ଶେଖର ଘୋଷ
ଶେଖର ଘୋଷ (ଜନ୍ମ ୧୧ ନଭେମ୍ବର ୧୯୪୮)[୧] ଓଡ଼ିଆ କଥାଚିତ୍ର ଜଗତର ଜଣେ ପ୍ରଛଦପଟ ଗାୟକ ।[୨] ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ, ସେ ଜଣେ ଭଜନ ଓ ଜଣାଣ ଗାୟକ ଭାବରେ ମଧ୍ୟ ଖୁବ ଲୋକପ୍ରିୟ । ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି ଥିଲା ସେ କଣ୍ଠଦାନ କରିଥିବା ପ୍ରଥମ ଚଳଚ୍ଚିତ୍ର । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନର ଗୀତ "ହୃଦୟର ଏହି ଶୂନ୍ୟତା" ପାଇଁ ବହୁ ଜନପ୍ରିୟ ।
ଶେଖର ଘୋଷ | |
---|---|
ଜନ୍ମ | ପୁରୀ, ଓଡ଼ିଶା | ୧୧ ନଭେମ୍ବର ୧୯୪୮
ଜାତୀୟତା | ![]() |
ପ୍ରସିଦ୍ଧି | ଓଡ଼ିଆ ଗାୟକ |
ବୈବାହିକ-ସାଥୀ | ସ୍ୱପ୍ନା ଘୋଷ |
ପିତାମାତା | ପୂର୍ଣ୍ଣଚନ୍ଦ୍ର ଘୋଷ, ଲୀଳା ଘୋଷ |
କ୍ୟାରିଅର
ସମ୍ପାଦନାଶେଖର ଘୋଷ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ ଓ ଗୁରୁ କ୍ଷିତିଶ ଚନ୍ଦ୍ର ମୈତ୍ରଙ୍କଠାରୁ ସଙ୍ଗୀତ ଶିକ୍ଷା ଲାଭ କରିଥିଲେ । ୧୯୭୦ ମସିହାରେ ତାଙ୍କୁ ଆକାଶବାଣୀ କଟକରେ ଜଣେ ସ୍ୱୀକୃତିପ୍ରାପ୍ତ କଳାକାର ଭାବରେ ସ୍ୱୀକାର କରାଯାଇଥିଲା ।[୩] ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା ଆହୁତି [୪]ଚଳଚ୍ଚିତ୍ରରେ ତାଙ୍କୁ ପ୍ରଥମ ଥର ପାଇଁ ପ୍ରଛଦପଟ ଗାୟକ ହିସାବରେ ସୁଯୋଗ ମିଳିଥିଲା । ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଚଳଚ୍ଚିତ୍ରରେ ସେ ଗାଇଥିବା ଗୀତ "ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ" ତାଙ୍କୁ ଲୋକଲୋଚନକୁ ଆଣିଥିଲା । ୧୯୭୯ ମସିହାର ଚଳଚ୍ଚିତ୍ର ସମର ସଲିମ ସାଇମନର ଗୀତ "ହୃଦୟର ଏହି ଶୂନ୍ୟତା" ତାଙ୍କୁ ଅପାର ସଫଳତା ଆଣିଦେଇଥିଲା । ଆହୂତି ଓ ସମର ସଲିମ ସାଇମନ ବ୍ୟତୀତ ଶଂଖ ମହୁରୀ, ବିଲ୍ୱମଙ୍ଗଳ, ମଥୁରା ବିଜୟ, ଜୟଦେବ, କାହ୍ନା, କାଚଘର ପ୍ରଭୃତି ୪୩ଟି କଥାଚିତ୍ରରେ କଣ୍ଠଦାନ କରି ଜନପ୍ରିୟ ଗାୟକ ଭାବେ ବେଶ ସ୍ୱୀକୃତ ।
ଏଚଏମଭି କମ୍ପାନୀର କଣ୍ଠଶିଳ୍ପୀ ଭାବେ ଗ୍ରାମଫୋନ ରେକର୍ଡରେ ବହୁ ଆଧୁନିକ ଓ ଭଜନ ଯଥା: ‘ନୂଆ ବୋଉ ମୋର ନୂଆ ବୋଉ’ ହେଉ ବା ‘କୁନିଲୋ ଘାଘରା ପିନ୍ଧି’, ‘ଲଗନ ପରେ ମଙ୍ଗନ’, ‘ପାଦ ଯୋଡିକ ଥାଇ ବୋଇଲେ’, ‘ ଏ ତ ଦଶରା ବଜାର ଭିଡ଼’, ‘କୈବଲ୍ୟ ପାଇଁ ମନ ଝୁରିଲା’ କିମ୍ବା ‘କାଳିଆରେ ଏଇ ଭାଗ୍ୟ ମୋର ସତେ ହେବ’ ସହ ସେ ବିଭିନ୍ନ କ୍ୟାସେଟ ମାଧ୍ୟମରେ ଶହଶହ ଗୀତ ଗାଇଛନ୍ତି । 'ବଡ଼ ଦାଣ୍ଡେ ମୁ ବସିଛି ବାହୁ ମେଲେଇ', 'ହସୁଥାରେ ଚକାଡୋଳା ତୋର ଆଜି ରଥଯାତ୍ରା','ଜଗାରେ ତୋ କୈବଲ୍ୟ ପାଇଁ ମନ ଝୁରିଲା' ଇତ୍ୟାଦି ତାଙ୍କର ଲୋକପ୍ରିୟ ଭଜନ ମଧ୍ୟରୁ ଅନ୍ୟତମ ।
ଓଡ଼ିଆ କଥାଚିତ୍ରକୁ ଅବଦାନ
ସମ୍ପାଦନାକଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ବର୍ଷ |
---|---|---|---|
ବଡ଼ ଭାଉଜ | ପ୍ରଚ୍ଛଦପଟ୍ଟ ଗାୟକ | ରଜନୀକାନ୍ତ | ୧୯୮୮ |
କାଚଘର | ପ୍ରଚ୍ଛଦପଟ୍ଟ ଗାୟକ | ବ୍ୟୋମକେଶ ତ୍ରିପାଠୀ | ୧୯୮୧ |
ମଥୁରା ବିଜୟ | ପ୍ରଚ୍ଛଦପଟ୍ଟ ଗାୟକ | ଏ. ସଞୀବି | ୧୯୭୯ |
ସମର ସଲିମ ସାଇମନ | ପ୍ରଚ୍ଛଦପଟ୍ଟ ଗାୟକ | ଶୈଳଜା ନନ୍ଦ | ୧୯୭୯ |
ଶଙ୍ଖ ମହୂରୀ | ପ୍ରଚ୍ଛଦପଟ୍ଟ ଗାୟକ | ଅକ୍ଷୟ ମହାନ୍ତି କାଶ୍ୟପ, ଆର୍. ଜି. ଗୋପ | ୧୯୭୮ |
ଆହୁତି | ପ୍ରଚ୍ଛଦପଟ୍ଟ ଗାୟକ | ଦେବି ଦାସ | ୧୯୭୭ |
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ ଚିରଞ୍ଜିତ, ଚିତ୍ତରଞ୍ଜନ. "ସୂର୍ଯ୍ୟ ହେ ତୁମ ଉଦୟ ରଙ୍ଗ...!". ଦ ସଣ୍ଡେ ଇଣ୍ଡିୟାନ. Retrieved 30 November 2013.[permanent dead link]
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ ତରଙ୍ଗ ଟିଭିରେ ୦୬/୦୨/୨୦୧୩ଦିନ ପ୍ରସାରିତ କାର୍ଯ୍ୟକ୍ରମ 'ନମସ୍କାର ଓଡ଼ିଶା'
- ↑ "ଆର୍କାଇଭ୍ କପି". Archived from the original on 2013-01-24. Retrieved 2012-08-07.
{{cite web}}
: Cite has empty unknown parameter:|1=
(help) - ↑ "ଶେଖର ଘୋଷ ପାଇଲେ ନିତାଇ ପାଲିତ ପୁରସ୍କାର". ଧରିତ୍ରୀ. 16 January 2017. Retrieved 16 January 2017.
- ↑ Odisha Reference Annula-2014, p-114
ବାହାର ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ ଶେଖର ଘୋଷ
- ଓଡ଼ିଶା ପୋର୍ଟାଲ ବ୍ଳଗ Archived 2017-04-20 at the Wayback Machine.