ଲଡ଼ୁ କିଶୋର ସ୍ୱାଇଁ
ଲଡ଼ୁ କିଶୋର ସ୍ୱାଇଁ (୮ ଜୁଲାଇ ୧୯୪୭ - ୫ ଫେବୃଆରୀ ୨୦୧୯) ଜଣେ ଭାରତୀୟ ରାଜନୀତିଜ୍ଞ ଥିଲେ । ସେ ୨୦୦୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ ଓଡ଼ିଶାର କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଭାରତର ସଂସଦର ତଳ ସଦନ ଲୋକ ସଭାର ୧୬ଶ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ୫ ଫେବୃଆରୀ ୨୦୧୯ରେ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପାତାଳରେ ତାଙ୍କର ମୃତ୍ୟୁ ହୋଇଥିଲା ।[୩]
ଲଡ଼ୁ କିଶୋର ସ୍ୱାଇଁ | |
---|---|
ସାଂସଦ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୨୦୧୪-୨୦୧୯ | |
ପୂର୍ବ ଅଧିକାରୀ | ନିତ୍ୟାନନ୍ଦ ପ୍ରଧାନ |
ପର ଅଧିକାରୀ | ପ୍ରମିଳା ବିଶୋଇ |
ନିର୍ବାଚନ ମଣ୍ଡଳୀ | ଆସ୍କା |
ବିଧାୟକ: ଓଡ଼ିଶା ବିଧାନ ସଭା | |
ନିର୍ବାଚନ ମଣ୍ଡଳୀ | କବିସୂର୍ଯ୍ୟ ନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନବରଙ୍ଗପୁର, ଓଡ଼ିଶା | ୮ ଜୁଲାଇ ୧୯୪୭
ମୃତ୍ୟୁ | ୫ ଫେବୃଆରୀ ୨୦୧୯ | (ବୟସ ୭୧)
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ମଞ୍ଜୁଳା ସ୍ୱାଇଁ[୧] |
ଘର | ନବରଙ୍ଗପୁର, ଓଡ଼ିଶା |
ବ୍ୟକ୍ତିଗତ ଜୀବନ
ସମ୍ପାଦନାଲଡ଼ୁ କିଶୋର ସ୍ୱାଇଁ ୧୯୪୭ ମସିହା ଜୁଲାଇ ମାସ ୮ ତାରିଖରେ ଗଞ୍ଜାମ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୪] ସେ ମଞ୍ଜୁଳା ସ୍ୱାଇଁଙ୍କୁ ବିବାହ କରିଥିଲେ । ମଞ୍ଜୁଳା ଓଡ଼ିଶାର ୧୬ଶ ବିଧାନ ସଭାକୁ ଆସ୍କାରୁ ନିର୍ବାଚିତ ହୋଇଥିଲେ ।[୫]
ରାଜନୈତିକ ଜୀବନ
ସମ୍ପାଦନାଲଡ଼ୁ କିଶୋର ୨୦୦୪ ମସିହାରେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରତିନିଧି ଭାବରେ ଓଡ଼ିଶାର ଆସ୍କା ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।
ମୃତ୍ୟୁ
ସମ୍ପାଦନାଲଡ଼ୁ କିଶୋର ସ୍ୱାଇଁ ୨୦୧୯ ମସିହା ଫେବ୍ରୁଆରୀ ମାସ ୫ ତାରିଖରେ ଓଡ଼ିଶାର ଭୁବନେଶ୍ୱରସ୍ଥିତ ଆପୋଲି ହସ୍ପାତାଳରେ ମୃତ୍ୟୁବରଣ କରିଥିଲେ ।[୪] ସେ ବୃକକ୍ ଜନିତ ରୋଗରେ ପିଡ଼ୀତ ଥିବାରୁ ତାଙ୍କୁ ହସ୍ପାତାଳରେ ଭର୍ତ୍ତି କରାଯାଇଥିଲା ଏବଂ ସେ ରାତି ୧୧ଟା ୪୫ରେ ମୃତ୍ୟୁବରଣ କରିଥିଲେ ।[୬] ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।[୪]
ଆଧାର
ସମ୍ପାଦନା- ↑ www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25.
{{cite web}}
: Missing or empty|title=
(help)[permanent dead link] - ↑ "Constituencywise Trends". Election Commission of India. Archived from the original on 28 May 2014. Retrieved 18 May 2014.
- ↑ "Odisha: BJD MP Ladu Kishore Swain passes away at 71". The Indian Express (in Indian English). 6 February 2019. Retrieved 6 February 2019.
- ↑ ୪.୦ ୪.୧ ୪.୨ "ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି". Sambad (in Odia). Odisha. 6 February 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link) - ↑ www.sambadepaper.com http://www.sambadepaper.com/Details.aspx?id=58167&boxid=192048476. Retrieved 2019-06-25.
{{cite web}}
: Missing or empty|title=
(help)[permanent dead link] - ↑ "ଆସ୍କା ସାଂସଦ ଲଡୁ କିଶୋରଙ୍କ ପରଲୋକରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ମୋଦି". Sambad (in Odia). Odisha. 6 February 2019. Archived from the original on 6 February 2019. Retrieved 6 February 2019.
{{cite news}}
: CS1 maint: unrecognized language (link)