ଆଧାର ସମ୍ପାଦନା