ଲଡ଼ୁ କିଶୋର ସ୍ୱାଇଁ

ଓଡ଼ିଆ ରାଜନୀତିଜ୍ଞ
(ଲଡୁ କିଶୋର ସ୍ୱାଇଁରୁ ଲେଉଟି ଆସିଛି)

ଲଡ଼ୁ କିଶୋର ସ୍ୱାଇଁ (୮ ଜୁଲାଇ ୧୯୪୭ - ୫ ଫେବୃଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଓଡ଼ିଶାର କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭା୧୬ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୫ ଫେବୃଆରୀ ୨୦୧୯ରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପାତାଳରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩]

ଲଡ଼ୁ କିଶୋର ସ୍ୱାଇଁ
ସାଂସଦ: ୧୬ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୪-୨୦୧୯
ପୂର୍ବ ଅଧିକାରୀନିତ୍ୟାନନ୍ଦ ପ୍ରଧାନ
ପର ଅଧିକାରୀପ୍ରମିଳା ବିଶୋଇ
ନିର୍ବାଚନ ମଣ୍ଡଳୀଆସ୍କା
ବିଧାୟକ: ଓଡ଼ିଶା ବିଧାନ ସଭା
ନିର୍ବାଚନ ମଣ୍ଡଳୀକବିସୂର୍ଯ୍ୟ ନଗର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1947-07-08)୮ ଜୁଲାଇ ୧୯୪୭
ନବରଙ୍ଗପୁର, ଓଡ଼ିଶା
ମୃତ୍ୟୁ୫ ଫେବୃଆରୀ ୨୦୧୯(2019-02-05) (ବୟସ ୭୧)
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀମଞ୍ଜୁଳା ସ୍ୱାଇଁ[୧]
ଘରନବରଙ୍ଗପୁର, ଓଡ଼ିଶା

ବ୍ୟକ୍ତିଗତ ଜୀବନ ସମ୍ପାଦନା

ଲଡ଼ୁ କିଶୋର ସ୍ୱାଇଁ ୧୯୪୭ ମସିହା ଜୁଲାଇ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୪] ସେ ମଞ୍ଜୁଳା ସ୍ୱାଇଁଙ୍କୁ ବିବାହ କରିଥିଲେ । ମଞ୍ଜୁଳା ଓଡ଼ିଶାର ୧୬ଶ ବିଧାନ ସଭାକୁ ଆସ୍କାରୁ ନିର୍ବାଚିତ ହୋଇଥିଲେ ।[୫]

ରାଜନୈତିକ ଜୀବନ ସମ୍ପାଦନା

ଲଡ଼ୁ କିଶୋର ୨୦୦୪ ମସିହାରେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।

ମୃତ୍ୟୁ ସମ୍ପାଦନା

ଲଡ଼ୁ କିଶୋର ସ୍ୱାଇଁ ୨୦୧୯ ମସିହା ଫେବ୍ରୁଆରୀ ମାସ ୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଆପୋଲି ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।[୪] ସେ ବୃକକ୍ ଜନିତ ରୋଗରେ ପିଡ଼ୀତ ଥିବାରୁ ତାଙ୍କୁ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା ଏବଂ ସେ ରାତି ୧୧ଟା ୪୫ରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।[୪]

ଆଧାର ସମ୍ପାଦନା

  1. www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25. {{cite web}}: Missing or empty |title= (help)[permanent dead link]
  2. "Constituencywise Trends". Election Commission of India. Archived from the original on 28 May 2014. Retrieved 18 May 2014.
  3. "Odisha: BJD MP Ladu Kishore Swain passes away at 71". The Indian Express (in Indian English). 6 February 2019. Retrieved 6 February 2019.
  4. ୪.୦ ୪.୧ ୪.୨ "ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି". Sambad (in Odia). Odisha. 6 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  5. www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25. {{cite web}}: Missing or empty |title= (help)[permanent dead link]
  6. "ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି". Sambad (in Odia). Odisha. 6 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)