ମଞ୍ଜୁଳା ସ୍ୱାଇଁ
ମଞ୍ଜୁଳା ସ୍ୱାଇଁ ହେଉଛନ୍ତି ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ସେ ବିଧାୟିକା ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ, ସେ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ମଞ୍ଜୁଳା ସ୍ୱାଇଁ | |
---|---|
ବିଧାୟିକା: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୧୯ – ୨୦୨୪ | |
ପୂର୍ବ ଅଧିକାରୀ | ଦେବରାଜ ମହାନ୍ତି |
ପର ଅଧିକାରୀ | ସରୋଜ କୁମାର ପାଢ଼ୀ |
ନିର୍ବାଚନ ମଣ୍ଡଳୀ | ଆଦିକା |
ବ୍ୟକ୍ତିଗତ ସବିଶେଷ | |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଲଡ଼ୁ କିଶୋର ସ୍ୱାଇଁ |
ଘର | କବିସୂର୍ଯ୍ୟ ନଗର, ଗଞ୍ଜାମ |
ବୃତ୍ତି | ରାଜନୀତିଜ୍ଞ |
ବ୍ୟକ୍ତିଗତ ଜୀବନ
ସମ୍ପାଦନାମଞ୍ଜୁଳାଙ୍କ ସ୍ୱାମୀ, ଲଡ଼ୁ କିଶୋର ସ୍ୱାଇଁ ଜଣେ ପୂର୍ବତନ ବିଧାୟକ ଏବଂ ସାଂସଦ ଥିଲେ । ମଞ୍ଜୁଳା ପଞ୍ଚମ ଶ୍ରେଣୀ ଯାଏଁ ପାଠ ପଢ଼ିଛନ୍ତି ।
ରାଜନୈତିକ ଜୀବନ
ସମ୍ପାଦନାମଞ୍ଜୁଳା ଓଡ଼ିଶା ରାଜ୍ଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ ସକ୍ରିୟ ଅଛନ୍ତି । ୨୦୦୨ ମସିହାରୁ ୨୦୦୭ ମସିହା ପର୍ଯ୍ୟନ୍ତ ମଞ୍ଜୁଳା ପଞ୍ଚାୟତ ଚେୟାରମ୍ୟାନ ଥିଲେ ।[୧] ୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଦେବରାଜ ମହାନ୍ତିଙ୍କୁ ୨୭,୨୩୩ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[୨] ଏହି ବିଧାନ ସଭାରେ, ସେ ୨୦୧୯ ମସିହାରୁ ୨୦୨୪ ମସିହାରେ ବିଧାନ ସଭାର କାର୍ଯ୍ୟକାଳ ଶେଷ ହେବାଯାଏଁ କାର୍ଯ୍ୟ କରିଥିଲେ ।
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଆସିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୫୧,୦୨୪ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ସରୋଜ କୁମାର ପାଢ଼ୀଙ୍କ ଠାରୁ ୮,୦୫୯ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୩]
ଆଧାର
ସମ୍ପାଦନା- ↑ www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25.
{{cite web}}
: Missing or empty|title=
(help)[permanent dead link] - ↑ "Assembly Election 2019 - Election Commission of India". results.eci.gov.in. Retrieved 2019-06-25.
- ↑ "General Election to Assembly Constituencies 2024: Aska (Odisha)". Election Commission of India. Retrieved 11 June 2024.